ଦିଲ୍ଲୀ ଗଲେ ଦ୍ରୌପଦୀ ମୁର୍ମୁ, ବିମାନ ବନ୍ଦରରେ ନୃତ୍ୟ ସଂଗୀତରେ ଦିଆଗଲା ଶୁଭେଚ୍ଛା

Published: Jun 23, 2022, 11:28 am IST

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ଆଦିବାସୀ ନୃତ୍ୟ ଓ ସଂଗୀତରେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ହଜାରହଜାର ସମର୍ଥକ ତାଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ଭିଡ କରିଥିଲେ। ସେ କଡା ସୁରକ୍ଷା ଭିତରେ ବିମାନ ବନ୍ଦର ଯାଇଥିଲେ।

ନୂଆଦିଲ୍ଲରେ ପହଞ୍ଚିବା ପରେ ସେ ଓଡିଶା ଭବନରେ ଅବସ୍ଥାନ କରିବେ। ସେଥିପାଇଁ ସେଠାରେ ସଂପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି। ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଓଡିଶା ଭବନରେ ଥିବା ସ୍ବତନ୍ତ୍ର କକ୍ଷରେ ସେ ଅବସ୍ଥାନ କରିବେ। ଏଥିସହିତ ତାଙ୍କ ପାଇଁ ଭବନର କନଫ୍ରେନସ ହଲକୁ ମଧ୍ୟ ସଂରକ୍ଷିତ ରଖାଯାଇଛି। ସେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ।

Related posts