Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବେଚାରା ଏମ.ନାଗେଶ୍ଵର ରାଓ, କ୍ଷମତା ଯୁଦ୍ଧରେ ଅସହାୟ ବଳିର ବୋଦା ମାତ୍ର!!
ବିଶେଷ ଖବର

ବେଚାରା ଏମ.ନାଗେଶ୍ଵର ରାଓ, କ୍ଷମତା ଯୁଦ୍ଧରେ ଅସହାୟ ବଳିର ବୋଦା ମାତ୍ର!!

February 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ବୋଧହୁଏ ଭାରତର ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ସବୁଠୁ ଅଧିକ କ୍ରୋଧିତ ହୋଇକି ବସିଥିଲେ।ସିବିଆଇ ର ଅନ୍ତରୀଣ ନିର୍ଦ୍ଦେଶକ ଥିବା ଏମ. ନାଗେଶ୍ଵର ରାୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ବିଚାର କରି ମାନ୍ୟବର ମୁଖ୍ୟ ବିଚରପତିଙ୍କ ବେଞ୍ଚ ରାଓଙ୍କୁ ସମ୍ବିଧାନର ଧାରା ୧୨୯ ଅନୁଯାୟୀ  ଏକ ଲକ୍ଷ ଟଙ୍କାର ଜୋରିମାନା କରିବା ସହିତ ତାଙ୍କୁ ଅଦାଲତର ଏକ କୋଣରେ ଦିନସାରା ବସି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଇନ ଦୃଷ୍ଟିରୁ ହୁଏତ ଅଳ୍ପ ସମୟର ଜେଲ ଦଣ୍ଡ ବୋଲି କୁହାଯାଇପାରିବ। ଆଉ ଟିକେ ହାଲୁକା ଭାବରେ ବିଚାର କାଲେ ଶ୍ରେଣୀର ଉଦ୍ଧତ ଓ ଅମାନିଆଁ ଛାତ୍ରକୁ ଦଣ୍ଡିତ କରିବା ଲାଗି ଯେମିତି ଶ୍ରେଣୀ ଗୃହ ବାହାରେ ଛିଡା କରାଇ ଦିଆଯାଏ, ରାଓ ଙ୍କ ଅବସ୍ଥା ଠିକ ସେୟା ହୋଇଥିଲା। ଗୋଟେ ପକ୍ଷରେ ସିବିଆଇକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ବୋଲି କୁହାଯାଉଥିବା ବେଳେ ଏହାର ପ୍ରମୁଖ ଅଧିକାରୀଙ୍କ ଲଜ୍ଜାଜନକ ଅବସ୍ଥା ଦେଖି ଅହି ଅନୁଷ୍ଠାନ ପ୍ରତି ଲୋକଙ୍କର ମନୋଭାବ ଯେ କଣ ହେଉଥିବ, ସେଟା ବାସ୍ତବରେ ଚିନ୍ତାର ବିଷୟ।

ତେବେ କାହିଁକି ଏ ପ୍ରକାର ଲଜ୍ଜାଜନକ ପରିସ୍ଥିତି ଉପୁଜିଲା ଓ ସେଥିଲାଗି କିଏ ଦାୟୀ, ସେ କଥା ବିଚାର କରିବା ଜରୁରୀ। ବିହାରର ମୁଜାଫରପୁର ଠାରେ ଘଟିଥିବା ନାବାଳିକା ଯୌନ ଶୋଷଣ ମାମଲାର ତଦନ୍ତ କରୁଥିବା ସିବିଆଇ ର ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ଶର୍ମା ଏହି ତଦନ୍ତ କରୁଥିବା ସମୟରେ କୋର୍ଟର ନିର୍ଦ୍ଦେଶ ବିନା ବଦଳି ହୋଇପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଗତ ୩୧.୧୦.୨୦୧୮ ଓ ୨୮.୧୧.୨୦୧୮ରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଅବମାନନା କରି ତତ୍କାଳୀନ ସିବିଆଇର ଅନ୍ତରୀଣ ମୁଖ୍ୟ ଥିବା ଏମ.ନାଗେଶ୍ଵର ରାଓ ଶର୍ମାଙ୍କୁ ସିବିଆଇରୁ ରିଲିଭ କରିଥିଲେ। ତେବେ ସିବିଆଇ ରୁ ଅରୁଣ କୁମାର ଶର୍ମାଙ୍କୁ ସିଆଆରପିଏଫ କୁ ବଦଳି କରିବାର କ୍ଷମତା ରାୟଙ୍କର ନାହିଁ। ଶର୍ମାଙ୍କୁ ବଦଳି କରିବାର ନିର୍ଦ୍ଦେଶ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଦେଇଥିଲା ଓ ଏ ନିଷ୍ପତ୍ତି ପର୍ସୋନେଲ ବିଭାଗ ସିବିଆଇ କୁ ଜଣାଇଥିଲେ। ଗୋଟେ ପ୍ରକାର ସରକାରୀ ନିଷ୍ପତ୍ତି କ୍ରମେ ଶର୍ମାଙ୍କୁ ବଦଳି କରା ଯାଇଥିଲା।

