ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ର ଅଧ୍ୟକ୍ଷ ପ୍ରଫେସର କେ. କେ. ଅଗ୍ରୱାଲ୍ କହିଛନ୍ତି। ଏହା ହାସଲ କରିବା ସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି। ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ ଲେଖିବା ଉଚିତ୍। ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ। ଶିକ୍ଷା ବ୍ୟବସ୍ଥାର ଏହା…
Author: Samikhsya Bureau
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ବଜାରରେ ଏକ ବଡ଼ ଅଘଟଣ ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଅଛି। ଖବର ମୁତାବକ ନାଚୁଣୀ ବଜାର ଅଞ୍ଚଳର ଦେବରାଜ ସେଠି ନାମକ ଜଣେ ବ୍ୟକ୍ତି ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ। ତେବେ ଆଜି ଅପରାହ୍ନରେ ଲଣ୍ଡ୍ରି ଦୋକାନ ପାର୍ଶ୍ଵରେ ଥିବା ମନପୁରମ ଗୋଲଡ଼ ଲୋନ ଅଫିସର ଲୁହା ସିଡିରେ ପ୍ରତିଦିନ ଭଳି ବସିଥିବା ବେଳେ ହଠାତ ସିଡିରେ କେଉଁ କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଦେବରାଜ ଚିତ୍କାର କରିବାରୁ ଉପର ଥିବେ ମନପୁରମ ଅଫିସର ମୁଖ୍ୟ ରାକେଶ ମହାନ୍ତି ତଳକୁ ଆସିଲା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ଟାଙ୍ଗୀ ମେଡିକାଲ ପଠାଯାଇଥିବା ବେଳେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା ଏବଂ ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି…
ଭୁବନେଶ୍ବର: ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ଏହାଦ୍ବାରା ପଢିବାରେ ଆମର ଆଗ୍ରହ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଯୋଗୁ ସ୍କୁଲ ଏବେ ଆମର ସବୁଠାରୁ ପସନ୍ଦର ସ୍ଥାନ ହୋଇଛି। ଆଜି ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ। ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ। ଏହାଦ୍ବାରା କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ। ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ। ଏହି…
ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା ମନ୍ତ୍ରୀଙ୍କ ସହ ଅଧିକାରୀମାନଙ୍କ ପରିଚୟ କରାଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆଜିର ପିଢି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ଫିନ୍ଟେକ୍, ଏଜୁଟେକ୍ ଓ ଫୁଡ୍ଟେକ୍ କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ। ସ୍କିଲ ହେଉଛି ଆଜିର…
ଭୁବନେଶ୍ବର: ସଂପ୍ରତି ଆର୍ମି ଏଡୁକେଶନ କର୍ପ କର୍ଣ୍ଣେଲ ବାଲୁ ଭାରଥ ସୈନିକ ସ୍କୁଲ ଭୁବନେଶ୍ୱରର ଅଷ୍ଟାଦଶତମ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତିା ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍ ଭାଷା ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଉପାଧି ଏବଂ ଭୋପାଲ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରଶିକ୍ଷଣ ଲାଭ କରିଛନ୍ତି। ସେ ତାଙ୍କର ଅଠର ବର୍ଷର କାର୍ଯ୍ୟକାଳ ଭିତରେ ଇଣ୍ଡିଆନ ମିଲିଟାରୀଏକାଡେମୀ , ପଚମାରୀସ୍ଥିତ ଏଇସିଟ୍ରେନିଙ୍ଗ କଲେଜ ଏବଂ ଅନ୍ୟ କେତେକ ପ୍ରତିରକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତାର କାର୍ଯ୍ୟ କରି ଆସିଛନ୍ତି। ସୈନିକ ସ୍କୁଲ ଭୁବନେଶ୍ୱରରେ ନୂତନ କରି ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀ କର୍ଣ୍ଣେଲ ବାଲୁଭାରଥଙ୍କୁ ସ୍ୱାଗତ କରିଏହି ଅନୁଷ୍ଠାନରେ ତାଙ୍କର ସଫଳ କାର୍ଯ୍ୟକାରିତା କାମନା କରିଥିଲେ।
ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥି ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି… ସମ୍ବଲପୁର – ଟାଟା ନଗର- ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ : 08305/08306 ସମ୍ବଲପୁର – ଟାଟା ନଗର – ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ ସମ୍ବଲପୁରରୁ 11.06.2022 ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ଟାଟା ଅଭିମୁଖେ ଯାତ୍ରା କରିବ।ଫେରିବା ମାର୍ଗରେ ଏହି ଟ୍ରେନ୍ ଟାଟାରୁ 12.06.2022 ରାତ୍ରି ୮ ଘଟିକାରେ ଛାଡି ସମ୍ବଲପୁର ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ରେଢ଼ାଖୋଲ, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଯଖପୁରା, କେନ୍ଦୁଝରଗଡ଼ ଏବଂ ନୟାଗଡ଼ ଷ୍ଟେସନରେ ରହଣି କରିବ। ସମ୍ବଲପୁର – ଦୁର୍ଗ – ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ଦିନ ପୂର୍ବାହ୍ନ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ର ଉଦଘାଟନ କରିବେ। ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍ ୯ ଏବଂ ୧୦ ରେ ହେବ। ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଦ୍ୱାରା ଏହା ଆୟୋଜିତ ହେଉଛି। ବିଆଇଆରଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି। ଏକ୍ସପୋର ବିଷୟବସ୍ତୁ ହେଉଛି ” ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ”। ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏକ୍ସପୋରେ…
ଭୁବନେଶ୍ବର: ଚଳିତ ମାସରେ ଏକାଥରେ ୧୧ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି। ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ଯେ, ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ। ସେଥିପାଇଁ ଏକ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସେ ଆହୁରି କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ପ୍ରାୟ ହଜାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ବିଭାଗ ତରଫରୁ ପକ୍ରିୟା ଜାରୀ ରହିଛି। ସେହିପରି ଅନ୍ୟାନ୍ୟ ସ୍କୁଲରେ ଖାଲିଥିବା ପଦବୀଗୁଡିକ ପୂରଣ କରିବା ପାଇଁ ରାଜ୍ୟ ସରକାର ଖୁବ ଶିଘ୍ର ନିଯୁକ୍ତି ପକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା କାଲିଠାରୁ ଚିଲିକାରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୁର୍ଣ୍ଣ ହାଉସ୍ବୋଟ୍ ‘ଗରୁଡ଼’। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୦ ମିନିଟ ସମୟରେ ଭରଚୁଆଲି ଉଦଘାଟନ କରିବେ ବୋଲି ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ‘ବିକାଶ ଇକୋ ରିସୋର୍ଟସ’ ର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ନିର୍ଦ୍ଦେଶକ ଗୌତମ ଅଗ୍ରୱାଲଙ୍କ ପକ୍ଷରୁ ସୂଚନା ମିଳିଛି। ଡବଲ୍ ଇଞ୍ଜିନ୍ ବିଶିଷ୍ଟ ‘ଗରୁଡ଼’ ବୋଟର ଲମ୍ବା ୧୦୫ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ। ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୩୩୭ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି। ବଡ କଥା ହେଉଛି ଗତକାଲି ତୁଳନାରେ କରୋନା ର ନୂଆ ମାମଲାରେ ୪୧% ବୃଦ୍ଧି ଘଟିଛି। ଗତକାଲି ଦେଶରେ ୩ ହଜାର ୭୧୪ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଆଜି ଏହି ସଂଖ୍ୟା ୫ ହଜାରରୁ ଅଧିକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୮ ହଜାର ୮୫୭ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୬ ଲକ୍ଷ୩୬ ହଜାର ୭୧୦…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୋଡ଼ାପୁଟ ଗ୍ରାମରେ ଦେଶୀ ରନ୍ଧା ମଦ ଚୋରାଚାଲାଣ ହେଉଥିବାର ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୨୧୦ ଲିଟର ଦେଶୀ ରନ୍ଧା ମଦ, ଗୋଟାଏ ବାଇକ, ଗୋଟାଏ ଡ଼ାଲା ଅଟୋ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଅଧିକାରୀ ବି ମନୋଜ କୁମାର, ଏସଆଇ ରୋହିତ କୁମାର ଦଣ୍ଡସେନା ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ନିକଟବର୍ତ୍ତୀ ଡୁଙ୍ଗୁରିମୁଣ୍ଡିଆ ଜଙ୍ଗଲ ମଧ୍ୟରେ ଅପମିଶ୍ରିତ ଡ଼ିଜେଲ କାରବାର ଚାଲିଥିବାର ଖବର ପାଇ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ ୧୨ ଶହ ଲିଟର ପିଡ଼ିଏସ କିରୋସିନ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ କଟକ ସହର ଅଞ୍ଚଳର ଟୁଲୁ ସେନାପତି ଓ ପଠାଣି ସେନାପତି। ଅଭିଯୁକ୍ତ ମାନେ ଏକ ଗ୍ୟାଙ୍ଗ ଗଠନ କରି ବେଆଇନ ଭାବେ ପିଡ଼ିଏସ କିରୋସିନ ଲିଟର ପିଛା ୮୫ ଟଙ୍କା ଦେଇ କିଣୁଥିଲେ। ଏହାପରେ ବିଭିନ୍ନ ତେଲ କମ୍ପାନୀ ଟ୍ୟାଙ୍କର ଡ୍ରାଇଭରଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦେଇ ସେମାନଙ୍କ ଟାଙ୍କିରୁ ଡ଼ିଜେଲ କାଢ଼ିବା ସହ ସମ ପରିମାଣର କିରୋସିନ ମିଶାଇଦେଉଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ ରାସାୟନିକ ଦ୍ରବ୍ୟ ଏବଂ ଗିୟର ଅଏଲ ପିଡ଼ିଏସ କିରୋସିନରେ ମିଶାଇ ନକଲି ଡ଼ିଜେଲ ତିଆରି…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ପକ୍ଷରୁ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ଉପରେ ଚଢ଼ାଉ କରାଯାଇଛି। ବଡ଼ମାଳ ରେଞ୍ଜ ଅନ୍ତର୍ଗତ କୁଆଖୋଳ ଗ୍ରାମ ଅଞ୍ଚଳରେ ଓଆର୧୫ଯେ୩୬୪୧ ନମ୍ବର ବିଶିଷ୍ଟ ପିକ ଅପ ଯୋଗେ ବେଆଇନ ଭାବରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗକୁ ଖବର ମିଳି ଥିଲା। ଖବର ପାଇ ରେଢାଖୋଲ ଡିଏଫଓ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଦେବୀପ୍ରସାଦ ରାଉତଙ୍କ ନେତୃତ୍ବରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ବଡ଼ମାଳ ଫରେଷ୍ଟର ଶ୍ରୀବତ୍ସ କିଷାନ ପ୍ରମୂଖ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଚଢ଼ାଉ କରି କୁଆଖୋଳ ଗ୍ରାମ ନିକଟରୁ ପିକ ଅପ ସହ ୨ ଶହ ବଣ୍ଡଲ ଅର୍ଥାତ ୯କୁଇଣ୍ଟାଲ ୧୧ କେଜି ବେଆଇନ କେନ୍ଦୁପତ୍ର ଜବତ କରିଥିଲେ। ଘଟଣା ସ୍ଥଳରୁ…
ଭୁବନେଶ୍ୱର : ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍ ଛକ ପର୍ଯ୍ୟନ୍ତ ଉଦ୍ଘାଟିତ ହୋଇଛି। ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍ ସେ୍ୱଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ଶିଶୁଶ୍ରମ ନିରାକରଣ ସଚେତନତା ରଥ, ରାଲି ଏବଂ ଜିଲ୍ଲାସ୍ତରରେ କର୍ମଶାଳାମାନ ଆୟୋଜନ କରାଯାଉଛି। ରାମମନ୍ଦିର ଛକରୁ…
ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ଭୁୟସୀ ପ୍ରଶଂସା କରିଛନ୍ତି । ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓଡ଼ିଶାର ଏକ ବଡ ସଫଳତା ବୋଲି ମିଶନ ଟିମ୍ର ସଦସ୍ୟମାନେ ମତ ଦେଇଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ନେପାଳ ଷ୍ଟଡ଼ି ମିଶନ ଟିମ୍ଙ୍କ ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ…
ନୂଆଦିଲ୍ଲୀ: ଆମର ଅକ୍ଷୟ ଶକ୍ତି କାର୍ୟ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍ସେସ୍ ନିୟମ ୨୦୨୨କୁ ୦୬.୦୬.୨୨ରେ ବିଜ୍ଞପିତ କରାଯାଇଛି। ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି। ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି। ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ନିୟମିତ ଖାଉଟିମାନେ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଯୁବଗୋଷ୍ଠୀଙ୍କୁ ପରିବର୍ତନ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ଗୁରୁ ଦାୟିତ୍ୱ ରହିଛି ବୋଲି ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ-୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ଏବଂ ଜାତୀୟ ସ୍ତରରେ ଗୁରୁତ୍ୱ ବହନ କରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କର ନିର୍ଦ୍ଦେଶକଙ୍କୁ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ଇତିହାସକୁ ସ୍ମରଣ କରୁଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବା ଖୁସିର ବିଷୟ। ଦେଶର ଉଚ୍ଚ ଶିକ୍ଷା ପାଇଁ ଥିବା ଅନୁଷ୍ଠାନ ଗୁଡ଼ିକ ଅମୃତ ମହୋତ୍ସବର କେନ୍ଦ୍ର ଅଟେ। ଏହାର କାରଣ ହେଉଛି ଦେଶର ଯୁବ ନାଗରିକ ମାନେ କେବଳ ଅତୀତର ଉତରାଧିକାରୀ ନୁହଁନ୍ତି ବରଂ ଭାରତକୁ ପରବର୍ତୀ ସୁବର୍ଣ୍ଣ ଯୁଗରେ ଆଗେଇ ନେବାରେ ତାଙ୍କର ଭୂମିକା ରହିବ। ତେଣୁ ଯୁବକମାନଙ୍କୁ ପରିବର୍ତନ କରିବାରେ ଉଚ୍ଚ…
ଭୁବନେଶ୍ୱର : ଓଡିଶାରେ ମଦକୁ ସଂପୂର୍ଣ୍ଣ ନିଷେଧ କରିବା ନିମନ୍ତେ ସଂଗ୍ରାମ ଜାରି ରଖିଥିବା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ରାଜ୍ୟରେ ମଦ, ଗଞ୍ଜେଇ ସହ ଅନ୍ୟାନ୍ୟ ନିଶା ଦ୍ରବ୍ୟର ଅବୈଧ କାରବାରରେ ପୋଲିସର ହାତ ଥିବା ଅଭିଯୋଗ କରାଯାଇଛି। ପୂର୍ବରୁ ଏ ବାବଦରେ ଜଣେ ଅବକାରୀ ଅଧିକାରୀ, କମିଶନଙ୍କ ନିକଟକୁ ଅଭିଯୋଗ କରି ପତ୍ର ଲେଖିଥିବାବେଳେ ପରବର୍ତ୍ତୀ ସମୟରେ ନିଜର ମାନସିକସ୍ଥିତି ଠିକ ନଥିବା ଦର୍ଶାଇ ବୟାନ ପରିବର୍ତ୍ତନ କରିଛନ୍ତି । ଅବକାରୀ ଏବଂ ପୋଲିସ ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଚାପରେ ପଡି ଅଧିକାରୀ ଜଣକ ବୟାନ ପରିବର୍ତ୍ତନ କରିଛନ୍ତି ବୋଲି ମୋନା ପକ୍ଷରୁ କୁହାଯାଇଛି । ଏନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କହିଛନ୍ତି ଯେ, “ରାଜ୍ୟରେ ମଦ ପ୍ରସାର ନିମନ୍ତେ ସରକାର ନେତୃତ୍ୱ ନେଉଥିବାବେଳେ ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାରେ କୃଷିର ସାମଗି୍ରକ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୋକସଭା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କୃଷିର ଉନ୍ନତିକରଣ ତଥା ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଷ୍ଠାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନ ପରିଦର୍ଶନ କରି ବରିଷ୍ଠ…

