Author: Samikhsya Bureau

The Samikhsya Desk: ଚଳିତ ବର୍ଷ ଏପ୍ରିଲରେ ୨୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିବାର ପ୍ରାୟ ତିନି ମାସ ପରେ ଭାରତୀୟ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ (NSE)ରେ ୟୁନିକ୍ ଟ୍ରେଡିଂ ଆକାଉଣ୍ଟ ସଂଖ୍ୟା ୨୩ କୋଟି ଅତିକ୍ରମ କରିଛି। ୨୮ ଜୁଲାଇ ସୁଦ୍ଧା, ୟୁନିକ୍ ପଞ୍ଜିକୃତ ନିବେଶକଙ୍କ ସଂଖ୍ୟା ୧୧.୮ କୋଟି ରହିଛି। ଏହି ଅଗ୍ରଗତି ଭାରତର ପୁଞ୍ଜି ବଜାରରେ ଗଭୀର ବିଶ୍ୱାସ ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ନିବେଶକ ଭାବନାର ସ୍ଥିରତାକୁ ପ୍ରତିଫଳିତ କରିଛି ବୋଲି NSEର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀରାମ କୃଷ୍ଣନ କହିଛନ୍ତି। କୃଷ୍ଣନଙ୍କ ଅନୁସାରେ, ଦ୍ରୁତ ଡିଜିଟାଲାଇଜେସନ୍ ଏବଂ ମୋବାଇଲ୍-ଆଧାରିତ ବାଣିଜ୍ୟ ସମାଧାନର ବ୍ୟାପକ ଗ୍ରହଣ ଦ୍ୱାରା ବିସ୍ତାର ଶକ୍ତିଶାଳୀ ହୋଇଛି, ଯାହା ନିବେଶକମାନଙ୍କ ପାଇଁ ପ୍ରବେଶ ବାଧାକୁ ଯଥେଷ୍ଟ ହ୍ରାସ କରିଛି, ବିଶେଷକରି ଛୋଟ ସହର ଏବଂ ଅର୍ଦ୍ଧ-ସହରୀ କେନ୍ଦ୍ରଗୁଡ଼ିକରେ ଏହା ବେଶୀ ପରିଲକ୍ଷିତ ହୋଇଛି। ଆଞ୍ଚଳିକ ବଣ୍ଟନ ଦୃଷ୍ଟିରୁ, ମହାରାଷ୍ଟ୍ର…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଲୋକସଭା ଭବନରେ ରାଜ୍ୟର ବରି​‌ଷ୍ଠ ସାମ୍ବାଦିକମାନଙ୍କ ସହିତ ସେମାନଙ୍କର  ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରିଛନ୍ତି । ବୈଠକରେ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ହେମନ୍ତ ଶର୍ମା ଓ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ଗୁରବୀର ସିଂ ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ ,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କ  କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଯେଉଁ ଦାବୀ ଉପସ୍ଥାପନ କରିଛନ୍ତି, ସେ ସମ୍ପର୍କରେ ଅଧିକ ବିଚାରବିମର୍ଶ  ପୂର୍ବକ ସମାଧାନ ପାଇଁ ଆବଶ୍ୟକ  ପଦକ୍ଷେପ ନିଆଯିବ ବୋଲି…

Read More

ଭୁବନେଶ୍ବର: ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ହେବାକୁ ଥିବା ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି। ଏଥିରେ ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା ଏବଂ ଏସଏଫଏସ ପରୀକ୍ଷା ହେବାର ଥିଲା। ଏହି ପରୀକ୍ଷା ଅଗଷ୍ଟ 1 ତାରିଖରୁ ସେପ୍ଟମ୍ବର 4 ତାରିଖ ମଧ୍ୟରେ ହେବାର ଥିଲା। ଏହି ପରୀକ୍ଷା ବାତିଲ ହେଲା ବୋଲି ଓଏସଓଏସଏସସି ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ ସେ ନେଇ ସଂସ୍ଥା ତରଫରୁ ପରବର୍ତ୍ତି ସମୟରେ ଜଣାଇ ଦିଆଯିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଗଣମାଧ୍ୟମ ନିକଟରେ ବିବୃତ୍ତିରଖି ମୁଖ୍ୟମନ୍ତ୍ରୀ କହିଥିଲେ ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବାଲେଶ୍ୱରର ୪ଟି ବ୍ଲକ୍‍ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ବନ୍ୟାଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯…

