Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି
ବିଶେଷ ଖବର

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Significant Verdict by the Board of Revenue: Over 81 Acres of Valuable Land Restored to the Srimandir Estate

ପୁରୀ: ପୁରୀ ସହର ଉପକଣ୍ଠରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୧,୦୬୦ କୋଟି ଟଙ୍କା ମୂଲ୍ୟର ୮୧ ଏକରରୁ ଊର୍ଦ୍ଧ୍ୱ ଜମି ଶେଷରେ ଶ୍ରୀମନ୍ଦିର ଖାତାକୁ ଫେରିଛି। ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ଓଡ଼ିଶା ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ଶ୍ରୀମନ୍ଦିର ସପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜାର ହାଲ୍ ଖାତା ନଂ. ୨୨୨ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଖାତାରେ ଥିବା ଏହି ଜମିର ସ୍ୱତ୍ୱଲିପି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ’ଙ୍କ ନାମରେ ସଂଶୋଧନ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର ଦୁଇଟି ମାମଲା (ଏସ୍‌ଆରପି କେସ୍ ନଂ. ୧୦୧/୨୦୨୩ ଏବଂ ୧୦୨/୨୦୨୩)ର ବିଚାର କରି ପର୍ଷଦ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ମହାନଗର ନିଗମ ଅଞ୍ଚଳର ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ନିକଟରେ ଏହି ମୂଲ୍ୟବାନ ଭୂସମ୍ପତ୍ତି ରହିଛି।

ମନ୍ଦିର ପ୍ରଶାସନର ଯୁକ୍ତି ଅନୁଯାୟୀ, ସମଙ୍ଗରା ମୌଜାର ଏହି ଜମିଗୁଡ଼ିକ ମୂଳତଃ ମହାପ୍ରଭୁଙ୍କ ସମ୍ପତ୍ତି ଥିଲା। ରଥଯାତ୍ରା ସମୟରେ ‘କଳା ବେଠିଆ’ ସେବା ସମ୍ପାଦନ କରିବାର ପ୍ରତିବଦଳରେ କେତେକ ସେବାୟତଙ୍କୁ କେବଳ ଏହି ଜମିର ଭୋଗଦଖଲ ଅଧିକାର ପ୍ରଦାନ କରାଯାଇଥିଲା। ଅର୍ଥାତ୍, ଜମି ଉପରେ ସେମାନଙ୍କର ଅଧିକାର କେବଳ ସେବା ସହ ଜଡ଼ିତ ଥିଲା ଏବଂ ଏହା ମାଧ୍ୟମରେ ସେମାନଙ୍କୁ ନିରଙ୍କୁଶ ମାଲିକାନା ଦିଆଯାଇନଥିଲା। ଏହି ଦାବିର ସମର୍ଥନରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ବିଧିବଦ୍ଧ ସ୍ୱତ୍ୱଲିପି ଉପସ୍ଥାପନ କରାଯାଇଥିଲା। ଏଥିରେ କଳା ବେଠିଆ ସେବା ସମ୍ପର୍କିତ ସ୍ପଷ୍ଟ ଉଲ୍ଲେଖ ରହିଥିବାରୁ ଜମିର ମୂଳ ପ୍ରକୃତି ଓ ଏହାର ଐତିହାସିକ ଅଧିକାର ନିର୍ଦ୍ଧାରଣ କ୍ଷେତ୍ରରେ ଏହି ଦସ୍ତାବିଜ ନିର୍ଣ୍ଣାୟକ ପ୍ରମାଣ ସାଜିଥିଲା।

ଜଗନ୍ନାଥ ମନ୍ଦିର ଜମି ରାଜସ୍ବ ପର୍ଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଦୁଇଦିନିଆ ‘ପ୍ରକୃତି ମେଳା

November 28, 2026
Latest News

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.