Author: SM Network

ଭୁବନେଶ୍ଵର: ରାଉଲକେଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଉଲକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ ହୋଇଛି। ବ୍ୟବସାୟୀଜଣଙ୍କ କଲିକତାରୁ ସୁନା ନେଇ ରାଉଲକେଲା ଆସୁଥିବା ବେଳେ ଦୁର୍ବୃତ୍ତମାନେ ଛୁରା ମାଡ କରି ଲୁଟିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଜଣେ ବ୍ୟବସାୟୀ କଲିକତାରୁ ସୁନା କିଣି ଟ୍ରେନ ଯୋଗେ ରାଉଲକେଲା ଆସୁଥିଲେ। ସେ ରାଉଲକେଲା ଷ୍ଟେସନରେ ଓହ୍ଲାଇ ସ୍କୁଟି ଯୋଗେ ତାଙ୍କ ସହଯୋଗୀ ସହ ବାସନ୍ତୀ କଲୋନୀ ଯାଉଥିଲେ। ହେଲେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଛୁରା ମାଡ କରି ତାଙ୍କ ଠାରୁ ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲେ।

Read More

ନୂଆଦିଲ୍ଲୀ: କ୍ରିକେଟ୍ ରୁ ଅବସର ନେବା ପରେ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦ କୁ ଅବସର ଦିଆଯାଇଥିଲା। ବର୍ତ୍ତମାନ ସଦ୍ୟତମ ଖବର ଅନୁଯାୟୀ ବିସିସିଆଇ ପୂର୍ବତନ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନମ୍ବର -୭ କୁ ମଧ୍ୟ ଅବସର ଦେଇଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇ ମହେନ୍ଦ୍ର ସିଂ ଧୋନିଙ୍କ ଲୋକପ୍ରିୟ ତଥା ଆଇକନ୍ ଜର୍ସି ନମ୍ବର ୭ କୁ ତାଙ୍କ ସମ୍ମାନାର୍ଥେ ଅବସର ଦେଇଛି। ଏହାପୂର୍ବରୁ, ବିସିସିଆଇ ୨୦୧୭ ରେ ସଚିନ ତେନ୍ଦୁଲକରଙ୍କ ଜର୍ସି ନମ୍ବର -୧୦ କୁ ଅବସର ଦେଇଥିଲା। ରିପୋର୍ଟ ଅନୁଯାୟୀ, ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିସିସିଆଇ ସମସ୍ତ ଖେଳାଳିଙ୍କୁ ସୂଚନା ଦେଇଛି ଯେ ବର୍ତ୍ତମାନ ନମ୍ବର -୧୦ ସହିତ ନମ୍ବର -୭ ଜର୍ସି ପିନ୍ଧିବାର ବିକଳ୍ପ ସେମାନଙ୍କ ପାଖରେ ରହିବନାହିଁ। ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳି ତଥା…

Read More

ନୂଆଦିଲ୍ଲୀ: ଉଲ୍ଲେଖନୀୟ ଜନସମର୍ଥନ ସହିତ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଏକ ମାସରୁ କମ୍ ସମୟ ମଧ୍ୟରେ ଅଂଶଗ୍ରହଣକାରୀ ମାନଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରି ଏକ ବୃହତ୍  ମାଇଲଖୁଣ୍ଟରେ ପହଞ୍ଚିଛି। ଜନତାଙ୍କ ଯୋଗଦାନରେ ଏହି ଅଭୂତପୂର୍ବ ବୃଦ୍ଧି ଯାତ୍ରାର ଗଭୀର ପ୍ରଭାବ ଏବଂ ବିକାଶର ସାମୂହିକ ପ୍ରୟାସରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିବାର ଅବିଶ୍ୱସନୀୟ କ୍ଷମତାକୁ ଦର୍ଶାଉଛି। ଏହି ଯାତ୍ରାର କ୍ରମବର୍ଦ୍ଧିଷ୍ଣୁ ଗତିରୁ ଏହା ଅନୁମାନ କରାଯାଇପାରେ ଯେ , ପ୍ରଥମ କୋଟିଏ ଜନସଂଖ୍ୟା ୨୨ ଦିନରେ ଛୁଇଁଥିବା ବେଳେ ପରବର୍ତ୍ତୀ କୋଟିଏ ପାଇଁ ମାତ୍ର ୭ ଦିନ ଲାଗିଥିଲା । ଦିନକୁ ଦିନ ଏହି ଯାତ୍ରାର ପରିସର ବୃଦ୍ଧି ପାଇବା ସହିତ ଜନସାଧାରଣଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିବା ସହ ଏହାର ଦୃଢ଼ ଗତି ବଜାୟ ରହିଛି। ଏହି ଯାତ୍ରା ପାଖାପାଖି ୬୦,୦୦୦ ଗ୍ରାମ ପଞ୍ଚାୟତରେ  ପହଞ୍ଚିଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରଗତି ଓ ଉନ୍ନତିକୁ ପ୍ରୋତ୍ସାହିତ…

