ନୂଆଦିଲ୍ଲୀ: କରୋନା ପୁଣି ଥରେ ଭାରତରେ ଗତି ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୩୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୯୭୨ ଜଣ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୮୩ ହଜାର ୯୯୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଜୁନ୍ ୨୨ ତାରିଖରେ ୧୨ ହଜାର ୨୪୯ ଟି ମାମଲା ପଞ୍ଜିକୃତ ହୋଇଥିଲା।
Author: Samikhsya Bureau
ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଡୁଆ ପରିସ୍ଥିତିରେ ପଡିଛି ଓଡିଶା ପ୍ରଦେଶ କଂଗ୍ରେସ। କାରଣ ଏନଡିଏ ତରଫରୁ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ସାରା ରାଜ୍ୟରେ ଆନନ୍ଦ ଖେଳିଯାଇଛି। ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସ କଣ କରିବେ ସେ ନେଇ ସମସ୍ତଙ୍କ ନଜର। ପ୍ରଶ୍ନ ଉଠିଛି ବର୍ତ୍ତମାନ ରାଜ୍ୟ କଂଗ୍ରେସ ଓଡିଶାର ମାଟି ଦେଖିବ ନା ଦିଲ୍ଲୀର ପାର୍ଟି ? ଓଡିଶାରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସେ କିପରି ଜିତିବେ ସେ ନେଇ ତାଙ୍କର ଉପରେ ସବୁ ଓଡିଆଙ୍କର ରହିଛି ଆର୍ଶିବାଦ। ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସମସ୍ତେ ସ୍ବାଗତ କରିବା ସହିତ ବିଜେଡି ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ଘୋଷଣା କରିଛନ୍ତି। ହେଲେ ରାଜ୍ୟ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଏପରି ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ପାଇଁ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…
ଉପେନ୍ଦ୍ର ବଳିୟାରସିଂହ ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ ତ୍ୟାଗ କଲେ, ଦମ୍ଭୀ ବୋଲି ଗଣା ହୁଏ। ମାନସିକ ତ୍ୟାଗ ହିଁ ମୁଖ୍ୟ ଅଟେ। ଶରୀର ଯେଉଁଠି ବି ଥାଉ, କିନ୍ତୁ ମନ କେବେ ହେଲେ ଇଶ୍ଵରଙ୍କ ଠାରୁ ଦୂରରେ ନରହିବା ଉଚିତ। ବୃତ୍ତ ଓ ଅବୃତ୍ତ ନାମକ ଦୁଇ ସାଧୁଙ୍କ ଦୃଷ୍ଟାନ୍ତ ଦେଖନ୍ତୁ… ସେ ଦୁଇଜଣ ଯାତ୍ରା କରୁଥିଲେ। ପ୍ରୟାଗରାଜ ଆଡକୁ ଯାଇଥିଲେ। ଜନ୍ମାଷ୍ଟମୀ ଥିଲା। ତେଣୁ ବେଣୀମାଧବଙ୍କ ଦର୍ଶନ କରିବା ପାଇଁ ଚାହୁଁଥିଲେ। ଚାଲିଚାଲି ରାତି ହେଇଗଲା, ଥକି ଯାଇଥିଲେ। ଏକ ବେଶ୍ୟାଗୃହ ପାଖରେ ପହଞ୍ଚିଲେ। ଅବୃତ୍ତ କହିଲା, “ଜୋରଦାର ବର୍ଷା ହେଉଛି। ଅନ୍ଧକାର ହେଇଛି, ରାସ୍ତା ଦେଖାଯାଉନାହିଁ। ଏବଂ ମୁଁ ମଧ୍ୟ ଥକି ଗଲାଣି, ତେଣୁ ମୁଁ ଏହି ଘରେ ହିଁ ରହିଯିବି। ତୋର ଯଦି ଯିବାର ଅଛି,…
ଭୁବନେଶ୍ବର: ଗୁରୁବାର ଦିନ ବିଷ୍ଣୁଙ୍କୁ ପୂଜା କରାଯାଏ। ଲୋକମାନେ ଗୁରୁବାର ଦିନ ଉପବାସ ରଖନ୍ତି ଏବଂ କଦଳୀ ଗଛକୁ ପୂଜା କରନ୍ତି। ବିଶ୍ୱାସ କରାଯାଏ ଯେ, ଯଦି ଏହି ଦିନ ପ୍ରଭୁଙ୍କୁ ପ୍ରକୃତ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଏ, ତେବେ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯାଏ। ଯଦି ଭଗବାନ ବିଷ୍ଣୁଙ୍କର ପ୍ରଭାବଶାଳୀ ମନ୍ତ୍ର ଏହି ଦିନ ଉପବାସ ସହିତ ଜପ କରାଯାଏ, ତେବେ ଜଣେ ସୁଖମୟ ଜୀବନର ଆଶୀର୍ବାଦ ପାଇପାରିବ। ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କର ପ୍ରଭାବଶାଳୀ ମନ୍ତ୍ର କ’ଣ?… ଭଗବାନ ବିଷ୍ଣୁଙ୍କର ମନ୍ତ୍ର: ସରଳ ମନ୍ତ୍ର: ॐ अं वासुदेवाय नम: ॐ आं संकर्षणाय नम: ॐ अं प्रद्युम्नाय नम: ॐ अ: अनिरुद्धाय नम: ॐ नारायणाय नम: କରନ୍ୟାସ ମନ୍ତ୍ର: ॐ ब्रां- अंगुष्ठाभ्यां नम:। ॐ ब्रीं- तर्जनीभ्यां नम:। ॐ ब्रूं- मध्यमाभ्यां नम:। ॐ ब्रैं-…
ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…
ସୀତାରାମ ଅଗ୍ରୱାଲ ରେଢ଼ାଖୋଲ: ରେଢାଖୋଲ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଏସ ଡି ପି ଓ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଡାକ୍ତର ଜଳନ୍ଧର ମେହେର, ଏନ୍ଏସି ଚେଏୟାରମେନ ଶିବରାମ ସାହୁ, ଆଇ ଆଇ ସି ସୁରୁବାବୁ ଛତ୍ରିଆ, ଏସ ଆଇ ସଞ୍ଜୟ କୁଳୁ, ବ୍ଲକ ଚେଆରମେନ୍ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ୧୦୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କର୍ମଦେବ ପଟେଲ, ତାପସ ନାୟକ, ରଜତ ସାହୁ, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ମନୋରମା ଧଳ, ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନାରେ…
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ମଧ୍ୟରେ ବଡ ଖବର ସାମ୍ନା ଆସୁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ‘ବର୍ଷା’ ବଙ୍ଗଳାକୁ ନିଜର ଜିନିଷପତ୍ର ସହିତ ମୁମ୍ବାଇ ଛାଡିଛନ୍ତି। ତାଙ୍କର ଜିନିଷପତ୍ର ସରକାରୀ ବାସଭବନରୁ ମାତୋଶ୍ରୀକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ବଙ୍ଗଳା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ। ସରକାରୀ ବାସଭବନ ଛାଡିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ତାଙ୍କ ମାଆ ରଶ୍ମୀ ଠାକରେ ଏବଂ ଭାଇ ତେଜସ ଠାକରେଙ୍କ ସହ ସରକାରୀ ବାସଭବନ ଛାଡିଛନ୍ତି। ଯିବାବେଳେ ସେ କିଛି କହି ନଥିଲେ ଏବଂ କେବଳ ହସି ହସି ବାହାରିଯାଇଥିଲେ। ଏହି ସମୟରେ ସେଠାରେ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ବାସଭବନ ଛାଡିବାବେଳେ ସମର୍ଥକମାନେ ‘ଉଦ୍ଧବ, ତୁମେ ଆଗକୁ ବଢ, ଆମେ ତୁମ ସହିତ ଅଛୁ’ ର ସ୍ଲୋଗାନ ଦେଉଥିଲେ। ଏହା ବ୍ୟତୀତ ବହୁ…
ନୂଆଦିଲ୍ଲୀ: ଜୁନ୍ ୧୯ ତାରିଖରେ ସ୍ପାଇସଜେଟ୍ ବିମାନ ଏସଜି-୭୩୭ ବିହାରର ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ସୂଚନା ଅନୁଯାୟୀ, ବିମାନର ଡେଣାରେ ନିଆଁ ଲାଗିଯାଇଥିଲା। ଏହି ବିମାନରେ ୧୮୫ ଜଣ ଲୋକ ଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇଞ୍ଜିନରେ ନିଆଁ ଲାଗିବା ହେତୁ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ଅଟକି ଯାଇଥିଲା, କିନ୍ତୁ ପାଇଲଟ୍ ଅତି ଆନ୍ତରିକତା ଏବଂ ସାହସର ସହିତ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରି ଲୋକଙ୍କ ଜୀବନ ରକ୍ଷା କରିଥିଲେ। ସୋସିଆଲ ମିଡିଆରେ ଏହାର ଅନେକ ଫୁଟେଜ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବିମାନରୁ ନିଆଁର ଶିଖା ବାହାରୁଛି। ଏହି ଜରୁରୀକାଳୀନ ପରିସ୍ଥିତିରେ ପାଇଲଟ୍ କିପରି ବିମାନ ଅବତରଣ କଲେ ଏବଂ ବୁଝାମଣା ଦେଖାଇଲେ ତାହା ପ୍ରଶଂସନୀୟ। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏହି ଅବତରଣରେ ଫ୍ଲାଇଟ୍ ପାଇଲଟ୍ ମୋନିକା ଖାନ୍ନା ପ୍ରମୁଖ ଭୂମିକା…
ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ) ପକ୍ଷରୁ ଏକ ନିଃଶୁଳ୍କ ନିଯୁକ୍ତି ମେଳା ଆୟୋଜନ କରାଯିବ। ଆସନ୍ତା ୨୪ ତାରିଖରେ ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା ମଧୁସୂଦନ ପାର୍କ ନିକଟବର୍ତ୍ତୀ ଏନସିଏସସିଡିଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ। ଏଥିରେ ୫ରୁ ଅଧିକ କମ୍ପାନୀ ଏବଂ ଫାର୍ମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନିଯୁକ୍ତି ମେଳାରେ ସେଲ୍ସ ଏଗ୍ଜିକ୍ୟୁଟିଭ, ଟେଲିକଲର, ରିଲେସନଶିପ ଅଫିସର, ମାର୍କେଟିଂ ଏଗଜିକ୍ୟୁଟିଭ, ଫ୍ରଣ୍ଟ ଅଫିସ ଏଗଜିକ୍ୟୁଟିଭ, ଫିଲ୍ଡ କ୍ରେଡିଟ୍ ଅଫିସର, ସିଏନସି ମେସିନ ଅପରେଟର ଆଦି ପଦବୀ ପାଇଁ ପାଖାପାଖି ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର କପି, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ ସହିତ ବାୟୋଡାଟା ନେଇ ପ୍ରାର୍ଥୀମାନେ ଏହି ମାଗଣା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ନିମନ୍ତେ ଏନସିଏସସିଡିଏ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ନିଯୁକ୍ତି ମେଳା…
ନୂଆଦିଲ୍ଲୀ: ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ କୌଣସି ଦଳୀୟ କାମ କିମ୍ବା ଅନ୍ୟ ସାଂସଦଙ୍କ ସହିତ ସାକ୍ଷାତ କରି ନାହାଁନ୍ତି। ସେ ଏକା ଏକା ଅମିତ ସାହାଙ୍କୁ ଭେଟିଛନ୍ତି। ତେବେ ଭେଟିବାର କାରଣ ସଂପର୍କରେ ସେ କହିଛନ୍ତି ଯେ, ଦେଶର ଯୁବକଙ୍କ ସହ ଜଡିତ କେତେକ ମହତ୍ବପୂର୍ଣ୍ଣ ପ୍ରସଂଗ ଉପରେ ସକରାତ୍ମକ ଆଲୋଚନା କଲି। ହେଲେ ଏହାକୁ ନେଇ ରାଜନୈତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖିଛି। କାରଣ ଅନୁଭବ ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଛନ୍ଧି ହୋଇପଡିଛନ୍ତି। ଏପରି ପରିସ୍ଥିତିରେ ଲୋକ ନିନ୍ଦାରୁ ଏଡାଇବା ପାଇଁ ବିଜେଡି ତାଙ୍କ ହାତ ଛାଡି ଦେଇଛି। ବର୍ତ୍ତମାନ ଅନୁଭବଙ୍କୁ ବିଜେଡିର କୌଣସି ଦଳୀୟ କାର୍ଯ୍ୟରେ ସାମିଲ କରାଯାଉ ନାହିଁ। ଫଳରେ ତାଙ୍କର ରାଜନୈତିକ ସ୍ଥିତି ନେଇ ସେ ଅସନ୍ତୁଷ୍ଠ ଅଛନ୍ତି। ଫଳରେ ତାଙ୍କର ରାଜନୈତିକ କ୍ୟାରିୟର ନେଇ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଖଲିକୋଟ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରେ ବେଆଇନ ନିଶା ଜାତୀୟ ଦ୍ରବ୍ୟ କାରବାର ବିରୋଧରେ ଚଢ଼ାଉ କରାଯାଇଥିବା ବେଳେ ଉକ୍ତ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଜଣେ ମହିଳା ଓ ପୁରୁଷ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଆରପିଏଫର ସନ୍ଦେହ ହେବାରୁ ସେମାନଙ୍କ ତାଲାସି ନିଆଯାଇଥିଲା। ତାଲାସି ବେଳେ ଉଭୟ ବ୍ୟାଗରୁ ୨୭.୮୩୩ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ଯାହାର ମୂଲ୍ୟ ୨ ଲକ୍ଷ ୭୮ ହଜାର ୩୩୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭଦ୍ରକ ଜିଲ୍ଲା ନନ୍ଦିଗାଁ ଅଞ୍ଚଳର ଅନନ୍ତ ଦାସ (୪୭) ଏବଂ ସୁକାନ୍ତି ଦାସ (୩୭)। ସମସ୍ତ ଆଇନଗତ…
ଭୁବନେଶ୍ବର: ଯାହା ଚିନ୍ତା କରାଯାଉଥିଲା ତାହା ହିଁ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ। ଏ ନେଇ ଆଜି ନବୀନ ଟୁଇଟ କରି ଘୋଷଣା କରିଛନ୍ତି। କେବଳ ସମର୍ଥନ ନୁହେଁ, ରାଜ୍ୟର ଅନ୍ୟ ଦଳର ବିଧାୟକଙ୍କୁ ମଧ୍ୟ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ‘Appeal all the members of Odisha Legislative Assembly, cutting across party lines, to extend unanimous support to elect the daughter of Odisha – Smt Drupadi Murmu to the