ନୂଆଦିଲ୍ଲୀ: ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରେ ସବୁ ସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି। ଏହା ମାଧ୍ୟମରେ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଆଗକୁ ଆଣିବା ପାଇଁ ବିଜେପି ରାଜନୈତିକ ପରୀକ୍ଷଣ କରିଥିବା କୁହାଯାଉଛି। ଏହା ସହ ବିଜେପି ଏକ ଦୃଢ଼ ପ୍ରତୀକାତ୍ମକ ଭିତ୍ତିଭୂମି ସୃଷ୍ଟି କରିବା ସହ ନୂଆ ସାମାଜିକ ଇଞ୍ଜିନିୟରିଂ ସୃଷ୍ଟି କରି ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଦିବାସୀ, ଦଳିତ, ବ୍ରାହ୍ମଣ ଓ ରାଜପୁତ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରି ବିଜେପି ଏକ ବାର୍ତ୍ତା ଦେଇଛି। ଏହା ସହ ତିନି ରାଜ୍ୟରେ ନୂଆ ନେତୃତ୍ୱ ପାଇଁ ନୂଆ ରାଜନୈତିକ ପିଚ୍ ପ୍ରସ୍ତୁତ କରି ଦଳ ସମସ୍ତଙ୍କୁ ଚକିତ କରିଛି। ସଂଘ ଓ ହାଇକମାଣ୍ଡଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କେହି ନୁହଁନ୍ତି ଏହି ନିଷ୍ପତ୍ତି ପଛରେ ସଂଘ ଓ ବିଜେପି ହାଇକମାଣ୍ଡ ଅନେକ…
Author: SM Network
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ଆମର ଦୈନ୍ୟନ୍ଦିନ ଜୀବନରେ ବେଶ୍ ଗୁରୁତ୍ବ ବହନ କରେ। ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ସତ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଚର୍ଯ୍ୟ କହିଛନ୍ତି ଯେ, ଜଣେ ମଣିଷ ତାହାର କାମକୁ କଣ କଲେ ସେ ସଫଳତା ହାସଲ କରିପାରି। ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି। ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଏହି ଅତ୍ୟାଧୁନିକ ସୁବିଧା କେବଳ ଯାତ୍ରା ଅଭିଜ୍ଞତାକୁ ବଢ଼ାଇବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ପୃଷ୍ଠଭୂମି ଟର୍ମିନାଲ ସୌଧରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପିକ୍ ସମୟରେ ପରିବହନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ ପରିଚାଳନା କ୍ଷମତା ୫୫ ଲକ୍ଷ ଯାତ୍ରୀଙ୍କୁ ବୃଦ୍ଧି କରିବା ସହିତ ପିକ୍ ସମୟର କ୍ଷମତାକୁ ୩୦ ଯାତ୍ରୀକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ସୁରଟ ସହରର…
ମେଷ ରାଶି- ଏହି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ । ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ ସମୃଦ୍ଧତା ରହିବ । ବୃଷ ରାଶି- ଏହି ରାଶି ଥିବା ବ୍ୟକ୍ତିମାନେ ଆଜି ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେବେ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପ୍ରଭାବଶାଳୀ ଲୋକମାନେ ମାର୍ଗ ଦର୍ଶନ ପାଇ ପାରିବେ । ମସ୍ତିଷ୍କରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । ମନର ସମସ୍ତ ଅସୁବିଧା ଦୂର ହେବ । କୈଣସି ସ୍ଥାନରେ ସାଙ୍ଗମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ମିଥୁନ ରାଶି- ଏହି ରାଶିର ଲୋକମାନେ କେବଳ କମ୍ ପରିଶ୍ରମ ସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରତ ନଗରୀରେ ଏକ ହୀରା ବଜାରର ଉଦ୍ଘାଟନ କରିଛନ୍ତି। ସୁରତ ଡାଇମଣ୍ଡ ବର୍ସ ବା ସୁରତ ହୀରକ ବଜାର ନାମରେ ନାମିିତ ଏହି ବଜାର ହୀରା ବ୍ୟବସାୟ ପାଇଁ ପ୍ରସିଦ୍ଧ ସୁରତ ନଗରୀକୁ ନୂତନ ବ୍ୟାବସାୟିକ ସୁବିଧା ସୁଯୋଗ ଯୋଗାଣ ସହିତ ଏକ ନୂତନ ପରିଚୟ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚତତ୍ତ୍ୱ ଉଦ୍ୟାନ ପରିଦର୍ଶନ କରିଥିଲେ। ସେ ସୁରତ ଡାଇମଣ୍ଡ ବର୍ସ (ହୀରା ବଜାର)ର ସବୁଜ ଭବନ ଓ ସ୍ପାଇନ-୪କୁ ବୁଲି ଦେଖିଥିଲେ। ଏହା ପରେ ସେ ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ମଧ୍ୟ ସୁରତ ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ଉଦ୍ଘାଟିତ ହୋଇଥିଲା। ସୁରତ ‘ହୀରା ବଜାର’କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ସେ କହିଥିଲେ ଯେ ଏହି ହୀରା ବଜାର ଉଦଘାଟନ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ତାମିଲ ସଙ୍ଗମମ୍ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କନ୍ୟାକୁମାରୀ-ବାରଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ। ସେ ପ୍ରଦର୍ଶନୀରେ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। କାଶୀ ତାମିଲ ସଙ୍ଗମମ୍ ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର । ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପୁନରୁଦ୍ଧାର ଏବଂ ପୁନଃ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅତିଥି ଭାବରେ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟ ଭାବରେ ସ୍ୱାଗତ କରିଥିଲେ । ସେ କହିଛନ୍ତି ଯେ ତାମିଲନାଡୁରୁ କାଶୀରେ ପହଞ୍ଚିବା ଅର୍ଥ ହେଉଛି ଭଗବାନ ମହାଦେବଙ୍କ ଗୋଟିଏ…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ ରେ ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୫ ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏହା ଦ୍ଵାରା ଅର୍ଶଦୀପ ସିଂ ତାଙ୍କ କ୍ୟାରିୟରରେ ଏକ ବିଶେଷ କମାଲ କରିଛନ୍ତି। ଆର୍ଶଦୀପ ଏକମାତ୍ର ଭାରତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି, ଯିଏକି ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଦିନିକିଆରେ ୫ ୱିକେଟ୍ ନେଇ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ଏକ ଆଫ୍ରିକୀୟ ଦଳ ବିପକ୍ଷରେ ଖେଳିବାବେଳେ କୌଣସି ଭାରତୀୟ ଦ୍ରୁତ ବୋଲର ଏହି ସଫଳତା ହାସଲ କରିନଥିଲେ। ଏହି ମ୍ୟାଚରେ ଅର୍ଶଦୀପ ୧୦ ଓଭର ବୋଲିଂ କରିଥିଲେ ଯେଉଁଥିରେ ସେ ୩୭ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂଙ୍କ ବ୍ୟତୀତ ଆବେଶ ଖାନ ମଧ୍ୟ ମ୍ୟାଚରେ ଚମତ୍କାର ବୋଲିଂ କରି ୪ ଟି ୱିକେଟ୍ ନେଇଥିଲେ। ଉଲ୍ଲେଖଥାଉ କି, ଅର୍ଶଦୀପ ହେଉଛନ୍ତି ତୃତୀୟ ଭାରତୀୟ ବୋଲର ଯିଏ…
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପରାଜୟ ହେତୁ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳ ଏଭଳି ପରାଜୟର ଆଶା କରିନଥିଲା। ଏହି କାରଣରୁ କଂଗ୍ରେସ ପ୍ରଥମେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦଳ ସଂଗଠନରେ ପରିବର୍ତ୍ତନ ଆଣିଛି। କଂଗ୍ରେସ ପୂର୍ବତନ ଡେପୁଟି ସିଏମ୍ ତଥା କଂଗ୍ରେସ ନେତା ସଚିନ ପାଇଲଟଙ୍କ ଘନିଷ୍ଠ ଅଭିମନ୍ୟୁ ପୁନିଆଙ୍କୁ ରାଜସ୍ଥାନ ଯୁବ କଂଗ୍ରେସର ସଭାପତି ଭାବେ ଚୟନ କରିଛି। ଏହା ବ୍ୟତୀତ ସୁଧୀନ୍ଦ୍ର ମୁଣ୍ଡ ଏବଂ ଯଶବୀର ସୁରାଙ୍କୁ ରାଜସ୍ଥାନର କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି। ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିବି ଏ ବାବଦରେ ଏକ ଆଦେଶ ଜାରି କରିଛନ୍ତି। ସମ୍ପ୍ରତି ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସମସ୍ତଙ୍କୁ ନିଯୁକ୍ତି କରିବାର ଥିଲା। ତେବେ ପୂର୍ବତନ ସିଏମ୍ ଅଶୋକ ଗେହଲୋଟ୍ ଏବଂ ସଚିନ୍ ପାଇଲଟ୍ ଙ୍କୁ ମଧ୍ୟରେ ବିବାଦକୁ ଏଡାଇବା ପାଇଁ ଏହି ପଦବୀରେ ନିଯୁକ୍ତି ଦିଆଯାଇ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଅପରାହ୍ନରେ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୬) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ପଲ୍ଲିଶ୍ରୀ କୌଣସି କାରଣରୁ ଆଜି ଅପରାହ୍ନରେ ଘରେ ବିଷ ପିଇଦେଇଥିଲେ। ପରିବାରବର୍ଗ ସଙ୍ଗେସଙ୍ଗେ ତାଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ପଲିଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ବାଣପୁର ଥାନାକୁ ଡାକ୍ତର ସୂଚନା ଦେବା ପରେ ପୋଲିସ ବାଲୁଗାଁ ମେଡିକାଲ ଯାଇ ମୃତ ପଲ୍ଲିଶ୍ରୀଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। ରଣବୀର କପୁରଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ଏହି ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ କୌଣସି ଚଳଚ୍ଚିତ୍ର ଏହି ସଫଳତା ହାସଲ କରିନଥିଲା। ଏହା ସହିତ ଘରୋଇ ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଥିବା ‘ଆନିମଲ’ ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର ହୋଇପାରିଛି। ‘ଆନିମଲ’ ହେଉଛି ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର ଯାହା ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହାପୂର୍ବରୁ ‘ଜବାନ’ (୬୪୦.