ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସଂତୃପ୍ତି ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି। ବିହାରର ଦରଭଙ୍ଗାର ଜଣେ ଗୃହିଣୀ ତଥା ଭିବିଏସୱାଇ ହିତାଧିକାରୀ ପ୍ରିୟଙ୍କା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ସେ ଏକ ଦେଶ ଏକ ରାସନ କାର୍ଡ ଯୋଜନା, ପିଏମ୍ଜିକେଏୱାଇ ଏବଂ ଜନଧନ ଯୋଜନାର ଲାଭ ଉଠାଇଛନ୍ତି, ବିଶେଷ କରି କରୋନା ମହାମାରୀ ସମୟରେ ଏବଂ ଏହା ପରେ ଯେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା, ସେ ଏହାର ସୁବିଧା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକାଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି। ଜମ୍ମୁ ଓ କଶ୍ମୀରର ଶେଖ୍ ପୁରାର ଜଣେ ଦୁଗ୍ଧ ବିକ୍ରେତା ତଥା ଭିବିଏସୱାଇ ହିତାଧିକାରୀ ଶ୍ରୀମତୀ ନାଜିଆ ନାଜିରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ପଚାରିଥିଲେ। ସେ ଉତ୍ତର ଦେଇଥିଲେ ଯେ ତାଙ୍କ ସ୍ୱାମୀ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କର ଦୁଇ ପିଲା କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟରୁ ଶିକ୍ଷା ଲାଭ କରନ୍ତି। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ତାଙ୍କ ଗାଁରେ ଦେଖାଯାଉଥିବା ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀମତୀ ନାଜିଆ ନାଜିର ଉତ୍ତର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି ପ୍ରତ୍ୟେକ ଗାଁରେ ‘ମୋଦୀ କି ଗ୍ୟାରେଣ୍ଟୀ’ ଗାଡିକୁ ନେଇ ଯେଉଁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ତାହା ଉଲ୍ଲେଖ କରିଥିଲେ । କିଛି ଦିନ ପୂର୍ବରୁ ହିତାଧିକାରୀମାନଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ଯାତ୍ରା ସମୟରେ ୧.୫ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ଅନୁଭୂତି ବାଣ୍ଟିଛନ୍ତି । ସ୍ଥାୟୀ ଘର, ଜଳ ସଂଯୋଗ, ଶୌଚାଳୟ, ମାଗଣା ଚିକିତ୍ସା, ମାଗଣା ରାସନ, ଗ୍ୟାସ ସଂଯୋଗ, ବିଦ୍ୟୁତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ôଥକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସ୍ସିଏ) ଏବଂ ଗିଫ୍ଟ ସିଟିର ମିଳିତ ଆନୁକୂଲ୍ୟରେ ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍ – ୨୦୨୪’ ର ଅଗ୍ରଦୂତ କାର୍ଯ୍ୟକ୍ରମ ଭାବେ ଦ୍ୱିତୀୟ ଇନଫିନିଟି ମଂଚ ଆୟୋଜନ କରାଯାଉଛି। ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ରହିଛି ‘ଗିଫ୍ଟ – ଆଇଏଫ୍ଏସ୍ସି : ନର୍ଭ ସେଂଟର ଫର ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍’ /ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର। ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଡିସେମ୍ବର ୨୦୨୧ରେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ଆୟୋଜନ ସମୟରେ ବିଶ୍ୱ ଅର୍ଥନୈତିକ ସ୍ଥିତିର ଅନିଶ୍ଚିତତା ଯୋଗୁଁ ପ୍ରଭାବିତ ମହାମାରୀ ପ୍ରଭାବିତ ବିଶ୍ୱକୁ ମନେ ପକାଇଥିଲେ। ଚିନ୍ତାଜନକ…
