ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା ହୋଇ ନାହିଁ। ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ଚିନ୍ତାରେ ଅଛନ୍ତି। ହେଲେ ଓଡିଶାରେ ବିଜୁ ଜନତା ଦଳ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭିନ୍ନ ଏକ ଚିନ୍ତାରେ ରହିଛି। ତାହା ହେଲା ଏହି ନିର୍ବାଚନରେ ତାଙ୍କ ଦଳ କି ପ୍ରକାରର ଭୂମିକା ଗ୍ରହଣ କରିବ। ସମର୍ଥନ କରିବ, ନା ବିରୋଧ କରିବ, ନା ବିବେକାନୁମୋଦିତ ଭୋଟ ଦେବ। ସେହି ଚିନ୍ତା ବର୍ତ୍ତମାନ ଦଳକୁ ଗ୍ରାସ କରିଛି। ବିଜେଡି ଭଲ ଭାବରେ ଜାଣିଛି ଯେ, ଯଦି ସେମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି ତେବେ ସାଧାରଣରେ ଲୋକେ ଛି ଛି କରିବେ। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନିଶ୍ଚିତ। ହେଲେ ୱାକଫ ବିଲ ପାଶ ବେଳକୁ ବିଜେଡିର ଯେପରି ସ୍ଥିତି ହେଲା ସେହିପରି ଯଦି ହୁଏ ତେବେ କଥା ସରିଲା। ବର୍ତ୍ତମାନ ଏହି ୱାକଫ ବିଲ…
Author: Samikhsya Bureau
ଭୁବନେଶ୍ବର: ବାଲେଶ୍ବରରେ ବନ୍ୟା ପରିସ୍ଥିତି। ସେଠାରେ ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ଫଳରେ ସେଠାରେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ କାର୍ୟ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ବିଭିନ୍ନ ନଦୀର ଜଳ ପତନ ନେଇ ଏକ ସୂଚନା ପ୍ରଦାନ କରାଯାଇଛି। ତାହା ହେଲା.. ୧- ଆଜି ସଂଧ୍ୟା ୬.୦୦ ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୬.୨୪ ମିଟର ରହିଛି ଏବଂ ଏହା ହ୍ରାସ ପାଉଥିବା ଜଣାଯାଇଛି । ଏଠାରେ ବିପଦ ସଂକେତ ସ୍ତର…
ଭୁବନେଶ୍ୱର: ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିତ୍କାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମହିଳା ଦୁଷ୍କର୍ମ ଘଟଣାରେ ଜେଲରେ ଥିବାବେଳେ ଆଜି ବିଜେଡିର ବିଏମସି କର୍ପୋରେଟର ଅମରେଶ ଜେନା ମଧ୍ୟ ମହିଳା ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି । ଉଭୟ ଦଳର ଅସଲ ଚେହେରା ପଦାରେ ପଡିଛି। ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯ୍ୟାତନାକୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଭୁଲିନାହାନ୍ତି। ଉଭୟ ଦଳର ଅପକର୍ମ କାରଣରୁ ଓଡିଶା ଏବଂ ଓଡିଶାବାସୀ ବହୁ ଥର ଦେଶ ତଥା ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହୋଇଛନ୍ତି। ଓଡିଶାର ସାଧାରଣ ଜନତା ଗୋଟିଏ ମୁଦ୍ରାର ପାଶ୍ୱର୍ ଉଭୟ ବିଜେଡି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ଭଲ ଭାବେ ଅତୀତରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଭାରତକୁ ଏକ କ୍ରୀଡ଼ା ମହାଶକ୍ତି କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଛନ୍ତି ଏବଂ ସମ୍ପ୍ରତି ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ାରେ ପ୍ରାୟ 600 ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର 124ତମ ଏପିସୋଡରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ‘ଖେଲୋ ଭାରତ ନୀତି 2025’କୁ ବ୍ୟାପକ ଭାବରେ ଚାରିଆଡେ ପ୍ରଶଂସା କରାଯାଉଛି। ଏହି ନୀତିର ଲକ୍ଷ୍ୟ ସ୍ପଷ୍ଟ, ତାହା ହେଲା ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା। ସେ କହିଛନ୍ତି, କ୍ରୀଡ଼ା ପରିଚାଳନା କିମ୍ବା କ୍ରୀଡା ଜିନିଷ ଉତ୍ପାଦନ କ୍ଷେତ୍ର ହେଉ, କ୍ରୀଡ଼ା ସହିତ ଜଡିତ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ସମର୍ଥନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କ୍ରୀଡା ନୀତି ଗ୍ରାମ, ଅବହେଳିତ ଏବଂ ଝିଅମାନଙ୍କ ପ୍ରତି ବିଶେଷ ଗୁରୁତ୍ବ ରଖିଛି। ସ୍କୁଲ ଏବଂ କଲେଜଗୁଡ଼ିକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରରେ ମହାକାଶ, ବିଜ୍ଞାନ, କ୍ରୀଡା ଏବଂ ସଂସ୍କୃତିରେ ଭାରତୀୟମାନଙ୍କ ଦ୍ୱାରା ସମ୍ପ୍ରତି ହାସଲ କରାଯାଇଥିବା ସଫଳତା ଉପରେ ଗର୍ବ ପ୍ରକାଶ କରିଛନ୍ତି। ୧୨୪ତମ ଏପିସୋଡରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ବିଷୟରେ ଉଲ୍ଲେଖ କରି ସମ୍ପ୍ରତି ମହାକାଶ ମିଶନ ଦେଶବ୍ୟାପୀ ଆନନ୍ଦ ଏବଂ ଗର୍ବ ସୃଷ୍ଟି କରିଥିଲା ବୋଲି କହିଥିଲେ। ଗତ କିଛି ସପ୍ତାହ ମଧ୍ୟରେ, ଏପରି ଅନେକ ଘଟଣା ଘଟିଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି – ତାହା କ୍ରୀଡ଼ା, ବିଜ୍ଞାନ କିମ୍ବା ସଂସ୍କୃତି ହେଉ। ସମ୍ପ୍ରତି, ଶୁଭାଂଶୁ ଶୁକ୍ଲାଙ୍କ ମହାକାଶରୁ ଫେରିବା ନେଇ ସାରା ଦେଶରେ ବ୍ୟାପକ ଆଲୋଚନା ହୋଇଥିଲା। ସେ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିବା ମୁହୂର୍ତ୍ତରେ, ଲୋକମାନେ ଆନନ୍ଦରେ ଡେଇଁ ପଡ଼ିଲେ। ପ୍ରତ୍ୟେକ ହୃଦୟରେ ଖୁସିର ଲହରୀ ଖେଳିଗଲା। ସମଗ୍ର ଦେଶ ଗର୍ବରେ ଫାଟି…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଓଡିଶାରେ କେଉଁଝର ଜିଲ୍ଲା କଳାକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ ‘ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ’ ଗାୟକମାନଙ୍କ ଦ୍ୱାରା ଜଙ୍ଗଲ ନିଆଁ ବିରୋଧରେ ଏକ ପରିବେଶ ସଚେତନତା ଅଭିଯାନ କରୁଥିବାରୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଆମର ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳେ, ଏବଂ ଆମର ଭଜନ ଏବଂ କୀର୍ତ୍ତନ ଏହାର ଏକ ଅଂଶ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ନିଆଁ ବିଷୟରେ ସଚେତନ କରାଯାଉଛି? ଆପଣ ବିଶ୍ୱାସ କରିନପାରନ୍ତି, କିନ୍ତୁ ଓଡ଼ିଶାର କେଉଁଝର ଜିଲ୍ଲାରେ ଏହିପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଏକ ଗୋଷ୍ଠୀ ଅଛି। ସେମାନେ କୀର୍ତ୍ତନ ମାଧ୍ୟମରେ ଜଙ୍ଗଲ ନିଆଁ ସଚେତନତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ…
ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବିଏମସି କରର୍ପୋରେଟର ଅମରେଶ ଜେନା। ଲକ୍ଷ୍ମୀସାଗର ପୋଲିସ ତାଙ୍କୁ ବାଲେଶ୍ବରରୁ ଗିରଫ କରିଛି। ଏହି ଖବର ଜଣାପଡିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ବିଜୁ ଜନତା ଦଳ। ଏ ନେଇ ଦଳ ତରଫରୁ ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଏମସି କରର୍ପୋରେଟର ଅମେରଶ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ଅମେରଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ ମଧ୍ୟ କରାଇଛନ୍ତି। କିଛିଦିନ ତଳେ ପିଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲସି ତତ୍ପରତା ପ୍ରକାଶ କରିଛି। ଗତକାଲି ପୋଲିସ ଅମରେଶଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହାପରେ ଅମରେଶଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ତା ପୂର୍ବରୁ ସେ ଭୁବନେଶ୍ବର ଛାଡି…
ଭୁବନେଶ୍ବର: ଶେଷରେ ଭୁବନେଶ୍ବର କରର୍ପୋରେଟର ଅମେରଶ ଜେନାଙ୍କୁ ଲକ୍ଷ୍ମୀ ସାଗର ପୋଲିସ ଗିରଫ କରିଛି। ସେ ବାଲେଶ୍ବରରେ ଲୁଚିଥିବାରୁ ଜାଣିବା ପରେ ଲକ୍ଷ୍ମୀ ସାଗର ପୋଲିସ ଗତକାଲି ରାତିରୁ ସେଠାରେ ଡେରା ପକାଇଥିଲା ଆଜି ତାଙ୍କୁ ଗିରଫ କରିଛି। ଅମେରଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ ମଧ୍ୟ କରାଇଛନ୍ତି। କିଛିଦିନ ତଳେ ପିଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲସି ତତ୍ପରତା ପ୍ରକାଶ କରିଛି। ଗତକାଲି ପୋଲିସ ଅମରେଶଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହାପରେ ଅମରେଶଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ତା ପୂର୍ବରୁ ସେ ଭୁବନେଶ୍ବର ଛାଡି ବାଲେଶ୍ବର ପଳାଇୟାଇଥିଲେ।
ଭୁବନେଶ୍ବର: ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ କିଛି ହୋଇ ନାହିଁ। କେବେ ହେବ ତାହା ମଧ୍ୟ ଜଣା ନାହିଁ। ହେଲେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି ନୂଆ ମନ୍ତ୍ରୀମଣ୍ଡଳ ତାଲିକା। ଯାହାକୁ ନେଇ ଲୋକେ ବେଶ ମଜା ଉଠାଇବାରେ ଲାଗିଛନ୍ତି। ତେବେ ଆଶ୍ଚର୍ଯର କଥା ଯେ, ଏହି ତାଲିକା ଖୋଦ ଦଳର ଉପସଭାପତି ଗୋଲକ ମହାପାତ୍ରଙ୍କ ଫ୍ୟାନ କ୍ଲବରେ ମଧ୍ୟ ପୋଷ୍ଟିଂ ହୋଇଛି। ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାହା ହେଲା…. ମନ୍ତ୍ରୀ ତାଲିକା ବିସ୍ତାର ୧.ଜୟନାରାୟଣ ମିଶ୍ର – ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମୀଣ ବିକାଶ ୨.ସିଦ୍ଧାନ୍ତ ମହାପାତ୍ର – ବାଣିଜ୍ୟ ଏବଂ ପରିବହନ, ଅବକାରୀ ମନ୍ତ୍ରଣାଳୟ ୩.ବାବୁ ସିଂହ – ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ମନ୍ତ୍ରଣାଳୟ ୪.ଲକ୍ଷ୍ମଣ ବାଗ – କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ ୫.ଦୁର୍ଗା ପ୍ରସନ୍ନ ନାୟକ…
India & New Zealand FTA: ଭାରତ ୟୁକେ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତ ବର୍ତ୍ତମାନ ଆଇ ଏକ ଐତିହାସିକ ରାଜିନାମା କରିବାକୁ ଯାଇଛି। ତାହା ହେଲା ସେହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନ୍ୟୁଜିଲାଣ୍ଡ ସହିତ କରିବାକୁ ଯାଉଛି। ଏ ନେଇ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ସଫଳ ହେବା ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଆଗକୁ ନେବା ପାଇଁ ରାସ୍ତା ଖୋଲିଛି। ତେବେ ଏହି ଐତିହାସିକ ପଦକ୍ଷେପ ପାଇଁ ଆଉ କେତୋଟି ପର୍ଯ୍ୟାୟ ଆଲୋଚନା ରହିଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଆଲୋଚନା ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଭର୍ଚୁଆଲ୍ ବୈଠକ ମଧ୍ୟ ଜାରି ରହିବ। ମେ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ସମୟରେ ଯେଉଁ ଆଲୋଚନା ହୋଇଥିଲା ତାହାର କାର୍ଯ୍ୟକାରୀତା ପାଇଁ…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠୁ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଆଉ ଏହି ଚର୍ଚ୍ଚାର ମୁଖ୍ୟ ନାୟକ ଯିଏ ସେ ହେଉଛନ୍ତି କଂଗ୍ରେସ ସଭାପତି ଭକ୍ତ ଦାସ। ଓଡିଶାର ମହିଳା ନିର୍ଯ୍ୟାତନା ବିରୋଧରେ ସଂଘର୍ଷ କରିବା ପରେ ହଠାତ ଏହି ଅନାସ୍ଥା ପ୍ରସ୍ତାବ ପ୍ରସଂଗ ଆଣିଛନ୍ତି।ତେବେ ତାଙ୍କର ସଂଧ୍ୟା ନ ଥିଲେ ମଧ୍ୟ ସେ କାହିଁକି ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଆଣିଲେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ। ବିଧାନସଭାର ଆସନ ଗଣିତ ଅନୁସାରେ ବିଜେଡି ଓ କଂଗ୍ରେସ ମିଶିଲେ ମଧ୍ୟ ସରକାର ଭାଙ୍ଗି ପାରିବେ ନାହିଁ। ବର୍ତ୍ତମାନ ବିଜେପିର ବିଧାନସଭାରେ 78 ଜଣ ସଦସ୍ୟ ଅଛନ୍ତି। ସେହିପରି ବିଜେଡିର 51, କଂଗ୍ରେସର 14, ସିପିଆଇଏମର 1 ଏବଂ ସ୍ବାଧୀନ ଭାବେ 3 ଜଣ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ତିନି ସ୍ବାଧୀନ ସଦସ୍ୟ ବିଜେପିକୁ ସମର୍ଥନ କରୁଛନ୍ତି। ଫଳରେ ବିଜେପି…
ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ GRIDCO ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ରଥଙ୍କ ସମେତ ଗ୍ରିଡକୋ ଏବଂ ଓଏଚପିସିର ନିର୍ଦ୍ଦେଶକ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ତଥା ପ୍ରମୁଖ ବିଦ୍ୟୁତ ନିରୀକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା (RENA) ର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରିଥିଲେ ଏବଂ ତତସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଚାରବିମର୍ଶ ପରେ ସିଙ୍ଗଲ ୱିଣ୍ଡୋ…
