Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକ ଟାଇଗରକୁ ଛାଡି ନ ଥିଲେ ଶୃଗାଳକୁ ପଚାରେ କିଏ?
ବିଶେଷ ଖବର

ନବୀନ ପଟ୍ଟନାୟକ ଟାଇଗରକୁ ଛାଡି ନ ଥିଲେ ଶୃଗାଳକୁ ପଚାରେ କିଏ?

November 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ।  ସେ ଦିନ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ। କୁହାଯାଏ ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଅନୁଭବୀ ଏବଂ ଦକ୍ଷ ମଣିଷ। କିନ୍ତୁ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରାଜନୀତି ଓ କ୍ଷମତା ପ୍ରତି ବିପଦ ସୃଷ୍ଟି କରିବାରେ ଗଞ୍ଜାମ ର ରାଜନୀତି ଟାଇଗର ପ୍ରମୁଖ ଭୂମିକା ନେବାର ସୂଚନା ଓ ଆଶଙ୍କା ବଢିଲା ସବୁ ଦିନ ପାଇଁ ଅହଂକାରୀ ପ୍ରକୃତିର ରାମ କୃଷ୍ଣ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର କେବଳ ବଳି ପଡିଲାନି ବରଂ ସେ ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅସ୍ତ ଗଲେ । ଏହି ଗଞ୍ଜାମ ଜିଲ୍ଲାର ତରୁଣ ପିଢ଼ିର ରାଜନେତା ପ୍ରଦୀପ ପାଣିଗ୍ରାହୀ ଦେଖିବାକୁ ଗଲେ ରାମ କୃଷ୍ଣ ପଟ୍ଟନାୟକଙ୍କ ଅନୁଭବ ଦକ୍ଷତା ଓ କୌଶଳ ଆଗରେ ନିଷ୍ପ୍ରଭ। ପ୍ରଦୀପ ପାଣିଗ୍ରାହୀ ଗୋଟିଏ ସାଙ୍ଘାତିକ ଚରିତ୍ର ଧରି ରାଜନୀତିରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ଅନେକ ସମୟରେ ଜନ ପ୍ରତିନିଧିର ଅହଙ୍କାରର ଏକ ସ୍ଵର ହୋଇ ଯେଉଁ ମନ୍ଦ ଉଦ୍ଦେଶ୍ୟ ନେଇ ଅନେକ କାହାଣୀ ରଚନା କରିବା ସହ ନିଜ ଅଞ୍ଚଳ ସ୍ବାର୍ଥକୁ ଗୌଣ କରି ପରିବାରର ନିଜ ସ୍ବାର୍ଥ ଦୃଷ୍ଟିରୁ ଦଳରେ ରହି କ୍ଷମତାର ଅପବ୍ୟବହାର କରି ଆସୁଥିଲେ ତାଙ୍କୁ ଉଚିତ୍ ଦଣ୍ଡ ଦିଆଯାଇ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠିକ୍ ନ୍ୟାୟ ମିଳିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ରାମକୃଷ୍ଣ ପଟ୍ଟନାୟକ ଟାଇଗର ଥିଲେ କିନ୍ତୁ କେବେ ଶୃଗାଳ ହୋଇ ନ ଥିଲେ। କିନ୍ତୁ ଗୋଟିଏ ଶୃଗାଳ ଆଜି ବିଜେଡ଼ିରେ ରହି ଟାଇଗରର ରୂପ ଧରି କେତେବଳେ କର୍ମୀଙ୍କୁ ପୁଣି କେତେବେଳେ ପଦାଧିକାରୀଙ୍କୁ ଅତି ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ। ନିର୍ବାଚନ ମଣ୍ଡଳୀରେ ଅନେକ ସମୟରେ ନିଜ ଲୋକଙ୍କୁ ଯେଉଁ ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ ସେ ସବୁ ଥିଲା ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗର ଭ୍ରଷ୍ଟ ଅଫିସର୍ ଅଭୟ ପାଠକଙ୍କ ପୁତ୍ର ଆକାଶ ସହ ଝିଅ ବିବାହ ଦେବା ପାଇଁ ବହୁ ଆଗରୁ ଯୋଜନା କରି ପ୍ରଦୀପ ପାଣିଗ୍ରାହୀ କ୍ଷମତାର ଅପବ୍ୟବହାର କରି ଆସୁଥିଲେ ଅନେକ ଦିନ ଧରି। ଗୋଟିଏ ଉଦ୍ଧତ ଚରିତ୍ରର ଶୃଗାଳ ଆଜି ନିଜ କରିଥିବା ଅପକର୍ମ ପାଇଁ ଉତ୍ତରଦାୟୀ ଅଟେ। ଅତୀତରେ ଟାଇଗର କୁ ନବୀନ ପଟ୍ଟନାୟକ ଫିଙ୍ଗି ଦିଆଯାଇଥିବା ବେଳେ ଶୃଗାଳର ସ୍ଥାନ କେଉଁଠି ରହିବ? ଜନ ପ୍ରତିନିଧି ଯଦି ଜନ ବିରୋଧୀ କାର୍ଯ୍ୟ ସମ୍ପାଦନ କରିବାକୁ ସାହାସ କରେ ତା କୁ ଦଣ୍ଡ ନ ଦେଲେ ରାଜ ଧର୍ମ ମଧ୍ୟ ପଥ ଭ୍ରଷ୍ଟ ହେବ।

ନବୀନ ପଟ୍ଟନାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ରାମକୃଷ୍ଣ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026
Latest News

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.