Author: SM Network

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି । ଏହି ପ୍ଲାନ୍ ଗୁଡିକରେ ଜିଓସିନେମା ପ୍ରିମିୟମ, ଡିଜନି ପ୍ଲସ ହଟ୍‌ଷ୍ଟାର୍‌, ଜି୫, ସୋନି-ଲିଭ ଭଳି ଜାତୀୟ ସ୍ତରର ଓଟିଟି ଏବଂ ପ୍ରାଇମ ଭିଡିଓ (ମୋବାଇଲ), ଲାୟନ୍ସଗେଟ୍ ପ୍ଲେ, ଡିସକଭରି ପ୍ଲସ,ଡକୁ-ବେ ଭଳି ଅନ୍ତର୍ଜାତୀୟ ଓଟିଟି ସବସ୍କ୍ରିପସନ ସହିତ ସନ୍ ନେକ୍ସଟ, ହୋଇଚୋଇ, ପ୍ଲାନେଟ୍ ମରାଠୀ, ଚୌପାଲ, ଏପିକଅନ୍ ଓ କଞ୍ଚା ଲଙ୍କା ଭଳି ଲୋକପ୍ରିୟ ଆଞ୍ଚଳିକ ଓଟିଟି ଆପ୍ ସମେତ ପ୍ରାୟ ୧୪ଟି ଓଟିଟି ଆପ୍ ସବସ୍କ୍ରିପସନ୍ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ। ଓଟିଟି ଆପ୍ ଜରିଆରେ ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଷାର ବିଷୟବସ୍ତୁ ଦେଖିବାକୁ ମିଳିବ । ଏହି ପ୍ଲାନ୍ ସହ ଯୋଡ଼ି ହୋଇଥିବା ତଥା…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି ଏହି ଚୁକ୍ତିନାମା ତାହାର ଏକ ଅଂଶବିଶେଷ । ଆତ୍ମ ନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗଗୁଡିକ ଦେଶର ସୈନ୍ୟବାହିନୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ୍‌’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ସେନାକୁ ଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ …

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ଅକ୍ଟୋବର ୦୯, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା। ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା, ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନ ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ବି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ। ଏହି ବୁଝାମଣାପତ୍ରରେ ବିଚାର କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସେମାନଙ୍କ ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ। ଏହି ବୁଝାମଣାପତ୍ରରେ…

Read More

ନୂଆଦିଲ୍ଲୀ: ଜୀ-ସାର୍ଥକ ଓଡିଶାରେ ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି କେବଳ ଦର୍ଶକଙ୍କୁ ସର୍ବଦା ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ପାଇଁ। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ଜୀ-ସାର୍ଥକ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ଦର୍ଶକଙ୍କ ମନ ଜିତିବା ସହ ସଫଳତାର ସହ ୩୦୦ ଅଧ୍ୟାୟରେ ପହଞ୍ଚି ସାରିଛି। ବିଭିନ୍ନ ଅପ୍ରତ୍ୟାଶିତ ମୋଡ ଦେଇ କାହାଣୀ ଗତି କରୁଥିବା ବେଳେ କାହାଣୀର ମୁଖ୍ୟ ନାୟକ, ଏଜେ ସମୟକ୍ରମେ ଜେଲରେ ପହଞ୍ଚିଛି ଓ ଅମ୍ବିକା ଦ୍ବାରା ପ୍ରରୋଚିତ ହୋଇ କାହାଣୀର ମୁଖ୍ୟ ନାୟିକା, ମାନିନୀକୁ ଦୋଷୀ ଭାବିଛି ଓ ପ୍ରତିଶୋଧ ନେବାକୁ ମନ କରିଛି। ସେପଟେ ମାନିନୀ ମନେ ମନେ ଭଲ ପାଇ ବସିଛି ଏଜେକୁ ଓ ପ୍ରପୋଜ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନ ସମାବେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଯୋଗଦେବେ। ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ଏହି ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି।

