ରିଲିଜ୍‌ ହେଲା ‘ମର୍ଦ୍ଦ କୋ ଦର୍ଦ ନେହିଁ ହୋତା’ର ଟ୍ରେଲର୍‌

Published: Mar 8, 2019, 7:15 pm IST
RSVP releases trailer of ‘Mard Ko Dard Nahi Hota’

ବଲିଉଡର ଅପକମିଂ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ର ଟ୍ରେଲର ରିଲିଜ୍‌ ହୋଇଛି। ‘ମେନେପ୍ୟାର କିୟା’ ଫେମ୍‌ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଟ୍ରେଲର ୨ ମିନିଟ ୪୦ ସେକେଣ୍ଡର ରହିଛି। ଏଥିରେ ଅଭିମନ୍ୟୁଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିବା ବେଳେ ଟ୍ରେଲରର ଆରମ୍ଭରୁ ଶେଷ ଯାଏଁ ପୁରା ମନରୋଞ୍ଜନ ଭରି ରହିଛି। ଅଭିମନ୍ୟୁଙ୍କ ବିପକ୍ଷରେ ନଜର ଆସିବେ ରାଧୀକା ମଦନ। ରୋନି ସ୍କ୍ରିଓଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଭାସନ୍‌ ବଲ୍‌ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ମାର୍ଚ୍ଚ ୨୧ରେ ପରଦାକୁ ଆସିବ। ଏହି ଫିଲ୍ମରେ ମହେଶ ମଞ୍ଜେରକର୍‌, ଗୁଲସନ୍‌ ଦେଭୈୟ ପ୍ରମୁଖ ଅଭିନୟ କରୁଛନ୍ତି ।

Related posts