ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ନୋଟିସ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ସଞ୍ଜୟ ରାଉତଙ୍କୁ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ପାତ୍ରା ଚାଲ ମାମଲାରେ ସଞ୍ଜୟ ରାଉତଙ୍କୁ ସମନ ପଠାଯାଇଛି। ଜମି ମାମଲାରେ ଜେରା କରିବା ପାଇଁ ରାଉତଙ୍କୁ ଡକାଯାଇଛି। ଅନ୍ୟପକ୍ଷରେ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ଯେ, ସେ ଏପର୍ଯ୍ୟନ୍ତ ଇଡି ନୋଟିସ ପାଇନାହାଁନ୍ତି। ଆସନ୍ତାକାଲି ତାଙ୍କର ପୂର୍ବ ନିୟୋଜିତ ଯୋଜନା ଅଛି। ତେଣୁ ସେ ଆସନ୍ତାକାଲି ଇଡି ଅଫିସକୁ ଯିବେ ନାହିଁ। ଯାହାକି ଇଡିକୁ ସଞ୍ଜୟ ରାଉତ ସମୟ ମାଗିବେ।
Author: Samikhsya Bureau
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସୋରିଜ୍ ସ୍ପେସିଅଲ୍ଟି ଶୃଙ୍ଖଳା ଟ୍ରେଣ୍ଡ୍ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି ଯାହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବକୁ ଏକ ମହୋତ୍ସବରେ ପରିଣତ କରିଥିଲା। ରବିବାର ଦିନ ଏକ ବର୍ଣ୍ଣାଢ଼୍ୟ ରଜ ରାଜକୁମାରୀ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ଛଅ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ଯେଉଁଥିରେ ଏହି ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବା ଓଲିଉଡ୍ର ଲୋକପ୍ରିୟ ତାରକା ସମ୍ବିତ ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଅତିଥି ଭାବେ ଉପସ୍ଥିତ ଥିଲେ। ରଜ ରାଜକୁମାରୀ ସେଲ୍ଫି ପ୍ରତିଯୋଗିତାରେ ଭୁବନେଶ୍ୱରର ଅର୍ପିତା ମହାପାତ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ସେମିଳିଗୁଡ଼ାର ସୋନାଲି ସ୍ୱାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି, ରଜ ରାଜକୁମାରୀ ଗୀତ / ଭିିଡିଓ…
ସୀତାରାମ ଅଗ୍ରୱାଲ ଚିଲିକା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ସତ୍ୟାଗ୍ରହ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ଓ ପିସିସି ସଭ୍ୟ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଫଳ ଯୋଜନା ଏବଂ ଉକ୍ତ ଯୋଜନାରେ ସାମିଲ ହୋଇ ଯୁବପିଢ଼ି ଚାକିରୀ କାର୍ଯ୍ୟକାଳ ସରିବା ପରେ ଚାପର ବଶବର୍ତ୍ତୀ ହୋଇ ବିପଥଗାମୀ ହେବେ ବୋଲି କଂଗ୍ରେସ ନେତା ଶ୍ରୀ ସ୍ୱାଇଁ କହିଛନ୍ତି। ଉକ୍ତ ଆନ୍ଦୋଳନରେ ପିସିସି ସଭ୍ୟ ସନ୍ତୋଷ କୁମାର ଷଡ଼ଙ୍ଗୀ, ବିଜୟ ରଥ, ଉଗ୍ରସେନ ବିଶ୍ୱାଳ, ଅଜୟ ବେହେରା, ବସନ୍ତ ବିଶୋଇ, ଟୁକୁ…
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭୂବନେଶ୍ୱର କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଭୁବନେଶ୍ୱର କୁମାର ମ୍ୟାଚର ପ୍ରଥମ ଓଭରର ପଞ୍ଚମ ବଲରେ ଆୟର୍ଲାଣ୍ଡ ଅଧିନାୟକ ଆଣ୍ଡ୍ରିୟୁଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହା ସହ ଭୁବନେଶ୍ୱର କୁମାର ଟି-୨୦ ଇଣ୍ଟରନ୍ୟାସନାଲରେ ପାୱାରପ୍ଲେ ସମୟରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦିଙ୍କୁ ପଛରେ ପକାଇ ଭୁବନେଶ୍ୱର କୁମାର ଏହି ପଦବୀ ହାସଲ କରିଛନ୍ତି। ପାୱାରପ୍ଲେରେ ଟିମ୍ ସାଉଦି ୩୩ ୱିକେଟ୍ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର କୁମାର ଟି-୨୦ କ୍ରିକେଟରେ ପାୱାରପ୍ଲେ ସମୟରେ ୩୪ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ର ପୂର୍ବତନ ସ୍ପିନର ବଦ୍ରି ୩୩ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଯଦିଓ ଭୁବନେଶ୍ୱର କୁମାର ମ୍ୟାଚରେ ଅଧିକ ୱିକେଟ୍ ନେବାରେ ସଫଳ ହୋଇନାହାଁନ୍ତି, କିନ୍ତୁ ସେ କଞ୍ଜୁସ ବୋଲିଂ କରିଥିଲେ।