ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବରେ ସୁଧାଂଶୁ ଶେଖର ପଣ୍ଡା ନିର୍ବାଚିତ

Published: Jun 17, 2020, 7:17 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା । କରୋନା ଭାଇରସ୍‌ ଆତଙ୍କ କାରଣରୁ ନିର୍ବାଚନକୁ ବାତିଲ କରାଯାଇଥିବା ବେଳେ ଓଡିଶା ବାର୍‌ କାଉନ୍‌ସିଲ୍‌ର ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ମନୋନୀତ କରାଯାଇଛି । ଭଗବାନ ସାହୁଙ୍କୁ ଗଞ୍ଜାମ ଓକିଲ ସଂଘର ଚେୟାରମ୍ୟାନ୍‌ ଭାବରେ ମନୋନୀତ କରାଯାଇଛି । ବାର୍‌ କାଉନ୍‌ସିଲର୍‌ ନିର୍ଦ୍ଦେଶକ୍ରମେ ଅନ୍ୟ 8 ଜଣ ସଦସ୍ୟଙ୍କୁ ଏହାର ସଦସ୍ୟ ଭାବରେ ମନୋନୀତ କରାଯାଇଛି । ସୁଧାଂଶୁ ଶେଖର ପଣ୍ଡା, ବଂଶୀଧର ପାଳ, ପି ନରସିଂହ ପାତ୍ର, ନାରାୟଣ ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଜନାର୍ଦ୍ଦନ ସୁବୁଦ୍ଧି, ଲଲାଟେନ୍ଦୁ ପାଣିଗ୍ରାହୀ ଏବଂ ରବୀନ୍ଦ୍ର କୁମାର ଦେଓଙ୍କୁ ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା ।

ଗଞ୍ଜାମ ଓକିଲ ସଂଘର ସମସ୍ତ ପୂର୍ବତନ ସଭାପତିଙ୍କ ଭୋଟ ଆଧାରରେ ଏହି ନିର୍ବାଚନ କରାଯାଇଥିଲା । ଆସନ୍ତା ମାର୍ଚ୍ଚ 2021 ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି । ନିର୍ବାଚିତ ହେବା ପରେ ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡାଙ୍କୁ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ଦୀପକ ପଟ୍ଟନାୟକ, ଗୋରାଚାନ୍ଦ ଭଟ୍ଟମିଶ୍ର, ରବୀନ୍ଦ୍ର କୁମାର ଦେବ, ପ୍ରଦୀପ ବେହେରା, ତିରୁପତି ଶେଖର ସାହୁ, ବିଜୟ କୁମାର ପାଢୀ, ସୁବ୍ରତ କୁମାର ସାହୁ ଏବଂ ଆଦିତ୍ୟ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts