ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Published: Mar 21, 2020, 10:12 pm IST

ନୂଆଦିଲ୍ଲୀ, ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଂଟାଇନ (ପୃଥକ ହୋଇ ରହିବା) ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ।

ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି। ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ। ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ।

ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ ଦୟାକରି ନିର୍ଦ୍ଦେଶ ମାନନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଏହା ଆପଣମାନଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାରକୁ ସୁରକ୍ଷିତ ରଖିବ”। ନାଗରିକମାନଙ୍କୁ ସେବା ଯୋଗାଉଥିବା ଆଇଟି ପେସାଦାର ଏବଂ କର୍ମଚାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଆଗାମୀ ବର୍ଷଗୁଡ଼ିକରେ ସେମାନେ ସ୍ମରଣୀୟ ହୋଇ ରହିବେ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ସେମାନେ ନାୟକ, ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଯେଉଁମାନଙ୍କ ଉଲ୍ଲେଖନୀୟ ଭୂମିକା ଆଗାମୀ ଦିନରେ ସ୍ମରଣୀୟ ହୋଇ ରହିବ ।”
ସମ୍ପୂର୍ଣ୍ଣ ଠିକ! ଭାରତ ଆମର ଆଇଟି ପେସାଦାରମାନଙ୍କୁ ନେଇ ଗର୍ବିତ। ସେମାନେ ନାଗରିକମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଉଛନ୍ତି। ନବୋନ୍ମେଷକାରୀ ଏବଂ ପେସାଦାରମାନଙ୍କ ସମୁଦାୟ କୋଭିଡ-୧୯ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Related posts