୨୫ କୋଟି), ‘ଗଦର ୨’ (୫୨୫.୭ କୋଟି) ଏବଂ ‘ପଠାନ’ (୫୪୩.୦୯ କୋଟି) ଏହି ରେକର୍ଡ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ରଣବୀର କପୁରଙ୍କ ଫିଲ୍ମ ଘରୋଇ ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର କ୍ଲବରେ ସ୍ଥାନ ହାସଲ କରିଥିବାବେଳେ…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବର ବଠିଣ୍ଡାଠାରେ ୧୧୨୫ କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ସିଏମ୍ କେଜ୍ରିୱାଲ ବଠିଣ୍ଡାରେ ‘ବିକାଶ କ୍ରାନ୍ତି ରାଲି’ରେ ଭାଗ ନେଇଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବର ସିଏମ୍ ଭଗବନ୍ତ ମନ ମଧ୍ୟ AAP ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ଉପସ୍ଥିତ ଥିଲେ। ‘ବିକାଶ କ୍ରାନ୍ତି ରାଲି’ରେ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ଏହି ରାଲିରେ କେଜ୍ରିୱାଲ ଇଣ୍ଡିଆ ମେଣ୍ଟରେ ସିଟ୍ ବାଣ୍ଟିବା ପୂର୍ବରୁ ଏକ ସଂକେତ ଦେଇଥିଲେ। ଲୋକସଭାରେ ପଞ୍ଜାବର ସମସ୍ତ ୧୩ ଟି ଆସନରେ AAP ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିପାରେ। ବଠିଣ୍ଡାରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଆମକୁ ପଞ୍ଜାବର ସମସ୍ତ ୧୩ ଟି ସିଟ୍ ଦିଅନ୍ତୁ ଏବଂ ଆମର ହାତ ମଜବୁତ କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀର କାମ ଦେଖିବା ପରେ ଆପଣ ପଞ୍ଜାବରେ…
ସ୍ୱାସ୍ଥ୍ୟ ଟିପ୍ସ: ନୂଆ ବର୍ଷକୁ ଆଉ ଅଳ୍ପ ଦିନ ବାକି ଅଛି। ୨୦୨୪ କୁ ସ୍ୱାଗତ କରିବାକୁ ସମସ୍ତେ ଉତ୍ସାହିତ। ସମସ୍ତେ ନୂଆ ବର୍ଷରେ ନିଜକୁ ପରିବର୍ତ୍ତନ କରିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରନ୍ତି। ଅନେକ ଲୋକ ସେମାନଙ୍କର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚିନ୍ତା କରନ୍ତି। ଏସବୁ ମଧ୍ୟରେ ହୃଦୟ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଆବଶ୍ୟକ। ବାସ୍ତବରେ, ଆଜିକାଲି ହୃଦରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଏହାର ସଠିକ୍ ଯତ୍ନ ନିଆଯାଏ ନାହିଁ, ତେବେ ଏହା ସାଂଘାତିକ ହୋଇପାରେ। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନୂତନ ବର୍ଷରେ ହୃଦୟକୁ ସୁସ୍ଥ ରଖିବା ପାଇଁ ୮ ଟି ଟିପ୍ସ ଦେଉଛନ୍ତି, ଯାହା ଅନୁସରଣ କରି ଆପଣ ହୃଦଘାତରୁ ଦୂରେଇ ରହିପାରିବେ। ୧. ବ୍ୟାୟାମ କରନ୍ତୁ: ସୁସ୍ଥ ହୃଦୟ ପାଇଁ ଶାରୀରିକ ଭାବେ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ନିୟମିତ ବ୍ୟାୟାମ କରିବା ଉଚିତ୍। ଯଦି ଆପଣ ଚାହାଁନ୍ତି, ଆପଣ…
