ନୂଆଦିଲ୍ଲୀ: ନିକଟ ଅତୀତରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଗୃହରେ ଅନେକ ଯୁକ୍ତିତର୍କ ହୋଇଛି। ସଦ୍ୟତମ ଘଟଣା ହେଉଛି ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ। ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଥିଲେ। ଏହି ସମୟରେ ଟିଏମସି ସାଂସଦ ବ୍ରାଏନ ଗୃହର ମଧ୍ୟଭାଗକୁ ଆସିଥିଲେ। ବ୍ରାଏନ୍ଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହେଲେ ଧନଖଡ଼ ବାସ୍ତବରେ ବ୍ରାଏନ୍ ଗୃହର ମଧ୍ୟଭାଗକୁ ଆସି ଜୋରଦାର ହଙ୍ଗାମା କରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପରେ ଧନଖଡ଼ ରାଗି ଯାଇଥିଲେ। ସେ ସେମାନଙ୍କୁ ନିଜ ଆସନକୁ ଯାଇ ବସିବାକୁ କହିଥିଲେ। କିନ୍ତୁ ବ୍ରାଏନ୍ ମଧ୍ୟ ଆଖି ବୁଜି ସେଠାରେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ନିକଟ ଅତୀତରେ ବ୍ରାଏନ୍ ନିଜ କଥା କହିବାବେଳେ ଅନେକ ସମୟରେ ରାଗି ଯାଇଥାନ୍ତି। ସେ ନିଜ ଆସନକୁ ନ ଯିବାରୁ ଅଧ୍ୟକ୍ଷ ତାଙ୍କ ନାମ…
Author: SM Network
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଥିବା ପ୍ରତିଭା ତଥା ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ – ଓ ) କାର୍ଯ୍ୟକ୍ରମ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ସର୍ଜନାତ୍ମକ, ସାଂସ୍କୃତିକ, କ୍ରୀଡ଼ାତ୍ମକ ଓ ସମାଜସେବା ମନୋଭାବର ଉତ୍କର୍ଷତା କାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରେରିତ ନୂଆ – ଓ ବାର୍ତ୍ତା ଉପସ୍ଥାପିତ କରିଥିଲେ। ଏଥିରେ…
ଚିଲିକା (ସୀତାରାମ ଅଗ୍ରୱାଲ): ଆଙ୍କୁଲାଚଟି ସ୍ଥିତ ପି.ବି.ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏଥିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ମୁଖ୍ୟ ଅତିଥି ଏବଂ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ସାମାଜିକ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ରବି ଶଙ୍କର ହୋତା ଅତିଥି ପରିଚୟ ପ୍ରଦାନ କରି ପକ୍ଷୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ। କମିଟିର ସଦସ୍ୟ ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର, ପ୍ରଦୀପ କୁମାର ବଳବନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପକ ନିରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କ ବିଷୟରେ ମନ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ଏବଂ ପ୍ଲାକାର୍ଡ ଧରି ଚିଲିକା କୂଳ ଗ୍ରାମ ମାନଙ୍କରେ ପକ୍ଷୀ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ସଚେତନ କରିଥିଲେ।…
ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବ୍ଲକ ପରିସରରେ ଏକ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟଶ ମିଟୁ ନାୟକ, ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସହ ନିଯୁକ୍ତି ବିଭାଗ ଉପ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ଯୋଗ ଦେଇଥିଲେ। ଅଂଚଳର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅକୃତକାର୍ଯ୍ୟ ଏବଂ ବେକାରୀ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଶିବିର ମାଧ୍ୟମରେ ପରାମର୍ଶ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ମୂଳ ଲକ୍ଷ ବୋଲି ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ପରିପ୍ରକାଶ କରିଥିଲେ। ଆଇଟିଆଇ, ଗ୍ରାମ ତରଙ୍ଗ କ୍ଷେତ୍ର ସହ ସମୁଦାୟ ୮ଟି ବିଭାଗରୁ ଅଧିକାରୀ…
ବାଣପୁର (ସୀତାରାମ ଅଗ୍ରୱାଲ): ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଆଜି ୨୫ ଟି ପାହାଚକୁ ପଛରେ ପକାଇ ତାର ବିମୋହିତ ପରିସରରେ ପାଳନ କରିବାକୁ ଯାଉଛି “ରଜତ ଜୟନ୍ତୀ” ସମାରୋହ। ସେହି ସମାରୋହ ନିମନ୍ତେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର। ପ୍ରତିଯୋଗିତା ବିଭାଗରେ ବକୃତା, କୁଇଜ୍, ପ୍ରବନ୍ଧ ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡା. ମଧୁସୂଦନ ସେନାପତି ଓ ତାଙ୍କ ସହଯୋଗୀ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି, ବିଦ୍ଵତ ପରିଷଦ, ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟ/ଆଚାର୍ଯ୍ୟା ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ଉକ୍ତ ଶିବରର କାର୍ଯ୍ୟ ସମାପ୍ତ ହୋଇଥିଲା। ଏହି ଶିବିରରେ ଗୁରୁଜୀ ଗୁରୁମା, ଅଭିଭାବକ,…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘିଟିଛି। ମୃତ ବାଇକ ଚାଳକଙ୍କ ନାମ ମନୋଜ କୁମାର ମଲିକ (୨୫) ଏବଂ ତାଙ୍କର ଘର ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳରେ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ମନୋଜ ନିଜର ଜଣେ ବନ୍ଧୁଙ୍କ ସହ ବାଙ୍ଗାଲୋରରୁ ନିଜ ଘର ମାର୍କୋଣା ଆସୁଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ତାଙ୍କ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରେନ ମଧ୍ୟରେ ଗଳି ପଡ଼ିଥିଲା। ଫଳରେ ମନୋଜଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ମନୋଜଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କ ବନ୍ଧୁ ହେଲମେଣ୍ଟ ପିନ୍ଧି ଥିବାରୁ ସଂପୂର୍ଣ୍ଣ…
ନୂଆଦିଲ୍ଲୀ: ପୃଥିବୀରେ ବିଶାଳ ଉଲକାପିଣ୍ଡ ପଡ଼ିବା କାରଣରୁ ଉଦ୍ଭିଦ ଓ ଜୀବଜନ୍ତୁ ବିଲୁପ୍ତ ହେବାର ବୈଜ୍ଞାନିକ ପ୍ରମାଣ ମିଳିଛି। କିନ୍ତୁ ମାନବ ସଭ୍ୟତା କେବେ ଉଲକାପିଣ୍ଡ ପତନ ସହିତ ଶେଷ ହୋଇଛି କି? ଭାରତୀୟ ବୈଜ୍ଞାନିକମାନେ ଏହି ରହସ୍ୟର ସମାଧାନ କରିବାର ନିକଟତର ହୋଇଛନ୍ତି। ସେମାନେ ଗୁଜରାଟର କଚ୍ଛରେ ଏକ ବିଶାଳ ଗାତର ନମୁନା ଅଧ୍ୟୟନ କରୁଛନ୍ତି, ଯାହା ଉଲକାପିଣ୍ଡ ଖସିବା କାରଣରୁ ସୃଷ୍ଟି ହୋଇଥିଲା। ୪ ବର୍ଷର କଠିନ ପରିଶ୍ରମ ପରେ ବୈଜ୍ଞାନିକଙ୍କୁ ମିଳିଲା ନମୁନା କେରଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଗବେଷକମାନେ ଶେଷରେ ଏକ ବୈଜ୍ଞାନିକ ‘ଟ୍ରେଜର’–ମେଲଟ୍-ରକ ଖୋଜିବାକୁ ୪ ବର୍ଷ ସମୟ ନେଇଥିଲେ। ବିଜ୍ଞାନର ଭାଷାରେ ଏହାକୁ ମେଲଟ୍-ରକ୍ ଅର୍ଥାତ୍ ଗଳିତ ପଥର କୁହାଯାଏ ଯାହା ଉଲକାପିଣ୍ଡର ଅଂଶ ଅଟେ। ଏହା ଏକ ଉଲକାପିଣ୍ଡ ପଡ଼ିବା ଦ୍ୱାରା ସୃଷ୍ଟି ହୋଇଥାଏ। କଚ୍ଛର ଲୁନା ନାମକ ଏକ କ୍ଷୁଦ୍ର ଅଞ୍ଚଳରେ ଏହି ତରଳପଥର ଦେଖିବାକୁ ମିଳିଛି। ଏହି…
ବାସ୍ତୁ ଶାସ୍ତ୍ର: ଶୋଇବା ଆମର ମସ୍ତିଷ୍କ ଏବଂ ଶରୀର ସହିତ ସିଧାସଳଖ ଜଡିତ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୭-୮ ଘଣ୍ଟାର ପର୍ଯ୍ୟାପ୍ତ ଶୋଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି। କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ଏବଂ ଚାପ ଇତ୍ୟାଦି ହେତୁ ଜଣେ ବ୍ୟକ୍ତି ଶାନ୍ତିରେ ଶୋଇପାରୁ ନାହିଁ ଏବଂ ଏହାର ପରିଣାମ ହେଉଛି ଯେ, ଆପଣ ଏକାଗ୍ରତା ସହିତ ଆପଣଙ୍କର କାର୍ଯ୍ୟ କରିବାକୁ ସକ୍ଷମ ନୁହଁନ୍ତି। ନିଦ ନହେବା ପାଇଁ ଅନେକ କାରଣ ଥାଇପାରେ, ଯେପରିକି ଅତ୍ୟଧିକ ଥକ୍କା, ଚିନ୍ତା-ଚାପ, ଶାରୀରିକ ଦୁର୍ବଳତା, ଅସୁସ୍ଥତା, ଦିନରେ ଶୋଇବା ଇତ୍ୟାଦି। କିନ୍ତୁ ଏହାର ମୁଖ୍ୟ କାରଣ ମଧ୍ୟ ବାସ୍ତୁ ଦୋଷ ହୋଇପାରେ। ଏହିପରି କିଛି ପଦକ୍ଷେପ ବାସ୍ତୁଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯାହା କରିବା ପରେ ଆପଣ ଶାନ୍ତିପୂର୍ଣ୍ଣ ନିଦ ପାଇପାରିବେ। ବାସ୍ତୁରେ କିଛି ବିଶେଷ ଜିନିଷ କୁହାଯାଇଛି। ଏହି ଜିନିଷ ମଧ୍ୟରୁ ଗୋଟିଏକୁ ତକିଆ ତଳେ…
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ, ରଙ୍ଗୀନ ପନିପରିବା ବଜାରକୁ ଆସେ। ମାର୍କେଟଗୁଡିକ ଲାଲ ରଙ୍ଗର ଗାଜର, ଧଳା କୋବି, ଧଳା ମୂଳା ଏବଂ ସବୁଜ ପନିପରିବାରେ ପରିପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ସମସ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍। ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା। ରକ୍ତଚାପ ରୋଗୀମାନେ ସେମାନଙ୍କ ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳା ଖାଇବା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରକ୍ତବାହୀକୁ ଉପକାର କରିଥାଏ। ଆପଣ ସାଲାଡ କିମ୍ବା ଭଜା ଭାବରେ ମୂଳା ଖାଇପାରିବେ। ଏହା ବ୍ୟତୀତ ଆପଣ ସ୍ୱାଦ ପାଇଁ ମୂଳା ପରଟା ମଧ୍ୟ ଖାଇପାରିବେ। ଶରୀରକୁ ମୂଳା ଖାଇବାର 5 ଟି ଉପକାର କ’ଣ ଜାଣନ୍ତୁ | ମୂଳା ଖାଇବାର ଉପକାରିତା: ୧– ରକ୍ତଚାପକୁ ନିୟନ୍ତ୍ରଣରେ ରଖେ: ରକ୍ତଚାପର ଜଣେ ରୋଗୀ ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପର…
ଭୁବନେଶ୍ୱର: ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏବଂ ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ଫେବୃୟାରୀ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି। ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ଫ୍ରେବୃୟାରୀ ୧୯ ତାରିଖରେ ସମସ୍ତ ବିଭାଗର ଇଂରାଜୀ ପରୀକ୍ଷା ରହିଛି। ଏହାସହିତ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ। ଏନେଇ ପୂର୍ବରୁ କାଉନସିଲ ତରଫରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଭଜନଲ ଶର୍ମା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଭଜନଲ ଶର୍ମା ରାଜସ୍ଥାନର ନୂତନ ମୁଖ୍ୟ ହେବେ। ଭଜନଲାଲ ଶର୍ମାଙ୍କ ବ୍ୟତୀତ ଦିୟା କୁମାରୀ ଏବଂ ପ୍ରେମ ଚାନ୍ଦ ବୈରୱା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିୟା କୁମାରୀ ଏବଂ ପ୍ରେମ ଚାନ୍ଦ ବୀରୱାଙ୍କୁ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ କରାଯାଇଛି। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସସପେନ୍ସ ଆରମ୍ଭ ହୋଇଥିଲା। ନିର୍ବାଚନ ଫଳାଫଳରେ ବିଜେପି ବହୁମତ ପାଇବା ପରେ ମଧ୍ୟ ଏହି ସନ୍ଦେହ ଜାରି ରହିଥିଲା। ଶେଷରେ ଶପଥ ଗ୍ରହଣ ପରେ, ଏହି ସସପେନ୍ସ ସମ୍ପୂର୍ଣ୍ଣ ସମାପ୍ତ ହୋଇଛି।
ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପୋଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ମହେଶ ଓ କୈଳାସ ନାମକ ଏହି ଦୁଇଜଣ ପୂରା ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ସମସ୍ତ ପ୍ରମାଣ ନଷ୍ଟ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ୩୨ ବର୍ଷୀୟ ଲଳିତ ମୋହନ ଝା ଗୁରୁବାର ଆତ୍ମସମର୍ପଣ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ଆଉ ଏକ ବଡ଼ କାଣ୍ଡ ଘଟାଇଥିଲେ, ଯେଉଁଥିପାଇଁ କୋର୍ଟରେ ତାଙ୍କ ମାମଲା ଆହୁରି ଦୁର୍ବଳ ହୋଇପାରେ। ପୁଲିସ ସୂଚନା ଅନୁଯାୟୀ, ଲଳିତ ସମସ୍ତ ଅଭିଯୁକ୍ତଙ୍କ ଫୋନ୍ ସମେତ ବୈଷୟିକ ପ୍ରମାଣ ନଷ୍ଟ କରିଛନ୍ତି। ସଂସଦ ପରିସରରୁ ପଳାଇଗଲେ ଲଳିତ ଝା? ଲୋକସଭାରେ ମନୋରଞ୍ଜନ ଡି ଓ ସାଗର ଶର୍ମା ଥିବାବେଳେ ନୀଲମ ବର୍ମା ଓ ଅମୋଲ ସିନ୍ଧେ ଧୂଆଁରେ ସଂସଦ ପରିସରରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଲଳିତ ଝା ସଂସଦ ପରିସରରୁ ସିଧା ପ୍ରସାରଣ କରୁଥିଲେ। ମନୋରଞ୍ଜନ, ସାଗର, ନୀଲମ…
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ମଧ୍ୟରେ ଆଜି ପୁଣିଥରେ ରାଜ୍ୟସଭାରେ ବିତର୍କ ହୋଇଥିଲା। ଗୃହ କାର୍ଯ୍ୟ ଚାଲିଥିବାବେଳେ ଅଧ୍ୟକ୍ଷ ଧନଖର ତାଙ୍କୁ ଇଶାରା ପରିବର୍ତ୍ତେ ମୁହଁରେ କଥା ହେବାକୁ ଚେତାବନୀ ଦେଇଥିଲେ। ଖାଲି ସେତିକି ନୁହେଁ ଧନଖର କହିଛନ୍ତି ଯେ ଆପଣ ଏପରି କରନ୍ତୁ ନାହିଁ, ନଚେତ୍ ଆପଣ କିଛି ସମୟ ମଧ୍ୟରେ ନାଚିବା ଆରମ୍ଭ କରିଦେବେ। ଜାଣନ୍ତୁ କ’ଣ ହେଲା ଗୃହରେ ହଙ୍ଗାମା ଚାଲିଥିବା ସମୟରେ ରାଜ୍ୟସଭା ଅଧ୍ୟକ୍ଷ କିଛି କହୁଥିଲେ। ଏହି ସମୟରେ ରାଘବ ଚଢ଼ା ବିରୋଧୀଙ୍କ ତରଫରୁ ହାତ ଇଶାରାରେ କିଛି କହିବାକୁ ଚେଷ୍ଟା କରୁଥିଲେ। ଏହାକୁ ନେଇ ଧନଖର ରାଗି ଯାଇଥିଲେ। ସେ କହିଲେ, ‘ମିଷ୍ଟର ଚଢ଼ା, ଏପରି କର ନାହିଁ। ତୁମର କହିବା ପାଇଁ ମୁହଁରେ କଥା ହୁଅନ୍ତୁ। ଧନଖର ଚଢ଼ାଙ୍କୁ ଚେତାବନୀ ଜାରି ରଖିଥିଲେ। ସେ କହିଥିଲେ ଯେ ଆପଣ ଏପରି…
କୁଜଙ୍ଗ: ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ୮୨ ତମ ଜନ୍ମ ଦିନ ଆଜି କୁଜଙ୍ଗ ଠାରେ ନୀରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ଡାକ୍ତର ଦାମୋଦର ରାଉତ ଜୟନ୍ତୀ କମିଟିର ସଭାପତି ତଥା ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଦାମୋଦର ପ୍ରେମୀ ଆଜି ସକାଳ ୮ଟା ସମୟରେ ଏକ ଶୋଭାଯାତ୍ରାରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୮୨ଟି ଦ୍ୱୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବରିଷ୍ଠ ଡାକ୍ତର ରାଉତଙ୍କ ରାଜନୈତିକ ସହଯୋଗୀ ସୁରେନ୍ଦ୍ରନାଥ ସ୍ୱାଇଁ, ବିଜୟ କୁମାର ଖଟେଇ, କୈଳାଶ ଷଡଙ୍ଗୀ, ଯୁବନେତା ଅରୁପସାଦ ମହାନ୍ତି, ପୂର୍ବତନ ସରପଂଚ କୈଳାଶ ଚନ୍ଦ୍ର ବେହେରା, ଯୋଗେନ୍ଦ୍ରନାଥ ଦାଶ, ନନ୍ଦିନୀ ପଣ୍ଡା, ଅବନ୍ତୀ ମାଝୀ, ରଞ୍ଜୁଲତା ବେହେରା, ଶୁଭ୍ରକାନ୍ତ ସାମନ୍ତରାୟ, କାର୍ତ୍ତିକ ଚନ୍ଦ୍ର ଦାସ, ମଙ୍ଗରାଜପୁର ପଂଚାୟତର ଯୁବ ସଙ୍ଗଠନ…
କୁଜଙ୍ଗ; କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଗତକାଲି ଅନୋଳୀପାଟଣା ଗ୍ରାମରୁ ୮ ଲିଟର ବିଦଶୀ ମଦ ଓ ବାଣେସରା ଗ୍ରାମରୁ ୧୦ ଲିଟର ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲିକଣୀ ପଂଚାୟତ ଅନୋଳୀପାଟଣା ଗ୍ରାମର ସମ୍ପଦ ଦାସ ଓ ଅନ୍ୟ ଜଣେ କାଠକୋଟ ପଂଚାୟତ ବାଣେସରା ଗ୍ରାମର ସୁଧାଂଶୁ ଶେଖର ନାୟକ। ଏମାନଙ୍କ ନାମରେ ପୂର୍ବରୁ କୁଜଙ୍ଗ ଥାନାରେ ଏକାଧିକ ମାମଲା ରହିଥିବା ଥାନା ଅଧିକାରୀ ଶ୍ରଯୁକ୍ତ ଦାଶ ପ୍ରକାଶ କରିଛନ୍ତି। ଦୁଇ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ସେମାନଙ୍କୁ ଆଜି ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ପଠାି ଦିଆଯାଇଛି। ସେଠାରେ ସେମାନଙ୍କର ଜାମିନୀ ଖାରଜ ହୋଇ ଯିବାରୁ ଉଭୟଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
କୁଜଙ୍ଗ: କୁଜଙ୍ଗ ପଂଚାୟତ ବଳରାମପୁର ଗ୍ରାମର ମା ବାସେଳୀ ପୀଠରେ ବଳରାମପୁର କର୍ଣ୍ଣଧାର ସମିତି ପକ୍ଷରୁ ୧୬ତମ ବାର୍ଷିକ ଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ଯଜ୍ଞପାଇଁ ଆଜି ମହାନଦୀରୁ ଜଳପୂର୍ଣ୍ଣ କଳଷ ଏକ ଶୋଭାଯାତ୍ରାରେ କୁଜଙ୍ଗ ବଜାର ପରିକ୍ରମା କରି ଯଜ୍ଞସ୍ଥଳରେ ପହଂଚିବାପରେ ବିଧିବଦ୍ଧ ଭାବେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଇଥିଲା। କଳସ ଶୋଭାଯାତ୍ରା ସହିତ ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ମଣ୍ଡଳ ପୂଜା, ଅଠର ଅଧ୍ୟାୟ ଆହୂତି, ସୂର୍ଯ୍ୟପୂଜା, ମାଙ୍କ ଉପଚାର ପୂଜା, ଚଣ୍ଡୀ ଆହୂତି, ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟରେ ଅରଖିତ ବେହେରା କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସଭାପତି କ୍ଷେତ୍ରବାସୀ ବେହେରା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୈଳାଶଚନ୍ଦ୍ର ବେହେରା, କ୍ଷୀରୋଦ ବେହେରା, ପଂଚାନନ ବେହେରା, ମକର ବେହେରା, କୁଳମଣୀ ବେହେରା, ଶ୍ୟାମସୁନ୍ଦର ବେହେରାଙ୍କ ସମେତ ବଳରାମପୁର କର୍ଣ୍ଣଧାର ସମିତିର ସଦସ୍ୟ ଓ ଗ୍ରାମବାସୀ ମାନେ…
କୁଜଙ୍ଗ: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତିରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ରୋଗୀର ମୃତ୍ୟୁ ଘଟଣା ଏବେ ରୋଚକ ମୋଡ ନେଇଛି। ଗତକାଲି ଏହି ଘଟଣାରେ ଅଭିଯୋଗ ଆଧାରରେ କାର୍ଯ୍ୟରତ ତିନିଜଣ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦ୍ଦନ୍ତ ଭାର ଗ୍ରହଣ କରିଛନ୍ତି ଖୋଦ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାଶ। ଅନ୍ୟ ପକ୍ଷରେ କୁଜଙ୍ଗ ମେଡିକାଲରେ ଏମବିବିଏସ ଡାକ୍ତର ଥିବା ସତ୍ୱେ ସେ କଣ ପାଇଁ ନିଜେ ରୋଗୀର ଚିକିତ୍ସା ନକରି ଆୟୂଷ ଡାକ୍ତରଙ୍କୁ ଏହି ଦାୟିତ୍ୱ ଦେଇ ନିଧଡ଼କ ଭାବେ ବସି ପଡିଥିଲେ ସେ ନେଇ ପ୍ରଶ୍ନ ଉଠୁଛି। ସେହିପରିଭାବେ ତୃଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀର ମୃତ୍ୟୁ ହେବା ଜାଣିବାପରେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ହାତରୁ ପରାମର୍ଶ ଚିଠା ନେଇ ତୁରନ୍ତ କଟକ ରେଫର କରିବା ଆଜି ଘଟଣାକୁ କୁଜଙ୍ଗବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପ୍ରକାଶ ଯେ, ଜଗନ୍ନାଥ ପୁର…
