ଭୀଷ୍ମ ନୀତି: ଶାସ୍ତ୍ରରେ ଖାଇବାର ଅନେକ ନିୟମ ଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ଯଦି ଖାଇବା ସମୟରେ ଭୀଷ୍ମଙ୍କ ସୂତ୍ର ଗ୍ରହଣ କରାଯାଏ, ତେବେ ଦାରିଦ୍ର୍ୟ କେବେ ଆସିବ ନାହିଁ। ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଭୀଷ୍ମ ପିତାମହ ଶରଶଯ୍ୟାରେ ପଡ଼ିଥିଲେ, ଯୁଧିଷ୍ଠିରଙ୍କ ସମେତ ପାଣ୍ଡବ, ଅର୍ଜୁନ ତାଙ୍କଠାରୁ ଜ୍ଞାନ ଆଣୁଥିଲେ। ଏହି ଜ୍ଞାନକୁ ଭୀଷ୍ମ ନୀତି ମଧ୍ୟ କୁହାଯାଏ। ଏହି ସମୟରେ, ଭୀଷ୍ମ ପିତାମହ ଖାଦ୍ୟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ, ଯାହା ଆଜିର ପିଢୀ ଜାଣିବା ଆବଶ୍ୟକ। ଭୀଷ୍ମ ପିତାମହ କହିଛନ୍ତି ଯେ, ଯେଉଁଠାରେ ପରିବାର ସଦସ୍ୟ ସମାନ ଥାଳିରେ ଏକାଠି ଖାଦ୍ୟ ଖାନ୍ତି, ସେଠାରେ ଧନ ଏବଂ ଖାଦ୍ୟର ଅଭାବ ରହିବ ନାହିଁ। ମା’ ଲକ୍ଷ୍ମୀ ସେଠାରେ ବାସ କରନ୍ତି। ଏହିପରି ଭୋଜନକୁ ଅମୃତ ପରି ବିବେଚନା କରାଯାଏ। ଭୀଷ୍ମ ପିତାମହଙ୍କ ଅନୁଯାୟୀ, ଯେଉଁ ଖାଦ୍ୟରେ କେଶ ପଡ଼େ, ସେପରି ଖାଦ୍ୟ ଖାଇବାକୁ ଯୋଗ୍ୟ ବିବେଚନା…
Author: SM Network
ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଯୁକ୍ତିତର୍କ ଆପଣଙ୍କୁ ଅସୁବିଧାରେ ପକାଇପାରେ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କର । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନେ ସହାୟତା ପାଇବେ । ଯାତ୍ରା ସ୍ଥଗିତ ରଖନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ । ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ଠାରେ…
ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଦୁଦୁରକୋଟ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ରାୟ କହିଛନ୍ତି, ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଲୋକମାନେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ିକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିବା ଉତ୍ସାହଜନକ । ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ପହଞ୍ଚି ପାରୁଛି । ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କର ଯାତ୍ରା ରହଣୀ ସ୍ଥଳରେ ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମୋଦୀଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ଏସବୁ ଯୋଜନା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ବିଶେଷ ଭୂମିକା ରହିଥିବା ସେ ଗୁରୁତ୍ୱାରୋପ କରି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ବର୍ତ୍ତମାନ ଦେଶର ସମସ୍ତ ସ୍ଥାନରେ ପହଞ୍ଚିଛି । ଏହାର ଗୋଟିଏ ମାସର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ହଜାର ହଜାର ଗାଁ ସହିତ ୧୫୦୦ ସହରରେ ପହଞ୍ଚିଛି ଯେଉଁଥିରେ ଛୋଟ ସହର ମଧ୍ୟ ଅନ୍ତର୍ଭୁକ୍ତ ।…
କଟକ: ଆଜିକୁ ଦେଢ଼ ଶହ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାରେ ଶିକ୍ଷା ବିକାଶରେ ବିଶେଷତଃ ନାରୀଶିକ୍ଷାର ବିକାଶର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ସାକାର ରୂପ ହେଉଛି ରେଭେନ୍ସା ବାଳିକା ବିଦ୍ୟାଳୟ’ । ସମଗ୍ର ଭାରତବର୍ଷରେ ସମାଜ ନେତୃତ୍ୱରେ ଓଡିଶାରେ ନାରୀଶକ୍ତି କଳ୍ପନାର ଏହି ସ୍କୁଲ ସବୁଠୁ ବଡ ପ୍ରମାଣ ବୋଲି ଶନିବାର କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ନବଜାଗରଣର ଅଭ୍ୟୁଦୋୟ ହୋଇଥିବା ସ୍ଥାନରେ ୧୮୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ,…
