Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନୂତନ କୃଷି ବିଲ : କଂଗ୍ରେସ
ଆଜିର ଖବର

କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନୂତନ କୃଷି ବିଲ : କଂଗ୍ରେସ

November 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul Gandhi.(File Photo: IANS)I

ନୂଆଦିଲ୍ଲୀ : କ୍ଷମତାକୁ ଆସିଲେ ପ୍ରଥମେ ନୂତନ କୃଷି ବିଲକୁ ଉଚ୍ଛେଦ କରିବେ ବୋଲି ମତ ଦେଇଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ । କୃଷି ବିରୋଧୀ ଏହି ଆଇନକୁ ସର୍ବପ୍ରଥମେ ଉଚ୍ଛେଦ କରାଯିବ ବୋଲି ଉଭୟ ପ୍ରକାଶ କରିଛନ୍ତି । ବିଜେପି ସରକାରଙ୍କ ପକ୍ଷରୁ ଏହି ବିଲ ଲାଗୁ କରାଯାଇଥିବା ବେଳେ ଦେଶବ୍ୟାପୀ ଚାଷୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। କ୍ଷମତାକୁ ଫେରି ପ୍ରଥମେ ଏହି ବିଲକୁ ଉଚ୍ଛେଦ କରି କୃଷକ ମାନଙ୍କୁ ପୁରସ୍କୃତ କରିବୁ ବୋଲି ଉଭୟ ନେତା କହିଛନ୍ତି ।

ଶୁକ୍ରବାର କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ କୃଷକଙ୍କ ବିରୋଧରେ ରହିଥିବା ତିନି ଆଇନକୁ ଉଚ୍ଛେଦ କରିବାକୁ ଉଭୟ ସୋନିଆ ଏବଂ ରାହୁଲ ପ୍ରାଥମିକତା ଦେଉଛନ୍ତି । ଏହି ଆଇନକୁ କଂଗ୍ରେସ ଆରମ୍ଭରୁ ବିରୋଧ କରି ଆସୁଛି । ଏହି ଆଇନକୁ ବିରୋଧ କରିବା କାରଣରୁ କଂଗ୍ରେସ ସାଂସଦ ମାନଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଚାଷୀ ମାନେ ଏହି ଆଇନ ଦ୍ୱାରା ପ୍ରଭାବିତ ହୋଇ ନାହାନ୍ତି ।

ଚାଷୀ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି । ତେଣୁ କେନ୍ଦ୍ରରେ କ୍ଷମତାକୁ ଆସିଲେ ସମସ୍ତ ରାଜ୍ୟ ମାନଙ୍କ ପାଇଁ ଏହି ଆଇନର ପ୍ରଣୟନ କରାଯିବ । କୃଷି ଏବଂ କୃଷକ କୌଣସି ରାଜନୈତିକ ଦଳର ନୁହନ୍ତି । ଏମାନେ ଦେଶର ମେରୁଦଣ୍ଡ ଏବଂ ପ୍ରତ୍ୟେକ ଦଳକୁ ଏମାନେ ଖାଦ୍ୟ ଶସ୍ୟ ଯୋଗାଇଥାନ୍ତି । ତେଣୁ ଏମାନଙ୍କ ଅଭିଯୋଗ ଶୁଣାଯିବା ଉଚିତ ବୋଲି ସୁର୍ଜେୱାଲା ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନୂତନ କୃଷି ବିଲକୁ ବିରୋଧ କରି ୬ଟି ରାଜ୍ୟର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରାରେ ବାହାରିଛନ୍ତି।

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026
Latest News

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.