Read More

Fortune Global 500: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୨୦୨୫ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୮୮ତମ ସ୍ଥାନରେ ପହଞ୍ଚିଛି। ମୋଟ ୯ଟି ଭାରତୀୟ କମ୍ପାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀ। ରିଲାଏନ୍ସ ଲଗାତାର ୨୨ ବର୍ଷ ଧରି ପ୍ରତିଷ୍ଠିତ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି। କୌଣସି ଘରୋଇ କ୍ଷେତ୍ରର ଭାରତୀୟ କମ୍ପାନୀ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତାଲିକାରେ ରହିପାରିନାହିଁ। ଯଦିଓ ଗତ ବର୍ଷ କମ୍ପାନୀର ରାଙ୍କିଙ୍ଗ ୮୬ ରହିଥିଲା, କିନ୍ତୁ ଏହା ୨୦୨୧ ଠାରୁ ୬୭ ସ୍ଥାନ ଉପରକୁ ଉଠିଛି, ଯେତେବେଳେ ଏହା ୧୫୫ତମ ସ୍ଥାନରେ ରହିଥିଲା। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ, ମୋଟ ରାଜସ୍ୱ ଆଧାରରେ କମ୍ପାନୀଗୁଡ଼ିକୁ ସ୍ଥାନ ଦିଆଯାଇଛି। ତାଲିକାରେ ପାଞ୍ଚଟି ସରକାରୀ କ୍ଷେତ୍ରର ଏବଂ ଚାରିଟି ଘରୋଇ କ୍ଷେତ୍ରର ଭାରତୀୟ କମ୍ପାନୀ ଅନ୍ତର୍ଭୁକ୍ତ ରହିଛନ୍ତି। ରିଲାଏନ୍ସ…

Read More

ନୂଆଦିଲ୍ଲୀ: ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସଞ୍ଚାର ସାଥୀ ପଦକ୍ଷେପ ସହାୟତାରେ ୧ କୋଟି ୩୬ ଲକ୍ଷରୁ ଅଧିକ ନକଲି ମୋବାଇଲ ସଂଯୋଗ କାଟି ଦିଆଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି ଯେ ଏହି ପୋର୍ଟାଲରେ ୩୫ ଲକ୍ଷରୁ ଅଧିକ ଲୋକ ମୋବାଇଲ ଚୋରି ଅଭିଯୋଗ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ୨୧ ଲକ୍ଷରୁ ଅଧିକ ଚୋରି ମୋବାଇଲ୍ ଟ୍ରାକ୍ କରାଯାଇଛି ଏବଂ ପାଞ୍ଚ ଲକ୍ଷରୁ ଅଧିକ ମୋବାଇଲ୍ ଫୋନ୍ ମାଲିକଙ୍କୁ ଫେରସ୍ତ କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସାଇବର-ଅପରାଧ ଏବଂ ଆର୍ଥିକ ଠକେଇ ରୋକିବା ପାଇଁ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ଟେଲିକମ୍ ସମ୍ବଳର ଅପବ୍ୟବହାର ସମ୍ପର୍କିତ ସୂଚନା ବାଣ୍ଟିବା ପାଇଁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ସେ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ରାଜ୍ୟ ସରକାର ତୃତୀୟ କିସ୍ତି ପ୍ରଦାନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି। ତାହା ହେଲା ଯେଉଁମାନେ ଆଗର ଦୁଇ କିସ୍ତି ପାଇଛନ୍ତି ସେମାନଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯିବ। ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରବାତୀ ପରିଡା ଘୋଷଣା କରିଛନ୍ତି। ସେହିପରି ଯେଉଁମାନଙ୍କର ବୟସ ୨୧ ବର୍ଷ ହୋଇଯାଇଥିବ ସେମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ସେଥିପାଇଁ ଅଗଷ୍ଟ ୯ ତାରିଖ ତୃତୀୟ କିସ୍ତି ଦେବା ପରେ ଏହି ପୋର୍ଟାଲ ଖୋଲିବ। ଯେଉଁମାନେ ଆବେଦନ କରିବା କଥା ସେଥିରେ କରିପାରିବେ। ଏଥିସହିତ ସେ କହିଛନ୍ତି ଯେ, ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ସେଥିପାଇଁ…