ଖୋର୍ଦ୍ଧା: ଆଜି ଦିବା ୧୧.୦୦ ଘଟୀକାରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତା ରେ “ନୂଆ ଓ “ କାର୍ଯ୍ୟକ୍ରମର ଏକ ବୈଠକ ଓସ୍ୱାନ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ବେହେରା। ଜାନୁଆରୀ ୧୦ ତାରିଖରେ ଓଡ଼ିଶା ସରକାର କ୍ରିଡା ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ୟୁଥ ଫେଷ୍ଟିଭାଲ ହେବାକୁ ପ୍ରସ୍ତାବ ରଖିଥିଲେ। “ନୂଆ -ଓ” କାର୍ଯକ୍ରମ ସମସ୍ତ ୧୦୮ କଲେଜ ରେ ସାଂସ୍କୃତିକ/କ୍ରିଡା /ସୋସିଆଲ କ୍ଷେତ୍ରରେ ବିଭିନ୍ନ ଇଭେଣ୍ଟ ରେ ଛାତ୍ରୀ/ ଛାତ୍ର ମାନେ ଭାଗ ନେଇ ସର୍ବୋଚ୍ଚ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀ ଙ୍କ ମଧ୍ଯରେ ବ୍ଲକ/ ମୁନିସିପାଲିଟି /ବି. ଏମ. ସି ସ୍ତରରେ ବିଭିନ ଇଭେଣ୍ଟରେ ପ୍ରତିଯୋଗୀତା କରାଯାଇ ୩୧.୧୨ ୨୦୨୩ ରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବାକୁ ଜିଲ୍ଲାପାଳ DCO,DSO ADEO ଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଫେସନାଲ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆଜି ଚିଲିକା କୂଳରେ ପ୍ଲାଷ୍ଟିକସଫେଇ ସହିତ ବେଟି ପଢ଼ାଓ ଓ ବେଟି ବଚାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆବାହକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡ଼ା, ଡକ୍ଟର ସନ୍ତୋଷ ରଥ, ଶିବରାମ ସିଂ, ବିଶ୍ୱଜିତ ଦାଶ, ହିମାଂଶୁ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଚିଲିକା୍କୂଳ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ବେଟି ପଢ଼ାଅ – ବେଟି ବଞ୍ଚାଅ ସଚେତନତା ଅଭିଯାନ କରିଥିଲେ। ଏହି ଅବସରରେ ସ୍ବେଛାସେବୀ ମାନେ ବାଲୁଗାଁ ଏନ ଏ ସି ର ବିଭିନ୍ନ ୱାର୍ଡ଼ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟ ପ୍ରସାରିତ କରିବା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ଓ ଶଙ୍କର…
ଭୁବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ କୁଚେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚି ପାରିବ ଏବଂ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିଛି ସେମାନଙ୍କର ଅନୁଭୂତି ଜାଣିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି। ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଆମେ ସେସବୁ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ। ଆଜି କୁଚେଇ ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ…
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀ ଆକ୍ରମଣ ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସାଂସଦମାନଙ୍କୁ ସଂସଦରେ ଘଟିଥିବା ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। ବାଚସ୍ପତି ଏହା ମଧ୍ୟ କହିଛନ୍ତି ଯେ, ଗୃହ ଭିତରେ ଘଟିଥିବା ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ଚିଠିରେ ଲୋକସଭାର ବାଚସ୍ପତି ଅତୀତରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସାଂସଦଙ୍କ ନିଲମ୍ବନ ଘଟଣା ଏହି ଘଟଣା ସହ ଜଡିତ ହେବା ଦୁର୍ଭାଗ୍ୟଜନକ, କିନ୍ତୁ ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଯେଉଁଥିରୁ ଦେଶ ଏହାର ସାକ୍ଷୀ ରହିଛି।’ ସେ କହିଛନ୍ତି ଯେ, ଏଭଳି ଘଟଣାର କେଉଁ ନିଷ୍ପତ୍ତି ନେବାକୁ ହେବ, ତାହା ଲୋକସଭା ବାଚସ୍ପତିଙ୍କ ଅଧିକାର ରହିଛି। ଗୃହର ସମ୍ମାନ ବଜାୟ ରଖିବା ପାଇଁ ସାଂସଦମାନଙ୍କୁ ନିଲମ୍ବନ କରିବାର କଠୋର ନିଷ୍ପତ୍ତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସମସାମୟିକ ଭାରତୀୟ ସାହିତ୍ୟ ଓ ସମାଜରେ ରାମାୟଣ ଓ ମହାଭାରତର ପରିବର୍ତ୍ତିତ ଦୃଷ୍ଟିକୋଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ରାମାୟଣ ଓ ମହାଭାରତର ସାମ୍ପ୍ରତିକ ପ୍ରାସଙ୍ଗିକତା ଓ ଭାରତୀୟ ସାହିତ୍ୟରେ ଏହାର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିବା ସହ ଏହାକୁ ଜନମାନସରେ ବ୍ୟାପକ କରିବାକୁ ବୌଦ୍ଧିକ ଯୁକ୍ତି ବାଢ଼ିଥିଲେ। ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ତଥା ଆବାହିକା ଡକ୍ଟର ଜୟନ୍ତୀ ସାମଲ ସମ୍ପlନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷା…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୪୧୮ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ, ସିଡିଏ କର୍ମଚାରୀ, ପୋଲିସ କର୍ମଚାରୀ, ମତ୍ସ୍ୟବିଭାଗ କର୍ମଚାରୀ, ୩ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ। ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ ଚିଲିକା ମଧ୍ୟରେ ପ୍ରାୟତଃ ୪୧୮ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୨୦ କୁଇଣ୍ଟାଲ ଜିରୋ ନେଟ ଜବତ କରାଯାଇଥିବା ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଦକ୍ଷିଣ ଭାରତର କର୍ଣ୍ଣାଟକ ଓ କିଛି ମାତ୍ରାରେ ତେଲେଙ୍ଗାନାକୁ ବାଦ୍ ଦେଲେ ବିଜେପି ଏପର୍ଯ୍ୟନ୍ତ କୌଣସି ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିପାରିନାହିଁ। କିନ୍ତୁ ଏବେ ସେ ଦକ୍ଷିଣରେ ପାଦ ରଖିବା ପାଇଁ ଏକ ଫର୍ମୁଲା ବାହାର କରିଛନ୍ତି। ଏହା ହେଉଛି ‘ନାରୀ ଶକ୍ତି’ର ଫର୍ମୁଲା। ଦଶନ୍ଧି ଧରି ଚାଲିଥିବା ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବାର ଐତିହାସିକ ସଫଳତାର ଫାଇଦା ଉଠାଇବାକୁ ଯାଉଛନ୍ତି ମୋଦି ସରକାର। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପଛରେ ମହିଳା ଭୋଟରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ ଏହି ଫର୍ମୁଲା ଜରିଆରେ ଦଳ ଦକ୍ଷିଣ ଭାରତରେ ନିଜର ରାଜନୈତିକ ଭିତ୍ତିଭୂମିକୁ ମଜବୁତ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ମାସ ୨ ତାରିଖରେ କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କାର୍ଯ୍ୟକ୍ରମ ‘ସ୍ତ୍ରୀ ଶକ୍ତି ସମାଗମ’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟର ୨…
ଭୁବନେଶ୍ଵର: ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21 ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବ୍ୟତୀତ,…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଦୁଇଟି ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଦ୍ରୁତ ବୋଲରଙ୍କୁ ଆଫ୍ରିକୀୟ ଗସ୍ତରୁ ବାଦ୍ ଦିଆଯାଇଛି। ଦ୍ରୁତ ବୋଲର ଦୀପକ ଚହର ODI ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିଥିବାବେଳେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଚହର ODI ସିରିଜର ଏକ ଅଂଶ ହୋଇଥିବାବେଳେ ଶାମି ୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସ୍ସାମିଲ ହେବାକୁ ଯାଉଥିଲେ। ବିସିସିଆଇ ଏକ ବିବୃତ୍ତି ଜାରି କରି ଉଭୟ ଖେଳାଳିଙ୍କୁ ଏହି ଗସ୍ତରୁ ବାଦ ଦେଇଛି। ଦୀପକ ଚହରଙ୍କ ସ୍ଥାନରେ ଆକାଶ ଦୀପ ସିଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆରେ ଯୋଗଦେବେ।
ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଜୋରଦାର ବିବାଦ ଦେଖାଦେଇଥିଲା। ଶେଷରେ ସରକାର କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଇନ ଆସିବା ପରେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ। କୁହାଯାଉଛି ଯେ କଲେଜିୟମ ବ୍ୟବସ୍ଥା ଯୋଗୁଁ ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ବିଚ୍ଛିନ୍ନତାର ବ୍ୟାପକ ଅନୁପ୍ରବେଶ ହେଉଛି। ୨୦୧୮ ମସିହାରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସରକାର ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ୭୬% ବିଚାରପତି ନିଯୁକ୍ତି ସାଧାରଣ ବର୍ଗର କରାଯାଇଛି। କ’ଣ କହୁଛି ପରିସଂଖ୍ୟାନ ତଥ୍ୟ ଅନୁଯାୟୀ, ୨୦୧୮ରୁ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଥିବା ୬୫୦ ଜଣ ବିଚାରପତିଙ୍କ ମଧ୍ୟରୁ ୪୯୨ ଜଣ ସାଧାରଣ ବର୍ଗର। ଅର୍ଥାତ୍ ସମୁଦାୟ ନିଯୁକ୍ତିର ୭୬% ଅଣସଂରକ୍ଷିତ ବର୍ଗରୁ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ କହିଛନ୍ତି ଯେ ବିଭିନ୍ନ ହାଇକୋର୍ଟର କଲେଜିୟମଦ୍ୱାରା ବିଚାରପତି…
