Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁର ବିଧାୟକ ଏବଂ ଆରପିଏଫ୍‌ ପକ୍ଷରୁ କୋରୋନା ସଚେତନତା
ଆଞ୍ଚଳିକ

ବ୍ରହ୍ମପୁର ବିଧାୟକ ଏବଂ ଆରପିଏଫ୍‌ ପକ୍ଷରୁ କୋରୋନା ସଚେତନତା

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ଆର୍‌ପିଏଫ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ବିଧାୟକଙ୍କ ନେତୃତ୍ୱରେ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୧ରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଆର୍‌ପିଏଫ୍ ପକ୍ଷରୁ ଷ୍ଟେସନରେ ଏହି ଭୂତାଣୁକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା । କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ବିଧାୟକଙ୍କ ସହ ବିଜେଡ଼ି କର୍ମୀମାନେ ସଚେତନ କରିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ଅନ୍ୟାନ୍ୟ କର୍ମୀ ତଥା ଅଙ୍ଗନୱାଡ଼ି ଦିଦିମାନେ ହାତକୁ କିଭଳି ସାବୁନରେ ଧୋଇ ପରିସ୍କାର ରଖିବ ସେ ନେଇ ଲୋକଙ୍କୁ ସଚେତନ କରିଥିଲେ । କୌଣସି ଲୋକଙ୍କ ଦେହରେ କରୋନା ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ମେଡ଼ିକାଲ୍‌ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡ଼ିକାଲ୍‌ରେ ଖୋଲିଥିବା ସ୍ୱତନ୍ତ୍ର ୱାର୍ଡ଼ରେ ଚିକିତ୍ସା ହେବାକୁ କହିଥିଲେ ।

ସେହିପରି ଆରପିଏଫ୍‌ ପକ୍ଷରୁ ସଂକ୍ରମଣକୁ ରୋକିବା ଦିଗରେ ବିଭିନ୍ନ ବାର୍ତ୍ତା ଥିବା ଲିଫ୍‌ଲେଟ୍‌କୁ ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା । ଏହା ସହ ୧୮୨ ଟୋଲ୍ ଫ୍ରି ସୁରକ୍ଷା ନମ୍ବର ପ୍ରସାର କରିବା ପାଇଁ ଆରପିଏଫ୍‌ ପକ୍ଷରୁ କୁହାଯାଇଥିଲା । ଟ୍ରେନର ଫୁଟବୋର୍ଡ଼ରେ ଯାତ୍ରା ନ କରିବା, ଟ୍ରେନ ଚାଲୁଥିବାବେଳେ ଟ୍ରେନରୁ ବାହାରକୁ ନ ବାହାରିବା, ରେଲୱେ ଟ୍ରାକ ଅତିକ୍ରମ ନ କରିବା, ସବୁବେଳେ ଓଭରବ୍ରିଜ୍‌ର ବ୍ୟବହାର କରିବା, ବୁଲା ବିକାଳୀଙ୍କଠାରୁ କୌଣସି ଖାଦ୍ୟ ଦ୍ରବ୍ୟ ନ କିଣିବା ନେଇ ସଚେତନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.