…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗୋଟିଏ ଗାଡିକୁ ଅଞ୍ଚଳବାସି ଥାନାରେ ଜିମା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ବାଣପୁର ଏନଏସି ଚିଆଁଙ୍କ ସାହିର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଉକ୍ତ ସାହିର କିଛି ଯୁବକମାନେ ଭୋଜି ନେଇ ସେମାନଙ୍କ ବଡ଼ସିରେଇପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥଲେ। ତେବେ ଭୋଜି ଦେଇ ବାଣପୁର ଫେରୁଥିବା ବେଳେ କୋଳଥଡିହ ଛକରେ ହଠାତ ସେମାନଙ୍କୁ ଏକ ଡ଼ାଲା ଅଟୋ କ୍ଷିପ୍ରଗତିରେ ଓଭରଟେକ କରିଥିଲା। ଉକ୍ତ ଡ଼ାଲା ଅଟୋରେ ଏକ ଗାଇ ବାନ୍ଧହେଇଥିବାର ଯୁବକମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗାଡିର ପିଛା କରି ଗାଡ଼ିକୁ ଅଟକାଇଥିଲେ। ତେବେ ଗାଡ଼ି ଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେ ଯୁବକଙ୍କ ସହ ଯୁକ୍ତି କରିଥିଲେ ଏବଂ ଗାଈକୁ ବେରୁଆଁବାଡ଼ି ଗ୍ରାମରୁ କିଣି ସଲପଡିହ ଯାଉଥିବାର କହିଥିଲେ। ତେବେ ଗାଈ କିଣିବା ସମ୍ବନ୍ଧୀୟ…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଯଶବନ୍ତ ସିହ୍ନା। ତାଙ୍କୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ପ୍ରାର୍ଥୀ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଟିଆରଏସ ସମର୍ଥନ କରିବ ବୋଲି ଘୋଷଣା କରିଛି। ଫଳରେ ଆଜିର ନାମାଙ୍କନ ଦାଖଲ ବେଳେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କେ ଟି ରାମାରାଓ ଉପସ୍ଥିତ ରହିବେ। ସେହିପରି କଂଗ୍ରେସ ଏବଂ ଟିଏମସର ନେତା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଗତ ୨୪ ତାରିଖରେ ଏନଡିଏର ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ ସହିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବ।
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…
ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୭୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ କରୋନା ସଂକ୍ରମଣ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆହୁରି ୨୧ ଜଣ ପ୍ରାଣ ହରାଇଛନ୍ତି। ତେବେ ଦେଶରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୦ କୁ ବୃଦ୍ଧି ପାଇଛି। ଗତକାଲି ୧୧ ହଜାର ୭୩୯ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ୯୪ ହଜାର ୪୨୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ରବିବାର ଦିନ, କରୋନାର ସକ୍ରିୟ ମାମଲା ସଂଖ୍ୟା ୯୨ ହଜାର ୫୭୬ ଥିଲା।
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ) ର ପୋଷ୍ଟ ପ୍ରଡକ୍ସନ ହବ୍ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି। ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର “ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ମୂଳ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ…
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ। ଏ ନେଇ ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।