ରଣପୁର: ରାଜସୁନାଖଳାରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କାଉଁରି-୨୦୨୩ ର ଶନିବାର ଦ୍ଵିତୀୟ ସଂନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପାରିବେଷିତ ହୋଇଥିଲା। ପାଇକ ଆଖଡ଼ା, ଶିଳ୍ପ ନିକେତନ, ଓଡିଶୀ ସମ୍ବଲପୁରୀ ଓ ମଡର୍ଣ୍ଣ ଡ୍ୟାନ୍ସ ଏଥି ସହିତ ଖଞ୍ଜଣୀ ଭଜନ, ସଙ୍କୀର୍ତ୍ତନ ଆଦି ପାରିବେଷିତ ହୋଇଥିଲା। ବିଶେଷ ଭାବେ ଖୋଲା ଆକାଶ ରଙ୍ଗ ମଞ୍ଚ ରେ ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ଆକର୍ଷିତ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତ ଆର୍ତ୍ତତ୍ରାଣ ପ୍ରଧାନ ସଭାପତିତ୍ୱ କରିଥିଲେ। ମହୋତ୍ସବ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ସମ୍ମାନିତ ବକ୍ତା ଭାବେ ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ରୂପେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ସେ ଟ୍ୱିଟ୍ କରି ଲେଖିଛନ୍ତି, କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଜୀଙ୍କ ବିୟୋଗ ଖବର ଶୁଣି ଦୁଃଖିତ। ସେ ସିନେମାର ଜଣେ ପ୍ରକୃତ ଆଇକନ୍ ଭାବେ ପରିଚିତ ଅନେକ ଚଳଚ୍ଚିତ୍ରରେ ନିଜର ବହୁମୁଖୀ ଅଭିନୟ କରି ରୂପେଲି ପରଦାକୁ ଆସିଥିଲେ। ତାଙ୍କର ବିବିଧ ଭୂମିକା ଏବଂ ଉଲ୍ଲେଖନୀୟ ପ୍ରତିଭା ସର୍ବଦା ସ୍ମରଣୀୟ ଏବଂ ପ୍ରଶଂସିତ ହେବ। ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ରହିଛି। ଓମ୍ ଶାନ୍ତି।
ରେଢାଖୋଲ (କନ୍ଦର୍ପ ବେହେରା): ଜୀବନ ହିଁ ସାହିତ୍ୟ। ସାହିତ୍ୟିକର ଜନ୍ମ ଦୁଃଖ ଓ ଯନ୍ତ୍ରଣାରେ ପରିପୂର୍ଣ୍ଣ। ସାହିତ୍ୟ ହିଁ ମଣିଷକୁ ଭଲ ବାଟ କଢାଇଥାଏ। ଯେଉଁ ଦେଶର ସାହିତ୍ୟ ଯେତେ ଉଚ୍ଚକୋଟୀର ସେ ଦେଶ ସେତେ ଉନ୍ନତ ଓ ସମୃଦ୍ଧଶାଳୀ ବୋଲି ଆଜି ଅର୍ଜ୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ତଥା ସାହିତ୍ୟିକ ମନୋରଞ୍ଜନ ନନ୍ଦଙ୍କ ସ୍ମୁତି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୁତି ସଭାରେ ଅତିଥି ଭାବରେ ବୌଦ୍ଧର କବି କିଶୋର ମିଶ୍ର, ସମାଜସେବୀ ବିଜୟ ମହାନ୍ତି, କବି ସନ୍ତୋଷ କୁମାର ରଥ, କଲେଜର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ, ସ୍ବର୍ଗତ ସାହିତ୍ୟିକ ମନୋରଞନ ନନ୍ଦଙ୍କ ସୁପୁତ୍ର ମାନସ କୁମାର ନନ୍ଦ ପ୍ରମୁଖ ମଂଚାସୀନ ଥିଲେ। ମାନସ କୁମାର ନନ୍ଦ ସ୍ବର୍ଗତ କବି ମନୋରଞ୍ଜନ ନନ୍ଦଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିବା ବେଳେ ଅତିଥି ମାନେ ସାହିତ୍ୟ ମଣିଷକୁ ଆଲୋକ ଦେଖାଇଥାଏ।…
