Invest Odisha: ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ୧୩୮ତମ ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି ସବୁ ପ୍ରକଳ୍ପ ଦ୍ବାରା ରାଜ୍ୟରେ ୧୧,୯୩୩ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ମଧ୍ୟରେ ରହିଛି ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରସାୟନ, ଔଷଧ, ବିଦ୍ୟୁତ୍ ଏବଂ ନବୀକରଣ ଶକ୍ତି, IT ଏବଂ ITES, ପର୍ଯ୍ୟଟନ, ଏବଂ ମହାକାଶ ଏବଂ ପ୍ରତିରକ୍ଷା ପ୍ରମୁଖ। ଅନୁମୋଦନ ପାଇଥିବା ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ପୋଷାକ ଏବଂ ବୟନ ଶିଳ୍ପ: ଓଡ଼ିଶାର ଉଦୀୟମାନ ବୟନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ, KPR ମିଲ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ବୃହତ ପୋଷାକ ଉତ୍ପାଦନ ୟୁନିଟରେ ₹350 କୋଟି ନିବେଶ କରିବ, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା 46.8 ନିୟୁତ ପିସ୍ ହେବ।…
Author: Samikhsya Bureau
ଭୁବନେଶ୍ୱର: ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାଶ ଏବଂ ବହୁ ମହିଳା କଂଗେସ ନେତ୍ରୀ ବାଲେଶ୍ଵରର ଦିବଂଗତା ଛାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ।
ଭୁବନେଶ୍ବର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ପରେ ଆଜି ରାଜ୍ୟ ସରକାର ଏକ ଥରେ 34 ଜଣ ଓଏଫଏସ ଙ୍କର ଅଦଳବଦଳ କରିଛନ୍ତି। ଏଥିରେ 14 ଜଣ ଡିଏଫଓ ରହିଛନ୍ତି। ସେମାନେ ହେଲେ ତେବେ ଆଇଏଫଏସ ସ୍ତରରେ ଏ ପର୍ଯ୍ୟନ୍ତ ଅଦଳବଦଳ ହୋଇ ନାହିଁ। ଖୁବ ଶିଘ୍ର ସେହି ସ୍ତରର ବଦଳି କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ଏହି ବଡ ଅଦଳବଦଳରେ ସରକାର କିଛି ଭୁଲ କରିଥିଲେ। ଆଜି ପୁଣି ସେଥିରେ ସଂଶୋଧନ କରି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି। ଯେଉଁ ଚାରି ଜଣଙ୍କ ଦାୟିତ୍ବ ଅଦଳବଦଳ ହୋଇଛି ସେମାନେ ବେଲେ 1- ରାଜେଶ ପ୍ରଭାକର ପାଟିଲ- ସମବାୟ ବିଭାଗର ସଚିବ ( ଅଦଳବଦଳ ବେଳେ ରାଜେଶଙ୍କୁ କୌଣସି ବିଭାଗ ଦିଆଯାଇ ନ ଥିଲା) 2- ବିଜୟ କେତନ ଉପାଧ୍ୟାୟ- ସଚିବ ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ( ସେ ବର୍ତ୍ତମାନ ଏହି ବିଭାଗର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି। ଅଦଳବଦଳ ବେଳେ ଏହି ବିଭାଗର ସଚିବଙ୍କୁ ବଦଳି କରିଥିଲେ ମଧ୍ୟ ନୂଆ କାହାକୁ ନିଯୁକ୍ତି ଦେବାକୁ ସରକାର ଭୁଲିଯାଇ ଥିଲେ। ) 3- ସମର୍ଥ ବର୍ମା- ନିର୍ଦ୍ଦେଶକ ଲଘୁ ଉଦ୍ୟୋଗ 4- ଦୀପଙ୍କର ମହାପାତ୍ର-…