ଜୀବନଶୈଳୀ: ପିତାମାତାମାନେ ପ୍ରାୟତଃ ସେମାନଙ୍କ ପିଲାମାନଙ୍କ ସାମ୍ନାରେ ଏପରି କିଛି ଭୁଲ୍ କରନ୍ତି, ଯାହାକୁ ସେମାନେ ମାମୁଲି ମନେ କରନ୍ତି। ସେମାନେ ଭାବନ୍ତି ଯେ, ପିଲାଟି ଛୋଟ ଅଛି, ତାହା କ’ଣ ସେ ବୁଝିପାରିବ? ଏହିପରି ଭାବିବା ହେଉଛି ସେମାନଙ୍କର ସବୁଠାରୁ ବଡ ଭୁଲ। ଆଠ ବର୍ଷ ବୟସ ପର୍ଯ୍ୟନ୍ତ, ଶିଶୁର ଶିକ୍ଷଣ ଶକ୍ତି ବହୁତ ଦ୍ରୁତ ଅଟେ। ଏପରି ପରିସ୍ଥିତିରେ, ସେ ଯାହା ଦେଖନ୍ତି ଏବଂ ଶୁଣନ୍ତି, ତାହା ତାଙ୍କ ମନରେ ବସିଥାଏ। ପରେ ସେ ସେହି ସମାନ କଥାକୁ ଅନୁସରଣ କରିବ। ତେଣୁ, ପିତାମାତାମାନେ ସେମାନଙ୍କର କିଛି ଖରାପ ଅଭ୍ୟାସକୁ ରୋକିବା ଆବଶ୍ୟକ, ଯାହା ଦ୍ଵାରା ପିଲାଟି କୌଣସି ଖରାପ ଅଭ୍ୟାସରେ ଅଭ୍ୟସ୍ତ ନହୁଏ। ତେବେ ଆସନ୍ତୁ ଜାଣିବା ପିତାମାତା ଭାବରେ କେଉଁ ଜିନିଷଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ… ପିତାମାତାମାନେ ଏହି ୪ ଟି ଖରାପ ଅଭ୍ୟାସକୁ ତ୍ୟାଗ କରିବା ଉଚିତ୍… ୧- ଖରାପ ଭାଷା…
ଜ୍ୟୋତି ରଞ୍ଜନ ମହାପାତ୍ର ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ- ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’। ସେହି ଡାକରା ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ…
ନୂଆଦିଲ୍ଲୀ, ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ। ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଏହି ଦୁଇଟି ରାଶି ହେଲା ମେଷ ଓ ବୃଷ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ।
ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ। ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ। ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି। ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ ।…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରୋମ ଛାଡିଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ସେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସାଥୀରେ ଥିବା ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ଏବଂ ଭି ଭି ଯାଦବ ମଧ୍ୟ ତାଙ୍କ ସହିତ ଦୁବାଇ ଆସୁଛନ୍ତି। ସେମାନେ ରୋମ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା। ନବୀନ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ। ସେଠାରେ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ଏବଂ ଦୁବାଇର ବିଭିନ୍ନ ଅଞ୍ଚଳର କେତେକ ନିବେଶକଙ୍କୁ ଭେଟିବେ। ସେଠାରେ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିବେ। କେତେକ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଭେଟିବା କାର୍ଯ୍ୟକ୍ରମ ରହିଛି। ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ଏକ ଅଜବ ଶିଶୁ ପୁତ୍ର ଜନ୍ମନେଇଛି। ଏହି ଶିଶୁପୁତ୍ରଟି ହାତ ଗୋଡର ପାପୁଲି ଫାଡି ହୋଇ ଜନ୍ମ ହୋଇଛି। ଆଜି ରେଢାଖୋଲ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏହି ଅଜବ ଶିଶୁପୁତ୍ରଟି ଅସ୍ତ୍ରୋପ୍ରଚାର ହୋଇ ଜନ୍ମ ହୋଇଛି। ସେ ସମ୍ପୁର୍ଣ୍ଣ ସୁସ୍ଥ ରହିଥିବା ବେଳେ ଅନ୍ୟ ସବୁ ଅଙ୍ଗ ଠିକ୍ ଥିବା ଜଣା ପଡ଼ିଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, ଶିମିଳିପାଳ ପଞ୍ଚାୟତ, ଚରଡପଶି ଗାଁ ର ଭରତ ପୋଢ ଓ ଦିପ୍ତିମୟୀ ପୋଡଙ୍କ ପ୍ରଥମ ଗର୍ଭରୁ ଆଜି ରବିବାର ଦିନ ଜନ୍ମ ହୋଇଥିଲା ଏହିଶିଶୁ ପୁତ୍ରଟି। ଶିଶୁର ହାତ ଓ ପାଦର ପାପୁଲି ଗୁଡିକ ମଝିରୁ ଫାଡି ହୋଇ ରହିଥିବା ପ୍ରଥମେ ଡାକ୍ତର ଦେଖିଥିଲେ। ଯାହାକୁ ନେଇ ବାପା ମାଁ ଏବଂ ପରିବାର ଚିନ୍ତାରେ ରହିଛନ୍ତି। ସରକାରୀ ସ୍ତରରେ କିଭଳି ଶିଶୁର ପ୍ଲାଷ୍ଟିକ ସର୍ଜରୀ କରାଯାଇ ଚିକିତ୍ସା କରାଯାଇପାରିବ ତାକୁ ନେଇ ଗୁହାରୀ…