Read More

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରସ୍ତାବିତ ମସଜିଦର ଶିଳାନ୍ୟାସ ମକ୍କାର ଇମାମ ବା ଇମାମ-ଏ-ହରାମ ଅବଦୁଲ-ରେହମାନ ଅଲ-ସୁଦୈସ କରିବେ। ଅଯୋଧ୍ୟାର ୨୫ କିଲୋମିଟର ଦୂରଧନିପୁର ଗାଁରେ ଏହି ମସଜିଦ ନିର୍ମାଣ କରାଯାଉଛି। ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉତ୍ତରପ୍ରଦେଶ ସରକାର ମସଜିଦର ଜମି ମୁସଲମାନମାନଙ୍କୁ ଦେଇଥିଲେ। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଏହି ମସଜିଦର ନାମ ହେବ ମସଜିଦ ମହମ୍ମଦ ବିନ୍ ଅବଦୁଲ୍ଲା। ମସଜିଦର ଅଧ୍ୟକ୍ଷ ତଥା ମୁମ୍ବାଇର ବିଜେପି ନେତା ହାଜି ଅରଫତ ଶେଖ୍ କହିଛନ୍ତି ଯେ ଅଯୋଧ୍ୟାରେ ନୂଆ ମସଜିଦ ଭାରତର ସର୍ବବୃହତ ମସଜିଦ ହେବ। ଏହି ମସଜିଦରେ ବିଶ୍ୱର ସର୍ବବୃହତ କୁରାନ ମଧ୍ୟ ରହିବ, ଯାହାର ଉଚ୍ଚତା ୨୧ ଫୁଟ ଏବଂ ଚଉଡା ୩୬ ଫୁଟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଜାଣନ୍ତୁ ଅଯୋଧ୍ୟାରେ ମସଜିଦର ଶିଳାନ୍ୟାସ କରୁଥିବା ଇମାମ-ଏ-ହରାମ ଅବଦୁଲ-ରହମାନ ଅଲ୍-ସୁଦାଇସଙ୍କ ବିଷୟରେ। ଇମାମ ଅବଦୁଲ-ରହମାନ ଅଲ-ସୁଦୈସଙ୍କ ପୂରା ନାମ ଅବଦୁଲ ରେହମାନ…