ଭୁବନେଶ୍ୱର: ମହିଳାଙ୍କ ଅଭିଯୋଗର ପ୍ରତିକାର ପାଇଁ କଂଗ୍ରେସ ଆରମ୍ଭ କଲା ଭିନ୍ନ ପଦକ୍ଷେପ। ଏକ ଅଭି।ୋଗ ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା ସହିତ ଦଶ ଜଣ ଓକିଲଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ। ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି। ସରକାର ନାରୀ ନିର୍ଯାତନା ତନା ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେନି। ସେଥିପାଇଁ କଂଗ୍ରେସ ଏପରି ପଦକ୍ଷେପ ନେଇଛି ବୋଲି କହିଛନ୍ତି ସଭାପତି ଭକ୍ତ ଦାସ। କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ କରି ଭକ୍ତ କହିଲେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ। ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବଡ଼ ଚର୍ଚ୍ଚା ଚାଲିଛି ତାହା ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ। କେବଳ ସେତିକି ନୁହେଁ ଏହି ମନ୍ତ୍ରୀ ମଣ୍ଡଳରେ କେଉଁମାନେ ସାମିଲ ହେବେ ସେ ତଥ୍ୟ ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ଚାଲିଛି। ଯେଉଁଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ରାଜ୍ୟପାଳ ହରିବାବୁ କୁମ୍ଭମପଟି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବାସଭବନକୁ ଆସିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ହେଲା। ଏବେ ବିଜେପି ସଭାପତି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଉଚ୍ଚ ନେତୃତ୍ବଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ ନିଶ୍ଚିତ ହେବ। ହେଲେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସୁତ୍ର ଅନୁସାରେ ଏହି ଅଦଳବଦଳ ଆସନ୍ତା ଅଗଷ୍ଟ ପନ୍ଦର ପରେ ହେବ ବୋଲି କୁହାଯାଉଛି। ଅନ୍ୟ ଏକ ସୁତେର ଅନୁସାରେ ଚଳିତ ମାସ ଶେଷ…
Modi in UK: ଭାରତ ଏବଂ ୟୁକେ ଆଜି ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଚେକର୍ସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହିତ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆଜି ଭାରତ-ୟୁକେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଐତିହାସିକ ଦିନ। ସେ ଖୁସି ପ୍ରକାଶ କରିଛନ୍ତି ଯେ ବହୁ ବର୍ଷର କଠିନ ପରିଶ୍ରମ ପରେ, ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ଚୁକ୍ତିନାମା ଭାରତ ଏବଂ ୟୁକେର ସହଭାଗୀ ସମୃଦ୍ଧି ପାଇଁ ପଥ ପ୍ରଶସ୍ତ କରୁଛି। ସେ କହିଛନ୍ତି ଯେ ଭାରତୀୟ ବୟନଶିଳ୍ପ, ଫୁଟୱେର, ରତ୍ନ ଏବଂ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ୟୁକେରେ ଉନ୍ନତ ମାର୍କେଟିଂ ପ୍ରବେଶ ପାଇବ। ସେ ଆହୁରି କହିଛନ୍ତି ଯେ ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ…
ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆମ ସରକାର ମଧ୍ୟ ଆଦିବାସୀ ମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଜୀବନ ଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଆଦିବାସୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡିଶା…
