ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ସୋମବାର ଦିନ ବାରମୂଳା ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ପୋଲିସ୍ ଓ ସିଆରପିଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଜମ୍ମୁକାଶ୍ମୀର ପୋଲିସ୍ର ଜଣେ ସ୍ପେଶାଲ୍ ଅଫିସରଙ୍କ ସମେତ ଦୁଇ ସିଆରପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଆଜି ସକାଳୁ ସକାଳୁ ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ଓ ପୋଲିସ ଟିମ୍ ଉପରେ ଆତଙ୍କବାହୀ ହମଲା କରିଥିଲେ । ଆଖିବୁଜା ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ। (ଏଜେନ୍ସି)
Tags: encounter, jammukashmir