ଭୁବନେଶ୍ବର: ଆଜି ବିଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କ ସହିତ କଥା ହୋଇଛନ୍ତି। ଏଥିରେ ନବୀନ ଦ୍ରୌପଦୀଙ୍କୁ ଜିତିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣଙ୍କ ପ୍ରାର୍ଥୀତ୍ବ ଓଡିଶା ପାଇଁ ଏକ ଗର୍ବର ବିଷୟ। ଓଡିଶାର ସବୁ ଭୋଟ ଯେପରି ଆପଣଙ୍କ ସପକ୍ଷରେ ଯିବ ସେ ନେଇ ଆମେ ଏକାଠି ଚେଷ୍ଠା କରିବା ବୋଲି ନବୀନ କହିଛନ୍ତି।
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୂବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତାକାଲି ସୋମବାର ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ। ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।
ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ…
ଖୋର୍ଦ୍ଧା: ଆଜି ଏସଟିଏଫ କୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ। ସୂଚନା ମୁତାବକ ଭୁବନେଶ୍ୱର ଏସଟିଏଫର ଟିମ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବରୁଣେଇ ରୋଡ଼ରେ ଚଢ଼ାଉ କରିଥିଲା। ଚଢ଼ାଉରେ ଚାରି ଜଣ ବ୍ରାଉନ ସୁଗାର ବେପାରି ଗିରଫ ହେବା ସହ ସେମାନଙ୍କ ନିକଟରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ ସୁଗାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଏସଟିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ରାକେଶ କୁମାର ବାରିକ, ବିରଞ୍ଚିନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଏବଂ ସନ୍ତୋଷ ରାଉତରାୟ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୧ (ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏସଟିଏଫ କେଶ ନମ୍ବର ୧୬/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ସୂଚନା ଥାଉକି ୨୦୨୦ ମସିହାଠାରୁ ଏସଟିଏଫ ନିଶା ଦ୍ରବ୍ୟ ସମ୍ବନ୍ଧୀୟ…
ନୂଆଦିଲ୍ଲୀ: ସାତଟି ବିଧାନସଭା ଆସନ ଏବଂ ତିନିଟି ଲୋକସଭା ଆସନର ଉପ-ନିର୍ବାଚନର ଫଳାଫଳ ଘୋଷଣା କରିଛି ନିର୍ବାଚନ ଆୟୋଗ। ତିନିଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨ ଟିରେ ଜିତିଥିବା ବେଳେ ଶିରୋମଣି ଅକାଳୀ ଦଳ (ଅମୃତସର) ଗୋଟିଏ ଆସନ ପାଇଛି। ଏହା ବ୍ୟତୀତ ସାତୋଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ତିନୋଟି, କଂଗ୍ରେସ ଦୁଇଟି, ଆପ ଗୋଟିଏ ସିଟ୍ ଏବଂ ୱାଇଏସଆର କଂଗ୍ରେସ ୧ ଟି ଆସନରେ ବିଜୟ ଲାଭ କରିଛି। ଆପଣଙ୍କୁ କହିରଖୁଛୁ ଯେ ଚାରିଟି ରାଜ୍ୟର ସାତୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରାର ଚାରୋଟି ବିଧାନସଭା, ଆନ୍ଧ୍ରପ୍ରଦେଶ, ଝାଡଡଖଣ୍ଡ ଏବଂ ଦିଲ୍ଲୀରେ ଗୋଟିଏରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିଛି। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆନ୍ଧ୍ରପ୍ରଦେଶର ଆତ୍ମାକୁର, ଝାଡଖଣ୍ଡର ମାଣ୍ଡର, ଦିଲ୍ଲୀର ରାଜେନ୍ଦ୍ର ନଗର, ତ୍ରିପୁରାର ଅଗରତାଲା, ଜୁବାଡ଼ାଜଗର, ସୁରମା ଏବଂ ବାରଦୋଲି ଟାଉନ୍ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି…