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବିଧାୟକ ପାଣ୍ଠିକୁ ୪ କୋଟିରୁ ୭ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥି ସହ ଦିଲ୍ଲୀ ବିଜେପି ବିଧାୟକମାନେ ଏହାକୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍ ଗେଟ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଶିତାରାମ ସାହି ବାସିନ୍ଦା ଧରଣୀଧର ବେହେରା କୌଣସି କାମରେ ସହର ବାହାରକୁ ଯାଇ ଘରକୁ ଫେରିବା ସମୟରେ ଉକ୍ତ ସ୍ଥାନରେ ଏକ ଘରୋଇ ଯାତ୍ରୀବାହୀ ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଧରଣୀଧର ରାସ୍ତା କଡ଼ରେ ଛିଟିକି ପଡ଼ି ମୁହଁ ମାଡି ପଡ଼ିଯାଇଥିଲା। ଯ’ଦ୍ଵାରା ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କିଛି ଲୋକ ବଡ଼ବଜାର ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁଁ ଡାକ୍ତରଖାନାକୁ ପଠାଇବା ସହ ଧକ୍କା ଦେଇଥିବା ବସ୍ ର ଡ଼୍ରାଇଭରକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।
ନୂଆଦିଲ୍ଲୀ: ସଂସଦ ଅନୁପ୍ରବେଶ ମାମଲାର ମାଷ୍ଟରମାଇଣ୍ଡ ଲଳିତ ମୋହନ ଝା ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ନିକଟନରେ ଆତ୍ମସମର୍ପଣ କରିଛି। ପୁଲିସ ଲଳିତଙ୍କୁ ଗିରଫ କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ସେ ମହେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ଦିଲ୍ଲୀର କର୍ତ୍ତବ୍ୟ ପଥ ଥାନାରେ ପହଞ୍ଚିଥିଲେ। ସଂସଦ ନିକଟରେ ବିକ୍ଷୋଭ ଘଟଣାର ସୁଟିଂ କରିବା ପରେ ଲଳିତ କୁମାର ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ କରି କୋଲକାତାର ଏକ ଏନଜିଓକୁ ପଠାଇଥିଲେ, ଯାହାଦ୍ୱାରା ଏହା ଗଣମାଧ୍ୟମ ନିକଟରେ ପହଞ୍ଚିପାରିବ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେ ତାଙ୍କର ସମସ୍ତ ସହଯୋଗୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ନେଇ ଯାଇଥିଲେ, ଯାହାକୁ ସେ ପୋଡ଼ି ଦେଇଥିଲେ। ଏହାପରେ ଲଳିତ ବସ୍ ଯୋଗେ ରାଜସ୍ଥାନର ନାଗୌରରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ଦୁଇ ସାଙ୍ଗଙ୍କୁ ଭେଟି ଏକ ହୋଟେଲରେ ରାତି ବିତାଇଥିଲେ। ପୁଲିସ ତାଙ୍କୁ ଖୋଜୁଥିବା ଜାଣିବା…