Read More

ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ତୁଳସୀ ହେଉଛି ଏକ ପବିତ୍ର ଉଦ୍ଭିଦ। ଏହାକୁ ସମସ୍ତଙ୍କ ଘରେ ପୂଜା କରାଯାଇଥାଏ। ତୁଳସୀ ଉଦ୍ଭିଦକୁ ଅତି ଯତ୍ନ ନେବାକୁ ପଡିବ, ନଚେତ୍ ଏହି ଉଦ୍ଭିଦ ଶୀଘ୍ର ଶୁଖିଯିବ ଏବଂ ମରିଯିବ। ଏହାର ରକ୍ଷଣାବେକ୍ଷଣ କିମ୍ବା ସେବା ପାଇଁ କିଛି ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଜଳ ପ୍ରଦାନ କରିବାର ନିୟମ। ଏହି ନିୟମ ମାନିବା ଦ୍ୱାରା ବିଷ୍ଣୁ ଏବଂ ଲକ୍ଷ୍ମୀ ପ୍ରସନ୍ନ ହେବେ, ଦେବୀ ତୁଲସୀ ମଧ୍ୟ ଆପଣଙ୍କୁ ଆଶୀର୍ବାଦ କରନ୍ତି। ୧- ରବିବାର ଏବଂ ଏକାଦଶୀରେ ତୁଳସୀ ମୂଳରେ ଜଳ ଦିଆଯାଏ ନାହିଁ। ୨- ରବିବାର ଏବଂ ଏକାଦଶୀରେ ତୁଳସୀ ଠାକୁରଙ୍କ ପାଇଁ ଉପବାସ ପାଳନ କରନ୍ତି। ସେ କେବଳ ଏହି ଦୁଇ ଦିନ ପାଇଁ ଶୋଇଥାନ୍ତି। ୩- ତୁଲସୀ ମାତାଙ୍କୁ ପ୍ରତିଦିନ ଉପଯୁକ୍ତ ପରିମାଣରେ ପାଣି ଦିଆଯିବା ଉଚିତ୍। କମ୍ କିମ୍ବା ଅଧିକ ନୁହେଁ। ୪- ଯଦି ଅଧିକ ପରିମାଣରେ ଜଳ ଦିଅନ୍ତି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଅଭିନବ ବନ୍ଧୁତ୍ବ ମାଧ୍ୟମରେ ନବସୃଜନ ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ବୁଝାମଣାପତ୍ର (ଏମଓୟୁ)ର ଡ୍ରାଫ୍ଟକୁ ଅନୁମୋଦନ ମିଳିଛି। ପଞ୍ଚମ ଭାରତ-ଆମେରିକା ବାଣିଜ୍ୟିକ ଆଲୋଜନା ମାର୍ଚ୍ଚ ୮ରୁ ୧୦ ମଧ୍ୟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋଙ୍କ ଗସ୍ତ ସମୟରେ ୨୦୨୩ ମାର୍ଚ୍ଚ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗାଣ ଶୃଙ୍ଖଳା, ଜଳବାୟୁ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା ସହଯୋଗ, ଅନ୍ତର୍ଭୁକ୍ତ ଡିଜିଟାଲ ଅର୍ଥନୀତିକୁ ଆଗେଇ ନେବା ଏବଂ ବିଶେଷକରି ଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର କୁ ସୁଗମ କରିବା ଉପରେ ରଣନୈତିକ ଧ୍ୟାନ ଦେଇ ବାଣିଜ୍ୟିକ ଆଲୋଚନାପୁନଃ ଆରମ୍ଭ କରାଯାଇଥିଲା । ଏଥିରେ ବାଣିଜ୍ୟିକ ଆଲୋଚନା ଅଧୀନରେ ପ୍ରତିଭା, ଉଦ୍ଭାବନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଆଇଆଇଜି)…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସାଉଦି ଆରବ ରାଷ୍ଟ୍ରର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ୧୮ ଅଗଷ୍ଟ, ୨୦୨୩ରେ ସ୍ୱାକ୍ଷରିତ ଏକ ସହଯୋଗ ରାଜିନାମା ବିଷୟରେ ଅବଗତ କରାଯାଇଥିଲା , ଯାହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଡିଜିଟାଲୀକରଣ, ଇଲେକ୍ଟ୍ରୋନିକ୍ ଉତ୍ପାଦନ, ଇ – ଗଭର୍ଣ୍ଣାନ୍ସ, ସ୍ମାର୍ଟ ଭିତ୍ତିଭୂମି, ଇ – ସ୍ୱାସ୍ଥ୍ୟ ଏବଂ ଇ – ଶିକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ଡିଜିଟାଲ ଉଦ୍ଭାବନ କ୍ଷେତ୍ରରେ ଗବେଷଣାରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି), ରୋବଟ୍‌, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ବ୍ଲକଚେନ୍ ଇତ୍ୟାଦି ଉଦୀୟମାନ ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ସହଯୋଗ ରାଜିନାମାର ଉଦ୍ଦେଶ୍ୟ । ଏହି ବୁଝାମଣା ପତ୍ର…

