ପୁରୀ : ରଥ ନିର୍ମାଣକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଯିବା ପରେ ରଥ କାମ ଆରମ୍ଭ ହୋଇଛି। ତେବେ କରୋନାକୁ ଦୃଷ୍ଟିର ରଖି ରଥ କାମରେ ନିୟୋଜିତ ହୋଇଥିବା ସେବାୟତଙ୍କୁ ନିୟମିତ ସଚେତନ କରାଯିବା ସହ ସେବାୟତଙ୍କ ପରିବାରର କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ରଥ କାମ ଶେଷ ଯାଏଁ ପ୍ରତ୍ୟେହ କର୍ମଚାରୀ କରୋନା ସମ୍ପର୍କରେ ସଚେତନ କରାଯିବ। ବିଶ୍ବକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ ସ୍ବାସ୍ଥ୍ୟ ଅଧିକାରୀ। ପୁରୀ ଏଡିଏମ୍ଓଙ୍କ ନେତୃତ୍ବାଧୀନ ଡାକ୍ତରୀ ଟିମ୍ ସଚେତନ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 4ଟି ସ୍ବାସ୍ଥ୍ୟ ଟିମ୍ ଗଠନ କରାଯାଇଛି। ରଥ ଖଳା, ଭକ୍ତ ନିବାସରେ ରହିବେ ସ୍ବତନ୍ତ୍ର ହେଲଥ ଟିମ୍। ମୋବାଇଲ୍ ଟିମ୍ ମଧ୍ୟ ନିୟୋଜିତ ହେବ, ଆକ୍ଟିଭ୍ ସର୍ଭେଲାନ୍ସ କରିବେ।
Tags: