ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ୟ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ ହେଇଯାଉ ଥିଲେ। ଗତକାଲି ପୋଲିସର ସନ୍ଧ୍ୟା ପାଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୧୧ ଟା ରେ ଉକ୍ତ ଜାଗାରେ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଗିରଫ ଜୁଆଡିମାନେ ହେଲେ ରାଜା ଆଲିଆସ, ରାଜେଶ ସାହୁ, କାଳିଆ ପ୍ରଧାନ, ମିଲନ ପ୍ରଧାନ ଓ ମାନସ ବେହେରା, ଶିବରାମ ସିଂ। ଘଟଣା ସ୍ଥଳରୁ ପୋଲିସ ପାଂଚ ହଜାର ଚାରିସହ ଟଙ୍କା, ତାସ, ଟର୍ଚ୍ଚ ଲାଇଟ, ପେପର ପାଲ, ୪ ଟି ଖାଲି ମଦ ବୋତଲ, ସିଗାରେଟ ଓ ଡିଆସିଲ ଜବତ କରିଛି। ଆଜି ନିରାକାରପୁର ପୋଲିସ…
Author: Samikhsya Bureau
ଭୁବନେଶ୍ୱର : ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟିଥାଏ। ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ନିମନ୍ତେ ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ କେତେବର୍ଷ ମଧ୍ୟରେ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦିଗକୁ ଅଗ୍ରସର ହୋଇଛି। ସମଗ୍ର ଦେଶରେ ଓଡ଼ିଶା ବିତ୍ତୀୟ ପରିଚାଳନା ଓ ଉତ୍ତମ ଶାସନ ପାଇଁ ନିଜର ପରିଚୟ ସୃଷ୍ଟି କରିପାରିଛି। ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଶିକ୍ଷା ଏବଂ ଗୃହନିର୍ମାଣକୁ ଅଗ୍ରାଧିକାର ଦେଇ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ…
ନୂଆଦିଲ୍ଲୀ: ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ (ଆରକେଟିଇଡବ୍ଲ୍ୟୁଟି) ଗୁଜରାଟ ଚାରିଟେବଲ ଟ୍ରଷ୍ଟ ଆଇନ, ୧୯୫୦ ଅଧୀନରେ ପଞ୍ଜିକୃତ ଏକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ। ଏହି ଟ୍ରଷ୍ଟର ଉଦ୍ଦେଶ୍ୟ ହେଉଛି ଆଶ୍ରୟ ସ୍ଥଳୀ ସ୍ଥାପନ ଏବଂ ଉଦ୍ଧାର କରାଯାଉଥିବା, ଆଘାତପ୍ରାପ୍ତ, ଅସୁସ୍ଥ, ପରିଣତ ବୟସରେ ପହଞ୍ଚିଥିବା, ମାନବ-ପ୍ରାଣୀ ସଂଘର୍ଷର ଶିକାର ହୋଇଥିବା, ମାନବୀୟ ଅପବ୍ୟବହାର ଶିକାର ହୋଇଥିବା ଅଥବା ପରିତ୍ୟକ୍ତ ଭାବରେ ଛାଡି ଦିଆଯାଇଥିବା ପ୍ରାଣୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇଦେଇ ପ୍ରାଣୀଙ୍କର କଲ୍ୟାଣକୁ ପ୍ରୋତ୍ସାହିତ କରିବା। ଦାତାମାନଙ୍କ ନିକଟରୁ ଏହି ଟ୍ରଷ୍ଟକୁ ଅନେକ ହାତୀ ମିଳିଛି, ଯେପରିକି ସର୍କସ, ମନ୍ଦିର ଏବଂ ବ୍ୟକ୍ତିବିଶେଷଙ୍କ ନିକଟରେ ଥିବା ହାତୀ, ଯେଉଁମାନଙ୍କ ନିକଟରେ ହାତୀଙ୍କର ଯତ୍ନ ନେବାକୁ ଆର୍ଥିକ ସମ୍ବଳ ନାହିଁ। ହାତୀମାନଙ୍କୁ ଯତ୍ନ ଯୋଗାଇଦେବା ସହିତ ଏହି ଟ୍ରଷ୍ଟ ମାହୁନ୍ତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଉତ୍ତମ ଜୀବନ ଯାପନ ସୁବିଧା ଯୋଗାଇ ଦେଉଛି, ଯେଉଁମାନେ ହାତୀମାନଙ୍କ ସହିତ ଆସିଥିଲେ।…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯିବ। ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଜିଲ୍ଲାର ସାଧାରଣ ଲୋକେ ଯେପରି ବିଭିନ୍ନ ଯୋଜନାରୁ ସୁଫଳ ପାଇବେ ତା’ ଉପରେ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେବ।’’ ୨୦୨୩ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ।…