Read More

ଭୁବନେଶ୍ୱର: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍। ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ ଡାକ୍ତର ଅଶୋକ ଢ଼ାବଲେ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ୩୯ ତମ ଆଇଡିଏ ର ଓଡ଼ିଶା ରାଜ୍ୟ ସମ୍ମିଳନୀ ୨୦୨୩ ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଢ଼ାବଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଭାରତରେ ୩୭୦ ଟି ଡେଂଟାଲ୍ କଲେଜ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ-ଇଟାଲୀ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଅନୁମୋଦିତ ହୋଇଛି। ଭାରତ ସାଧାରଣତନ୍ତ୍ରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ବିସ୍ତାର ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଓ ଶିଳ୍ପ ସମ୍ପଦ ନିରାପତା ମହାନିର୍ଦ୍ଦେଶାଳ୍‌ୟ ଇଟାଲୀ ସାଧାରଣତନ୍ତ୍ର ମଧ୍ୟରେ ଏହି ଶିଳ୍ପ ସମ୍ପତି ଅଧିକାର ବିଷୟଗତ ସହଯୋଗ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସୁବିଧା- ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଦୁଇ ଦେଶ ମଧ୍ୟରେ ବୌଦ୍ଧିକ ସମ୍ପଦା ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶର ଅଂଶୀଦାରଙ୍କ ମଧ୍ୟରେ ସହଯୋଗତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ପୃଷ୍ଠଭୂମି: ଜାତୀୟ ଓ ଆନ୍ତର୍ଜାତିକ ଆଇପିଆର ପଦ୍ଧତିରେ ବିଶେଷକରି ଷ୍ଟାର୍ଟଅପ୍ ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହି ବୁଝାମଣାପତ୍ର ଯୋଗୁଁ ଉଦ୍ୟୋଗମାନେ ଅନେକ ସୁବିଧା ପାଇବେ। ଏହି ବୁଝାବଣାପତ୍ର ଯୋଗୁଁ   ଆଇପିଆର ଆବେଦନପତ୍ରଗୁଡିକର ପଦ୍ଧତି ଗତ ସରଳୀକରଣ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସୁରତ ବିମାନ ବନ୍ଦର ଆର୍ନ୍ତଜାତିକ ବିମାନ ବନ୍ଦର ମାନ୍ୟତାକୁ ଅନୁମୋଦନ କରାଯାଇଛି। ସୁରତ ବିମାନ ବନ୍ଦର କେବଳ ଅନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଦ୍ୱାର ହୋଇରହିବ ନାହିଁ ବରଂ ଏହା ବିନା  ବାଧାବିଘ୍ନ ସହ ହୀରା ଓ କର୍ପାସ ଶିଳ୍ପର ଆମଦାନୀ ରପ୍ତାନୀ ମଧ୍ୟ କରିପାରିବ। ଏହି ରଣନୀତିକ ପଦକ୍ଷେପ ଅଭୂତପୂର୍ବ ଆର୍ଥିକ ସାମର୍ଥ୍ୟ ବୃଦ୍ଧି କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳ ଦୃଶ୍ୟପଟରେ ସୁରତକୁ ଏକ ପ୍ରମୁଖ ସ୍ଥାନରେ ପରିଣତ କରିବା  ଓ  ସେ ଅଞ୍ଚଳରେ ସମୃଦ୍ଧିର ଏକ ନୂତନ ଯୁଗର ସୁତ୍ରପାତ ହେବ। ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାର ସୁରତ ନଗରୀ ଶିଳ୍ପ ବିକାଶ ଓ ଆର୍ଥିକ ଶକ୍ତିର ଅଭୂତପୂର୍ବ ପ୍ରଦର୍ଶନ କରିପାରିଛି। ସୁରତ ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିବା ଯୋଗୁଁ ଆର୍ଥିକ ଅଭିବୃଦ୍ଧି ଘଟିବା ସହ ବିଦେଶୀ ପୁଞ୍ଜିନିବେଶ ଓ କୂଟନୀତିଜ୍ଞ ସମ୍ପର୍କରେ…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଆୟୋଜକ ସମ୍ପାଦକ ଜୟରାମ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ। ବୋର୍ଡା ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଗଡା ହାଇସ୍କଲ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଶୃତି ସିଲଭା ପଣ୍ଡା ଓ ବର୍ଷାରାଣୀ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ। ସମଗ୍ର ୧୩ଟି ବ୍ଲକରୁ ମନୋନୀତ ୬୩ଟି ବିଜ୍ଞାନ ପ୍ରକଳ୍ପ ମାନଙ୍କ ବାଲ୍ ବୈଜ୍ଞାନିକମାନଙ୍କ ଦ୍ୱାରା ଏଥିରେ ପ୍ରଦର୍ଶିତ…

Read More

ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ ।  କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…

Read More

ନୂଆଦିଲ୍ଲୀ: ୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏଠାରେ ୩,୦୬୬ ପିତାମାତା କାହାଣୀ ଶୁଣାଇବା ମାଧ୍ୟମରେ ସମାଜରେ ପଢ଼ିବା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ପିଲାମାନଙ୍କୁ ପଢ଼ାଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟର ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ପଢ଼ିବାର ଖୁସିକୁ ପ୍ରସାର  କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ। ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରଶଂସା।’