ଭୁବନେଶ୍ବର: ମୋହନ ସରକାରଙ୍କୁ ଅକଳରେ ପକାଇବା ପାଇଁ ପ୍ରଦେଶ କଂଗ୍ରେସ ଯଥା ସମ୍ଭବ ତାହାର କାର୍ଯ୍ୟରେ ଲାଗିଯାଇଛି। ଗୋଟିଏ ପଟେ କଂଗ୍ରେସ ତାହାର ଦବଦବା ଦେଖାଇବାକୁ ଚାହୁଁଥିବା ବେଳେ ବିଲେଇ କପାଳକୁ ଶିକା ଛିଣ୍ଡିଯାଇଛି। ଅର୍ଥାତ ଗତ କିଛି ମାସ ଧରି ବିଜେପି ସରକାର ଗୋଟିଏ ପରେ ଗୋଟିଏ ବଦନାମ ହେବାରେ ଲାଗିଛି। କେତେବେଳେ ପୁରୀରେ ଦଳ ଚକଟା ହେଉ କିମ୍ବା ବାଲେଶ୍ବରରେ ଛାତ୍ରୀ ମୃତ୍ୟୁ। ଏ ସବୁ ଭିତରେ ସରକାରଙ୍କୁ ଘାଣ୍ଟିବା ପାଇଁ ଏକ ଚ୍ୟାନସ କଂଗ୍ରେସକୁ ମିଳିଯାଇଛି। କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ବାରମ୍ବାର ରାସ୍ତାକୁ ଓହ୍ଲାଇବାରେ ଲାଗିଛି। ସେତିକି ନୁହେଁ ସେ ମଧ୍ୟ ଦିନରେ ତିନି ଚାରିଟି ସାମ୍ବାଦିକ ସମ୍ମିଳନୀ କରି ନିଜର ଦାବୀ ଉପସ୍ଥାପିତ କରୁଛି। ତେବେ ଏ ସବୁ ବାରମ୍ବାର କରିବା ପରେ ଏବେ ଭକ୍ତ ଦାସ ଏକ ନୂଆ କୌଶଳ ଆପଣେଇବାରେ ଲାଗିଛନ୍ତି। ତାହା ହେଲା ରାଜ୍ୟ ସରକାରଙ୍କୁ…
ନୂଆଦିଲ୍ଲୀ: ଗତ ଦଶ ବର୍ଷ ମଧ୍ୟରେ ମୋବାଇଲ୍ ଉତ୍ପାଦନ ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଏବଂ ରପ୍ତାନି ଦ୍ରୁତ ଅଭିବୃଦ୍ଧି ପାଇଛି। ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ୧ ଲକ୍ଷ ୯୦ ହଜାର କୋଟି ଟଙ୍କାରୁ ଗତ ଆର୍ଥିକ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି, ଯାହା ୬ ଗୁଣ ବୃଦ୍ଧି ଦର୍ଶାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ରପ୍ତାନି ତିନି ଲକ୍ଷ ୨୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ମୋବାଇଲ୍ ଫୋନ୍ ରପ୍ତାନି ଏକ ଦଶନ୍ଧିରେ ୧୨୭ ଗୁଣ ବୃଦ୍ଧି ପାଇ ଏକ ହଜାର ୫୦୦ କୋଟି ଟଙ୍କାରୁ ଦୁଇ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋବାଇଲ୍…
ଭୁବନେଶ୍ବର: ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାଶଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ଓଡିଶା ଶାଖା ସଭାପତି ଅଭିଳାଶ ପଣ୍ଡାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଗତ ଜୁଲାଇ ୨୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କର ଅନ୍ୟକିଛି ସହକର୍ମୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବିରୋଧ ଦଳ ନେତା ତଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତ୍ୟନ୍ତ ଅଶାଳିନ ମନ୍ତବ୍ୟ ପ୍ରଦାନ କରିବା ସହିତ ରାହୁଲ ଗାନ୍ଧୀଙ୍କର ଚରିତ୍ର ସଂହାର କରିଛନ୍ତି। ଏପରିକି ସମସ୍ତ କଂଗ୍ରେସ ଦଳର ନେତୃବର୍ଗ ଜଣେ ଜଣେ ବଳାତ୍କାରୀ ବୋଲି ଗଣମାଧ୍ଯମ ସମ୍ମୁଖରେ କହିବାକୁ କୁଣ୍ଠାବୋଧ କରିନଥିଲେ । ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଘୋର ଆଘାତ ଦେବା ସହିତ ତାଙ୍କପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଶ୍ରୀ…
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଯେପରି ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଏ ସରକାର ବେଶୀ ଦିନ ରହିବା ଅନୁଚିତ। ଆସନ୍ତା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ମୋହନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରୁ। ଏହାକୁ କଂଗ୍ରେସ ପୂର୍ଣ୍ଣ ଭାବେ ସମର୍ଥନ କରିବ ବୋଲି କହିଛନ୍ତି କଂଗ୍ରେସ ସଭାପତି ଭକ୍ତ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତ ଯେ, ବିଜେଡି ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ। ତେଣୁ ସେ ପ୍ରଥମେ ଏହି ଅନାସ୍ଥା ଆଣିବା ଦରକାର। ଯଦି ବିଜେଡି ଏଥିରେ ରାଜି ନୁହେଁ ତେବେ କଂଗ୍ରେସ ନିଶ୍ଚିତ ଅନାସ୍ଥା ପ୍ରସ୍ତାବ ଆଣିବ। ଏଥିରେ ବିଜେଡି ସମର୍ଥନ କରୁ ବୋଲି କହିଛନ୍ତି ଭକ୍ତ ଦାସ। ଯଦି ବିଜେଡ଼ି କିଛି ବି କରେ ନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ରାଜ ରାସ୍ତାରେ କରୁଥିବା ମୂଲ୍ୟହୀନ ପ୍ରହସନ ବନ୍ଦ କରୁ…
ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ଲଗାତାର ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଥିଲା। ବିହାରରେ ଭୋଟର ତାଲିକାର ବିଶେଷ ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆଲୋଚନା ଦାବି କରୁଥିଲେ। ଆଜି ଲୋକସଭା ଏବଂ ରାଜ୍ୟସଭା ଦୁଇଥର ମୁଲତବୀ ହେବା ପରେ ଶେଷରେ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ ୨ଟାରେ ଲୋକସଭା ଆରମ୍ଭ ହେବା ମାତ୍ରେ, କଂଗ୍ରେସ, ଡିଏମକେ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରି ସେମାନଙ୍କ ଦାବିକୁ ଜାହିର ପାଇଁ ସ୍ଲୋଗାନ ଦେଇଥିଲେ। ଗୋଆ ରାଜ୍ୟର ବିଧାନସଭା କ୍ଷେତ୍ରରେ ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱ ପୁନଃସଞ୍ଚୟ ବିଲ୍, ୨୦୨୪ ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ତାଲିକାଭୁକ୍ତ ହୋଇଥିବା ଦର୍ଶାଇ ଗୃହକୁ କାର୍ଯ୍ୟ କରିବାରେ ସହଯୋଗ କରନ୍ତୁ ବୋଲି ବିରୋଧୀଙ୍କ ଅଧ୍ୟକ୍ଷ ନିବେଦନ କରିଥିଲେ। ହେଲେ କୌଣସି ସ୍ବାଭାବିକ ହୋଇ ନ ଥିଲା।…
ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଘଟଗାଁ ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ଅଢେଇ ବର୍ଷ ମଧ୍ୟରେ ଏହି ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଘଟଗାଁ ମା’ ତାରିଣୀଙ୍କ ପୀଠରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ନିବାସ, ୩୦୦ ସିଟ୍ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ର, ନଡିଆ ଗୋଦାମ, ୫୦୦ ସିଟ୍ ବିଶିଷ୍ଟ ପ୍ରସାଦ ସେବନ ଗୃହ, ଫୁଡ ପ୍ଲାଜା, ପାର୍କିଂ ସୁବିଧା, ମାର୍କେଟ କମ୍ପ୍ଲେକ୍ସ, ଡ୍ରେନେଜ୍ ସିଷ୍ଟମ, ପୁଷ୍କରିଣୀ ଏବଂ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଇତ୍ୟାଦି ରହିଛି। ମନ୍ଦିର କମିଟି ସହିତ ଆଲୋଚନା…
ଭୁବନେଶ୍ବର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ OISF ରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା। ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ ରେ ସମୁଦାୟ ପଦବୀ ସଂଖ୍ୟା…