ଭୁବନେଶ୍ୱର: ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ପାରମ୍ପରିକ ଭାବରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ହୋଇ ଆସୁଛି। ଶାସ୍ତ୍ରୀୟ ଓ ପାରମ୍ପରିକ ବିଶ୍ୱାସ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଶ୍ୟପ, ଅଦିତି, କୌଶଲ୍ୟା, ଦଶରଥ, ନନ୍ଦ, ଯଶୋଦା, ବାସୁଦେବ, ଦେବକୀ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଏହି ତିଥିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଏହି ତିଥିରେ ମଧ୍ୟ ସୁପ୍ରସିଦ୍ଧ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିବାର ମାନବୀୟ ଲୀଳାର ଏହା ଏକ ଉଦାହରଣ। ବିଶ୍ୱର କଲ୍ୟାଣ ଓ ବିଶ୍ୱ ଶାନ୍ତି ଉଦ୍ୟେଶରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଓଡିଶା ତରଫରୁ ଓଡିଶାର ପ୍ରତ୍ୟେକ ମନ୍ଦିରରେ ଏହି ପର୍ବ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ଓଡିଶା ମନ୍ଦିର ସେବାୟତ ସଙ୍ଘର କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଆଗାମୀ ୧୩ ତାରିଖରେ ଏହି ଏହି ଦୀପଦାନ ପର୍ବ ପୁରୀ ସହର ସମେତ ଓଡିଶାର ପ୍ରତ୍ୟେକ…
ଭୁବନେଶ୍ୱର/ବଲାଙ୍ଗିର: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ “ବ୍ଲକଚେନ୍” ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର “ଓଭୋ ଫାର୍ମ” ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ ହାତ ପାଆନ୍ତାରେ ଆବଶ୍ୟକ ସୂଚନା ପହଞ୍ଚାଉଛି। ଅଣ୍ଡା ଉଦ୍ୟୋଗରେ ଏହି ଜ୍ଞାନକୌଶଳ ବ୍ୟବହାର କରିବାରେ ଓଭୋ ଦେଶରେ ପ୍ରଥମ। ଆପଣ ବଜାରରେ କ୍ଷୀର, ଦହି ବା ପାଉଁରୁଟି ଭଳି ଖାଦ୍ୟ ଜିନିଷ କିଣିବା ବେଳେ ପ୍ରଥମେ ଏହାର “ଉତ୍ପାଦନ ତାରିଖ” ଏବଂ “ବ୍ୟବହାରଯୋଗ୍ୟ ତାରିଖ” (ବେଷ୍ଟ ବିଫୋର) ଦେଖିଥାନ୍ତି। ଏବେ ଅଣ୍ଡା କିଣିବା ବେଳେ ମଧ୍ୟ ଆପଣଙ୍କୁ ଏହି ସୂଚନା ମିଳିପାରିବ। ଓଭୋ ଫାର୍ମ ପକ୍ଷରୁ ବଜାରକୁ ଆସୁଥିବା “କେନକୋ” ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କରି ଆପଣ ଏହିସବୁ ତଥ୍ୟ ପାଇପାରିବେ। ଗ୍ରାହକଙ୍କୁ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଏଭଳି ଜରୁରୀ ତଥ୍ୟ ଯୋଗାଇ…
ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ, ଇଡି ଆବେଦନ ଉପରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲା। ସଞ୍ଜୟ ସିଂଙ୍କ ବିରୋଧରେ ଏହାର ଅନେକ ସାକ୍ଷୀ ଥିବା ଇଡି କୋର୍ଟରେ କହିଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଅବକାରୀ ନୀତିର ମାଷ୍ଟରମାଇଣ୍ଡ ବୋଲି ବର୍ଣ୍ଣନା କରିଛି। ଇଡି କୋର୍ଟଙ୍କୁ କହିଛି ଯେ, ଆମ୍ ଆଦମୀ ପାର୍ଟି ସାଂସଦଙ୍କ ନିର୍ଦ୍ଦେଶରେ ସର୍ବେଶ ମିଶ୍ର କେବଳ ପଞ୍ଜାବର ମଦ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇଛନ୍ତି। ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରତିବଦଳରେ ଲାଭ ଉଠାଇବା ପାଇଁ ସଞ୍ଜୟ ହେଉଛି ମାଷ୍ଟରମାଇଣ୍ଡ। ଆମର ନଗଦ କାରବାରର ମଧ୍ୟ ପ୍ରମାଣ ଅଛି, ଯାହା କଲ୍ ଡିଟେଲ୍ ରେକର୍ଡ (CDR) ଦ୍ୱାରା ପ୍ରମାଣିତ। ଏଜେନ୍ସି କହିଛି ଯେ, ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସମୀର ମହେନ୍ଦ୍ର ମଧ୍ୟ ତାଙ୍କୁ ୩ କୋଟି ଟଙ୍କା ଦେଇଛନ୍ତି। ଏହି ମାମଲାର…
ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ସାଂସଦ ଦାନିଶ ଅଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଏସପି ଦ୍ଵାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଦଳର ନୀତି, ଆଦର୍ଶ ଏବଂ ଶୃଙ୍ଖଳା ବିରୋଧରେ କୌଣସି ବିବୃତ୍ତି ନଦେବାକୁ ତାଙ୍କୁ ଅନେକ ଥର କୁହାଯାଇଛି, କିନ୍ତୁ ଏହା ସତ୍ତ୍ୱେ ସେ ଦଳ ବିରୋଧରେ କ୍ରମାଗତ ଭାବରେ ଏପରି କାର୍ଯ୍ୟ କରିଆସୁଛନ୍ତି। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, “୨୦୧୮ ମସିହାରେ ଦାନିଶ ଅଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଜନତା ଦଳର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ୨୦୧୮ କର୍ଣ୍ଣାଟକ ସାଧାରଣ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଏବଂ ଜନତା ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ଦେବ ଗୌଡାଙ୍କ ଦଳ ପକ୍ଷରୁ ଦାନିଶ ଅଲି ବହୁତ ସକ୍ରିୟ ଥିଲେ। ସେତେବେଳେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ, ଏଚଡି ଦେବ ଗୌଡାଙ୍କ ଅନୁରୋଧ କ୍ରମେ ଦାନିଶ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଲହଙ୍ଗାଡିହ ଗ୍ରାମର ବଳଭଦ୍ର ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଏତଲା ଦେଲାପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ବଳଭଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅଙ୍କ ବିବାହଘର ନିକଟତର ଥିବା ବେଳେ ଏଥିଲାଗି ସେ ସୁନା ଅଳଙ୍କାର ଏବଂ ନକଦ ଟଙ୍କା ଘରେ ଏକ ବାକ୍ସରେ ସାଇତି ରଖିଥିଲେ। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଲୁଟେରା ମାନେ ତାଙ୍କ ଘର ପଛପଟ ରାସ୍ତାଦେଇ ପ୍ରବେଶ କରି ଉକ୍ତ ଅଳଙ୍କାର ଓ ନକଦ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଆଜି ସକାଳେ ଜାଣିବା ପରେ ବଳଭଦ୍ର ଥାନାରେ ଏତଲା ଦେଇଥିଲେ। ତେବେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ସମୁଦାୟ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଜଣେ କିନ୍ନର ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। କୁଲାକୁଣ୍ଢେଈ ନୂଆଗାଁ ରୋଡରେ ବାସ କରୁଥିବା ଆରତୀ ଦାସ (୨୧) ନାମ୍ନୀ କିନ୍ନର ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ଆରତୀଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଏସ ଛଚିନା ଅଞ୍ଚଳରେ। ତାଙ୍କ ପିତାଙ୍କ ନାମ ପାଣ୍ଡଵ ଦାସ। ସେ ଦୁଇ ମାସ ତଳେ ବାଲୁଗାଁ ଆସି ଉକ୍ତ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଆଜି ସକାଳୁ ସେ ଘର କବାଟ ନଖୋଲିବାରୁ ଘର ମାଲିକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଆରତୀଙ୍କ ଭାଇ ମିଥୁନ ଦାସ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆରତୀଙ୍କ ଶବକୁ ଜବତ କରି ତଦନ୍ତ…
