ଉପନିର୍ବାଚନ ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; କହିଲେ, କରୋନା ପରେ ତିର୍ତ୍ତୋଲ ଯିବି

Published: Oct 28, 2020, 11:45 pm IST

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁାୟାଲ ରାଲିରେ ଯୋଗଦେଇ ତିର୍ତ୍ତୋଲବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି। ନବୀନ ଆଜି ନବୀନ ନିବାସରେ ରହି ପାଞ୍ଚ ମନିଟର ଏକ ଭାଷଣ ଦେଇଥିଲେ। ଏଥିରେ ସେ ବିଷ୍ଣୁ ଦାସଙ୍କ ବିୟୋଗ ତାଙ୍କ ପାଇଁ ବଡ କ୍ଷତି ହୋଇଛି ବୋଲି କହିଥିଲେ। ଏଥିସହିତ କରୋନା ପରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀକୁ ଏକ ସ୍ବତନ୍ତ୍ର ପରିଦର୍ଶନରେ ଯିବେ। ସେମାନଙ୍କ ଦୁଃଖସୁଖ ବୁଝିବେ ବୋଲି ନବୀନ ଭାଷଣରେ କହିଥିଲେ। ଏହା କହିବା ପରେ ତିର୍ତ୍ତୋଲରେ ଦେଖୁଥିବା ଲୋକେ ବେଶ ତାଳିମାରି ସ୍ବାଗତ କରିଥିଲେ।

ତିର୍ତ୍ତୋଲବାସୀଙ୍କ ଯୋଗାଯୋଗ ପାଇଁ ମହାନଦୀ ଉପରେ ଦୁଇଟି ବଡ ସେତୁ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଛି। ଏହା ଦ୍ବାରା ଆପଣମାନଙ୍କର ଯିବା ଆସିବା ସୁଗମ ହେବ ବୋଲି ନବୀନ କହିଥିଲେ। ତିର୍ତ୍ତୋଲରେ ମା ଉଭଣୀମାନେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବେଶ ସଫଳତାର ସହ କରୁଛନ୍ତି। ସେଥିପାଇଁ ମୁଁ ବହୁତ ଖୁସି ବୋଲି କହି ନବୀନ ମହିଳାମାନଙ୍କ ମନ ଜିଣିବାକୁ ଚେଷ୍ଠା କରିଥିଲେ। ତିର୍ତ୍ତୋଲର ବିକାଶକୁ ଆଗକୁ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ଅନୁରୋଧ କରିଥିଲେ।

Related posts