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ୨୫ଟି ହାଇକୋର୍ଟ, ଜିଲ୍ଲା ଓ ଅଧୀନ ଅଦାଲତରେ ସମୁଦାୟ ୫ କୋଟି ମାମଲା ବିଚାରାଧୀନ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୧ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲାର ଶୁଣାଣି ବାକି ରହିଛି। ସେଥିମଧ୍ୟରୁ ୨୫ଟି ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଅର୍ଜୁନ ରାମ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦ ହଜାର ମାମଲା ବିଚାରାଧୀନ ରହିଛି । ୬ ମାସ ତଳେ ଜୁଲାଇ ପହିଲାରେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୬୯ ହଜାର ୭୬୬ ଥିଲା । ଯାହା ଡିସେମ୍ବର ୧ରେ ୮୦ ହଜାରରୁ ଅଧିକ ହୋଇଥିଲା। ତିନି ବର୍ଷ ତଳେ ୨୦୨୦ ମାର୍ଚ୍ଚରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦ ହଜାର…
ନୂଆଦିଲ୍ଲୀ: ମଥୁରାର ଇଦ୍ଗାହ ମସଜିଦ ସର୍ଭେ କରିବାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଆପତ୍ତି ନାହିଁ। ଡିସେମ୍ବର ୧୫ତାରିଖରେ କୋର୍ଟ ସର୍ଭେ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଏହି ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ବିବାଦୀୟ ସ୍ଥାନର କମିଶନର ସର୍ଭେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୯ରେ ହେବ। ମସଜିଦରେ ନିର୍ମିତ ପଦ୍ମ ଓ ଶେଷନାଗ ହିନ୍ଦୁ ପକ୍ଷର ଦାବିର ଆଧାର ପାଲଟିଛି ୧୫ ଡିସେମ୍ବର ୨୦୨୩ରେ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ କହିଛନ୍ତି ଯେ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡ ଏବଂ ଶାହି ଇଦ୍ଗାହ ମସଜିଦ କମିଟି ତୁରନ୍ତ ଜବରଦଖଲ ହୋଇଥିବା ଜମି ଖାଲି କରନ୍ତୁ। ଏହି ଜମିକୁ ଯଥାଶୀଘ୍ର ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଆବେଦନରେ ନିବେଦନ କରାଯାଇଛି। ଏହାବ୍ୟତୀତ କୃଷ୍ଣଭୂମିକୁ ସଂଯୋଗ କରୁଥିବା ୧୩.୩୭ ଏକର ପରିସରରେ ମୁସଲମାନ ପକ୍ଷର ପ୍ରବେଶ ଉପରେ…
ନୂଆଦିଲ୍ଲୀ: ଦେଶର ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ବିଗତ କିଛିବର୍ଷ ମଧ୍ୟରେ ଏହି ପଦବୀର ଟ୍ରେଣ୍ଡ ବଢ଼ିବାରେ ଲାଗିଛି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର ଇତିହାସରେ ଏପର୍ଯ୍ୟନ୍ତ ଦେଶରେ ସର୍ବାଧିକ ଉପମୁଖ୍ୟମନ୍ତ୍ରୀ ନିକଟରେ ୪ଟି ରାଜ୍ୟରେ ନବଗଠିତ ସରକାରରେ ୭ ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ୧୪ଟି ରାଜ୍ୟରେ ସମୁଦାୟ ୨୪ ଜଣ ଡେପୁଟି ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହା ଭାରତର ରାଜନୈତିକ ଇତିହାସର ଯେକୌଣସି ମୁହୂର୍ତ୍ତରେ ସର୍ବାଧିକ ସଂଖ୍ୟକ ଉପମୁଖ୍ୟମନ୍ତ୍ରୀ। ଯଦିଓ ଜଣେ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ଅଟନ୍ତି, କିନ୍ତୁ ଏହି ପଦବୀର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ କେବଳ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ଏହି ପରୀକ୍ଷଣର ବାଧ୍ୟତାମୂଳକତା ବା ଏହାର ରଣନୀତିର କାରଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ସେମାନେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ…

