![](https://thesamikhsya.com/odia/wp-content/uploads/2020/04/delet-5.jpg)
ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି। ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା। ପୋଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ୫ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗିରଫ ମହିଳା ଜଣକ ମାନସିକ ଭାବରେ ଅନଗ୍ରସର ବୋଲି ପୋଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନିଖୋଜ ଶିଶୁଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ଦୁଇ ଜଣ ପୁଅ ରହିଛନ୍ତି। (ଏଜେନ୍ସି)