Author: Samikhsya Bureau

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ ଯେଉଁମାନେ ମହାନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେମାନଙ୍କ ମୂଳରେ ଶିକ୍ଷକ ଓ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତାରତମ୍ୟ ଓ ଶିକ୍ଷାଦାନ ବିଷୟରେ ମଧ୍ୟ ସେ ଅବତାରଣା କରିଥିଲେ। ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ। ଶିକ୍ଷା ଭରଣା କାର୍ଯ୍ୟକ୍ରମକୁ କିପରି ଭାବରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ କାର୍ଯ୍ୟକାରୀ କରିପାରିବେ ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାଶ ବିଶଦ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଆର୍‌ଏ ସ୍କିମ୍‌ରେ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିଯୁକ୍ତି ପତ୍ର…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୁନା ଚେନ ଓ ମଟରସାଇକେଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମ୍ନୀ ଜଣେ ମହିଳା ନିଜ ବାନ୍ଧବୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୫/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା। ତେବେ ଏହାକୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଗୁରୁତର ସହ ନେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସ୍ୱତନ୍ତ୍ର ସ୍କ୍ୱାର୍ଡର…

Read More

ନୂଆଦିଲ୍ଲୀ: ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି। ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର। ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ। ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି। ସମ୍ମିଳନୀ…

Read More

ଭୁବନେଶ୍ୱର: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମ୍ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି…

Read More

ନୂଆଦିଲ୍ଲୀ: ଗୁଜୁରାଟ ଏଟିଏସର ଟିମ୍ ସାମାଜିକ କର୍ମୀ ତିସ୍ତା ଶୀତଲୱାଡଙ୍କୁ ଅଟକ ରଖିଛି। ଏହାପୂର୍ବରୁ ଗୁଜୁରାଟ ଏଟିଏସର ଟିମ୍ ତାଙ୍କ ଏନଜିଓ ବିରୋଧରେ ମାମଲା ରୁଜୁ କରି ମୁମ୍ବାଇର ଜୁହୁସ୍ଥିତ ତିସ୍ତା ଶୀତଲୱାଡଙ୍କ ବାସଭବନରେ ପହଞ୍ଚିଥିଲା। ତିସ୍ତା ଶୀତଲୱାଡଙ୍କୁ ତାଙ୍କ ବାସଭବନରୁ ସାନ୍ତାକ୍ରୁଜ ପୋଲିସ ଷ୍ଟେସନକୁ ନିଆଯାଇଛି। ଅହମ୍ମଦାବାଦରେ ଏକ ଜାଲିଆତି ମାମଲା ରହିଛି ଯେଉଁଥିରେ ୬ ଜଣ ଅଭିଯୁକ୍ତ ଅଛନ୍ତି, ଯେଉଁଥିରେ ତିସ୍ତା ମଧ୍ୟ ଜଣେ ଅଭିଯୁକ୍ତ। ତିସ୍ତାଙ୍କ କାର୍ଯ୍ୟାଳୟ ଏବଂ ଘରର ମଧ୍ୟ ଯାଞ୍ଚ କରାଯିବ। ଗୁଜୁରାଟର ଏଟିଏସର ଦୁଇଟି ଦଳ ମୁମ୍ବାଇରେ ପହଞ୍ଚିଥିଲେ।

Read More

ଭୁବନେଶ୍ୱର: ଚଳିତ ବନ୍ୟାରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୨୫ କୋଟି ଟଙ୍କା ପ୍ରଦାନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ଡ.ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ବନ୍ୟାଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ଆସାମ ସରକାର ଓ ନାଗରିକ ସମାଜ ସଂଗଠନ ଗୁଡ଼ିକ ସହିତ ମିଶି ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରୁଛି। ବନ୍ୟା ଆରମ୍ଭରୁ ରିଲାଏନ୍ସର ଏକ ଟିମ୍ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ। ଗତକାଲି ତାଙ୍କର ଟାଙ୍ଗୀ ଥାନାକୁ ବଦଳି ହେବା ଖବର ପ୍ରଚାର ହେବା ପରେ ଜଙ୍କିଆରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବହୁ ଖଣି ମାଫିଆମାନେ ଶ୍ରୀ ବିଶ୍ୱାଳଙ୍କ ବଦଳିରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି। ତେବେ ଏହା ପଛରେ ଅନେକ କାରଣ ଥିବା  କୁହାଯାଉଛି। ଯେତେବେଳେ ଶ୍ରୀ ବିଶ୍ଵାଳ ନୂତନ ଆଇଆଇସି ଭାବେ ଜଙ୍କିଆ ଥାନାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ମାତ୍ର ୭ ମାସ ମଧ୍ୟରେ ଜଙ୍କିଆ ଥାନା ଅଞ୍ଚଳରେ ଥିବା ଖଣି ମାଫିଆମାନଙ୍କ ନିଦ ହଜାଇଦେଇଥିଲେ। ପ୍ରତିଦିନ ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ଏକାଧିକ ଗାଡ଼ି ଜବତ କରିଥିଲେ। ଫଳ ସ୍ୱରୂପ କିଛି ଖଣି ମାଫିଆ ନିଜ ଗାଡ଼ି ବିକ୍ରି କରିଦେଉଥିବା ବେଳେ ଆଉ କିଛି ମାଫିଆ ମାନେ ନିଜ ନିଜ ଗାଡ଼ିକୁ ଘରେ ରଖିଦେଇଥିବାର ଶୁଣିବାକୁ ମିଳୁଥିଲା। ଜଣେ…