country’s highest office. ନବୀନଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ପଲା ଭାରୀ ହୋଇଯାଇଛି। ସେ ନିଶ୍ଚିତ ଜିତିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଆସନ୍ତା ମାସରେ ବର୍ମିଂହାମରେ ଖେଳାଯିବ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଜୁନ୍ ୨୪ ତାରିଖରୁ ଲିସେଷ୍ଟର କାଉଣ୍ଟି ଦଳ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବ। ଏଥିପାଇଁ ଭାରତୀୟ ଖେଳାଳିମାନେ ମଧ୍ୟ ଲିସେଷ୍ଟରରେ ପହଞ୍ଚିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଟେଷ୍ଟ ସିରିଜର ଏହା ଏକ ଅଂଶ। ଗତ ବର୍ଷ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡରେ ପହଞ୍ଚିଥିଲା, କିନ୍ତୁ ଚାରିଟି ମ୍ୟାଚ୍ ପରେ ଭାରତର କିଛି ଖେଳାଳି ଏବଂ କୋଚ୍ କରୋନା ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ଶେଷ ମ୍ୟାଚକୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗରେ ରହିଛି। ଭାରତ ଇତିହାସ ସୃଷ୍ଟି କରିବ: ଯଦି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ତଥା ମୁଖ୍ୟ ପ୍ରଶିକ୍ଷକ…
ଭୁବନେଶ୍ବର: ଆଜି ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୋପଙ୍କୁ ସାକ୍ଷାତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି ଯାଇ ସେଠାରେ ବିଶ୍ବର ଏହି ପ୍ରତିଷ୍ଠିତ ଧର୍ମଗୁରୁଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତ ସୋମବାର ଦିନ ରୋମରେ ପହଞ୍ଚିବା ପରେ ପ୍ରଥମେ ଭାରତୀୟ ଦୂତାବାସକୁ ଯାଇଥିଲେ। ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଡ ମୀନା ମାଲହୋତ୍ରା ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଗତକାଲି ରୋମରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ତିନୋଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ ୬୬୩ଟି ପଦବୀକୁ (Security Coys) ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍ପେକ୍ଟର (WT)-୧, ସବ୍ଇନିସ୍ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-13, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ। ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍ସିଂ ପଦବୀ ସୃଷ୍ଟି କରାଯାଇଛି।
ଭୁବନେଶ୍ଵର: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଜୀ ସାର୍ଥକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ। ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି। ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି। ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ। ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ଗ୍ରାମାଞ୍ଚଳରେ ଏହି ହାର ଅଧିକ…