Read More

ଭୁବନେଶ୍ବର: ବଳଙ୍ଗା ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ବୟାନ ରେକର୍ଚ କରିଛନ୍ତି ତଦନ୍ତ ଅଧିକାରୀ। ପିଡିତା ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ପରେ ଏହି ରେକର୍ଡ ପୋଲିସ କରିଛି। ଫଳରେ ପିଡିତା ଜଣଙ୍କ ସେମାନଙ୍କୁ କେଉଁମାନେ ପୋଡିବାକୁ ଉଦ୍ୟମ କରିଛନ୍ତି ତାହା ଗୋଟିଗୋଟି କରି କହିଛନ୍ତି। ଏହାଦ୍ବାରା ପୋଲିସକୁ ଏକ ବଡ ସୁରାକ ମିଳିଯାଇଛି। ଏ ନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଯେ, ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ସେହି ଅନୁସାରେ ତଦନ୍ତ ଚାଲିଛି। ଯେହେତୁ ପିଡିତା ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି ସେଥିପାଇଁ ଏହାର ତଦନ୍ତ ସାବଧାନର ସହିତ କରାଯାଉଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଛି।

Read More

ପୁରୀ: ଆଜି ମହାପ୍ରଭୃଙ୍କ ବନକଲାଗି ନୀତି। ସେଥିପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ବନକଲାଗି ନୀତିରେ ଶ୍ରୀ ଜିୟୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାର ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ। ଏହି ନୀତିରେ ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଉଠି ଶ୍ରୀଜିୟୁଙ୍କ ଶୃଙ୍ଗାର କରିଥାନ୍ତି। ସେଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Read More

The Samikhsya Desk: ମଙ୍ଗଳବାର ରାତି ୧୧:୨୪ (GMT) ରେ ରୁଷିଆର ଦୂର ପୂର୍ବ ଅଞ୍ଚଳ କାମଚାଟକାରେ ୮.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରରୁ ୧୨୫ କିଲୋମିଟର ଦକ୍ଷିଣ-ପୂର୍ବରେ ଆଭାଚା ବେ ନିକଟରେ ୧୯.୩ କିଲୋମିଟର ଗଭୀରତାରେ ଥିଲା। ଏହି କାରଣରୁ ଭୂପୃଷ୍ଠରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯଦିଓ USGS ପୂର୍ବରୁ ଭୂମିକମ୍ପର ତୀବ୍ରତା ୮.୦ ବୋଲି ରିପୋର୍ଟ କରିଥିଲା, କିନ୍ତୁ ପରେ ନୂତନ ତଥ୍ୟ ଅନୁଯାୟୀ ଏହାକୁ ୮.୭କୁ ବୃଦ୍ଧି କରାଯାଇଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରର ଅନେକ ସ୍ଥାନରେ ସୁନାମି ଚେତାବନୀ ଜାରି କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ପ୍ରଶାନ୍ତ ମହାସାଗରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ହାୱାଇରେ ସୁନାମି ଚେତାବନୀ ଜାରି କରାଯାଇଛି। ଆଲାସ୍କା ଏବଂ ଆମେରିକାର ପ୍ରଶାନ୍ତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ କହିଥିଲେ ଯେ ସେ ମେ 9 ତାରିଖରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଫୋନ୍ କଲ୍ ଗ୍ରହଣ କରି ପାରି ନ ଥିଲେ। କାରଣ ସେ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ବୈଠକରେ ଯୋଗ ଦେଇଥିଲେ। “ଆମେରିକାର ଉପରାଷ୍ଟ୍ରପତି ମୋତେ ଚାରିରୁ ପାଞ୍ଚ ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୁଁ ଜାତୀୟ ସୁରକ୍ଷା ସମ୍ପର୍କିତ ଏକ ବୈଠକରେ ଥିଲି। ମୁଁ ତାଙ୍କ ଫୋନ୍ ଗ୍ରହଣ କରିପାରିଲି ନାହିଁ… ମୁଁ ତାଙ୍କୁ ପରେ ଫୋନ୍ କରିଥିଲି,” ଅପରେସନ୍ ସିନ୍ଦୂର ଉପରେ ଏକ ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ଗୃହକୁ ସମ୍ବୋଧିତ କରି ଗତକାଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି ଯୋଗାଯୋଗ କରିଥିଲେ। “ସେ କହିଥିଲେ ଯେ ପାକିସ୍ତାନ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ…

Read More

ନୂଆଦିଲ୍ଲୀ: ଆୟକର ବିଲ୍ 2025 ଅନ୍ତର୍ଗତ ଟିକସ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି କହିଛି ଆୟକର ବିଭାଗ । ପ୍ରସ୍ତାବିତ ଆୟକର ବିଲ୍ 2025 ଉପରେ ଏକ ସ୍ପଷ୍ଟୀକରଣ ଜାରି କରି ବିଭାଗ କହିଛି ଯେ ଏହା କେବଳ ଭାଷାକୁ ସରଳ କରିବା ଏବଂ ଅନାବଶ୍ୟକ କିମ୍ବା ପୁରୁଣା ବ୍ୟବସ୍ଥାକୁ ହଟାଇବା ପାଇଁ ଉଦ୍ଦିଷ୍ଟ, ଏବଂ ଟିକସ ହାରରେ କୌଣସି ପରିବର୍ତ୍ତନ ପ୍ରସ୍ତାବ ଦେଉନାହିଁ। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯିବା ପରେ ଏହି ସ୍ପଷ୍ଟୀକରଣ ଦେଇଛି ଆୟକର ବିଭାଗ। ଏଥିରେ କୁହାଯାଇଛି ଯେ, ନୂତନ ବିଲ୍ କିଛି ନିର୍ଦ୍ଦିଷ୍ଟ ବର୍ଗର କରଦାତାଙ୍କ ପାଇଁ ଦୀର୍ଘକାଳୀନ ପୁଞ୍ଜି ଲାଭ (LTCG) ଟିକସ ହାରକୁ ପରିବର୍ତ୍ତନ କରିବ। ଏହାର ସ୍ପଷ୍ଟୀକରଣରେ, ଆୟକର ବିଭାଗ କହିଛି ଯେ ନୂତନ ଆଇନ ବର୍ତ୍ତମାନର ଟିକସ ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ଆଇନକୁ ବୁଝିବାକୁ ସହଜ କରିବା ଏବଂ ପ୍ରଚଳିତ ବ୍ୟବସ୍ଥାକୁ ସୁଗମ କରିବା…

Read More

ଭୁବନେଶ୍ୱର:  ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେଏକ ବିକ୍ଷୋଭ କରାଯାଇଛି। ଏଥିରେ ସେମାନଙ୍କର ଦାବୀ କିଛି ନାହିଁ। ହେଲେ ସେମାନେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ, ବିଜେଡି ଓ କଂଗ୍ରେସର ନେତା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି। ତେଣୁ ଏହି ଦୁଇ ଦଳ  ନାରୀ ନିର୍ଯ୍ୟାତନା ନେଇ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ମୂଲ୍ୟହୀନ ବୋଲି କହି ବିଜେପି ଏହି ବିକ୍ଷୋଭ କରିଛି। ସେତିକି ନୁହେଁ ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ମନେ ପକାଇ ଦେବା ପାଇଁ ସମସ୍ତ ଜିଲ୍ଲାରେ ବ୍ୟାପକ ଓ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି ଯେ, ମହିଳା…

Read More

ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି । କିନ୍ତୁ ଘୋର ଆଶ୍ଚର୍ଯ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ଯାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ । ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି । ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ । ବିଜେପି ମହିଳା ମୋର୍ଚ୍ଚାର…