Read More

ଜୀବନଶୈଳୀ: ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମସ୍ତିଷ୍କ ସହିତ ଏହା ସ୍ନାୟୁକୁ ମଧ୍ୟ ସକ୍ରିୟ ରଖେ। ଯେଉଁଥିପାଇଁ ଶରୀର ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ରୋଗରୁ ସୁରକ୍ଷିତ ରହିଥାଏ। ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଜାଣିବା ଯେ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳିଥାଏ କିନ୍ତୁ କେଉଁ ସମୟରେ ସୂର୍ଯ୍ୟ କିରଣ ଅଧିକ ଲାଭଦାୟକ ଅଟେ? ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ମେସେଜିଂ ଶକ୍ତି ବୃଦ୍ଧି କରିବାକୁ କାମ କରେ। ଏହି ଭିଟାମିନ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆପଣ ଅନୁମାନ କରିପାରିବେ ଯେ ଏହା ଶରୀର ପାଇଁ ଏକ ନ୍ୟୁରୋଟ୍ରାନ୍ସମିଟର ପରି କାମ କରେ। ମସ୍ତିଷ୍କରୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ବାର୍ତ୍ତା ପଠାଇବା ପାଇଁ ଭିଟାମିନ୍ ଡି କାମ କରେ। ଏହା ହର୍ମୋନ୍ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ମଧ୍ୟ କାମ କରେ। ଏହି ଭିଟାମିନ୍ ରେ ଅଭାବ ଥିବା…

Read More

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ଆରମ୍ଭ ହେବାକୁ ଯାଉଥିବାବେଳେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଇ-ମେଲ୍ ମାଧ୍ୟମରେ ବିଦ୍ୟାଳୟ ଆଇଡିକୁ ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ପଠାଇବା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ନାପସନ୍ଦ କରାଯାଇଛି। ସୂଚନାଥାଉକି, ଚଳିତ ବର୍ଷ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ନ୍ୟସ୍ତ ଥିଲାବେଳେ ପ୍ରଶ୍ନପତ୍ର ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ନିୟନ୍ତ୍ରଣରେ ରହିଛି। ମାତ୍ର ପ୍ରଶ୍ନପତ୍ର ବୋର୍ଡ଼ ନଛପାଇଲେ ମଧ୍ୟ ବିଷୟ ବସ୍ତୁ ଆଧାରରେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନ ପ୍ରସ୍ତୁତ କରି ତାହାକୁ ଇ-ମେଲ୍ ଯୋଗେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଇବେ। ପ୍ରଧାନ ଶିକ୍ଷକମାନେ ନିଜ ଆଇଡି ପାସ୍‌ୱାର୍ଡ଼…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସଂସଦକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏକ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୨୨ରେ ଏଭଳି ମଞ୍ଜୁରି ଲାଭ କରିଥିବା ଚଳଚ୍ଚିତ୍ର ସଂଖ୍ୟା ୨୮ ଥିଲା ଏବଂ ୨୦୨୧ରେ ୧୧ଟି ଚଳଚ୍ଚିତ୍ର ପ୍ରକଳ୍ପକୁ ନିର୍ମାଣ ମଞ୍ଜୁରି ଦିଆଯାଇଥିଲା। ଅଡିଓ-ଭିଜୁଆଲ ସହ-ପ୍ରଯୋଜନା ଚୁକ୍ତି ଅଧୀନରେ ଚଳଚ୍ଚିତ୍ରର ସହ-ପ୍ରଯୋଜନା ପାଇଁ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସଂସଦକୁ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ଯାହାକି ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ଏବଂ ଏହା ସହ ଜଡ଼ିତ ରୋଜଗାର ସୃଷ୍ଟି…

