Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାତ୍ୟା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଆଞ୍ଚଳିକ

ବାତ୍ୟା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

May 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା କରିଥିଲେ। ଆସନ୍ତା ୨୦ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି। ପ୍ରାୟତଃ ବାଲିକୁଦା, ଏରସମା, ପାରାଦ୍ଵୀପ, କୁଜଙ୍ଗ ଅଞ୍ଚଳକୁ ସ୍ପର୍ଶକାତର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ଅଞ୍ଚଳରୁ ୧୮ତାରିଖ ଓ ୧୯ତାରିଖ ମଧ୍ୟରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୫୪୨ଟି ସ୍କୁଲ୍ ଗୃହକୁ ଚିହ୍ନଟ କରାଯାଇଛି। ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ମଧ୍ୟ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ପ୍ରତି ଆଶ୍ରୟ ସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏତଦବ୍ୟତୀତ ତହସିଲଦାର ମାନେ ଆବଶ୍ୟକୀୟ ପଲିଥିନ୍ ମହଜୁଦ୍ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୧୬ତାରିଖ ଠାରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପାରାଦ୍ଵୀପ ଅତିସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ସେଠାରେ ୧୮ଟି ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି ଏବଂ ସେଠାରେ ୨ଟି ଓଡ୍ରାଫ ଟିମ୍ ମୁତୟନ ରଖାଯିବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ ଓ କର୍ମଚାରୀ ହେଡକ୍ୱାଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳ ଠାରୁ ୩ କି.ମି ପରଧି ମଧ୍ୟରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ। ଜଗତସିଂହପୁର ଠାରେ ମଧ୍ୟ ଓଡ୍ରାଫ ଟିମ୍ ମୁତୟନ ରହିବେ ଓ ଗଛକଟା ଯନ୍ତ୍ର ପ୍ରସ୍ତୁତ କରି ରଖାଯାଇଛି। ଲୋକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଟ୍ୟାଙ୍କର ଓ ଜେନେରେଟର ସେଟ୍ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିବେଦିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରିଣୀ , ନିର୍ବାହୀ ଯନ୍ତ୍ରୀ, ଆର୍.ଡବ୍ଲୁ.ଏସ୍.ଏସ୍ ନିର୍ବାହୀ ଅଧିକାରୀ , ଜରୁରୀ ବିଭାଗ ଅଧିକାରୀ ଶାଶ୍ୱତ ରଞ୍ଜନ ଦାସ, ଡି.ପି.ଏମ୍ ଗ୍ୟାନେନ୍ଦ୍ର କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

cyclone jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.