ଭୁବନେଶ୍ୱର: ହେନ୍ତାଳ ବା ଲୁଣା ଜଙ୍ଗଲ ବାତ୍ୟା ଭଳି ବିପଦରୁ ଉପକୂଳ ଅଞ୍ଚଳରେ ବାସ କରୁଥିବା ଜନସମୁଦାୟକୁ ସୁରକ୍ଷା ଦେଇଥାଏ। କିନ୍ତୁ ହେନ୍ତାଳର ସୁରକ୍ଷାମୂଳକ ଲାଭ କେବଳ ସେତେବେଳେ ମିଳିପାରିବ ଯଦି ସେଗୁଡ଼ିକୁ ସେହିଭଳି ସଠିକ ସ୍ଥାନରେ ରୋପଣ କରାଯାଏ ଯେଉଁଠାରେ ସେଗୁଡ଼ିକ ପ୍ରଭାବଶାଳୀ ହୋଇପାରିବ। ଓଡ଼ିଶାରେ ଏହାର ହେନ୍ତାଳ ସଂରକ୍ଷଣ ପ୍ରୟାସର ଅଂଶ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ଏପରି ସ୍ଥାନଗୁଡ଼ିକୁ ସଠିକ୍ ଭାବରେ ଚିହ୍ନଟ କରିବା ପାଇଁ ଏକ ସାମଗ୍ରିକ ପଦ୍ଧତି ବିକଶିତ କରିଛି। ଓଡ଼ିଶାରେ ବୃହତ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସର ଏକ ଅଂଶ ଭାବରେ, ରିଲାଏନ୍ସ ଫାଉଣ୍ଡେସନ୍ ବାଲେଶ୍ଵର, ଜଗତ୍ସିଂହପୁର ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳ ଅଞ୍ଚଳରେ ବାସ କରୁଥିବା ସ୍ଥାନୀୟ ସମୁଦାୟ ସହିତ ମିଳିତ ଭାବରେ ହେନ୍ତାଳ ବଳୟକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ହେନ୍ତାଳ ଜଙ୍ଗଲ ଉପକୂଳରେ ଏକ ସୁରକ୍ଷା ପ୍ରାଚୀର ଭାବରେ କାର୍ଯ୍ୟ କରେ ଓ ଝଡ଼ ତଥା ଝଡ଼ପ୍ରବାହ ଜନିତ…
ଭୁବନେଶ୍ବର: ଓଡିଶାରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହି ବର୍ଷା ଆହୁରି କିଛିଦିନ ରହିଥିବାରୁ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଆଜି ଦିନ ଗୋଟାଏ ସୁଦ୍ଧା ବିଭିନ୍ନ ନଦୀର ଜଳ ସ୍ତର ଯାହା ରହିଛି ତାହା ହେଲା… ୧ . ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ୨ . ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୮. ୮ ୨ ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମାଗତ ବୃଦ୍ଧି ପାଉଛି, ଏହାର ବିପଦ ସଂକେତ ସ୍ତର ୩୮. ୩୬ ମିଟର । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୭. ୯୮ ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ ଅଛି । ଏହାର ବିପଦ ସଂକେତ ସ୍ତର ୧୮. ୩୩ ମିଟର…
ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ର କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ନମ୍ବର ସରକାରୀ ବିଦ୍ୟାଳୟ ଠାରେ ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇ ଭୁବନେଶ୍ଵର ବିଦ୍ୟାଳୟ ପୁରାତନ ଛାତ୍ର ମହାସଂଘ ଗଠିତ ହେଲା। ପ୍ରକାଶ ଯୋଗ୍ୟ ଯେ ଓଡିଆ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଶିକ୍ଷା ର ମାନ ବୃଦ୍ଧି,ଛାତ୍ର ଛାତ୍ରୀ ମାନଙ୍କୁ ବିଶୁଦ୍ଧ ପରିବେଶ ରେ ସ୍ଵାସ୍ଥ୍ୟକର ଖାଦ୍ୟ,ବିଶୁଦ୍ଧ ପାଣି,ବୈଷୟିକ ଜ୍ଞାନକୌଶଳ ଶିକ୍ଷା,ବିଭିନ୍ନ ଖେଳର ମାନ ବୃଦ୍ଧି ସାଙ୍ଗକୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭିତରେ ସମ୍ପର୍କର ସୁଧାର ଆଣିବା ଏବଂ ବିଶେଷ କରି ପିତାମାତା ମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠେଇ ନିଶ୍ଚିତ ରହିବ ବାତାବରଣ ସ୍ରୁଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ଜେନା କହିଛନ୍ତି। ଏହି ବୈଠକରେ ଆଜି ନିଷ୍ପତ୍ତି ହେଲା ଯେ ଆଗାମୀ ଦିନରେ ଭୁବନେଶ୍ଵର ଭିତର ଏବଂ ଆଖପାଖ ଅଞ୍ଚଳର ସମସ୍ତ…
Indian Film Festival of Melbourne: କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା ‘ଲହରୀ’ ତାର ସଫଳତାର ଯାତ୍ରା ଜାରି ରଖିଛି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା ମାସରେ ହେବାକୁ ଥିବା ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବୋର୍ଣ୍ଣ’ (IFFM) ପାଇଁ ଅଫିସିଆଲି ମନୋନୀତ ହୋଇଛି। ଭାରତୀୟ ବିବିଧତା, ସୃଜନାତ୍ମକ କଳା ଓ ସାଂସ୍କୃତିକ ବିଭବକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ‘IFFM’ର ମୂଳ ଉଦ୍ଦେଶ୍ୟ ରହି ଆସିଛି। ଚଳିତ ବର୍ଷ ଏହାର 16 ତମ ସଂସ୍କରଣ ଅନୁଷ୍ଠିତ ହେବ ଯେଉଁଥିରେ ସୁପ୍ରସିଦ୍ଧ ଅଭିନେତା ଆମୀର ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରେଷ୍ଠ ବିବେଚିତ ବିଭିନ୍ନ ଆଞ୍ଚଳିକ ସିନେମା ଏଠାରେ ପ୍ରଦର୍ଶିତ ହେବାକୁ ଥିବା ବେଳେ ‘ଲହରୀ’ର ମନୋନୟନ ବିଶେଷ ଗୁରୁତ୍ୱ ରଖେ। ଓଡିଶା ପାଇଁ ଏହା ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଅନ୍ତର୍ଜାତୀୟ ଖ୍ୟାତି…
ଭୁବନେଶ୍ବର: ଜଣେ ଜଙ୍ଗଲ ବିଭାଗ ଅଫିସରଙ୍କ ଘରୁ ମିଳାଲା ସୁନା, ରୂପା, ନଗଦ ଟଙ୍କା ଆହୁରି କଣ। ଯାହାକୁ ଦେଖି ସମସ୍ତେ ତାଜୁବ ହେବାରେ ଲାଗିଛି। ସେ ବାବୁ ଜଣଙ୍କ ହେଉଛନ୍ତି ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର, ଶ୍ରୀ ରାମଚନ୍ଦ୍ର ନେପାକ। ଆୟବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ନଗଦ ୧.୪୩ କୋଟି ଟଙ୍କା, ଜମା ୧.୩୨ କୋଟି, ୧ ବହୁତଳ ପ୍ରାସାଦ, ୩ଟି ଫ୍ଲାଟ, ୨ଟି ପ୍ଲଟ, ସୁନା ୧.୫ କେଜି,ରୂପା ୪.୬ କେଜି , ଗୋଟିଏ କାର ଆଦି ମିଳିଛି । ଶ୍ରୀ ରାମ ଚନ୍ଦ୍ର ନେପାକ ୧୯୮୯ ରେ କୋରାପୁଟ ସାମାଜିକ ବନ ବିଭାଗରେ ଗ୍ରାମ ବନ କର୍ମଚାରୀ ଭାବରେ ଯୋଗ ଦେଇଥିଲେ। ବର୍ତ୍ତମାନ, ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର କମ ଇନ-ଚାର୍ଜ ରେଞ୍ଜର, ଭାବରେ କାର୍ଯ୍ୟ କରୁଛନ୍ତି ଓ ମାସକୁ ୬୯,୬୮୦ ଟଙ୍କା ଦରମା ପାଉଛନ୍ତି। ହେଲେ ଆୟ ବର୍ହିଭୂତ ସଂପତ୍ତି…
Odisha TEX 2025:ଆଦିତ୍ୟ ବିର୍ଲା ଗୃପ ଅଧୀନ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଓଡ଼ିଶାରେ 200 କୋଟି ଟଙ୍କା ନିବେଶ ପାଇଁ ଧାର୍ଯ୍ୟ ହୋଇଅଛି। ଫଳରେ ଓଡିଶାର କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପୋଷାକ ତିଆରି କାରଖାନା । ସମ୍ପ୍ରତି ଶୁକ୍ରବାର ଦିନ ହିଣ୍ଡାଲ୍କୋ କତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୁଇଟି ପୃଥକ ଏମଓୟୁ ସ୍ଵାକ୍ଷର ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝିଙ୍କ ଉପସ୍ଥିତିରେ ହିଣ୍ଡାଲ୍କୋ କର୍ପୋରେଟ ଅଫେୟାର ଅଧ୍ୟକ୍ଷ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର ଓ ଦକ୍ଷତା ବିକାଶ ଏବଂ ଯାନ୍ତ୍ରିକ ଶିକ୍ଷା ବିଭାଗ ସଚିବ ଶ୍ରୀ ବିଏସ ପୁନିଆଙ୍କ ମଧ୍ୟରେ ଏହି ଏମଓୟୁ ଦସ୍ତାବିଜ ଆଦାନ ପ୍ରଦାନ ହୋଇଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷ ଠାରେ ଫିକି ସହଯୋଗରେ ଆୟୋଜିତ ଟେକ୍ସଟାଇଲ ନିବେଶକ ସମ୍ମିଳନୀ 2025 (ଟେକ୍ସ-2025)ରେ କମ୍ପାନୀ ତରଫରୁ ରାଜ୍ୟର ଏହି ଦୁଇଟି ସ୍ଥାନରେ କାରଖାନା ପ୍ରତିଷ୍ଠା ସକାଶେ 200…
ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସୁଲତା ବେଶ ଖୁସି ମିଜାଜରେ ତାଙ୍କୁ ସାକ୍ଷାତ କରିବା ସହିତ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ସେ ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ତାଙ୍କର ଚଳଚିତ୍ର ଏକ ଦୁଜେ କେଲିଏ ଏବଂ ସଦମ୍ମା ଦେଖିଛି। ତେବେ ଏହି ସାକ୍ଷାତକାରର ଅବସର ଭିନ୍ନ ଥିଲା। ତାହା ହେଲା ଆଜି କମଳ ହାସନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ତାମିଲନାଡୁରୁ ରାଜ୍ୟସଭାକୁ ମନୋନିତ ହୋଇ ଆସିଛନ୍ତି। ତାଙ୍କୁ ତାମିଲନାଡୁ ସରକାରୀ ଦଳ ଡିଏମକେ ଏବଂ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆଜି ସେ ରାଜ୍ୟସଭା ସଦସ୍ୟ…
ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ପ୍ରାୟ 27 ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ଏଥିରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ହେଲେ ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ବହୁ ଆଇଏଏସ ସେମାନଙ୍କର ମୂଳ ବିଭାଗ ସହିତ ଅତିରିକ୍ତ ଦାୟିତ୍ବ ମଧ୍ୟ ଦେଇଛନ୍ତି।
Vice President Election: ଆରମ୍ଭ ହେଲା ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ପକ୍ରିୟା। ଏ ନେଇ ଆଜି ଭାରତ ନିର୍ବାଚନ କମିଶନର ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ସେ ରିଟର୍ଣ୍ଣି ଅଫିସର ଏବଂ ସହାୟକ ରିଟର୍ଣ୍ଣି ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ନିର୍ବାଚନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, 1952 ଏବଂ 1974 ର ସମ୍ପୃକ୍ତ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯିବ। ଆଇନର ଧାରା 3 ଅନୁଯାୟୀ, ଏବଂ ଚାଲିଥିବା ନିୟମ ଅନୁସରଣ କରି, ECI – ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ସହିତ ପରାମର୍ଶ କରିବା ପରେ ଏବଂ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ସମ୍ମତିରେ, ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟସଭାର ମହାସଚିବଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ରାଜ୍ୟସଭା ମହାସଚିବ ଅଛନ୍ତି ପି ସି ମୋଦି। ତେଣୁ ସେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣି ଅଫିସର ଭାବେ କାର୍ଯ୍ୟ…

