Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର
ବିଶେଷ ଖବର

ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର

November 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରୀ ମୃତ୍ୟୁ ନେଇ ଅଡୁଆରେ ମନ୍ତ୍ରୀ ଅରୁଣ ସାହୁ, ଗୃହରେ ବିବୃତି ରଖିବେ ଗୃହମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା।  ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ବାପାମା । ୧୦ଦିନ ପର୍ଯ୍ୟନ୍ତ ଝିଅର କୌଣସି ଖୋଜଖବର ମିଲିଲା ନାହିଁ। ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପରୀର ଶରୀରରୁ କିଡନୀ ଏବଂ ଆଖି କାଢି ନିଆଯାଇଥିବାର ମଧ୍ୟ ସେମାନେ କହିଛନ୍ତି। ପୁଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ।

ପରୀର ବାପାମାଙ୍କ ଅଭିଯୋଗ ଯେ  ପରୀକୁ କେଉଁମାନେ ମାରିଛନ୍ତି ପୋଲିସ ଜାଣିଛି। ସେ ଲୋକ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କର ଜଣେ କୁଜି ନେତା। ସେଥିପାଇଁ ପୋଲିସ ତାଙ୍କୁ ଗିରଫ କରୁ ନାହିଁ ବୋଲି ପରୀର ବାପାମା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପରୀର ପରିବାରଙ୍କୁ ପୋଲିସ କୁଆଡେ ଧମକଚମକ ଦେଉଛି ବୋଲି ସେମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ମୃତ ପରୀର ବାପାମା କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡର କାରଣ ରାଜନୈତିକ କି ଅନ୍ୟକଣ ତାହା ଜଣାପଡି ନାହିଁ।

ଏହି ଘଟଣାକୁ ନେଇ ବିଧାସଭାରେ ବିରୋଧ ଦେଖାଦେଇଥିବା ବେଳେ ବାହାରେ ମଧ୍ୟ ଏହାକୁ ନେଇ ବେଶ୍ ସରଗରମ ସୃଷ୍ଟି ହୋଇଛି। ଉଭୟ କଂଗ୍ରେସ ଓ ବିଜେପି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି।

କୃଷିମନ୍ତ୍ରୀ ଅରୁଣ ସାହୁ ଗୃହମନ୍ତ୍ରୀ ନୟାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.