କରୋନା ସତର୍କତା : ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ କରିବାକୁ ଆଦେଶ ଦେଲେ କେଜରୀଓ୍ବାଲ

Published: Mar 20, 2020, 3:30 pm IST

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରଦେଶର ସମସ୍ତ ମଲ୍‌କୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ ରହିବ । ତେବେ ଗ୍ରୋସରୀ, ମେଡିସିନ୍‌, ପରିବା ପରି ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନ ଖୋଲାଯିବ । କରେନାରୁ ବର୍ତ୍ତିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି ମୁମ୍ବାଇ ସମେତ ମହାରାଷ୍ଟ୍ରର ପ୍ରମୁଖ ଚାରିଟି ସହରରକୁ ମଧ୍ୟ ଲକ୍‌ ଡାଉନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟାନ୍ୟ ସମସ୍ତ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ 195 ଜଣ ସଂକ୍ରମିତ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଥିବାବେଳେ ଜଣେ ଇଟାଲୀର ନାଗରିକ ।

Related posts