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡଙ୍କୁ ସାକ୍ଷାତ କରିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଏମ ଭେଙ୍କେୟାନାଇଡୁ। ସେ ଦିଲ୍ଲୀରେ ପହଁଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଭବନ ଯାଇ ସେଠାରେ ନାଇଡୁ ସାକ୍ଷାତ କରିଥିଲେ। ଉପରାଷ୍ଟ୍ରପତିଙ୍କ ଅଫିସରୁ ଟୁଇଟି କରି ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ।
ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କର ନାମାଙ୍କନ ପତ୍ରରେ ଓଡିଶାର ଦୁଇଜଣ ମନ୍ତ୍ରୀ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି। ସେମାନେ ହେଲେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ମନ୍ତ୍ରୀ ଟୁକୁନୀ ସାହୁ। ଏ ନେଇ ରୋମରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରସ୍ତାବକ ସହିତ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ ବେଳେ ଏହି ଦୁଇମନ୍ତ୍ରୀ ଉପସ୍ଥିତ ରହିବେ ବୋଲ ନବୀନ ଉଲ୍ଲେଖ କରିଛନ୍ତି। ଫଳରେ ଆଜି ଉଭୟ ମନ୍ତ୍ରୀ ଟୁକୁନୀ ଏବଂ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ସହିତ ନୂଆ ଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନେ ଓଡିଶା ଭବନରେ ରହିବା ସହିତ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତି ରହିବେ।
ନୂଆଦିଲ୍ଲୀ: ଆଜି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଓଡିଶା ଭବନରେ ଅବସ୍ଥାନ କରିଛନ୍ତି। ସେଠାରେ ତାଙ୍କୁ ବିଭିନ୍ନ ବର୍ଗରୁ ଉତ୍ସସିତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି। ସେଠାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସ ଭବନକୁ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଦ୍ରୌପଦୀ କୃତଜ୍ଞତା ଅର୍ପଣ କରିଥିଲେ। ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ଧନ୍ୟବାଦ ଦେଇଥିଲେ। ନିଜେ ପ୍ରଧାନମନ୍ତ୍ରୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାଥିତ୍ବକୁ ସବୁ ବର୍ଗର ଲୋକେ ପସନ୍ଦ କରିଛନ୍ତି। ତଳସ୍ତରର ସମସ୍ୟାକୁ ବୁଝିବାରେ ତାଙ୍କର ଜ୍ଞାନ ଅପାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର ଦିନ ଦ୍ରୌପଦୀ ନାମାଙ୍କନ ପତ୍ର ଦାଖଲ କରିବେ। ଏଥିରେ ପ୍ରଧାନମନ୍ତ୍ରୀ ନିଜେ ପ୍ରଥମ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି।
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଥର ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ସେମାନେ ଏକାସାଙ୍ଗରେ ପରିସ୍ରା କରପାରନ୍ତି ନାହିଁ। ବାରମ୍ବାର ପରିସ୍ରା ଲାଗିବା ଭଳି ଅନୁଭବ ହୁଏ ଏବଂ ବାରମ୍ବାର ଶୌଚାଳୟକୁ ଯିବାର ଆବଶ୍ୟକତା ପଡେ। ବେଳେବେଳେ ପରିସ୍ରା ପୋଡା ମଧ୍ୟ ହୋଇଥାଏ। ବେଳେବେଳେ ସଂକ୍ରମଣ ହେତୁ ଏହା ଘଟେ। ସଂକ୍ରମଣ ବ୍ୟତୀତ, ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ସେମାନେ ମଧ୍ୟ ପରିସ୍ରା ପୋଡୁଥିବାର ଅନୁଭବ କରିପାରନ୍ତି। ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଅତି କମରେ ୮ ଟି ବଡ଼ ଗ୍ଲାସ୍ କିମ୍ବା ତିନି ଲିଟର ପାଣି ପିଇବା ଉଚିତ୍। ଏହି ସମୟରେ, ଅଧିକ ମରିଚ ମସାଲା ଖାଇବା ଦ୍ୱାରା ପରିସ୍ରା ମଧ୍ୟ ପୋଡାଜଳା ହୋଇଥାଏ। କିଛି ସହଜ ଘରୋଇ ଉପଚାର ଗ୍ରହଣ କରି ପରିସ୍ରା ପୋଡାଜଳା ଠାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା…. ଘରୋଇ ଉପଚାର: ୧- ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ- ପରିସ୍ରାରେ ଜଳାପୋଡା ସମସ୍ୟାରୁ…
ସ୍ୱାସ୍ଥ୍ୟଟିପ୍ସ: ଓଜନ ହ୍ରାସ ପାଇଁ କଳା କଫି ସବୁଠାରୁ ଉପଯୁକ୍ତ ପାନୀୟ ଭାବରେ ବିବେଚନା କରାଯାଏ। ବ୍ଲାକ୍ କଫିରେ କ୍ଲୋରୋଜେନିକ୍ ଏସିଡ୍ ନାମକ ଏକ ଉପାଦାନ ଥାଏ, ଯାହା ଓଜନ ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ ଓଜନ ହ୍ରାସ ପାଇଁ କଳା କଫି ପିଅନ୍ତି, ତେବେ ଆପଣ ଏହା ମଧ୍ୟ ଜାଣିବା ଉଚିତ୍ ଯେ ଏହାକୁ ପିଇବା ପାଇଁ ସଠିକ୍ ଉପାୟ ଏବଂ ସମୟ କ’ଣ ହେବ? ଓଜନ ହ୍ରାସ ପାଇଁ କଳା କଫି କିପରି ପ୍ରସ୍ତୁତ କରିବେ ଜାଣନ୍ତୁ… ସାମଗ୍ରୀ: – ଦେଢ କପ୍ ପାଣି। – ୧/୨ ଚାମଚ କଫି ପାଉଡର। – ୧/୨ ଇଞ୍ଚ ଡାଲଚିନି ଖଣ୍ଡ – ୧ ଚାମଚ ମହୁ କିପରି ତିଆରି କରିବେ?: – ସର୍ବପ୍ରଥମେ, ଏକ ପ୍ୟାନରେ ପାଣି ଗରମ କରନ୍ତୁ। ଏହାକୁ ମଧ୍ୟମ ଉତ୍ତାପରେ ରଖନ୍ତୁ। ବର୍ତ୍ତମାନ ଏଥିରେ କଫି ପାଉଡର ଏବଂ…
ମୁମ୍ବାଇ: ମାତୋଶ୍ରୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ଵାରା ଡକାଯାଇଥିବା ବୈଠକରେ କେବଳ ୧୨ ଜଣ ବିଧାୟକ ପହଞ୍ଚି ପାରିଛନ୍ତି। ଆଦିତ୍ୟ ଠାକରେଙ୍କ ସମେତ କେବଳ ୧୩ ଜଣ ବିଧାୟକଙ୍କ ସେଠାରେ ଉପସ୍ଥିତ ଅଛନ୍ତି। ଉପସ୍ଥିତ ଥିବା ୧୩ ବିଧାୟକଙ୍କ ମଧ୍ୟରୁ ଆହୁରି କିଛି ବିଧାୟକ ଠାକରେଙ୍କ ହାତ ଛାଡିପାରନ୍ତି ବୋଲି ଆଲୋଚନା ହେଉଛି। ସେପଟେ ଏକନାଥ ସିନ୍ଦେ ୪୯ ଜଣ ବିଧାୟକଙ୍କ ସମର୍ଥନ ପାଇଛନ୍ତି। ସେଥିରୁ ଶିବସେନାରେ ୪୨ ଜଣ ବିଧାୟକ ଅଛନ୍ତି। ସେ ସେହି ବିଧାୟକଙ୍କ ସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି।
ଗୁଆହାଟୀ: ଟିଏମସି ବର୍ତ୍ତମାନ ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତାରେ ପ୍ରବେଶ କରିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ରହୁଥିବା ଗୁଆହାଟୀରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟକ ତୃଣମୂଳ କଂଗ୍ରେସ କର୍ମୀ ହୋଟେଲ ବାହାରେ ଏକତ୍ରିତ ହୋଇ ବିଜେପି ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ, ବିଧାୟକଙ୍କ ଘୋଡା ବେପାର ବନ୍ଦ କରାଯିବା ଉଚିତ୍। ପୋଲିସ ସେମାନଙ୍କୁ ଅଟକ ରଖିଛି। ଆସାମ ତୃଣମୂଳ କଂଗ୍ରେସ ସଭାପତି ରିପୁନ ବୋରାଙ୍କ ନେତୃତ୍ୱରେ ଏହି ବିରୋଧ କରାଯାଇଛି। ଏହି ପ୍ରତିବାଦରେ ସମ୍ପୃକ୍ତ ଟିଏମସି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ଆସାମର ବିଜେପି ସରକାର ଏହାର ସମସ୍ତ ସମ୍ବଳକୁ ମହାରାଷ୍ଟ୍ରର ଉଦ୍ଧବ ଠାକୁରଙ୍କୁ ଭାଙ୍ଗିବା ପାଇଁ ବ୍ୟବହାର କରୁଛନ୍ତି। ତୃଣମୂଳ କଂଗ୍ରେସ ନେତାମାନେ କହିଛନ୍ତି ଯେ, ଗୋଟିଏ ପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ଏବଂ ଅନ୍ୟ ପଟେ ସରକାର ଏହି ରାଜନୈତିକ ଅସ୍ଥିରତା…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ପୂର୍ବାହ୍ନ ୯ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଠାରୁ ନୂତନ ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହାପରେ ନୂତନ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବିଜେବି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ। ୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଶ୍ରୀ ଚକ୍ରବର୍ତ୍ତୀ ପୁର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସମୟରେ ସେ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ବେସ୍ ସୁଚାରୁରୂପେ ପରିଚାଳନା କରିପାରିଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ…
ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ତେଲେଙ୍ଗାନାରେ ସ୍ଥାପିତ ହୋଇଛି। ଖମ୍ମମ ଜିଲ୍ଲାରେ ଧାର୍ମିକ ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଏକ ଉଦାହରଣ ଉପସ୍ଥାପନ କରି ତେଲେଙ୍ଗାନାର ଗ୍ରାମୀଣ ସରପଞ୍ଚ ପ୍ରଭୁ ଶ୍ରୀ ରାମଙ୍କ ଏକ ବିଶାଳ ମନ୍ଦିର ପ୍ରସ୍ତୁତ କରିଛନ୍ତି। ମୁସଲିମ ସରପଞ୍ଚ ଖମ୍ମମ ଜିଲ୍ଲାର ରଘୁନାଦପାଲମ ମଣ୍ଡଳର ବୁଦିଦମ୍ପାଡୁ ଗ୍ରାମରେ ୫୦ ଲକ୍ଷ ଟଙ୍କାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ମୁସଲିମ ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି। ଖମ୍ମମ ଜିଲ୍ଲାର ବୁଦିଦମ୍ପାଡୁ ଗାଁର ସରପଞ୍ଚ ଶେଖ ମୀରା ସାହେବ ନିଜେ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ ସେ ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ଦାନରେ ଜମା କରି ରାମଙ୍କ ଏକ ଭବ୍ୟ ମନ୍ଦିର ପ୍ରସ୍ତୁତ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭାଟପଡା ଛକରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ତାଙ୍କରି ବଡବାପା ଓ ପୁଅ। ଏ ନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ଶ୍ୱଶୁର ରାମଚନ୍ଦ୍ର ବେହେରା। ଅଭିଯୋଗ ମୁତାବକ ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଗତକାଲି କୁଲେଇ ସରପଞ୍ଚଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଶେଷ ହେବା ପରେ ବରଯାତ୍ରୀ ନେଇ ବରପକ୍ଷ ନିଜ ଗ୍ରାମ ବିଂଝଳାକୁ ଫେରିବା ପରେ ରାତି ୩ ଘଟିକାରେ ଉକ୍ତ ଗ୍ରାମର ଭାସ୍କର ବେହେରା ଓ ତାଙ୍କ ପୁତ୍ର ଉମକାନ୍ତ ବେହେରା ହଠାତ ସରପଞ୍ଚଙ୍କ ଘର ଦୁଆର ସମ୍ମୁଖରେ ଖଣ୍ଡା ଓ ଫାର୍ଷା ଧରି ଗାଳିଗୁଲଜ କରିବାକୁ ଲାଗିଥିଲେ। ରାମଚନ୍ଦ୍ର ଦୁଆର ଖୋଲିବାରୁ ତାଙ୍କୁ ଆକ୍ରମଣ ପାଇଁ ଉଭୟ ଅଭିଯୁକ୍ତ ଦଉଡି…