ସିବିଆଇର ମୁଖିଆ ଭାବରେ କୋର୍ଟର ନିର୍ଦ୍ଦେଶକୁ ସରକାରଙ୍କୁ ଜଣାଇ ଶ୍ରୀ ଶର୍ମାଙ୍କର ବଦଳିକୁ ଅଦାଲତର ବିନା ଅନୁମତିରେ କାର୍ୟକାରୀ କରାଯାଇପାରିବ ନାହିଁ ବୋଲି ସେ କହିବା କଥା। ରାଓ ସେକଥା ନକରି ପ୍ରଧାନମନ୍ତ୍ରୀ କାର୍ୟାଳୟର ନିର୍ଦ୍ଦେଶ (ପର୍ସୋନେଲ ବିଭାଗ ପ୍ରଧାନମନ୍ତ୍ରୀଙ୍କ ଅଧୀନ) କୁ ରାଓ ମାନିଛନ୍ତି। ଶ୍ରୀ ରାଓ ସରକାରଙ୍କର ଲୋକ ଭାବରେ କାମ କରିବାକୁ ଯାଇ ଆଇନର ଶାସନକୁ ଅଣଦେଖା କାଲେ। ଯାହାର ଶାସ୍ତି ତାଙ୍କୁ ମିଳିଲା।

ହେଲେ ଏହାର ଅସଲ ଅପରାଧୀ କଣ ଶ୍ରୀ ରାଓ? ବରଂ କୁହାଯାଇପାରେ ସେ ହେଉଛନ୍ତି, ଏ କ୍ଷେତ୍ରରେ ଅସହାୟ ବଳିର ବୋଦା। ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତାରାତି ସିବିଆଇରୁ ବିଦା କରି ତାଙ୍କ ଜାଗାରେ ରାଓଙ୍କୁ ସରକାରଙ୍କ ମୋହରା ଭାବରେ ସିବିଆଇରେ ଅବସ୍ଥାପିତ କରାଯାଇଥିଲା। ନିଜ ପଦ ବଞ୍ଚାଇବାକୁ ଯାଇ ସେ ସରକାରଙ୍କର ସବୁ ବୈଧ ଓ ଅବୈଧ ନିଷ୍ପତ୍ତିକୁ କାର୍ୟକାରୀ କରାଉଥିଲେ। ତାରି ଭିତରେ ଅରୁଣ ଶର୍ମାଙ୍କୁ ବଦଳି କରିବାର ଚାପ ସେଇ ଉପରୁ ହିଁ ଆସିଛି। ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆଜି ରାଓ ଅଦାଲତରେ ଦଣ୍ଡିତ ହୋଇଛନ୍ତି।

ନାଗେଶ୍ଵର ରାଓ ସରକାରଙ୍କ ବୋଲକରା ହୋଇ ଚିଟ ଫଣ୍ଡ ମାମଲାରେ ଅହେତୁକ ତତ୍ପରତା ଦେଖାଇ କୋଲକାତା ପୋଲିସ କମିଶନରଙ୍କୁ ଗିରଫ କରିବାକୁ ବାହାରିଥିଲେ। ରାଜନୈତିକ ବିରୋଧ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଗିରଫଦାରୀ ଟଳିଛି। ତେବେ ଏହାର ମୂଲ୍ୟ ରାଓଙ୍କୁ ବ୍ୟକ୍ତିଗତ ସ୍ତରରେ ଦେବାକୁ ପଡିଛି। ତାଙ୍କ ଘର ଓ ତାଙ୍କ ସ୍ତ୍ରୀଙ୍କ ବ୍ୟବସାୟ ଉପରେ ପଶ୍ଚିମ ବଙ୍ଗ ପୋଲିସ ଚଢଉ କରିଛି। ଉପରର ମାଇଁ ବାପ ମାନଙ୍କ ନିର୍ଦ୍ଦେଶରେ କାମ କଲେ, ପରିଣତି ଏୟା ହିଁ ହୁଏ।

ତେବେ ଏ ପ୍ରସଙ୍ଗର ସବୁଠୁ ବଡ ପ୍ରଶ୍ନ ହେଲା, ଯଦି ବଦଳି ଆଦେଶ କାର୍ୟକାରୀ କରି ନାଗେଶ୍ଵର ରାଓ ଦୋଷୀ, ତାହେଲେ ବଦଳି ଆଦେଶ ଦେଇଥିବା ଓ ତାକୁ ତୁରନ୍ତ କାର୍ୟକାରୀ କରାଇବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପର୍ସୋନେଲ ବିଭାଗ ଏଥି ପାଇଁ ଦୋଷୀ ହେବନାହିଁ କାହିଁକି??

cbi court thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.