Read More

ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ…

Read More

ଜୀବନଶୈଳୀ: ଯଦି ଆପଣ ଆୟୁର୍ବେଦିକ ପଦ୍ଧତି ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ଏହା ସହିତ ଜଡିତ ନିୟମ ଜାଣିବା ଉଚିତ୍। ଆୟୁର୍ବେଦରେ ଖାଦ୍ୟଠାରୁ ଆରମ୍ଭ କରି ଶୋଇବା, ଉଠିବା, ସଠିକ୍ ଉପାୟରେ ବସିବା ପର୍ଯ୍ୟନ୍ତ ଉପଯୁକ୍ତ ପଦ୍ଧତି ଦିଆଯାଇଛି। ଦିନରେ ଶୋଇବା କାହିଁକି ନିଷେଧ ଏବଂ ଏହା ଦ୍ଵାରା କ’ଣ କ୍ଷତି ହୁଏ, ଆୟୁର୍ବେଦରେ ସ୍ପଷ୍ଟ ଭାବେ କୁହାଯାଇଛି। ଦିନରେ କେଉଁ ଲୋକ ଶୋଇବା ଉଚିତ୍ ଏବଂ କେଉଁ ଲୋକଙ୍କୁ ଦିନରେ ଆଦୌ ଶୋଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା.. ଆୟୁର୍ବେଦ ଅନୁଯାୟୀ, ଦିନରେ ଶୋଇବା ଶରୀରରେ କଫକୁ ବଢାଇଥାଏ ଏବଂ ବାତକୁ ହ୍ରାସ କରିଥାଏ। ଏପରି ପରିସ୍ଥିତିରେ, କଫ ଦ୍ଵାରା ହେଉଥିବା ରୋଗର ସମସ୍ୟା ବଢିଥାଏ। ତଥାପି, ଯେଉଁମାନେ ବାତ ପ୍ରକୃତିର, ସେମାନେ ଦିନରେ ଶୋଇବା ଦ୍ୱାରା ଉପକୃତ ହୋଇପାରିବେ। ଥକିଗଲେ, ଆପଣ ଦିନକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆରାମ କରିପାରିବେ। କିନ୍ତୁ ଶୋଇବା…

Read More

ଭୁବନେଶ୍ୱର: ଆପଣମାନଙ୍କ ପାଖରେ ଜୀ ସାର୍ଥକ ପହଞ୍ଚିବ। ସେଥିପାଇଁ ଜୀ ସାର୍ଥକ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଲଇଡି ଭ୍ୟାନ ମାଧ୍ୟମରେ ସମସ୍ତ ଜ଼ିଲ୍ଲାରେ ଜୀ ସାର୍ଥକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଗତକାଲି ଠାରୁ ଏହାର ଶୁଭାରମ୍ଭ କରାଯାଇଛି। ଏହି ଭ୍ୟାନ ଓଡିଶାର ସମସ୍ତ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ। ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ ଏହି ଭ୍ୟାନରେ ସ୍ଥାନ ପାଇଛି। ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ। ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି। ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସାର୍ ଆପଣ ମୋର ପିତା। ଆପଣଙ୍କ ପାଇଁ ମୁଁ ଆଜି ଜର୍ମାନରେ ବୈଜ୍ଞାନିକ ଭାବରେ ୩ ବର୍ଷ ପିଏଚ୍ ଡି କରି ପାରିଛି। ଆପଣଙ୍କ ପାଇଁ ମୁଁ ଆଜି ଗର୍ବ ଅନୁଭବ କରେ ବୋଲି ଇଟାଲୀର ରୋମ୍ ରେ ନବୀନ୍ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶେଷ କିସାନ୍ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୟୁରୋପ୍ ଗସ୍ତ ଅବସରରେ ଇଟାଲୀର ରୋମ୍ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଡାକି ଏକ ସଭା କରିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ .ପାଣ୍ଡିଆନ୍ ମଧ୍ୟ ଯୋଗ ଦେଇ ଥିଲେ। ଏହି ସଭାରେ ଜର୍ମାନରେ ରହୁଥିବା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବବୈଜ୍ଞାନିକ ଶେଷଦେବ କିସାନ୍ ମଧ୍ୟ ଯୋଗ ଦେଇଥିଲେ। ଯୁବ ବୈଜ୍ଞାନିକ ଶେଷ ଦେବ ୨୦୧୮ ମସିହାରେ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀକୁ ଭେଟିବା ସହ ଆଇଏଏସ ମାନଙ୍କ ସାମ୍ନାରେ ବକ୍ତବ୍ୟ ରଖିଥିଲେ।…