ନୂଆଦିଲ୍ଲୀ: ଦିଲ୍ଲୀର AAP ସରକାରଙ୍କ ସମସ୍ୟା ସମାପ୍ତ ହେବାର ନାମ ନେଉନାହିଁ, ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ସରମାଙ୍କ ପତ୍ନୀ ରିଙ୍କି ଭୂୟାଁ ସରମା ମଙ୍ଗଳବାର ଦିନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗୁଆହାଟିର ସିଭିଲ୍ ଜଜ୍ କୋର୍ଟରେ ରିଙ୍କି ଭୂୟାଁ ସରମା ମାନହାନି ମକଦ୍ଦମା ଦାୟର କରିଛନ୍ତି ଏବଂ କ୍ଷତିପୂରଣ ବାବଦରେ ୧୦୦ କୋଟି ଟଙ୍କା ମଧ୍ୟ ଦାବି କରିଛନ୍ତି। ପ୍ରାକାଶ ଯେ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମାଙ୍କ ପତ୍ନୀ ରିଙ୍କି ଭୂୟାଁ ମଙ୍ଗଳବାର ଦିନ ପିପିଏ କିଟ୍ ପ୍ରସଙ୍ଗରେ ଦିଲ୍ଲୀର ମାନହାନି ଏବଂ ଏଏପି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନି ମାମଲା ଦାୟର କରିଛନ୍ତି। ଜୁନ ୨୨ ତାରିଖରେ ଗୁଆହାଟି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରେ। ରିଙ୍କି ଭୂୟାଁଙ୍କ ଓକିଲ…
ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚ୍ ଶୀର୍ଷରେ ରହିଛନ୍ତି ହରିୟାଣା ରୋହତକର ଝିଅ ଶାନନ୍। ଯେଉଁଥିପାଇଁ ତାଙ୍କ ଗାଁ ସୁଦାନାରେ ବହୁତ ଖୁସିର ଲହରୀ ଖେଳିଯାଇଛି। ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତ ସରକାର ଏନଡିଏରେ ଝିଅମାନଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। ରୋହତକର ଏକ ଗାଁର ବାସିନ୍ଦା ଶାନନ୍ ଦେଶ ପାଇଁ ସେବା କରିବାର ସଂକଲ୍ପ ନେଇଛନ୍ତି। ଶାନନଙ୍କ ଜେଜେବାପା ଚନ୍ଦ୍ରବାନ୍ ଢାକା ସେନାରେ ଜଣେ ସୁବେଦାର୍ ଥିଲେ। ଏହା ବ୍ୟତୀତ ତାଙ୍କ ପିତା ବିଜୟ କୁମାର ଢାକା ମଧ୍ୟ ନାୟକ ସୁବେଦାର ଭାବରେ ଭାରତୀୟ ସେନାରେ ଦେଶ ସେବା କରିଥିଲେ। ତାଙ୍କ ଜେଜେବାପା ଏବଂ ପିତାଙ୍କଠାରୁ ପ୍ରେରଣା ନେଇ ଶାନନ୍ ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ଆର୍ମି ସ୍କୁଲରେ ତାଙ୍କର ପାଠପଢା କରିଥିଲେ। ଶାନନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ। ତା’ପରେ ଯେତେବେଳେ ମହିଳାମାନେ…
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ସରକାରଙ୍କ ଭବିଷ୍ୟତକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ସୂଚନା ଅନୁଯାୟୀ, ଆଜି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇପାରନ୍ତି। ବିଧାନସଭା ଭଙ୍ଗ ହୋଇପାରିବ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଦାବି କରିଛନ୍ତି ଯେ, ଉଦ୍ଧବ ଠାକରେ କରୋନା ପଜିଟିଭ୍ ହୋଇଛନ୍ତି। କମଲ ନାଥ ବର୍ତ୍ତମାନ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବାକୁ ଯାଉଛନ୍ତି।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ୍ ପୁଣି ଥରେ କରୋନାର ବିପଦରେ ପଡିଛି। ଗତ ବର୍ଷ କରୋନା କାରଣରୁ ଅନ୍ତିମ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା। ଇଂଲଣ୍ଡ କ୍ୟାମ୍ପରେ କରୋନା ମାମଲା ଚିହ୍ନଟ ହୋଇସାରିଛି। ଦଳର ବ୍ୟାଟିଂ ପ୍ରଶିକ୍ଷକ ମାର୍କସ ଟ୍ରେସ୍କୋଥୀକ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହା ବ୍ୟତୀତ ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି, ଯେଉଁଥିପାଇଁ ସେ ଇଂଲଣ୍ଡ ଯାଇପାରିନଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ କରୋନା ପଜିଟିଭ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିରାଟଙ୍କ ପରିବାର ସହିତ ଛୁଟିଦିନ ପରେ ମାଲଦ୍ୱୀପରୁ ଫେରିବା ପରେ କରୋନା ସଂକ୍ରମିତ ହୋଇଥିଲେ। ତେବେ ବର୍ତ୍ତମାନ ସେ ଭଲରେ ଅଛନ୍ତି। ଛୁଟିରୁ ଫେରିବା ପରେ କୋହଲିଙ୍କୁ ଡାକ୍ତରଖାନା ଯିବା ବାଟରେ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସେ ଲିସେଷ୍ଟର ବିପକ୍ଷରେ ଅଭ୍ୟାସ ମ୍ୟାଚରେ ଖେଳୁଥିବା ଦେଖିବାକୁ…