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ରଙ୍ଗ ପ୍ରତି ଘଣ୍ଟାରେ ବଦଳୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାରେ ମତଭେଦ ବଢିବାରେ ଲାଗିଛି। ସର୍ବଶେଷ ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦଳରେ ଆତଙ୍କ ଖେଳିଯାଇଛି। ଏହି ସମୟରେ ବିଧାୟକଙ୍କ ସହ ବର୍ତ୍ତମାନ ସାଂସଦମାନେ ମଧ୍ୟ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସୁଥିବାର ନଜର ଆସିଛନ୍ତି। ସୂଚନାନୁସାରେ ୧୭ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଥାଣେର ସାଂସଦ ରାଜନ ବିଚାରେ ଏବଂ କଲ୍ୟାଣର ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବେ ଗୁଆହାଟୀରେ ଉପସ୍ଥିତ ଅଛନ୍ତି। ୱସିମ ସାଂସଦ ଭବନା ଗୱଲି, ପାଲଘର ସାଂସଦ ରାଜେନ୍ଦ୍ର ଗଭିତ, ରାମଟେକ ସାଂସଦ କ୍ରୁପାଲ ତୁମନେ ମଧ୍ୟ ନିଜର ସମର୍ଥନ ଦେଖାଇଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ମୋଟ ୪୮ ଜଣ ବିଧାୟକ ସେମାନଙ୍କ ସମର୍ଥକଙ୍କ…
ନୂଆଦିଲ୍ଲୀ: ଉପ-ନିର୍ବାଚନ ପାଇଁ ତିନିଟି ଲୋକସଭା ଆସନ ଏବଂ ସାତଟି ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଛି। ଉତ୍ତରପ୍ରଦେଶର ଆଜମଗଡ ଏବଂ ରାମପୁର ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ମତଦାନ କଡା ସୁରକ୍ଷା ମଧ୍ୟରେ ସକାଳ ୮ ଟାରୁ ଆରମ୍ଭ ହୋଇଛି, ଯାହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ। ସଙ୍ଗୁର ଲୋକସଭା ନିର୍ବାଚନମଣ୍ଡଳୀରେ ୧୫,୬୯,୨୪୦ ଭୋଟର ଅଛନ୍ତି, ସେମାନଙ୍କ ମଧ୍ୟରୁ ୮,୩୦,୫୬ ପୁରୁଷ ଥିବା ବେଳେ ୭,୩୯,୧୪୦ ଜଣ ମହିଳା ଏବଂ ୪୪ ଜଣ ଟ୍ରାନ୍ସଜେଣ୍ଡର ଅଟନ୍ତି। ତିନିଜଣ ମହିଳାଙ୍କ ସମେତ ମୋଟ ୧୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆଜି ତ୍ରିପୁରାର ଚାରିଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଅଗରତାଲା, ଟାଉନ ବାରୋଦୱାଲି, ସୁରମା ଏବଂ ଜୁବରାଜନଗର ଆସନରେ ଥିବା ୨୨୧ ମତଦାନ କେନ୍ଦ୍ରରେ ମତଦାନ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ଆଦିବାସୀ ନୃତ୍ୟ ଓ ସଂଗୀତରେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ହଜାରହଜାର ସମର୍ଥକ ତାଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ଭିଡ କରିଥିଲେ। ସେ କଡା ସୁରକ୍ଷା ଭିତରେ ବିମାନ ବନ୍ଦର ଯାଇଥିଲେ। ନୂଆଦିଲ୍ଲରେ ପହଞ୍ଚିବା ପରେ ସେ ଓଡିଶା ଭବନରେ ଅବସ୍ଥାନ କରିବେ। ସେଥିପାଇଁ ସେଠାରେ ସଂପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି। ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଓଡିଶା ଭବନରେ ଥିବା ସ୍ବତନ୍ତ୍ର କକ୍ଷରେ ସେ ଅବସ୍ଥାନ କରିବେ। ଏଥିସହିତ ତାଙ୍କ ପାଇଁ ଭବନର କନଫ୍ରେନସ ହଲକୁ ମଧ୍ୟ ସଂରକ୍ଷିତ ରଖାଯାଇଛି। ସେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ।
ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ମନ୍ଦିର ହିନ୍ଦୁ ଧର୍ମର ସବୁଠାରୁ ପ୍ରସିଦ୍ଧ ଏବଂ ବଡ ଧାର୍ମିକ ସ୍ଥାନ ଅଟେ। ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିବାକୁ ଏଠାକୁ ଆସନ୍ତି। ଭକ୍ତଙ୍କ ସୁବିଧା ପାଇଁ ମୋଦୀ ସରକାର କଟରା ପର୍ଯ୍ୟନ୍ତ ରେଳ ସେବା ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ସହଜ କରିଥାଏ। ଏହା ସହିତ, ବର୍ତ୍ତମାନ ଦର୍ଶନ କରିବା ଲାଗି ସମୟ ମଧ୍ୟ ସଞ୍ଚୟ ହୋଇଥାଏ। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣରୁ କଟରା ରେଳ ଷ୍ଟେସନ ପର୍ଯ୍ୟନ୍ତ ମାତା ବୈଷ୍ଣୋ ଦେବୀଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଚେନ୍ନାଇ ଏବଂ ଦିଲ୍ଲୀରୁ କଟରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ଚେନ୍ନାଇରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ର ନାମ ହେଉଛି ଶ୍ରୀମାତା ବୈଷ୍ଣୋ…
ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ ଶାସକ ବିଜୁ ଜନତା ଦଳର ସମର୍ଥନ ପାଇବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନର ରାସ୍ତା ଆହୁରି ସହଜ ହୋଇଛି। ଏଥି ସହିତ, ଏହି ସମଗ୍ର ବିକାଶ ଦ୍ୱାରା ପ୍ରଭାବିତ ନ ହୋଇ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି ଯେ, ଏହା ଏକ ବିଚାରଧାରାର ଲଢେଇ ହେବ ଏବଂ ଦେଶକୁ ‘ରବର-ଷ୍ଟାମ୍ପ ରାଷ୍ଟ୍ରପତି’ ଦରକାର ନାହିଁ। ନବୀନ ପଟ୍ଟନାୟକ ଦଳର ସମର୍ଥନରେ ଓଡ଼ିଶାର ସାନ୍ତାଳ ସମ୍ପ୍ରଦାୟର ମୁର୍ମୁ ପ୍ରାୟ ୫୨ ପ୍ରତିଶତ ଭୋଟ୍ ପାଇଛନ୍ତି (ପ୍ରାୟ ୫,୬୭,୦୦୦ ଭୋଟ୍)। ରାଷ୍ଟ୍ରପତି ନିର୍ବାଚନ ପାଇଁ ସମୁଦାୟ ୧୦ ଲକ୍ଷ ୮୬ ହଜାର ୪୩୧ ଭୋଟ ଅଛି। ମୁର୍ମୁଙ୍କ ପାଇଁ ଏହି ସମ୍ଭାବ୍ୟ ଭୋଟ୍ ମଧ୍ୟରୁ ୩ ଲକ୍ଷ ୮ ହଜାର ଭୋଟ୍ ବିଜେପି ଏବଂ ଏହାର ସହଯୋଗୀ ଦଳରୁ ଆସିଛି। ଅନ୍ୟପକ୍ଷରେ ବିଜୁ ଜନତା ଦଳର ପ୍ରାୟ ୩୨ ହଜାର ଭୋଟ୍ ରହିଛି, ଯାହା ମୋଟ…
ନୂଆଦିଲ୍ଲୀ: କରୋନା ପୁଣି ଥରେ ଭାରତରେ ଗତି ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୩୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୯୭୨ ଜଣ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୮୩ ହଜାର ୯୯୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଜୁନ୍ ୨୨ ତାରିଖରେ ୧୨ ହଜାର ୨୪୯ ଟି ମାମଲା ପଞ୍ଜିକୃତ ହୋଇଥିଲା।
ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଡୁଆ ପରିସ୍ଥିତିରେ ପଡିଛି ଓଡିଶା ପ୍ରଦେଶ କଂଗ୍ରେସ। କାରଣ ଏନଡିଏ ତରଫରୁ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ସାରା ରାଜ୍ୟରେ ଆନନ୍ଦ ଖେଳିଯାଇଛି। ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସ କଣ କରିବେ ସେ ନେଇ ସମସ୍ତଙ୍କ ନଜର। ପ୍ରଶ୍ନ ଉଠିଛି ବର୍ତ୍ତମାନ ରାଜ୍ୟ କଂଗ୍ରେସ ଓଡିଶାର ମାଟି ଦେଖିବ ନା ଦିଲ୍ଲୀର ପାର୍ଟି ? ଓଡିଶାରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସେ କିପରି ଜିତିବେ ସେ ନେଇ ତାଙ୍କର ଉପରେ ସବୁ ଓଡିଆଙ୍କର ରହିଛି ଆର୍ଶିବାଦ। ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସମସ୍ତେ ସ୍ବାଗତ କରିବା ସହିତ ବିଜେଡି ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ଘୋଷଣା କରିଛନ୍ତି। ହେଲେ ରାଜ୍ୟ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଏପରି ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ପାଇଁ…