Read More

The Samikhsya Desk: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ଦୃଢ଼ୋକ୍ତି କରି କହିଛନ୍ତି ଯେ କୌଣସି ବିଶ୍ୱ ନେତା ଭାରତକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ କହିନାହାଁନ୍ତି। ଆମେରିକାର ଚାପରେ ପାକିସ୍ତାନ ସହିତ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରୁଥିବା ବେଳେ ଶ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ସେ କହିଛନ୍ତି ଯେ ପାକିସ୍ତାନୀ ପକ୍ଷ ହିଁ ଭାରତକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ ଅନୁରୋଧ କରିଥିଲା ଏବଂ କହିଥିଲେ ଯେ ସେମାନେ ଆଉ କଷ୍ଟ ସହିପାରିବେ ନାହିଁ। ସେ କହିଛନ୍ତି ଯେ, ଆମେରିକାର ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ସମୟରେ ଭାରତ ସ୍ପଷ୍ଟ କରିଛି ଯେ ଯଦି ପାକିସ୍ତାନ ଆକ୍ରମଣ କରେ, ତେବେ ଭାରତ ଏକ ବଡ଼ ଆକ୍ରମଣ କରି ଜବାବ ଦେବ। ଲୋକସଭାରେ ଅପରେସନ ସିନ୍ଦୂର ଉପରେ ସ୍ୱତନ୍ତ୍ର ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଅପରେସନ ସମୟରେ ପାକିସ୍ତାନ…

Read More

ଭୁବନେଶ୍ବର: ପୂର୍ତ୍ତ ବିଭାଗ,ଡିଭିଜନ-୩, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ରାଜ କିଶୋର ଜେନାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୫୦୦ ବର୍ଗଫୁଟର ବହୁତଳ କୋଠା,କସମୋପଲିସରେ ୨ଟି ଫ୍ଲାଟ, ଭୁବନେଶ୍ୱର ଗାଲେରିଆ ଓ ସିମ୍ଫୋନି ମଲ୍ ରେ ୨ଟି ଦୋକାନ,୧୩ ଟି ପ୍ଲଟ ରହିଛି। ଏହି ପ୍ଲଟ ମଧ୍ୟରେ କେବଳ ୯ ଟି ଭୁବନେଶ୍ୱରରେ ଅଚି। ଏଥିସହିତ ଜମା ୫୦ ଲକ୍ଷ ଟଙ୍କା ଆଦି ମିଳିଛି। ଆଜି ସକାଳୁ ପୁର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ-୩ ର ସହକାରୀରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୧୦ ଟି ସ୍ଥାନରେ ଚଢାଉ କରାଯାଇଥିଲେ। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

Read More

Jio PC: କମ୍ପ୍ୟୁଟର ବ୍ୟବହାର କରିବାକୁ ଇଛା ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର ନେଇଆସିଛି ରିଲାଏନ୍ସ ଜିଓ। ଜିଓ ପକ୍ଷରୁ ଆଜି ‘ଜିଓ-ପିସି’ ଶୁଭାରମ୍ଭ ଘୋଷଣା କରାଯାଇଛି। ଜିଓ-ପିସି ଏକ ଅଭିନବ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ପ୍ଲାଟଫର୍ମ ଯାହା ପ୍ରତ୍ୟେକ ଭାରତୀୟ ପରିବାର ପାଖକୁ ନେଇଆସିଛି ଏଆଇ-ରେଡି ଏବଂ ସୁରକ୍ଷିତ କମ୍ପ୍ୟୁଟିଂ। ଏହା ଆପଣଙ୍କ ଘର କିମ୍ବା ଅଫିସରେ ଥିବା ଟିଭି ସ୍କ୍ରିନକୁ ଏକ ମୁହୂର୍ତ୍ତରେ ଏକ ଉଚ୍ଚ-ସ୍ତରୀୟ ବ୍ୟକ୍ତିଗତ କମ୍ପ୍ୟୁଟରରେ ପରିଣତ କରିପାରିବ। ଯେଉଁ ଗ୍ରାହକମାନଙ୍କ ପାଖରେ ଜିଓଫାଇବର କିମ୍ବା ଜିଓଏୟାରଫାଇବର ସଂଯୋଗ ଅଛି ସେମାନଙ୍କୁ ଜିଓ-ପିସି ବ୍ୟବହାର କରିବା ପାଇଁ ଏକ ମାସିକ ପ୍ଲାନ ନେବାକୁ ପଡିବ। ନୂତନ ଉପଭୋକ୍ତାମାନେ ଏହି ସେବାକୁ ଗୋଟିଏ ମାସ ପାଇଁ ମାଗଣାରେ ବ୍ୟବହାର କରିପାରିବେ। ଜିଓ-ପିସି ଭାରତର ଡିଜିଟାଲ୍ ଯାତ୍ରାରେ ଏକ ଯୁଗାନ୍ତକାରୀ ମାଇଲ୍ଖୁଣ୍ଟ ହୋଇଛି। ଏହା କ୍ଲାଉଡ୍ କମ୍ପ୍ୟୁଟିଂରେ ଦେଶର ପ୍ରଥମ ‘ପେ-ଆଜ୍-ୟୁ-ଗୋ ମଡେଲ୍’, ଅର୍ଥାତ୍ ଆପଣ ଯେତେ…