Read More

ନୂଆଦିଲ୍ଲୀ: କର୍ଣ୍ଣାଟକର ଶାସକ କଂଗ୍ରେସର ଜଣେ ବିଧାୟକ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ନାମରେ ମନ୍ଦକଲ୍ଲୀ ବିମାନବନ୍ଦରର ନାମକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଗୁରୁବାର ଦିନ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ଓ ବିଜେପି ପୁଣି ଥରେ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି। ପିଟିଆଇ ଅନୁଯାୟୀ, ହୁବଲୀ ବିମାନବନ୍ଦରକୁ କ୍ରାନ୍ତିବୀର ସଙ୍ଗୋଲୀ ରାୟନ୍ନାଙ୍କ ନାମରେ, ବେଲଗାଭି ବିମାନବନ୍ଦରକୁ କିତୁର ରାଣୀ ଚେନମ୍ମାଙ୍କ ନାମରେ, ଶିବମୋଗା ବିମାନବନ୍ଦରକୁ ଜାତୀୟ କବି ଡ. କେ.ଭି. ଜଗଜ୍ୟୋତି ବସେଭେଶ୍ୱରଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବରେ କୁହାଯାଇଛି। ବିମାନବନ୍ଦରର ନାମ ପରିବର୍ତ୍ତନ ଉପରେ ଆଲୋଚନା ବେଳେ ହୁବଲି-ଧାରୱାଡ (ପୂର୍ବ) ବିଧାନସଭା ବିଧାୟକ ପ୍ରସାଦ କହିଛନ୍ତି ଯେ, ମୁଁ ମୈସୁରୁ ବିମାନବନ୍ଦରକୁ ଟିପୁ ସୁଲତାନ ବିମାନବନ୍ଦର ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଉଛି। କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ପରେ ବିରୋଧୀ ଦଳ ବିଜେପି ବିରୋଧ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: କଟକ ମହାନଗର ନିଗମ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ଖାନନଗର ଅଞ୍ଚଳରେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ପହଞ୍ଚିଛି। ଯାତ୍ରା ରହଣୀ ସ୍ଥଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ଯାତ୍ରା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ ଜରିଆରେ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାତ୍ର ରହଣୀ ସ୍ଥଳରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ୍‌ ସ୍ୱନିଧି), ପିଏମ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆଦିର ଷ୍ଟଲ୍‌ ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ହିତାଧିକାରୀଙ୍କ ସଚେତନତା ପାଇଁ କ୍ୟାଲେଣ୍ଡର ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସରକାରୀ ଯୋଜନାର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ। ବିଶେଷ କରି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ…

Read More

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ଆଜି ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଅବମାନନା ଆବେଦନ ଉପରେ ୧୫ ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଜଷ୍ଟିସ୍ ଏସ୍ ସୁନ୍ଦର ଏବଂ ସୁନ୍ଦର ମୋହନଙ୍କ ଖଣ୍ଡପୀଠ ସମ୍ପତ କୁମାରଙ୍କୁ ଆବେଦନ କରିବାକୁ ଅନୁମତି ଦେବା ପାଇଁ ୩୦ ଦିନ ପାଇଁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଧୋନି ଜି ମିଡିଆ, ସମ୍ପତ କୁମାର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାନହାନୀ ମକଦ୍ଦମା ଦାୟର କରିଥିଲେ, ଯେଉଁଥିରେ ସେ ୨୦୧୩ ମସିହାରେ ଆଇପିଏଲ୍ ମ୍ୟାଚ୍ ରେ ବ୍ୟାଟିଂ ଏବଂ ମ୍ୟାଚ୍ ଫିକ୍ସିଂରେ ଜଡିତ ଥିବା ଅଭିଯୋଗ କରିଥିଲେ। ସମ୍ପତ କୁମାର ପ୍ରଥମେ ଆଇପିଏଲ ବ୍ୟାଟିଂ ସ୍କାମର ଯାଞ୍ଚ କରିଥିଲେ। ସମ୍ପତ କୁମାରଙ୍କ ସମେତ ପ୍ରତିବାଦିମାନଙ୍କୁ ତାଙ୍କ ସହ ମାନହାନି ବୟାନ ଜାରି କିମ୍ବା ପ୍ରକାଶ ନକରିବାକୁ ଧୋନି ଦାବି କରିଥିଲେ। ହାଇକୋର୍ଟ ଏହା ପୂର୍ବରୁ ଏକ ଅସ୍ଥାୟୀ…