Read More

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉପସ୍ଥିତ ଥିଲେ। ଏଥିରେ ଆଧାର ସଂଶୋଧନ ଶିବିର ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।…

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଗୁରୁବାର ୧୨:୦୦ ଘଟିକା ସମୟରେ ନାଚୁଣୀ ନିକଟସ୍ଥ ସିଙ୍ଗିପୁର ପୂଜା ମଣ୍ଡପ ପ୍ରାନ୍ତରରେ ନାଚୁଣୀ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର. ପ୍ରଦୀପ୍ତ କୁମାର ରଥଙ୍କ ଆହ୍ବାନ କ୍ରମେ ନାଚୁଣୀ ମହାବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତଥା ସ୍କାଉଟ୍ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ‘ନବୀନ ଓଡ଼ିଶା- ଉନ୍ନତ ଓଡ଼ିଶା ‘ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଏକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋଚନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗଙ୍ଗାଧରପୁରର ଅଗ୍ନିସେବାବାହୀନି କର୍ମଚାରୀ ଓତାଙ୍କର ମୂଖ୍ୟ ଦଳାଇ ସାର୍ ଓ ଟାଙ୍ଗୀ ଅଗ୍ନିସେବା ଅଫିସର୍ ଫାୟରମ୍ୟାନ୍ ଶ୍ରୀଯୁକ୍ତ ବି.କେ ଦାସ ବିଭିନ୍ନ ପ୍ରକାର ସୁରକ୍ଷା ଓ ବିପର୍ଯ୍ୟସ୍ତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ପରୀକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇଥିଲେ। ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ ଓ ନାଚୁଣୀ ମହାବିଦ୍ୟାଳୟର ନୋଡାଲ ଅଫିସର୍ ଅଧ୍ୟାପକ…

Read More

ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ। ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ। କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ।…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକ ସ୍ତରୀୟ ଆଦର୍ଶ ଶ୍ରେଣୀଗୃହର ଶୁଭ ଉଦଘାଟନ ନନ୍ଦପୁର ପଞ୍ଚାୟତର ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକର ଏଫଏଲଏନ ମଡେଲ ସ୍କୁଲ ରୂପେ ପରିଚିତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶ୍ରେଣୀଗୃହ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ କରକମଳରେ ଉଦଘାଟିତ ହୋଇଛି। ଡିଆଇଇଟି ଖୋର୍ଦ୍ଧାର ପ୍ରିନସିପାଲ ତାପସ ନାୟକ ମହେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଏବଂ ବିଆରସିସି ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ମାନସିଂହ ବିଦ୍ୟାଳୟଟି ଏକ ଜୀବନ୍ତ ବିଦ୍ୟାଳୟ ବୋଲି ପ୍ରକାଶ କରି ଏହାର ସାଜସଜ୍ଜା,ପରିଷ୍କାର ପରିଚ୍ଛନ୍ନତା ଓ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କର ପାଠପଢା ପ୍ରତି ଆଗ୍ରହ ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ବୃନ୍ଦ ଏବଂ ସିଆରସିସି ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ମୋଦି ସରକାରଙ୍କ ସଫଳତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ଭରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷରେ ‘ଆମ ସଂକଳ୍ପ ବିକଶିତ ଭାରତ’ ରଥ ବାଣପୁର ବ୍ଲକର ସବୁ ପଞ୍ଚାୟତକୁ ଯାତ୍ରା କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ରଥକୁ ନନ୍ଦପୁର ପଞ୍ଚାୟତରେ ଜୋରଦାର ସ୍ୱାଗତ କରାଯାଇଛି।  ପଞ୍ଚାୟତର ମହିଳା, ଅଙ୍ଗନବାଡି ସଭ୍ୟଙ୍କ ସହ ସରପଞ୍ଚ ଏବଂ ମୋଦି ଅନୁଗାମୀ ମାନେ ରଥକୁ ସ୍ୱାଗତ କରିଥିଲେ। ବିଭିନ୍ନ ପ୍ରକାର ଝୋଟି ସହ ମୋଦିଙ୍କ ଫୋଟୋରେ ପୁଷ୍ପମାଲ୍ୟ ଦେଇ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ସ୍ୱାଗତ କରାଯାଇଥିଲା। ରଥରେ ପ୍ରକାଶିତ ଏଲଇଡି ମାଧ୍ୟମରେ ମୋଦି ଓ ସରକାରଙ୍କ ସଫଳତାକୁ ଦର୍ଶକ ମାନେ ଦେଖି କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରିଥିଲେ। ୪କୋଟି ଲୋକଙ୍କୁ ପକ୍କା ଘର ନିର୍ମାଣ, ୧୦କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ,୫୫କୋଟି ଲୋକଙ୍କୁ ମାଗଣାରେ ଚିକିତ୍ସା, ସହ ୧୩୫କୋଟିରୁ ଅଧିକ ନଳ ସଂଯୋଗ, ଏବଂ ଔଷଧ…