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ କାନ୍ଦିଲେ, ହେଲେ ଓଡିଶାରେ ନୁହେଁ। ସେ ସୁଦୂର ରୋମରେ ଏକ ହଲ ଭିତରେ କାନ୍ଦିଲେ। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରୋମ ଗସ୍ତରେ ଥିବା ନବୀନ ଗୋଟିଏ ଦିନ ସେଠାରେ ଥିବା ଓଡିଆଙ୍କ ସହିତ ସାକ୍ଷାତ କରିଥିଲେ। ଏହି ସାକ୍ଷାତବେଳେ ସମ୍ବଲପୁରର ଜଣେ ଛାତ୍ର ଶେଷ କିଶାନଙ୍କ ସଂଘର୍ଷର କାହାଣୀ ଶୁଣି ନବୀନ ଭାବ ବିହ୍ବଳ ହୋଇପଡିଥିଲେ। ଶେଷରେ କାନ୍ଦକାନ୍ଦ ହୋଇପଡିଲେ ନବୀନ। ରୋମରେ ଆୟୋଜିତ ହୋଇଥିଲା ପ୍ରବାସୀ ଓଡିଆଙ୍କ ଭେଟଘାଟ। ସେଠାରେ ୟୁରୋପର ବିଭିନ୍ନ ଦେଶରୁ ଆସିଥିବା ଓଡିଆଙ୍କ ସହିତ ନବୀନ କଥା ହୋଇଥିଲେ। ଶେଷ ବ୍ୟକ୍ତି ଥିଲେ ସମ୍ବଲପୁରର ଶେଷ କିଶାନ। ସେ କିପରି ମାଟିଝାଟି ପରିବାରରୁ ଆସି ବର୍ତ୍ତମାନ ଜର୍ମାନୀରେ ପଢିପାରିଛି ତାହାର କାହାଣୀ କହିଥିଲେ। ଏଥିପାଇଁ ନବୀନ ସରକାରଙ୍କ ଯୋଜନା ତାଙ୍କୁ ବେଶ୍ ସହାୟତା ଦେଇଥିଲା ବୋଲି ସେ କହିଥିଲେ। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତ ପ୍ରବାସୀ…

Read More

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି। ବଦଳି ତାଲିକା: ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିଏସପି ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ଏବଂ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରୁ ବିଏସପି କାହାକୁ ସମର୍ଥନ କରିବେ। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, “ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି। ଆମର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଏବଂ ଏନଡିଏର ସପକ୍ଷ କିମ୍ବା ବିରୋଧୀ ଦଳର ବିପକ୍ଷରେ ନେଇନାହୁଁ। ବରଂ ଆମ ଦଳର ଆଦର୍ଶକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ…

Read More

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ବଡ ଖବର ମିଳିଛି। ଆସନ୍ତା ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ବିଷୟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଏହାର ଯାହା ସବୁ ପ୍ରକ୍ରିୟା ରହିଛି, ଶୀଘ୍ର ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜୁନ୍ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ସୂର୍ଯ୍ୟକୁମାର ଯାଦବ ଖେଳାଳି ଏକାଦଶକୁ ଫେରିବେ ବୋଲି ବିଶ୍ୱାସ କରାଯାଏ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ସଞ୍ଜୁ ସାମସନଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ପ୍ଳେଇଂ ଏକାଦଶରେ ସୁଯୋଗ ଦେଇପାରେ। ଏହି ଦୁଇ ଖେଳାଳିଙ୍କୁ ତିନି ନମ୍ବର ଏବଂ ଚତୁର୍ଥ ସ୍ଥାନରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆୟର ଏବଂ ପନ୍ତ ଏହି ସ୍ଥାନରେ ଖେଳୁଥିଲେ। କିନ୍ତୁ ବର୍ତ୍ତମାନ ସେହି ଦୁଇ ଖେଳାଳି ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଅଂଶ ଅଟନ୍ତି। ଟିମ୍ ଇଣ୍ଡିଆର ଓପନିଂ ଯୋଡିରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଇଶାନ କିଶାନଙ୍କ ସହ ରିତୁରାଜ ଗାଇକ୍ଵାଡ ଓପନିଂ ଦାୟିତ୍ଵ ସମ୍ଭାଳି ପାରନ୍ତି। ହାର୍ଦ୍ଦିକ…