ମାଲଗୁଣ୍ଡ/ସମ୍ବଲପୁର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ।…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଦୁଇ ବର୍ଷ ତଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ନୁଆଁ ବସଷ୍ଟାଣ୍ଡ ଗୋଇଲୁଣ୍ଡି ରାସ୍ତାରେ ଯାଞ୍ଚ ବେଳେ ସନ୍ଦେହ ଜନକ ଭାବେ ଏକ ଟ୍ରକ ଅଟକାଇ ତନାଘନା କରିବା ବେଳେ ତା ଭିତରୁ ୫କୁଇଣ୍ଟାଲ୍ ଗଞ୍ଜେଇ ମିଳିଥିଲା। ବିଭାଗୀୟ କର୍ମଚାରୀ ମାନେ ଉକ୍ତ ଗଞେଇ, ଟ୍ରକ୍ ଓ ଦୁଇ ଚାଲାଣକାରୀ ଢେଙ୍କାନାଳ ଜିଲ୍ଲାର ସୁଜନ କୁମାର ସାହୁ ଓ ରବି ନାରାୟଣ ସାହୁ କ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗଜପତି ଜିଲ୍ଲାର କରୁଣ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଚମ୍ପଟ ମାରିଥିଲା। ଗିରଫ ଯୁବକ ଦ୍ବୟ ପରେ ଜାମିନରେ ମୁକୁଳିଥିଲେ ଓ ବ୍ରହ୍ମପୁର ଏ ଡି ଜେ କୋର୍ଟରେ ମାମଲା ର ବିଚାରଣା ଚାଲିଥିଲା। ଏହି ମାମଲାରେ ୪ ଜଣ ସାକ୍ଷୀଙ୍କ ବୟାନ ଓ ଉପଯୁକ୍ତ ପ୍ରମାଣ କୁ କୁ ଭିତ୍ତି କରି ମାନ୍ୟବର ଅଦାଲତ ବିଚାରପତି ଉଭୟ…
ହାଇଦ୍ରାବାଦ: ବିଜେପିର ଗୋଶାମହଲ ବିଧାୟକ ଟି ରାଜା ସିଂହ ବିଧାୟକଭାବେ ଶପଥ ନେବେ ନାହିଁ। ଆକବରୁଦ୍ଦିନ ଓୱେସିଙ୍କ କାରଣରୁ ସେ ଶପଥ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସିଙ୍କୁ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲେଙ୍ଗାନା ବିଧାନସଭାର ପ୍ରୋଟେମ୍ ବାଚସ୍ପତିଭାବେ ନିଯୁକ୍ତ କରିଛନ୍ତି। ଆକବରୁଦ୍ଦିନ ଶନିବାର ସକାଳେ ଶପଥ ଗ୍ରହଣ କରିବା ପରେ ସେହିଦିନ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ଉତ୍ସବରେ ଟି ରାଜା ସିଂହ ଯୋଗ ଦେବେ ନାହିଁ। ଏକ ଭିଡିଓ କ୍ଲିପରେ ରାଜା ସିଂହ କହିଛନ୍ତି ଯେ ସେ ବିଧାୟକଙ୍କ ସହ ଶପଥ ନେବେ ନାହିଁ। ଟି ରାଜା ସିଂ ଅଭିଯୋଗ କରିଛନ୍ତି ଯେ ସିଏମ ଏ ରେବନ୍ତ ରେଡ୍ଡୀ ମଧ୍ୟ ତାଙ୍କ ପୂର୍ବବର୍ତ୍ତୀଙ୍କ ପରି ଏଆଇଏମଆଇଏମକୁ ଭୟ କରୁଛନ୍ତି ଏବଂ ସେଥିପାଇଁ ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତିଭାବେ ନିଯୁକ୍ତ କରିଛନ୍ତି। ‘ସମସ୍ତଙ୍କ ସାମ୍ନାରେ ରେବନ୍ତ ରେଡ୍ଡୀଙ୍କ ଅସଲ ଚେହେରା’ ଏହା ଅତ୍ୟନ୍ତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଜଣେ ଅଜଣା ବ୍ୟକ୍ତି ରେଳ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଜନୈକ ବ୍ୟକ୍ତି ସିକନ୍ଦରବାଦ୍ ହାୱଡା ଫାଲକନାମା ଏକ୍ସପ୍ରେସ ଗାଡ଼ି ଆସିବା ବେଳେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କର ପରିଚୟ ମିଳିନାହିଁ। ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସୁଧ ସମୀକରଣ ଯୋଜନା ଜାରି ରଖିବା ପାଇଁ ୨୫୦୦ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଚିହ୍ନଟ ହୋଇଥିବା କ୍ଷେତ୍ରର ରପ୍ତାନିକାରୀ ଏବଂ ସମସ୍ତ ଏମଏସଏମଇ ଉତ୍ପାଦକ ରପ୍ତାନିକାରୀଙ୍କୁ ପ୍ରତିଯୋଗିତାମୂଳକ ହାରରେ ଶିପମେଣ୍ଟ ପୂର୍ବ ଓ ପରବର୍ତ୍ତୀ ଟଙ୍କା ରପ୍ତାନି ଋଣର ଲାଭ ଉଠାଇବାରେ ସାହାଯ୍ୟ କରିବ। ବିବରଣୀ: ଚିହ୍ନଟ ହୋଇଥିବା ୪୧୦ଟି ଶୁଳ୍କ ଲାଇନର ଉତ୍ପାଦନକାରୀ ଓ ବ୍ୟବସାୟୀ ରପ୍ତାନିକାରୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ସମସ୍ତ ଉତ୍ପାଦକ ରପ୍ତାନିକାରୀଙ୍କୁ ନିମ୍ନଲିଖିତ ଦରରେ ୩୦.୦୬.୨୦୨୪ ପର୍ଯ୍ୟନ୍ତ ଲାଭ ଜାରି ରହିବ: କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ: ଏହି ଯୋଜନାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ସରକାରୀ ଏବଂ ଅଣ-ସରକାରୀ କ୍ଷେତ୍ର ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରିବ ଯେଉଁମାନେ ରପ୍ତାନୀକାରୀଙ୍କୁ ଶିପମେଣ୍ଟ ପୂର୍ବ ଏବଂ ପରବର୍ତ୍ତୀ ଋଣ ପ୍ରଦାନ କରିଥାନ୍ତି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଝୋଟ ବର୍ଷ ୨୦୨୩-୨୪ (ଜୁଲାଇ ୧, ୨୦୨୩ରୁ ୩୦ ଜୁନ୍, ୨୦୨୪) ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ପାଇଁ ସଂରକ୍ଷଣ ନିୟମକୁ ଅନୁମୋଦନ କରିଛି। ଝୋଟ ବର୍ଷ ୨୦୨୩-୨୪ ପାଇଁ ଅନୁମୋଦିତ ହୋଇଥିବା ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ଅନୁଯାୟୀ ଖାଦ୍ୟଶସ୍ୟର ଶତ ପ୍ରତିଶତ ସଂରକ୍ଷଣ ଏବଂ ୨୦ ପ୍ରତିଶତ ଚିନିକୁ ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ। ବର୍ତ୍ତମାନର ପ୍ରସ୍ତାବରେ ସଂରକ୍ଷଣ ନିୟମ ଭାରତରେ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନର ହିତକୁ ଆହୁରି ସୁରକ୍ଷିତ କରିବ, ଯାହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅନୁରୂପ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଝୋଟ ପ୍ୟାକେଜିଂ ସାମଗ୍ରୀରେ ପ୍ୟାକେଜିଂ ପାଇଁ ସଂରକ୍ଷଣ ଦେଶରେ ଉତ୍ପାଦିତ କଞ୍ଚା ଝୋଟର ପ୍ରାୟ ୬୫% (୨୦୨୨-୨୩ରେ) ବ୍ୟବହାର କରାଯାଏ । ଜେପିଏମ୍ ଆଇନର ବ୍ୟବସ୍ଥାକୁ କାର୍ଯ୍ୟକାରୀ…
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ତାଙ୍କର ୭୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନିଆ ଗାନ୍ଧୀଙ୍କୁ ୭୭ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପିଏମ ମୋଦୀ ଲେଖିଛନ୍ତି ଯେ, ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତାଙ୍କୁ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ। ଉଲ୍ଲେଖ ଯୋଗ୍ୟ ଯେ, ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖ ୧୯୪୬ ମସିହାରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ଧରି କଂଗ୍ରେସର ସଭାପତି ରହିଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ସେ ଗତ କିଛି ବର୍ଷ ଧରି ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