Read More

ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ ଜବତ କରିଛି ରଣପୁର ପୋଲିସ। ଏହାସହ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ। ଅଭିଯୁକ୍ତର ନାମ ସରୋଜ କୁମାର ସାହୁ, ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣା ପଡିଛି। ଅଭିଯୁକ୍ତ ସରୋଜ ରିତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲା। ଏ ନେଇ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀଙ୍କ ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ନେତୃତ୍ୱରେ ସଦଳ ବଳେ କୋଟାଗଡ଼ ଘାଟି ନିକଟ ପାର୍କ ଠାରେ ଛକି ରହିଥିଲା। ସେହି ଠାରୁ ରଣପୁର…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଭାବିନିପୁର ଠାରେ ଦୁର୍ଗାଦେବୀ ବସ ଓ ଡି ୦୭ ଭି ୭୭୭୯ କୁ କେହି ଅଜଣା ଦୁର୍ବୃତ୍ତ ଟାୟାର ରେ ନିଆଁ ଲଗାଇବା ସହ ଆଗ ଗ୍ଲାସ କୁ ଭାଙ୍ଗି ଦେଇ ଥିଲେ। ଗ୍ଲାସ ଭାଙ୍ଗିବା ଶବ୍ଦ ଶୁଣି ବସ ରେ ସୋଇଥିବା କଣ୍ଡକ୍ଟର୍ ଓ ହେଲ୍ପର କର୍ମଚାରୀ ଉଠି ଦେଖିଲାବେଳକୁ ଉଠିବା ଜାଣି ଦୁବୃତ୍ତ ମାନେ ଦୌଡି ପଳାଇ ଥିଲେ। କଣ୍ଡକ୍ଟର ଓ ହେଲ୍ପର ନିଆଁ ଲିଭାଇଥିଲେ। ପରେ କଣ୍ଡକ୍ଟର ଵି. ଶଙ୍କର ପାତ୍ର ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ। ସେହି ଭଳି ଅଙ୍ଗାରଗାଁ ନିକଟରେ ରାତ୍ରି ରହଣି କରୁଥିବା ଦୁର୍ଗାଦେବୀ ବସ ଓ ଡି ୦୭ ଏ ଡି ୬୮୯୯ ବସ ର ବିଭିନ୍ନ କେବୁଲ କାଟିବା ସହ ଭ୍ୟାକୁମ୍ ପାଇପ ରେ ନିଆଁ ଲଗାଇ ଦେଇଥିଲେ। ଏହି ବସ ର କଣ୍ଡକ୍ଟର୍ ବେଗୁନିଆପଡା ଥାନାରେ ଏତଲା…

Read More

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଟାରିଫ୍ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ କରିବା ନିହାତି ଜରୁରୀ। ଏବେ ଶକ୍ତି ସଂରକ୍ଷଣର ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି; ସେସବୁକୁ ଗ୍ରହଣ କରି ଶକ୍ତିସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରିବାକୁ ପଡ଼ିବ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେବ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି। କାରଣ ଛାତ୍ର ଓ ଯୁବଗୋଷ୍ଠୀ ହିଁ କୌଣସି ନୀତି ବା ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବାର ଯଥାର୍ଥ ଦକ୍ଷତା ରଖନ୍ତି। ଏହା ସହିତ ଅକ୍ଷୟଶକ୍ତିର ବ୍ୟବହାରକୁ…

Read More

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର…

Read More

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜୟଦେବ ବିହାର ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂସଦର ସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତି୍ରପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ବିଦ୍ୟାରନିଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ବୁଦ୍ଧିଜୀବୀ ଓ ସ୍ମୃତି…