Read More

ଭୁବନେଶ୍ବର: ବିଜୁ ଜନତା ଦଳର ରାଜ୍ୟ ସଭା ସଂସାଦମାନଙ୍କ ସହ ଲେଖାଶ୍ରୀ ସାମନ୍ତସିଂହାର ନୂଆଦିଲ୍ଲୀରେ ଜାତୀୟ ମହିଳା କମିଶନରଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ଲେଖାଶ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଜୁ ଜନତା ଦଳର ରାଜ୍ୟ ସଭା ସଂସାଦ ମାନଙ୍କ ସହ ଆମ ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମୋ ବିରୁଦ୍ଧରେ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ସହିତ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଲୁ।

Read More

ଭୁବନେଶ୍ବର: ବାରମ୍ବାର ନୋଟିସ ପରେ ଯଦି ବିନା କାଗଜ ପତ୍ରରେ ଗାଡି ରାସ୍ତାରେ ଗଡିବ ତେବେ ଗାଡି ରେଜିଷ୍ଟ୍ରେସନ ବାତିଲ ହେବ। ଏହିପରି ଏକ କଡା ନିଷ୍ପତି ଗ୍ରହଣ କରିଛି ରାଜ୍ୟ ପରିବହନ ଅଥରିଟି ବା ଏସଟିଏ। ଏ ନେଇ ଏସଟିଏ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାସ୍ତାରେ ବିନା କାଗଜ ପତ୍ରରେ ବହୁ ଗାଡି ଚାଲୁଛି। ସେମାନଙ୍କୁ ଧରାଯାଉଛି। ହେଲେ ଜରମାନା ନ ଦେଇ ପୁଣି ରାସ୍ତାରେ ଗାଡି ଚଳାଉଛନ୍ତି। ଯାହାକୁ ନେଇ ଏସଟିଏ ବିରକ୍ତି ପ୍ରକାଶ କରିଛି। ସୂଚନା ଅନୁସାରେ ବିନା କାଗଜପତ୍ରରେ ଗାଡି ଧରାଯିବା ପରେ ଯଦି ମାଲିକ କୌଣସି ଉତ୍ତର ନ ଦିଅନ୍ତି ତେବେ ସେମାନଙ୍କୁ ପୁଣି ନୋଟିସ କରାଯିବ। ଏହିପରି ପାଞ୍ଚ ଥର ଗାଡି ମାଲିକଙ୍କୁ ନୋଟିସ କରାଯିବ। ପାଞ୍ଚଥରରେ ଯଦି ଗାଡିମାଲିକ କୌଣସି ଉତ୍ତର ରଖିଲେ ନାହିଁ କିମ୍ବା ଜରିମାନା ଦେଲେ ନାହିଁ ତେବେ ତାଙ୍କ ଗାଡି ରେଜିଷ୍ଟ୍ରେସନ ବାତିଲ କରାଯିବ। ଫଳରେ…

Read More

ଉତ୍କଳ ଆଲୁମିନାର ନିରୋଗଶାଳା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‌) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‌ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍‌ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି । ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ…

Read More

ପୁରୀ: ଆଜି ସଂଧ୍ୟାରେ ଚାରି ଘଣ୍ଟା ଧରି ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। କାରଣରେ କୁହାଯାଇଛି ଯେ, ଆଜି ମହାପ୍ରଭୃଙ୍କର ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନରୁ ଭକ୍ତମାନଙ୍କୁ ନିବୃତ କରାଯିବ। ପ୍ରଶାସନ ଅନୁସାରେ ଆଜି ସଂଧ୍ୟା ୬ଟାରୁ ରାତିି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୃଙ୍କ ଦର୍ଶନ ବନ୍ଦ ରହିବ। ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ହୋଇ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରେ ବିଜେ କରିବେ। ମହାପ୍ରଭୁଙ୍କ ଖସାପଡ଼ା ନୀତି ପାଇଁ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ।

Read More