Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି
ମତାମତ

ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି

September 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି
ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି

କେଦାର ମିଶ୍ର

ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା। ଯଦିଓ ରଘୁନନ୍ଦନ ପାଠାଗାର ନିର୍ମାଣ ଲାଗି ରାଜ୍ୟ ସରକାର ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି, ତଥାପି ବିକଳ୍ପ ବ୍ୟବସ୍ଥା ନକରି ଏହାକୁ ଭାଙ୍ଗିବା ଆଦୌ ଉଚିତ ହୋଇନାହିଁ । ତେବେ ସରକାରଙ୍କ ମଠ ଭଙ୍ଗା ନିଷ୍ପତ୍ତିକୁ ପୁରୀବାସୀଙ୍କର ନୀରବ ସମର୍ଥନ ମିଳିଛି। ପ୍ରଥମ ପର୍ୟାୟର ଉଚ୍ଛେଦ ପ୍ରକ୍ରିୟାକୁ କେହି ବିରୋଧ କରିବାର ଦେଖା ଯାଇନଥିଲା। ତେବେ ଉଚ୍ଛେଦ ପ୍ରକ୍ରିୟା ସରି ଆସିଲା ବେଳକୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

ଗତ ୪୮ ଘଣ୍ଟା ଭିତରେ ମଠ ଭଙ୍ଗା ରାଜନୀତିକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ଲାଗି ବିଜେପି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରଥମରୁ ଉଚ୍ଛେଦ ପ୍ରକ୍ରିୟାକୁ ଆଦୌ ବିରୋଧ କରିନଥିଲେ। ଏପରିକି ପୁରୀ ବିଜେପି କର୍ମକର୍ତ୍ତା, ରାଜ୍ୟ ବିଜେପି, ସଂଘ ପରିବାର ପ୍ରମୁଖ ଏ ପ୍ରସଙ୍ଗରେ ପୂରା ଚୁପ ହୋଇ ବସିଥିଲେ। ଗତ ସୋମବାର ପରଠୁ ବିଜେପି ଏହି ଘଟଣାରେ ରାଜନୀତି ପୂରେଇବା ଆରମ୍ଭ କରିଛି। ପ୍ରଥମେ ପୁରୀ ଶଙ୍କରାଚାର୍ୟ ଏହାକୁ ବିରୋଧ କରିବା ପରେ  ପୁରୀ ବିଧାୟକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ବିରୋଧ ପ୍ରଦର୍ଶନ କଲେ। ତାଙ୍କ ପରେ ବିଭିନ୍ନ ମଠର ମହନ୍ତ ଓ ସାଧୁ ମିଶି ତୀବ୍ର ବିରୋଧ ଆରମ୍ଭ କଲେ।

