ପୁରୀ : ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ପାଇଁ ସମର୍ଥନ ଜଣାଇଛନ୍ତି । ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାର ସମ୍ମତି ଦେଇଥିବାର ସୂଚନା ରହିଛି । ସୁପ୍ରିମ୍କୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ୍ । ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନ କରିବାକୁ କହିଥିଲେ ଏସ୍ଜି । ସେହିପରି ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଏସଜି । ସଲିସିଟର ଜେନେରାଲଙ୍କ ପ୍ରସ୍ତାବରେ ଏକମତ ହୋଇଛନ୍ତି ରାଜ୍ୟ ସରକାର । ବିନା ଭକ୍ତରେ କୋଭିଡ୍ କଟକଣା ଭିତରେ ରଥଯାତ୍ରା ସମ୍ଭବ ବୋଲି ସୂଚନା ଦେଇଛନ୍ତି ଏସ୍ଜି । ରାଜ୍ୟ ସରକାର ଗୋଟିଏ ଦିନ କର୍ଫ୍ୟୁ ଜାରି କରି ରଥଯାତ୍ରା ଆୟୋଜନ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର ।ରଥଯାତ୍ରାରେ ନେଭେଟିଭ୍ ଟେଷ୍ଟ ସେବାୟତଙ୍କୁ ଯାତ୍ରାରେ ସାମିଲ୍ କରାଯାଉ ବୋଲି ମତ ଦେଇଛନ୍ତି ଏସ୍ଜି । ରାଜ୍ୟ ସରକାରଙ୍କ ଓକିଲ ହରିଶ୍ ସାଲ୍ଭେ ଏସ୍ଜିଙ୍କ ପ୍ରସ୍ତାବରେ ଏକମତ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୁରୀ ରଥଯାତ୍ରା ସ୍ଥଗିତ ନିର୍ଦ୍ଦେଶ ପରେ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍ ଦାଏର କରାଯାଇଛି । ଆଜି ଜଣିକିଆ ବେଞ୍ଚରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହେଉଛି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି ଅନୁଷ୍ଠିତ ହେଉଛି । (ଏଜେନ୍ସି)