ଭୁବନେଶ୍ବର: ଗତକାଲି ରାତିରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ବହୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ତେବେ ସେହି ଭିତରେ ଖାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ ପାଇଛନ୍ତି ଯୁବ ଆଇଏଏସ ଅମ୍ରିତ ଋତୁରାଜ। ସେ ବର୍ତ୍ତମାନ କନ୍ଧମାଳର ଜିଲ୍ଲାପାଳ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସରକାର ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ଚଳିତ ରଥଯାତ୍ରା ବେଳକୁ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରିଦିଆଗଲା। ଏବେ ପୁଣି ତାଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତ କରାଯାଇଛି। ରଥଯାତ୍ରାଠାରୁ ଖୋର୍ଦ୍ଧା ଜିଲ୍ଲାପାଳ ପଦ ଖାଲି ପଡିଥିଲା। ଏବେ ଯୁବ ଆଇଏଏସ ଅମ୍ରିତ ଋତୁରାଜଙ୍କୁ ନିଯୁକ୍ତ କରାଯାଇଛି। ଅମ୍ରିତ ଋତୁରାଜ କିଏ, ସେ ବର୍ତ୍ତମାନ କେଉଁଠି ଅଛନ୍ତି ଅମ୍ରିତ ଋତୁରାଜ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି। ସେ ହେଉଛନ୍ତି ୨୦୧୫ ବ୍ୟାଚର ଆଇଏଏସ। ଜନ୍ମ ତାଙ୍କର ନବରଂଗପୁର ଜିଲ୍ଲାର ଉମରକୋଟରେ ହୋଇଛି। ହେଲେ…
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହିପରି ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ନିକଟରେ ପୁରୀ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଚଞ୍ଚଳ ରଣାଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଛି। ଅନ୍ୟ ଯେଉଁମାନେଙ୍କର ବଦଳି ହୋଇଛି ସେମାନେ ହେଲେ ମନୀଶ କୁମାର ଅଗ୍ରୱାଲ- ଅତିରିକ୍ତ ଏସଆରସି ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି ଦେବେନ କୁମାର ପ୍ରଧାନ- ଏମଡି ପାନୀୟ ନିଗମ ବିଜୟ କୁମାର ଦାସ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ମତି ରଂଜନ ପ୍ରଧାନ- ଅତିରିକ୍ତ ସଚିବ ଜଙ୍ଗଲ ଓ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରଘୁରାମ ଆୟାର- ଜିଲ୍ଲାପାଳ କେନ୍ଦ୍ରାପଡା ଚଞ୍ଚଳ ରଣା- ବିଏମସି କମିଶନର ସିଦ୍ଧାର୍ଥ ଶଙ୍କର ସ୍ବାଇଁ- ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଚକ୍ରବର୍ତ୍ତି ସିଂ ରାଠୋର- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ ଡ.…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ। ସେ ତାଙ୍କର ପୂର୍ବପରି ଶିଳ୍ପ ବିଭାଗ ଏବଂ ଇପିକୋଲର ଅଧ୍ୟକ୍ଷ ସହିତ ଏହି ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ବରେ ରହିବେ। ଏହି ବିଭାଗର ଦାୟିତ୍ବ ହେମନ୍ତ ଶର୍ମା ନେବା ପରେ ଏହାର ଦାୟିତ୍ବରେ ଥିବା ସଂଜୟ ସିଂହ ବିଦାୟ ନେବେ। ସେହିପରି ରାଜ୍ୟ ସରକାର ସଂଜିବ ମିଶ୍ରଙ୍କୁ ତାଙ୍କର ସଂସ୍କୃତି ଓ ଅନୁସୂଚିତ ଜାତି ଓ ଜନଜାତୀ ବିଭାଗ ସହିତ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ହେମନ୍ତ ଶର୍ମା- ଶିଳ୍ପ ଓ ଇପିକୋଲ ଅଧ୍ୟକ୍ଷ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ବ 2- ସଂଜିବ ମିଶ୍ର- ଅର୍ଥ ବିଭାଗ…
