ଭୁବନେଶ୍ୱର : ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ । କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି । ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ôଚତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା? ଗୌତମ ଆଦାନୀ ଓଡ଼ିଶା…
Author: Samikhsya Bureau
ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି। ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।” ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା…
ପୁରୀ: ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ତାନି ରଥ। ଆଜି ରଥଯାତ୍ରାର ଦ୍ବିତୀୟ ଦିନରେ ଭକ୍ତମାନେ ବେଶ ଆନନ୍ଦର ସହ ତିନିରଥ ଟାଣିଥିଲେ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଯାଇଥିଲା ବଡଦାଣ୍ଡ। ଆଜି ଦିନ ୧୧ଟା ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ। ଗତକାଲି ରଥ ଟଣାରେ ବିଳମ୍ବ ଯୋଗୁଁ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସଂଧ୍ୟା ହୋଇଯିବାରୁ ଆଉ ରଥଟଣା ହୋଇ ନ ଥିଲା। ହେଲେ ଆଜି ସକାଳୁ ରଥରେ ଠାକୁରଙ୍କ ଆଳତି ଏବଂ ରୀତିନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବରୁ ବେଶ ଭକ୍ତିପୂତ ଚିତରେ ମହାପ୍ରଭୃଙ୍କ ରଥକୁ ଭକ୍ତମାନେ ଟାଣିଥିଲେ।
ଭୁବନେଶ୍ବର: ଗତକାଲି ଥିଲା ପବିତ୍ର ରଥଯାତ୍ରା। ଏହି ପବିତ୍ର ଦିନରେ ପୁରୀରେ ତିନିଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଗତକାଲି ରଥଯାତ୍ରା ଆୟୋଜିତ ହୋଇଛି। ତେବେ ଓଡିଶାର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ରଥଯାତ୍ରାରେ ତିନି ରଥରେ ଛେରା ପହଁରା କରିଛନ୍ତି ନବୀନ। ସେହି ସ୍ଥାନଟି ହେଉଛି ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟ ପରିସରରେ ଥିବା ଜଗନ୍ନାଥ ମନ୍ଦିର। ସେଠାରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହି ତିନି ରଥରେ ଛେରାପହଁରା କରିଥାନ୍ତି କଂପାନୀ ଅଧ୍ୟକ୍ଷ ନବୀନ ଜିନ୍ଦଲ। ଚଳିତ ବର୍ଷ ମଧ୍ୟ ନବୀନ ପୁରା ପରିବାର ସହିତ ଅନୁଗୁଳ ଆସି ଏହି ରଥଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ସାଲୁ ଜିନ୍ଦଲ ଏବଂ ତାଙ୍କ ମାଆ ସାବିତ୍ରୀ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ।
ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି। ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ…
ଭୁବନେଶ୍ବର: ଆଜି ଥିଲା ପବିତ୍ର ରଥଯାତ୍ରା। ଏହି ଅବସରରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମୁଣ୍ଡ ଭକ୍ତିପୂତରେ ନଇଁଯାଇଛି। ତେବେ ଏହିପରି ପରିବେଶ ମଧ୍ୟରେ ଅନ୍ୟତମ ଜଗନ୍ନାଥ ପ୍ରେମୀ ନବୀନ ପଟ୍ଟନାୟକ ଅସୁବିଧାରେ ଥାଇ ମଧ୍ୟ ତାଙ୍କର ଭକ୍ତିରୁ କିଛି ଉଣା କରି ନାହାଁନ୍ତି। ସେ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ ମଧ୍ୟ ପ୍ରଭୃଙ୍କ ପ୍ରତିଟି ମୁହୁର୍ତ୍ତକୁ ଦେଖିବାର ସୁଯୋଗକୁ ହାତ ଛଡା କରି ନ ଥିଲେ। ସେ ହସପିଟାଲରେ ରହି ମଧ୍ୟ ଟିଭିରେ ସିଧାପ୍ରସାରଣକୁ ଦେଖି ତିନିଠାକୁରଙ୍କୁ ମୁଣ୍ଡିଆ ମାରୁଥିଲେ। ସେ ଟିଭିରୁ ସିଧାପ୍ରସାରଣ ଦେଖି ମୁଣ୍ଡିଆ ମାରୁଥିବାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଭି କେ ପାଣ୍ଡିଆନ। ଏଥିରୁ ସ୍ପଷ୍ଟ ହେଲା ଯେ, ପାଣ୍ଡିଆନ ରାଜନୀତି ଛାଡିଦେଲି ବୋଲି ଘୋଷଣା କରିଥିଲେ ମଧ୍ୟ ନବୀନଙ୍କୁ ଛାଡି ନାହାଁନ୍ତି। ତାଙ୍କର ସ୍ବାସ୍ଥ୍ୟ…
ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି ରଥଟଣା ହେବ ସେ ନେଇ ସୃଷ୍ଟି ହେଲା ଦ୍ବନ୍ଦ। ରଥ ଟଣା ନ ହେଲେ ପରଂପରା ନଷ୍ଟ ହେବ ବୋଲି ଆଶଙ୍କା କରି ସଂଧ୍ୟା ସାତଟା ପରେ ନନ୍ଦିଘୋଷ ରଥକୁ ସାମାନ୍ୟ ସିଂହଦ୍ବାରରୁ ଆଗକୁ ନେଲେ। ତେବେ ରଥ ଟଣାରେ ଏପରି କାହିଁକି ବିଳମ୍ବ ହେଲା ବୋଲି ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି। ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି କାନ୍ତି। କେବଳ ପହଣ୍ଡି ବେଳେ ସାମାନ୍ୟ ବିଲମ୍ବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ଠିକ୍ ହୋଇଥିଲା। ଆଜି ଅପରାହ୍ନ ୪ଟା ୫ ରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ହେଲେ ପ୍ରତି ମୂହୁର୍ତ୍ତରେ ବଳଭଦ୍ରଙ୍କ ରଥ ମୋଡ ନେଉଥିଲା। ତାହାକୁ ଠିକ କରି ପୁଣି…
ପୁରୀ: ରଥଯାତ୍ରା ଅବସରରେ ଆଜି ପୁରୀ ବଡ ଦାଣ୍ଡରରେ ଉନମୋଚିତ ହୋଇଛି ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା। ଏହି ସ୍ବତନ୍ତ୍ର ସଂଖ୍ୟାଟି ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଅଧାରିତ। ଯାହାକୁ କୁହାଯାଇଛି ରଥଯାତ୍ରା ବିଶେଷାଙ୍କ। ଏହି ସ୍ବତନ୍ତ୍ର ସଂଖ୍ୟାରେ ରଥଯାତ୍ରାର ଇତିହାସ, କିମ୍ବଦନ୍ତୀ ଏବଂ ଗବେଷଣା ସାହିତ୍ୟ ଉପରେ ଆଧାରିତ ହୋଇଛି। ଏହି ସଂଖ୍ୟାରେ ରାଜ୍ୟର ବିଶିଷ୍ଠ ଲେଖକଙ୍କର ଲେଖା ପ୍ରକାଶିତ ହୋଇଛି। ଏହି ସଂଖ୍ୟାକୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱାତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କେଭି ସିଂହଦେଓ ପ୍ରମୁଖ ଉନମୋଚନ କରିଥିଲେ।
ପୁରୀ: ମହାପ୍ରଭୁ ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମି କୂଳରେ ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ମନୋରମ ବାଲୁକା କଳା ସ୍ଥାପନ କରିଛନ୍ତି। ସୋସିଆଲ ମିଡିଆରେ ଏହି କଳାକୃତିକୁ ସେୟାର କରି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, “ଜୟ ଜଗନ୍ନାଥ! ମହା ପ୍ରଭୁ ରଥଯାତ୍ରାର ଶୁଭ ଅବସରରେ, ମୁଁ ଓଡ଼ିଶାର ପୁରୀ ବେଳାଭୂମିରେ ମହା ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ବାଲୁକା କଳା ନିର୍ମାଣ କରିଛି। ତାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ।” ବାଲିର ଏହି କଳାକୃତି ବର୍ତ୍ତମାନ ରଥଯାତ୍ରା ଗହଳିରେ ବେଶ ଆକର୍ଷଣୀୟ ହୋଇପାରିଛି।
ଭୁବନେଶ୍ବର: ମୁମ୍ବାଇର ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ରଥଯାତ୍ରା ହୋଇଥିବାରୁ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି। ସେ କହିଛନ୍ତି ଯେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର, ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ପଣ୍ଡଲାଇଟ ଅପରେସନ ପାଇଁ ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଛି। ଡାକ୍ତରଙ୍କ ଅବଜରଭେସନ ପାଇଁ ସେ ବର୍ତ୍ତମାନ କ୍ୟାବିନରେ ଅଛନ୍ତି। କିଛିଦିନ ପରେ ସେ ଓଡିଶା ଫେରିବେ ବୋଲି ଜଣାପଡିଛି।
ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଜି ତିନିଠାକୁର ଶ୍ରୀମନ୍ଦିର ଛାଡି ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ସେଥିପାଇଁ ଶ୍ରୀମନ୍ଦିର କର୍ତ୍ତୁପକ୍ଷ ଏବଂ ସେବାୟତାମାନେ ବେଶ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି। ତେବେ ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ନୀତି ବର୍ତ୍ତମାନ 30 ମିନିଟ ବିଳମ୍ବରେ ଚାଲିଛି। ତେବେ ଆଗରୁ ଯାହା ନିର୍ଦ୍ଧାରିତ ହୋଇଥିଲା ତାହା ହେଲା ଯଦି ନୀତି ଠିକ ସମୟରେ ଚାଲେ ତେବେ ସେହି ଅନୁସାରେ ଆଜି ଅପରାହ୍ନ 2 ଟା 30 ମିନିଟରେ ଛେରା ପହଁରା ରହିଛି। ସେହିପରି ଅପରାହ୍ନ 4 ଟାରେ ରଥ ଟଣା ଆରମ୍ଭ ହେବ।
ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି। ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ…
ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ ଆଜ୍ଞାମାଳ ଧରି ରଥ ଅଭିମୁଖେ ଆସିଥିଲେ। ଅଳ୍ପ ଦୂରରେ ନିର୍ମାଣ ହେଉଥିଲା ତିନି ରଥ। ସେଠାରେ ପୂଜା କରାଯାଇ ଆଜ୍ଞାମାଳ ସ୍ଥାପନ କରାଗଲା। ଏହାପରେ ସୁରକ୍ଷା କର୍ମି ତଥା ଭକ୍ତମାନେ ଟାଣିଟାଣି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣିଥିଲେ। ବର୍ତ୍ତମାନ ତିନିଠାକୁରଙ୍କୁ ଅପେକ୍ଷାରେ ରହିଲେ ତିନି ରଥ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ଏହାପରେ 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଅପରାହ୍ନ 4ଟା ରୁ ଆରମ୍ଭ ହେବ ରଥ ଟଣା।
ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତୀର୍ଥଯାତ୍ରୀଙ୍କ ପାଇଁ ଓଏସ୍ଆରଟିସି ପକ୍ଷରୁ ସାରା ଓଡ଼ିଶାରେ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ ହେଉଛି। ଏହା ଜିଲ୍ଲାଗୁଡ଼ିକୁ ପୁରୀ ସହିତ ସଂଯୋଗ କରି ଭକ୍ତଙ୍କ ପାଇଁ ଏକ ସୁଗମ, ନିରାପଦ ଏବଂ ଆଧ୍ୟାତ୍ମିକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ଏହି ବସ ସେବା ଯେଉଁ ଯେଉଁ ସ୍ଥାନରୁ ବାହାରି ପୁରୀ ଆସିବ ତାହା ହେଲା ଓଏସ୍ଆରଟିସି ପୂର୍ବରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ନାମରେ ହାଇଟେକ ବସ ସେବା ଆରମ୍ଭ କରିସାରିଛି। ଏହି ବସ ରାଜ୍ୟ ବାହାରୁ ପୁରୀକୁ ସଂଯୋଗ କରୁଛି। ମୁଖ୍ୟ ଭାରତର ପ୍ରମୁଖ ତୀର୍ଥସ୍ଥଳକୁ ଏହି ବସ ସେବା ଲାଗୁ କରାଯାଇଛି।
ପୁରୀ: ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଶ୍ରୀମନ୍ଦିର ନିତି ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ତେବେ ତା ପୂର୍ବରୁ ଯାହା ନିତି ରହିଛି ତାହା ହେଲା… ସୂଚନା ଅନୁସାରେ ଆସନ୍ତାକାଲି 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହାପରେ ପ୍ରଭୃ ବଳଭଦ୍ରଙ୍କ ରଥ ଅପରାହ୍ନ 4ଟା ରୁ ଆରମ୍ଭ ହେବ। ଏହାପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ।
ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର। ଓଡିଶା ସାମୟିକ କର୍ମଚାରୀଙ୍କ ନିବୃତ୍ତି ଭତ୍ତା ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ (Cessation of Service ) କରାଯିବା ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା (Cessation Benefit) ମିଳିବ। ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଏକକାଳୀନ ରାଶି ମିଳିବ। ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ…
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ ସଫଳ ପରେ ସେ ଆଇସିୟୁରେ ଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିବାରୁ ତାଙ୍କୁ ଗତକାଲି କ୍ୟାବିନକୁ ସ୍ଥାନାନ୍ତରିତ କରାଯାଇଛି। ସେ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଅଛନ୍ତି। ଗତକାଲି ତାଙ୍କୁ ଦେଖିବା ପାଇଁ ବିଜେଡି ବିଧାୟକ ତଥା ନେତାମାନେ ଯାଇଥିଲେ। ସେଠାରେ ସେ ଡାକ୍ତର ତଥା ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଯେଉଁମାନେ ଯାଇଥିଲେ ସେମାନେ ହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ପ୍ରମୁଖ। ତେବେ ସେ ଖୁବ ଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ଏହି ଅବସରରେ ବିଧାନସଭା ପରିସରରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନବ ଯୌବନ ଦର୍ଶନ। ଏହି ଦର୍ଶନ ଆଜି ପୂର୍ବହ୍ନ ପର୍ଯ୍ୟନ୍ତ ଚାଲିବ। ଆଜି ସକାଳ 8ଟାରୁ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଏହି ଦର୍ଶନ ଆଜି ସକାଳ 9 ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଆଜି ପ୍ରଭୃଙ୍କ ନବଯୌବନ ଦର୍ଶନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେଉଛି।ସ ସ୍ନାନ ଯାତ୍ରା ପରେ ପ୍ରଭୃ ଜ୍ହରରେ ପଡିଥିଲେ। ଏହାପରେ ସୁସ୍ଥ ହେବା ପରେ ତାଙ୍କର ବନକଲାଗି ନିତି କରାଯାଇଥିଲା। ପ୍ରଭୃଙ୍କ ବନକ ଲାଗିବା ପରେ ଆଜି ସେ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆରମ୍ଭ ହେବ ରଥଯାତ୍ରା।
ଭୁବନେଶ୍ବର: ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ଯରେ ବ୍ୟାପିଥିବା ହଇଜା ଅନୁଧ୍ୟାନ ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ଯାଳୟରେ ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଡାକ୍ତର ସି ଏସ୍ ରାଜେନ୍ ଏକ୍କା ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ଯେ ରାଜ୍ୟର ୧୧ ଉର୍ଦ୍ଧ ଜିଲ୍ଲାରେ ହଇଜା ମହାମାରୀ ବ୍ୟାପିଛି। ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତା ଠାରୁ ଢ଼େର ଅଧିକ ସଂଖ୍ୟାର ରୋଗୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।ପାଖାପାଖି ୧୨ ହାଜର ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଛନ୍ତି ।ପିଇବା ପାଣି କାରଣରୁ ଏହି ମହାମାରୀ ବ୍ୟାପିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ପୋଖରୀରୁ ପାଣି ପିଉଛନ୍ତି, ସରକାର ଜନତାଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି । ଏହାସହ ବହୁ ହସ୍ପିଟାଲ ପାରାମେଡିକାଲ ଷ୍ଟାପ ନାହାନ୍ତି, ସରକାର ହସ୍ପିଟାଲରେ…
The Samikhsya Desk: ଏଣିକି କାର ରୋଡରେ ଗଡିବ ନାହିଁ ଆକାଶରେ ଉଡିବ। ଏହିପରି ଏକ ଅବସ୍ଥାବ କଥା ବର୍ତ୍ତମାନ ବାସ୍ତବ ହେବାକୁ ଯାଉଛି। କାରଣ ଏବେ ଆକାଶରେ ଉଡିବ ଉଡନ୍ତାକାର। ଏହାକୁ ବାସ୍ତବ ରୂପ ଦେଇଛନ୍ତି ତେଲଙ୍ଗାନା ଗୁଣ୍ଠୁରର ଏକ ଷ୍ଟାର୍ଟଅପ୍ କଂପାନୀ ‘ମ୍ୟାଗନମ୍ ୱିଙ୍ଗସ୍’ । ଏହି ଷ୍ଟାର୍ଟଅପ୍ କଂପାନୀ 2017 ରେ ଗବେଷଣା ଆରମ୍ଭ କରିଥିଲା। କମ୍ପାନୀ ସମ୍ପ୍ରତି ପ୍ରୋଟୋଟାଇପ୍ର ଏକ ସଫଳ ପରୀକ୍ଷଣ ଉଡ଼ାଣ କରିଛି, ଯାହା ଏକ ଏୟାର କାର ଭାବରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଯାନଟି ଏକ କାର୍ଯ୍ୟକ୍ଷମ ମଡେଲ୍ କିନ୍ତୁ ବାଣିଜ୍ୟିକ ନିୟୋଜିତ କରିବା ପୂର୍ବରୁ ନିୟାମକ ଅନୁମୋଦନ ଆବଶ୍ୟକ କରୁଛି। ଏହା ଏକ ବଡ ଡ୍ରୋନ ଆକାରର କରାଯାଇଛି। ଏହା ଘଣ୍ଟାରେ 100 କିଲୋମିଟର ବେଗରେ 40 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ 2,000 ଫୁଟ ଉଚ୍ଚତାରେ ପହଞ୍ଚିପାରିବ। କମ୍ପାନୀ ଅଧିକାରୀଙ୍କ ଅନୁଯାୟୀ, ଏହାକୁ ଦୂରରୁ କିମ୍ବା ମାନୁଆଲି…

