ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଛୁଇଁଲା : ଆରୋଗ୍ୟ ହାର 25 ପ୍ରତିଶତରୁ ଅଧିକ

Published: Apr 30, 2020, 5:21 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଅତିକ୍ରମ କରିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33050 ଛୁଇଁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ 25 ପ୍ରତିଶତ ଅତିକ୍ରମ କରିଛି । ସମୁଦାୟ 8324 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 1718ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି କରୋନା ଦ୍ବିଗୁଣିତ ହେବାର ହାର ମଧ୍ୟ 11.3ରେ ପହଞ୍ଚିଛି । ଲକ୍‌ଡାଉନ୍‌ ପୂର୍ବରୁ ଏହି ହାର 3.2 ରହିଥିଲା । ବର୍ତ୍ତମାନର ଏହି ସଦଂଖ୍ୟା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟସଚିବ ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts