Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର
ବିଶେଷ ଖବର

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର

July 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

କ୍ୱାଲ୍‌କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍‌ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ କ୍ୱାଲ୍‌କମ୍ ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮.୮ କୋଟିରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

କ୍ୱାଲ୍‌କମ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିନବ ଓୟାରଲେସ୍ ପ୍ରଯୁକ୍ତି ସଂସ୍ଥା ଓ ୫ଜିର ବିକାଶ, ପ୍ରବର୍ତ୍ତନ ଓ ସଂପ୍ରସାରଣ ପଛର ଶକ୍ତି । ଗବେଷଣା ଓ ବିକାଶ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଭାବେ ୬୨ ବିଲିଅନ୍ ଡଲାରରୁ ଅଧିକ ପୁଞ୍ଜିନିବେଶ ସହ ନୂତନତ୍ୱ ସୃଷ୍ଟି ଦିଗରେ ୩୫ ବର୍ଷ ଏବଂ ୧,୪୦,୦୦୦ ପେଟେଣ୍ଟ୍‌୍ ଓ ପେଟେଣ୍ଟ୍ ଆପ୍ଲିକେସନ୍ ସହ ନୂତନତ୍ୱକୁ ଇନ୍ଧନ ଦେବା ଏବଂ ଭାରତୀୟ ପ୍ରଯୁକ୍ତିର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ କ୍ୱାଲ୍‌କମ୍ ପ୍ରତିବଦ୍ଧ । କ୍ୱାଲକମ୍ ଭେଂଚର୍ସ ହେଉଛି ଏକ ବିଶ୍ୱସ୍ତରୀୟ ପାଣ୍ଠି ଯାହା ଓୟାରଲେସ୍ ପରିବେଶ ବା ଇକୋସିଷ୍ଟମ୍ ଯଥା ୫ଜି, ଏଆଇ, ଆଇଓଟି, ଅଟୋମୋଟିଭ୍‌, ନେଟୱର୍କିଂ ଓ ଏଣ୍ଟରପ୍ରାଇଜ୍ ଆଦି କ୍ଷେତ୍ରର ଅଗ୍ରଣୀ କଂପାନିସମୂହରେ ନିବେଶ କରୁଛି । ଭାରତରେ କ୍ୱାଲକମ୍ ଭେଞ୍ଚର୍ସ ପକ୍ଷରୁ ଦୁଗ୍ଧ, ପରିବହନରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନୀୟ ସମସ୍ୟା ସମାଧାନ କରୁଥିବା ସଂସ୍ଥା ଏବଂ ଭାରତ ଓ ବିଶ୍ୱ ବଜାର ପାଇଁ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡିକରେ ନିବେଶ କରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପ୍ଲାଟଫର୍ମସ୍‌ର ନିବେଶକ ଭାବେ କ୍ୱାଲକମ୍ ଭେଂଚର୍ସକୁ ସ୍ୱାଗତ କରୁଥିବାରୁ ମୁଁ ଆଜି ଉଲ୍ଲସିତ। ଅନେକ ବର୍ଷ ଧରି କ୍ୱାଲକମ୍ ଏକ ମୂଲ୍ୟବାନ ନିବେଶକ ହୋଇ ରହିଛି ଏବଂ ଏକ ସୁଦୃଢ଼ ଓ ସୁରକ୍ଷିତ ଡିଜିଟାଲ୍ ନେଟ୍‌ୱର୍କ ଗଠନ କରି ସବୁ କିଛିକୁ ଯୋଡ଼ିବା ଏବଂ ଭାରତରେ ପ୍ରତିଟି ଲୋକଙ୍କ ପାଖକୁ ଡିଜିଯାଲ୍ ସଂଯୋଗର ଲାଭ ପହଞ୍ଚାଇବା ଆମ ଉଭୟଙ୍କ ଲକ୍ଷ୍ୟ ରହିଛି । ଓୟାରଲେସ୍ ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ କ୍ୱାଲ୍‌କମ୍ ଗଭୀର ପ୍ରଯୁକ୍ତି ଜ୍ଞାନ ଏବଂ ଅଭିଜ୍ଞତା ପ୍ରଦାନ କରୁଛି ଯାହା ଆମକୁ ଆମର ୫ଜି ଲକ୍ଷ୍ୟ ହାସଲ କରିବାରେ ଏବଂ ଭାରତରେ ଉଭୟ ଲୋକ ଓ ଉଦ୍ୟୋଗଗୁଡ଼ିକ ପାଇଁ ଡିଜିଟାଲ୍ ପରିବର୍ତନ ଆଣିବାରେ ସହାୟକ ହେବ ।”

ଷ୍ଟିଭ୍ ମୋଲେନ୍‌କଫ୍‌, ସିଇଓ, କ୍ୱାଲ୍‌କମ୍ ଇନକର୍ପୋରେଟେଡ୍ କହିଛନ୍ତି ଯେ, “ସବୁ ଲୋକଙ୍କୁ ଓ ସବୁ କିଛି ପାଇଁ ଡିଜିଟାଲ୍ ସଂଯୋଗର ଲାଭ ସଂପ୍ରସାରିତ କରିବାର ଆମର ମିଳିତ ଲକ୍ଷ୍ୟ ସହିତ, ଆମେ ଆଶା କରୁଛୁ ଯେ ଭାରତୀୟ ଗ୍ରାହକଙ୍କୁ ଜିଓ ପ୍ଲାଟଫର୍ମସ୍ ନୂଆ ପ୍ରକାର ସେବା ଓ ଅନୁଭୂତି ପ୍ରଦାନ କରିବ । ଅତୁଳନୀୟ ସ୍ପିଡ୍ ବିକଶିତ ହେଉଥିବା ବ୍ୟବହାରିକ ଉଦାହରଣ ସହିତ ଆଗାମୀ ବର୍ଷଗୁଡ଼ିକରେ ୫ଜି ପ୍ରତିଟି ଶିଳ୍ପରେ ପରିବର୍ତ୍ତନ ଆଣିବା ଆଶା କରାଯାଉଛି।

ଜିଓ ପ୍ଲାଟଫର୍ମସ୍ ଏହାର ବ୍ୟାପକ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ଭାରତରେ ଡିଜିଟାଲ୍ ବିପ୍ଳବକୁ ଆଗକୁ ବଢ଼ାଉଛି । ଭାରତରେ ଦୀର୍ଘବର୍ଷର ଉପସ୍ଥିତି ସହ ନିବେଶକ ଭାବେ ଭାରତର ଡିଜିଟାଲ୍ ଅର୍ଥନୀତିରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜିଓ ରଖିଥିବା ଲକ୍ଷ୍ୟରେ ଏକ ଭୂମିକା ନିର୍ବାହ କରିବାକୁ ଆମେ ଆଶାନ୍ୱିତ ।”

ଏହି ସହଭାଗିତା ଆବଶ୍ୟକୀୟ ସର୍ତାବଳୀ ପୂରଣ ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । କ୍ୱାଲକମ୍ ଭେଞ୍ଚର୍ସ ପାଇଁ ଟ୍ରାଇଲିଗାଲ୍ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି ।

jio Reliance JIO ril ଜିଓ ରିଲାଏନସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.