ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ପ୍ରଥମ ଭଗବାନ ମହାବୀର ଅହିଂସା ପୁରସ୍କାର

Published: Mar 4, 2019, 12:07 pm IST
IAF pilot Abhinandan Varthaman to be awarded with Bhagwan Mahavir Ahimsa Puraskar

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ଭଗବାନ ମହାବୀର ଅହିଂସା ପୁରସ୍କାର’ରେ ସମ୍ମାନିତ କରାଯିବ । ଅଖିଳ ଭାରତୀୟ ଦିଗମ୍ବର ଜୈନ ମହାସମିତି ଦ୍ୱାରା ଆରମ୍ଭ କରାଯାଇଥିବା ଭଗବାନ ମହାବୀର ଅହିଂସା ପୁରସ୍କାର ପାଇବାରେ ପ୍ରଥମ ବ୍ୟକ୍ତି ହେବେ ।  ଏପ୍ରିଲ୍‌ ୧୭ ମହାବୀର ଜୟନ୍ତୀ ଅବସରରେ ଅଭିନନ୍ଦନଙ୍କୁ ଏହି ପୁରସ୍କାର ଦିଆଯିବ । ପୁରସ୍କାର ବାବଦକୁ ୨.୫୧ ଲକ୍ଷ ଟଙ୍କା ନଗଦ, ଏକ ସ୍ମୁତି ଚିହ୍ନ ଏବଂ ପ୍ରଶସ୍ତି ପତ୍ର ଦିଆଯିବ ।  ମିଗ-୨୧ ବାଇସନ ପାଇଲଟ ଅଭିନନ୍ଦନ ଫେବୃୟାରୀ ୨୭ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ଆକ୍ରମଣ କରିଥିଲେ । ଏହା ପରେ ମିଗ ଦୁର୍ଘଟଣାଗ୍ରସ୍ତ ହେବାରୁ ସୁରକ୍ଷିତ ଭାବରେ ବିମାନରୁ ବାହାରି ଆସିଥିଲେ । ତାଙ୍କର ପାରାସୁଟ ପାକିସ୍ତାନ ଅଧିକୃତ କଶ୍ମୀରରେ ଖସିପଡ଼ିବାରୁ ପାକିସ୍ତାନୀ ସେନା ଧରି ନେଇଥିଲା । ମାତ୍ର ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ।

Related posts