ଏଠି ପ୍ରଶ୍ନ ଉଠୁଛି, ଏମାର ମଠ ଭାଙ୍ଗିଲା ବେଳେ ଏମାନେ ସମସ୍ତେ ନୀରବ ଥିଲେ କାହିଁକି? ଆରମ୍ଭରୁ ବିଜେପି ନେତା ବିଜୟ ମହାପାତ୍ରଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଥିବା ବେଳେ, ହଠାତ ତାଙ୍କୁ ଶ୍ରୀକ୍ଷେତ୍ର ପାଞ୍ଚ ପ୍ଲାଟୁନ ପୋଲିସ ଓ ୨୨ ବୁଲାଡୋଜର ର କୁରୁକ୍ଷେତ୍ର ଭଳି ଲାଗିଲା କାହିଁକି? ଏମାନେ ସମସ୍ତେ ଏମାର ମଠ ଭାଙ୍ଗିଲା ପରେ ସଚେତନ ହେବାର କାରଣ କଣ? ମଠ ଭାଙ୍ଗିବାକୁ ନେଇ ପୁରୀ ଲୋକଙ୍କର ଓ ଅନେକାଂଶରେ ରାଜ୍ୟବାସୀଙ୍କ ସମର୍ଥନ ରହିଛି ବୋଲି ଭାବି ବିଜେପି ଚୁପ ରହିଥିଲା। ସମୟକ୍ରମେ ଏହାର ଐତିହ୍ୟ ଓ ଆଧ୍ୟାତ୍ମିକ ସଂସ୍କୃତି ନଷ୍ଟ ହେଉଥିବାର ଦେଖି ଯେଉଁ କିଛି ପ୍ରତିକ୍ରିୟା ଆସିଲା, ସେଥିରୁ ଫାଇଦା ଉଠାଇବାକୁ ବିଜେପି ଏବେ ତତ୍ପର ହୋଇ ଉଠିଛି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଯିବାର ସମ୍ଭାବନା ରହିଛି। ପୁରୀରେ ଧର୍ମେନ୍ଦ୍ର କଣ କହୁଛନ୍ତି ଓ ତାଙ୍କ ଆଭିମୁଖ୍ୟ କଣ ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ। ବିଭିନ୍ନ ଟେଲିଭିଜନ ଚାନେଲରେ ମତ ରଖିଲା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ତେବେ ରାଜନୈତିକ ବାଧ୍ୟ ବାଧକତା କାରଣରୁ ଓ ଗୋଳିଆ ପାଣିରୁ ଫାଇଦା ଉଠାଇବାର ପ୍ରବୃତ୍ତିରୁ ବିଜେପିର ରଣନୀତି ପୁରୀରେ ବଦଳିପାରେ।

ଇତି ମଧ୍ୟରେ ବିଜେପିର ପୋଷ୍ୟ ଚାନେଲ ଭାବରେ ପରିଚିତ ଦୁଇଟି ଇଂରାଜୀ ଟେଲିଭିଜନ ଚାନେଲରେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହୋ ହଲ୍ଲା ଆରମ୍ଭ ହେଲାଣି। ସେହି ଦୃଷ୍ଟିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ବିଜେପି ଆଗାମୀ ଦିନରେ ପୁରୀ ମଇଦାନକୁ ରାଜନୀତି ଓ ସାମ୍ପ୍ରଦାୟିକତାର ପ୍ରୟୋଗଶାଳା କରିବାର ସମ୍ଭାବନା ଅଧିକ। ରାଜ୍ୟ ସରକାର ଏହି ସମ୍ଭାବନା ପ୍ରତି ଅବଗତ ରହିଥିବେ ବୋଲି ହୁଏତ ଆଶା କରାଯାଇ ପାରେ। ମଠ ଉଚ୍ଛେଦ ପ୍ରକ୍ରିୟାରେ ମହନ୍ତ ଓ ମଠାଧୀଶମାନଙ୍କ ସହିତ ସ୍ପଷ୍ଟ ଆଲୋଚନା କରିବାରେ ଜିଲା ପ୍ରଶାସନ ବୋଧହୁଏ ବିଳମ୍ବ କରିଛି। ସେହିପରି ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରିବା ଆଗରୁ ଜନ ଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା। ଜିଲ୍ଲା ପ୍ରଶାସନ ତାହା କରି ନାହାନ୍ତି।

ବିଜେପିର ତତ୍ପରତା ଓ ସମ୍ପ୍ରଦାୟିକ ଶକ୍ତିମାନଙ୍କର ସମ୍ପୃକ୍ତି ମଠ ଉଚ୍ଛେଦ ପ୍ରକ୍ରିୟାକୁ ରାଜନୈତିକ ରଣକ୍ଷେତ୍ର କରିବାର ସମ୍ଭାବନା, ଏବେ ରାଜ୍ୟ ସରକାରଙ୍କ ଲାଗି ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ।

 

ପଢିଲେ ଜାଣିବେ-ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ରହିଛି କି?

jagnnath kedarmishra କେଦାରମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.