Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ ବିରୋଧରେ ମୁମ୍ବାଇସ୍ଥିତ କ୍ରାନ୍ତି ମଇଦାନରେ ଫରହାନ୍‌ ଓ ଜାଭେଦ କରିବେ ବିରୋଧ ପ୍ରଦର୍ଶନ
ଆଜିର ଖବର

ସିଏଏ ବିରୋଧରେ ମୁମ୍ବାଇସ୍ଥିତ କ୍ରାନ୍ତି ମଇଦାନରେ ଫରହାନ୍‌ ଓ ଜାଭେଦ କରିବେ ବିରୋଧ ପ୍ରଦର୍ଶନ

December 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇଏ 19/12:ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଆଜି ଅର୍ଥାତ୍‌ ଗୁରୁବାର 19 ଡିସେମ୍ବରରେ ମୁମ୍ବାଇ ସ୍ଥିତ କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ପ୍ରଦର୍ଶନ ହେବାକୁ ରହିଛି। ଏହି କ୍ରାନ୍ତି ମଇଦାନରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ବଲିଉଡ୍‌ ସେଲିବ୍ରିଟ୍‌ମାନେ ନଜର ଆସିବେ। ଏହି ବିରୋଧ ପ୍ରଦର୍ଶନ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିକଟରେ ଅଭିନେତା ଫରହାନ୍‌ ଅଖତର୍‌ ଏକ ଟୁଇଟ୍‌ କରି ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଫରାହନ୍‌ ନାଗରିକତା ସଂଶୋଧନ କାନୁନ୍‌ ଓ ଏନ୍‌ଆରସି ସମ୍ବନ୍ଧୀୟ ଏକ ଚିତ୍ର ଟୁଇଟ୍‌ କରିବା ସହିତ କହିଛନ୍ତି ଯେ, ଏହା ବିରୋଧରେ ଆନ୍ଦୋଳନ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ସରିଯାଇଛି। ଏବେ ବିରୋଧ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ । ଆପଣ ସମସ୍ତଙ୍କୁ ଜାଣିବା ଦରକାର ଯେ, ଏହି ବିରୋଧ କ’ଣ ପାଇଁ ? ସେଥିପାଇଁ ଆପଣମାନେ 19 ତାରିଖ କୁ କ୍ରାନ୍ତି ମଇଦାନଠାରେ ଯୋଗଦେବା । ଫରହାନ୍‌ଙ୍କ ସହିତ ଅଭିନେତା ଜାଭେଦ ଜାଫେରୀ ମଧ୍ୟ ଏକ ଟୁଇଟ୍‌ କରି ଏହି ବିରୋଧ ପ୍ରଦର୍ଶନରେ ସମାବେଶ ହେବା ପାଇଁ ଅନୁରୋଧ କରିଛନ୍ତି।  ଅଭିନେତ୍ରୀ ସ୍ବରା ଭାସ୍କରା, ଋଚା ଚଢା, ଜାସିନ୍‌ ଆୟୁବ୍‌, ସୟାନୀ ଗୁପ୍ତା, ରେଣୁକା ସାହାଣେ, ହୁମା କ୍ୟୁରେସିଙ୍କ ପରି ବହୁ ଅଭିନେତା ଅଭିନେତ୍ରୀମାନେ ସିଏଏକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏତଦ୍‌ବ୍ୟତୀତ ଜାମିଆ  ବିଶ୍ବବିଦ୍ୟାଳୟରେ ହୋଇଥିବା ବର୍ବରତା ପାଇଁ ମଧ୍ୟ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ରଖି ଟୁଟଇ୍‌ କରିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ, ସିଲମ୍‌ପୁର ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)

caa javedjaferi mumbai
Share. Facebook Twitter LinkedIn Email WhatsApp Copy Link

Related Posts

ପବନ-ପାଣିକୁ ଦେଖି ସତର୍କ ଚାଳକ, ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ମୌସୁମୀ ଅଧିବେଶନରେ ଗରମ ହେବ ଓଡ଼ିଶା ରାଜନୀତି: ଜାଣନ୍ତୁ କେଉଁ ପ୍ରସଙ୍ଗ ରହିବ ଫୋକସ୍‌ରେ

September 22, 2026

ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର

September 22, 2026
Latest News

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ, ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026

ପ୍ରତୀକ୍ଷାର ଅନ୍ତ: ଆଜି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.