ଭୁବନେଶ୍ବର: ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସାଂଗଠନିକ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ବର୍ତମାନ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ତଥା ଅଦଳବଦଳ ଚର୍ଚ୍ଚା ଚାଲିଥିବା ବେଳେ ଏହି ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ବଢିଛି। କିଛିଦିନ ତଳେ ମନମୋହନ ମନ୍ତ୍ରୀ ମଣ୍ଡଳ ସଂପ୍ରସାର ଉପରେ ସମକ୍ୟ ସୂଚନା ଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକୁ ନେଇ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଆଜି ସଭାପତି ଓ ସଂଗଠକ ସଂପାଦକଙ୍କ ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ତେବେ ଦିଲ୍ଲରେ ଉଭୟ ବରିଷ୍ଠ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉଭୟ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବେ।
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳ ତା ଭିତରେ ଆଉ ଏକ ଖବର ଓଡିଶା ରାଜନୀତିକୁ ସରଗରମ କରି ରଖିଛି। ତାହା ହେଲା ଯେ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ରାଜ୍ୟପାଳ ଏବଂ ଦିଲ୍ଲୀପ ରାୟ କାହିଁକି କଲେ ସାକ୍ଷାତ। ଆଜି ମନ୍ତ୍ରୀଙ୍କ ବାସଭବନରେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତା ଶିଳ୍ପପତି ଦିଲ୍ଲୀପ ରାୟ ସାକ୍ଷାତ କରିଛନ୍ତି। ଦିଲ୍ଲୀପ ବର୍ତ୍ତମାନ ବିଜେପିର ସକ୍ରିୟ ରାଜନୀତିରେ ନ ଥିଲେ ମଧ୍ୟ ତାଙ୍କର ଦିଲ୍ଲୀରେ ବେଶ ଦବଦବା ରହିଛି। ଆଜି ପୂର୍ବାହ୍ନରେ ଦିଲ୍ଲୀପ ପୃଥୀରାଜଙ୍କ ସରକାରୀ ବାସଭବନ ଆସି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ତେବେ କଣ ଆଲୋଚନା କରିଛନ୍ତି ତାହା କେହି କହି ନ ଥିଲେ ମଧ୍ୟ ଉଭୟଙ୍କ ସାକ୍ଷାତ ବିଭିନ୍ନ ଦିଗକୁ ଇସାରା କରୁଛି। ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ…
ନୂଆଦିଲ୍ଲୀ: ଆଜି ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରି ନ ଥିଲା। ଯାହା ଫଳରେ ଲୋକସଭା ଏବଂ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀ ଦଳଗୁଡ଼ିକ ଅପରେସନ ସିନ୍ଦୂର ଏବଂ ବିହାରରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପଦକ୍ଷେପ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରୁଥିଲେ। ଫଳରେ ଗୃହକାର୍ଯ୍ୟ ଚାଲିପାରିନ ଥିଲା। ଲୋକସଭାରେ ହଟ୍ଟଗୋଳ ଦ୍ୱିତୀୟ ଥର ପାଇଁ ଅପରାହ୍ନ ୨ଟାରେ ଲୋକସଭା ମୁଲତବୀ ହେବା ପରେ ଯେତେବେଳେ ପୁଣି ଆରମ୍ଭ ହେଲା ବିରୋଧୀ ସଦସ୍ୟମାନେ ପୂର୍ବପରି ସେମାନଙ୍କର ଦାବି ନେଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସଦସ୍ୟମାନଙ୍କୁ ଗୃହକୁ କାର୍ଯ୍ୟ କରିବାକୁ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କ ଆସନକୁ ଫେରିବାକୁ ବାଚସ୍ପତି ଅନୁରୋଧ କଲେ। ହେଲେ ବିରୋଧୀ ସଦସ୍ୟ ତାହ ଶୁଣିଲେ ନାହିଁ। ଅଧ୍ୟକ୍ଷା ଆଶ୍ୱାସନା ଦେଇଥିଲେ ଯେ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବ। ହେଲେ ତାହା କେହି ଶୁଣି ନ…