Read More

କନ୍ଦର୍ପ ବେହେରା ରେଢାଖୋଲ: ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଠାରୁ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନାକଟିଦେଉଳ ବ୍ଲକ୍ ର ଜନୈକା ମତ୍ସ୍ୟ ଅଧିକାରୀ ଧରାପଡି ଗିରଫ ହୋଇଥିବା ଖବର ହସ୍ତ ଗତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ବ୍ଲକ୍ ବଳମ୍ ପଞ୍ଚାୟତର ଉପରମୁଣ୍ଡା ଗ୍ରାମରେ ଥିବା ସମଲେଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଆତ୍ମନିର୍ଭର ଶୀଳ ହେବା ପାଇଁ ପଂଚାୟତର ଏକ ପୋଖରୀରେ ମାଛ ଚାଷ କରିଛନ୍ତି। ସରକାରଙ୍କ ତରଫରୁ ଗ୍ରୁପ୍ କୁ ମଧ୍ୟ ସବ୍ ସିଡି ମଧ୍ୟ ଦିଆ ଯାଉଛି। ସବସିଡି ପାଇଁ ନାକଟିଦେଉଳ ବ୍ଲକ୍ ର ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ସମଲେଇ ଏସ୍ ଏଚ୍ ଜି ଗ୍ରୁପ୍ କୁ ୨୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ଲାଞ୍ଚ ମାଗିଥିଲେ। ଗ୍ରପ୍ ର ସଭ୍ୟାମାନେ ମଧ୍ୟ ହଁ କରିଥିଲେ। ଆଜି ଗ୍ରୁପ୍ ସଭାପତି ଓ ସଂପାଦିକାଙ୍କ ଦସ୍ତଖତ…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଭବାନୀପାଟଣା ସ୍ଥିତ ଡି ଆଇ ଇ ଟି ସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ରେ ୨୮ ଟି ନିଯୁକ୍ତି ଦାତା ସଂସ୍ଥା ଓ ୧୦ ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳା ରେ ୨୬୭୫ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଭାଗ ନେଇଥିଲେ ଓ ୧୦୪୫ ଜଣ ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହୋଇଥିଲେ। ଏହି ମେଳା ରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ,କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଯୁବ କଲ୍ୟାଣ ଅଧିକାରୀ ମଧୁଲିକା ସା ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ଏହି ସୁଯୋଗ…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରିପାରିଛି। ମୁମ୍ବାଇ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟାନ୍ସକୁ ଟ୍ରେଡ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମା ଦଳର ନେତୃତ୍ଵ ନେଉଥିଲେ। ରୋହିତ ଦୀର୍ଘ ସମୟ ଧରି ଦଳର ଅଧିନାୟକ ରହିଥିଲେ। ତାଙ୍କ ଉପସ୍ଥିତିରେ ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିଲା। କିନ୍ତୁ ବର୍ତ୍ତମାନ ରୋହିତ ଅଧିନାୟକ ଦାୟିତ୍ୱରୁ ମୁକ୍ତି ପାଇଛନ୍ତି। ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରିଛନ୍ତି। https://twitter.com/mipaltan/status/1735643112159031604?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1735643112159031604%7Ctwgr%5E3fbb9ce5691e3ef180024628b953ec471504d330%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fipl%2Fipl-2024-hardik-pandya-as-a-captain-mumbai-indians-rohit-sharma-2561547 ମୁମ୍ବାଇ ଏହାର ଅଫିସିଆଲ ୱେବସାଇଟରେ ଏକ ବିବୃତ୍ତି ଜାରି କରି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାର ଖବର ସେୟାର କରିଛି। ମୁମ୍ବାଇ ଏହି ବିବୃତ୍ତିରେ ଲେଖିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ଆଜି ଅଧିନାୟକତ୍ୱ ପରିବର୍ତ୍ତନ ଘୋଷଣା କରୁଛି। ଆଗାମୀ ସିଜନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏପର୍ଯ୍ୟନ୍ତ ସଫଳ ହୋଇଛି। ଦଳ ଲେଖିଛି ଯେ, ରୋହିତ ଶର୍ମାଙ୍କ ପାଇଁ ଆମ ଦଳ କୃତଜ୍ଞ।…

Read More