ନୂଆଦିଲ୍ଲୀ: ସଂସଦର ନିରାପତ୍ତାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବିତର୍କରୁ ଦୂରେଇ ଯାଉଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କଂଗ୍ରେସ ନେତା ଏହା କହିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ, ବୁଧବାର ଦିନ କ’ଣ ଘଟିଛି ଏବଂ ଏହା କିପରି ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ଦାବି ଜାରି ରହିବ ବୋଲି ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଗୃହମନ୍ତ୍ରୀଙ୍କଠାରୁ ଏକ ବିବୃତ୍ତି ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବିତର୍କରୁ ଦୂରେଇ ଯାଉଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ୧୩ ତାରିଖରେ ଅଭିଯୁକ୍ତଙ୍କୁ ଲୋକସଭାରେ ପ୍ରବେଶ କରିବାରେ ସାହାଯ୍ୟ କରିଥିବା ମଇସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଯିବ। ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ ଲୋକସଭାରେ ହଙ୍ଗମା ସୃଷ୍ଟି କରିଥିବା ଦୁଇ ଅଭିଯୁକ୍ତ ସାଗର ଶର୍ମା…
ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଇଛି। ଓଡିଆ ଓଟିଟି କଞ୍ଚାଲଙ୍କା ବର୍ତ୍ତମାନ ଜିଓଟିଭି ପ୍ରିମିୟମରେ ଉପଲବ୍ଧ ହେବ। ଜିଓଟିଭି ପ୍ରିମିୟମ୍ ସବସ୍କ୍ରିପସନ୍ ଅଫର୍ ରେ ଥିବା ସର୍ବମୋଟ ୧୪ଟି ଓଟିଟି ପ୍ଲାଟଫର୍ମ ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଏହି ନୂତନ ଅଫର୍ ଗ୍ରାହକଙ୍କୁ ଯଥାକ୍ରମେ ୨୮, ୮୪ ଏବଂ ୩୬୫ ଦିନ ପାଇଁ ୩୯୮, ୧୧୯୮, ୪୪୯୮ ଟଙ୍କାରେ ଯୋଗାଉଛି। କଲିଂ, ଏସଏମଏସ, ଡାଟା ଏବଂ ଆକର୍ଷଣୀୟ ଟେଲକମ୍ ପ୍ୟାକ୍ ସହ ଏହି ଅଫର ଟି ଉପଲବ୍ଧ। ଏହାର ଲଞ୍ଚ ପ୍ୟାକ୍ ରେ, ଜିଓ କେବଳ ୧୪ଟି ଓଟିଟି ଆପ୍ ଯୋଡିଛି ଯେଉଁଥିରେ ୬ଟି ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ମନୋନୀତ ହୋଇଥିବା ୬ଟି ଆଞ୍ଚଳିକ ଓଟିଟି ମଧ୍ୟରୁ କଞ୍ଚା ଲଙ୍କା ଅନ୍ୟତମ। ଜିଓ ଦ୍ୱାରା ମନୋନୀତ ହୋଇଥିବା ପ୍ରଥମ ୬ଟି ଓଟିଟି ମଧ୍ୟରୁ ଗୋଟିଏ ହେବା ବଜାରରେ କଞ୍ଚା ଲଙ୍କାର ଲୋକପ୍ରିୟତାକୁ ପ୍ରମାଣ କରୁଛି।…
ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ୍-୨୦୨୪ ପାଇଁ ନିଲାମ ଆୟୋଜିତ ହେବ। ଏହି ନିଲାମରେ ଭାରତ ସମେତ ୧୨ ଟି ଦେଶରୁ ମୋଟ ୩୩୩ ଖେଳାଳି ଅଂଶଗ୍ରହଣ କରିବେ। ଏଥିରେ ଭାରତର ୨୧୪ ଖେଳାଳି ଏବଂ ବିଦେଶରୁ ୧୧୯ ଖେଳାଳି ଅଂଶଗ୍ରହଣ କରିବେ। କିନ୍ତୁ ସେହି ପାଞ୍ଚ ଅଲରାଉଣ୍ଡର ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନଙ୍କ ଉପରେ ଦଳଗୁଡିକ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି। ଏଥିରେ ଜଣେ ଭାରତୀୟ ଅଲରାଉଣ୍ଡର ମଧ୍ୟ ଅନ୍ତର୍ଭୁକ୍ତ। ଟ୍ରାଭିସ୍ ହେଡ୍: ଏହି ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡଙ୍କ ନାମ ରହିଛି, ଯିଏକି ନିକଟରେ ଶେଷ ହୋଇଥିବା ଏକଦିବସୀୟ ବିଶ୍ୱକପ୍ରେ କେବଳ ନିଜ ବ୍ୟାଟ୍ ସହିତ ଚମତ୍କାର କରିନାହାଁନ୍ତି, ବରଂ ସେ ନିଜ ବଲରେ ସେମିଫାଇନାଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ। ଟ୍ରାଭିସ୍ ହେଡ୍ ଭଲ ଫର୍ମରେ ଅଛନ୍ତି ଏବଂ ଏହି ସମୟର ଆଇପିଏଲ୍ ନିଲାମରେ ୨ କୋଟି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ ନୱଫ୍ ଅଲ୍-ଅହମଦ୍ ଅଲ୍-ଜାବେର ଅଲ୍-ସବାହଙ୍କ ପରଲୋକରେ ରାଜପରିବାର, ନେତୃବୃନ୍ଦ ଏବଂ କୁଏତର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଶେଖ ନୱଫ୍ ଅଲ୍-ଅହମଦ୍ ଅଲ୍-ଜାବେର ଅଲ୍-ସବାହଙ୍କ ପରଲୋକ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ରାଜ ପରିବାର, ନେତୃତ୍ୱ ଏବଂ କୁଏତର ଲୋକଙ୍କୁ ଗଭୀର ସମବେଦନା।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ବୈଠକ କରିଛନ୍ତି। ଏଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ବାଣିଜ୍ୟ, ସଂସ୍କୃତି, ପ୍ରତିରକ୍ଷା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମଜଭୁତ କରିବାର ଉପାୟ ଉପରେ ସେମାନେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ଏକ ଫଳପ୍ରଦ ବୈଠକ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା ସହ ବାଣିଜ୍ୟ, ସଂସ୍କୃତି, ପ୍ରତିରକ୍ଷା, ଉଦ୍ଭାବନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମଜଭୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲୁ।’
ନୂଆଦିଲ୍ଲୀ: ନିଜର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାରାଣସୀର ନମୋ ଘାଟଠାରେ କାଶୀ ତାମିଲ ସଂଗମମ୍ -୨୦୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୩ ଡିମ୍ବେର ୧୭ତାରିଖରେ କନ୍ୟାକୁମାରୀ ବାରାଣସୀ ତାମିଲ ସଂଗମମ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ ପଟେଲ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ । ପବିତ୍ର ନଗରୀ କାଶୀ (ବାରଣାସୀ)ରେ ଏହି ଦ୍ୱିତୀୟ ପର୍ଯ୍ୟାୟ କାଶୀ ତାମିଲ ସଙ୍ଗମମ୍ -୨୦୨୩ ଡିସେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ ତାମିଲନାଡୁର ପ୍ରଥମ ପର୍ଯ୍ୟାୟରେ ୨୦୦…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଆଜି ଆଉ ଆସନ୍ତାକାଲି ଗୁଜରାଟର ସୁରତ ଓ ଉତ୍ତର ପ୍ରଦେଶର ବାରଣାସୀ ଗସ୍ତରେ ଯିବେ। ୧୭ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ ସମନ୍ୱିତ ରହଣୀସ୍ଥଳ ଭବନର ଉଦ୍ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ମିନିଟ୍ରେ ଶ୍ରୀ ମୋଦୀ ସୁରତ ହୀରା ଏକ୍ସଚେଞ୍ଜକୁ ଉଦ୍ଘାଟନ କରିବେ । ତା’ ପରେ ସେ ବାରାଣାସୀ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗେ ଦେବେ । ପ୍ରାୟ ୫ଟା ୧୫ମିନିଟ୍ରେ ନମୋ ଘାଟଠାରେ ସେ କାଶୀ ମନ୍ଦିର ସଙ୍ଗମ-୨୦୨୩କୁ ଉଦ୍ଘାଟନ କରିବେ । ଡିସେମ୍ବର ୧୮ପୂର୍ବାହ୍ନ ପ୍ରାୟ ୧୦ଟା୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ସ୍ୱରଭେଦ ମନ୍ଦିର ପରିଦର୍ଶନ କରି ପ୍ରାୟ ସାଢେ ଦିନ ଏଗାରଟା ବେଳକୁ ଏହାର ଉଦ୍ଘାଟନ ଏକ ସାଧାରଣ ସଭା ଅବସରରେ କରିବେ । ଦିନ ପ୍ରାୟ…
“ଦୋ ବାତନ କୋ ଭୁଲୋ ମତ, ଯୋ ଚାହେ କଲ୍ୟାନ ନାରାୟଣ ଇକ ମୌତହେ, ଦୁଜେ ଶ୍ରୀଭଗବାନ।” ନାରାୟଣ କବି କହୁଛନ୍ତି, “ଯଦି କଲ୍ୟାଣ ଚାହୁଁଛ, ତାହାହେଲେ ଦୁଇଟି କଥାକୁ ମନେ ରଖ, ଭୁଲ ନାହିଁ। ଗୋଟିଏ ହେଉଛି ମୃତ୍ୟୁ, ଅନ୍ୟଟି ହେଉଛନ୍ତି ଶ୍ରୀ ଭଗବାନ।” ଏକନାଥ ମହାରାଜା ନାମକ ଜଣେ ପ୍ରସିଦ୍ଧ ସନ୍ଥ ଥିଲେ। ଥରେ ଜଣେ ବୈଷ୍ଣବ ତାଙ୍କ ପାଖକୁ ଆସି ପଚାରିଲେ, “ଆପଣଙ୍କ ମନ ଇଶ୍ଵରଙ୍କ ଠାରେ, ସଦା ସର୍ବଦା ଶ୍ରୀକୃଷ୍ଣଙ୍କ ଠାରେ କେମିତି ସ୍ଥିର ରହିପାରୁଛି। ମୋର ମନ ତ ଅଧ ଘଣ୍ଟା ମଧ୍ୟ ସ୍ଥିର ରହିପାରୁନାହିଁ। ମନକୁ ସ୍ଥିର ରଖିବା ପାଇଁ କୌଣସି ଉପାୟ ବତାନ୍ତୁ। ଏକନାଥ ମହାରାଜା ଚିନ୍ତା କଲେ ଉପଦେଶ ବାଚନିକ ନହୋଇ କ୍ରିୟାତ୍ମକ ହେବା ଦରକାର। ସେ କହିଲେ, ସେକଥା ଛାଡ! ତୁମର ଏଇ ଅଳ୍ପ ଦିନ ଭିତରେ ମୃତ୍ୟୁ ହେବ। ତା’ପୂର୍ବରୁ ତୁମେ ତୁମର ଶତୃଭାବ ଓ କାମନା…
ଭୁବନେଶ୍ଵର: ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯେଉଁ ଘରେ ମା ଲକ୍ଷ୍ମୀ ବାସ କରନ୍ତି, ସେଠାରେ ଧନ ଏବଂ ସମୃଦ୍ଧିର କୌଣସି ଅଭାବ ହୁଏ ନାହିଁ ଏବଂ ଘରଟି ସୁଖ ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହୁଏ। କୁହାଯାଏ ଯେ, ମା ଲକ୍ଷ୍ମୀଙ୍କ ପ୍ରକୃତି ଚତୁର, ତେଣୁ ସେ କେବେବି ଗୋଟିଏ ସ୍ଥାନରେ ରହନ୍ତି ନାହିଁ। କିନ୍ତୁ ଯେଉଁ ଘରେ ତାଙ୍କୁ ନିୟମିତ ପୂଜା କରାଯାଏ ଏବଂ ମା ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ସେଠାରେ ରଖାଯାଏ, ସେ ସେଠାରେ ରୁହନ୍ତି। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ, ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ, ତେବେ ନିଶ୍ଚିତ ଭାବରେ ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ନିଶ୍ଚିତ ରଖନ୍ତୁ। ଶାସ୍ତ୍ର ଏବଂ ବେଦ-ପୁରାଣରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଏହି ଶଙ୍ଖ ସମୁଦ୍ରର ମନ୍ଥନରୁ ଉତ୍ପନ୍ନ ହୋଇଥିଲା। ଏହା ଦେବୀ ଲକ୍ଷ୍ମୀଙ୍କ ଭାଇ ଭାବରେ ମଧ୍ୟ ବିବେଚନା କରାଯାଏ।…