Read More

ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‍ଗାହ ବିବାଦୀୟ କମ୍ପ୍ଲେକ୍ସର ସର୍ଭେ କରାଯିବ। ଆହ୍ଲାବାଦ ହାଇକୋର୍ଟ ଆଜି ଏହି ରାୟ ଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ସର୍ଭେ ପାଇଁ ଜଣେ କୋର୍ଟ କମିଶନର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ମୁସଲିମ୍ ପକ୍ଷ ଅର୍ଥାତ୍ ଓ୍ଵାକଫ୍ ବୋର୍ଡର ଯୁକ୍ତିକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ଏହି ପିଟିସନ୍ ବିଚାରଯୋଗ୍ୟ ନୁହେଁ। ହାଇକୋର୍ଟର ବିଚାରପତି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ନଭେମ୍ବର ୧୬ରେ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ଦିନ ବିବାଦୀୟ କମ୍ପ୍ଲେକ୍ସର ୧୮ଟି ଆବେଦନ ମଧ୍ୟରୁ ୧୭ଟିର ଶୁଣାଣି ହୋଇଥିଲା। ଏହି ସମସ୍ତ ଆବେଦନକୁ ଶୁଣାଣି ପାଇଁ ମଥୁରା ଜିଲ୍ଲା ଅଦାଲତରୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। କୋର୍ଟ କମିଶନରଙ୍କ ଟିମ୍ ପ୍ରମାଣ ସଂଗ୍ରହ କରିବ ହାଇକୋର୍ଟଙ୍କ ରାୟ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବିରୋଧୀ ଇଣ୍ଡି ମେଣ୍ଟ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଜୋରସୋରରେ ଚଳାଇଛି। ଏହି ପ୍ରସ୍ତୁତି ମଧ୍ୟରେ ଟାଇମ୍ସ ନାଓ ଇଟିଜି ସର୍ଭେ ରିପୋର୍ଟରେ ବିରୋଧୀଙ୍କ ସମସ୍ତ ଦାବିକୁ ଖରଜ କରିଛି। ଲୋକସଭା ନିର୍ବାଚନକୁ ନେଇ କରାଯାଇଥିବା ଟାଇମ୍ସ ନାଓ ଇଟିଜି ସର୍ଭେରେ ଦେଶର ଏକ ବଡ଼ ଚିତ୍ର ସାମ୍ନାକୁ ଆସିଛି। ଏହି ସର୍ଭେ ରିପୋର୍ଟରେ ଭାରତୀୟ ଜନତା ପାର୍ଟି କ୍ରମାଗତ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସହିତ ସରକାର ଗଠନ କରୁଥିବା ଦେଖିବାକୁ ମିଳିଛି। ଦଳ ଏକାକୀ ଦେଶରେ ୩୦୮ରୁ ୩୨୮ ଆସନ ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟ.ଏ ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ ଥିବା ଜଣାପଡ଼ିଛି। ଇଣ୍ଡି ମେଣ୍ଟର ସବୁଠାରୁ ପ୍ରଭାବଶାଳୀ ଦଳ କଂଗ୍ରେସ ପୁଣିଥରେ ଏକାକୀ…

Read More

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଲୋକସଭା ବାଚସ୍ପତି ଗୁରୁବାର ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସର ୯ ଜଣ, ସିପିଆଇଏମର ୨ ଜଣ, ଡିଏମକେର ୨ ଜଣ ଏବଂ ସିପିଆଇର ଜଣେ ଅଛନ୍ତି। ବୁଧବାର ଲୋକସଭା ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରି ଆସୁଛନ୍ତି। ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ଦଳର ୫ ଜଣ ସାଂସଦ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଡିନ୍ କୁରିଆକୋସ୍, ଜୋଥି ମଣି ଏବଂ ରମ୍ୟା ହରିଦାସଙ୍କୁ ନିଲମ୍ବନ କରିବାକୁ ଲୋକସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ‘ଆପଣଙ୍କ ଅନୁମତି କ୍ରମେ ମୁଁ ନିମ୍ନଲିଖିତ କଥାକୁ ଆଗେଇ ନେଉଛି: ଏହି ଗୃହ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଏସ୍ ଜୋଥିମାନି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରିଛି।…

Read More

ଭୁବନେଶ୍ଵର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି। ଏହି…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ। ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ…

Read More