Read More

ନୂଆଦିଲ୍ଲୀ: ସାତରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାକୁ ଶୁକ୍ରବାର ଦିନ ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟିର ଏକ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଏହି ସୁପାରିଶକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୁ ପଠାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ମାର୍ଚ୍ଚ ୧୬ ତାରିଖରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଥିଲେ। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, “ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର କୋଭିଡ୍ -୧୯ ଉପରେ ବିଷୟ ବିଶେଷଜ୍ଞ କମିଟି (SEC) ୭ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ…

Read More

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୧ ହଜାର ୭୭୯ରେ ପହଞ୍ଚିଛି। ଯଦି ଆମେ ଗତ ୨୪ ଘଣ୍ଟାର ଆକଳନକୁ ଦେଖିବା, ସମଗ୍ର ଦେଶରେ କରୋନା ସଂକ୍ରମଣ ହେତୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୨୫ ରୋଗୀ କରୋନାକୁ ପରାସ୍ତ କରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୧ ହଜାର ୪୮୧ କୁ ବୃଦ୍ଧି ପାଇଛି।

Read More

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ପ୍ରତିଦିନ ପରିବର୍ତ୍ତନ ଘଟୁଛି। ଉଦ୍ଧବ ଠାକରେଙ୍କ ଆସନ ସହିତ ତାଙ୍କ ଦଳର ଦାୟିତ୍ଵ ମଧ୍ୟ ହାତରୁ ଯାଉଥିବା ଦେଖାଯାଉଛି। ବିଧାନସଭାରେ ଶିବସେନାର ଶକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି। ଗୁରୁବାର ପର୍ଯ୍ୟନ୍ତ, ଶିବସେନାରେ ଏକନାଥ ସିନ୍ଦେଙ୍କ ଶିବିରରେ ୩୩ ଜଣ ବିଧାୟକ ଥିଲେ, ବର୍ତ୍ତମାନ ଏହା ୩୮ କୁ ବୃଦ୍ଧି ପାଇଛି। ତାଙ୍କ ସାଥିରେ ୯ ଜଣ ସ୍ଵାଧୀନ ବିଧାୟକ ଅଛନ୍ତି ଏବଂ ୨ ଜଣ ପ୍ରହାର ଜନଶକ୍ତି ବିଧାୟକ ଗୁଆହାଟିର ରେଡିସନ୍ ବ୍ଲୁ ହୋଟେଲରେ ରହୁଛନ୍ତି। ଏବେ ସମସ୍ତ ଆଖି ଅନୁଷ୍ଠିତ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଉପରେ ରହିଛି। ଯଦି ଫ୍ଲୋର ଟେଷ୍ଟରେ ହୁଏ, ତେବେ କଣ ହେବ? ପ୍ରଥମେ ଜାଣନ୍ତୁ ଏହି ଫ୍ଲୋର ଟେଷ୍ଟ କ’ଣ? ଏହି ପରୀକ୍ଷାରେ ସ୍ଥିର ହୋଇଛି ଯେ, ସରକାର ଗଠନ ପାଇଁ ବିଦ୍ୟମାନ ଦଳର ସଂଖ୍ୟା ଅଛି କି ନାହିଁ। ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ।…

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…

Read More

ଭୁବନେଶ୍ୱର : ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଓକିଲମାନେ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ। ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ହେଉଥିବା ବେଳେ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି। ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ। ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକ, ଶିବାନନ୍ଦ ରାୟ, ଅତ୍ମ ପ୍ରକାଶ ମହାନ୍ତି, ଅଶୋକ କୁମାର ପାତ୍ର, ସୁଧିର ମହାନ୍ତି, ଏସ୍‌ଏସ୍‌କେ ସୁବଦ୍ଧି, ଡ. ଲିଙ୍ଗରାଜ ସାହୁ, ସରୋଜ ସାହୁ, ବିଷ୍ଣୁ ଷଡ଼ଙ୍ଗୀ, ମହେନ୍ଦ୍ର ସାହୁ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇ, ସମ୍ପାଦକ ରାଜ୍ କିଶୋର…

Read More