ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହାଆଡମ୍ବରରେ ପାଳନ କରାଯିବ। ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ, ଭଜନ ପରି ବହୁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି। ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବେ। କେବଳ କୁନିକୁନି ପିଲାଙ୍କ ପାଇଁ ରଜ ଦୋଳିର ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ବିଭିନ୍ନ ଦୋକାନ ବଜାର ମଧ୍ୟ ବସିବ। ଶ୍ରଦ୍ଧାଳୁମାନେ ରଜର ମଜା ଉଠାଇ ମା’ଙ୍କୁ ଦର୍ଶନ କରି ଶୃଙ୍ଖଳାର ସହିତ ଫେରିବାର ବ୍ୟାବସ୍ଥା ହୋଇଥିବା ବିଷୟ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ। ସେହିପରି ଭାବେ…
Author: Samikhsya Bureau
ଭୁବନେଶ୍ୱର/ଜଟଣୀ: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏହି ବିଦ୍ୟାଳୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ…
ଭୁବନେଶ୍ୱର: ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ ପକ୍ଷରୁ ଆୟୋଜିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର), ଭୁବନେଶ୍ୱର କ୍ୟାମ୍ପସ୍ ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ମହାପାତ୍ରଙ୍କୁ ୨୦୨୧ ମସିହା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନାଇଜର, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର (ଡକ୍ଟର) ଓମ୍କାରନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ବିଜୟ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସି.ଭି.…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ। ଏସଂପର୍କରେ ଧର୍ମଗଡ ଏସଡିପିଓ ଙ୍କ କାର୍ଯ୍ୟାଳୟ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି। ପୋଲିସ ଏନେଇ ଟିଟିଲାଗଡ ଅଂଚଳର ବାସୁ ପଟେଲ, ନେପାଳ ଜୁଆଡ, ଯୁଗେନ ପଟେଲ, କୈଳାସ ହାତୀ ନାମକ ଚାରିଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ଭରି ସୁନା, ୪ ମଟର ସାଇକେଲ, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଡକାୟତିରେ ବ୍ୟବହୃତ ଗୋଟିଏ ବୋତଲକୁ ଜବତ କରିଥିବା ସୂଚନା ଦିଆଯାଇଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟ ୨ଜଣ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ଜନୈକା ମହିଳା କିସିଣ୍ଡା ହାଟପଦା ଠାରେ ଖୋଲା ଆକାଶ ତଳେ ପ୍ରସବ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ପିଣ୍ଟୁ ବେହେରାଙ୍କ ସ୍ତ୍ରୀ ଅଞ୍ଜଳୀ ବେହେରା ଆଜି ସକାଳ ସମୟରେ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ତାଙ୍କୁ ଆମ୍ବଲାନ୍ସ ମିଳିପାରିନଥିଲା। ବାଧ୍ୟ ହୋଇ ଅଞ୍ଜଳୀକୁ ତାଙ୍କ ସ୍ୱାମୀ ଏକ ବସ୍ ରେ ସମ୍ବଲପୁର ମେଡିକାଲକୁ ନେଉଥିବା ସମୟରେ କିସିଣ୍ଡା ଠାରେ ଅଞ୍ଜଳୀ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ବାଧ୍ୟ ହୋଇ ସ୍ବାମୀ ତାଙ୍କୁ ପାଖରେ ଥିବା ସାପ୍ତାହିକ ହାଟ ପଦାକୁ ବସ୍ ରୁ ଓହ୍ଲାଇ ନେଇଯାଇଥିଲେ। ସେଠାରେ ମହିଳାଜଣଙ୍କ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ପ୍ରସବ ସମୟରେ ଆଶାକର୍ମୀ ମଧ୍ୟ ଉପସ୍ଥିତ…
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ବିଭିନ୍ନ ଉପାୟରେ ଲେମ୍ବୁ ଖାଇବାକୁ ପସନ୍ଦ କରୁ। ବହୁତ ଲୋକଙ୍କ ପାଇଁ ଲେମ୍ବୁ ପ୍ରିୟ ଅଟେ। ଏହା ସହିତ ସାଲାଡ, ସାମ୍ବର, ଖିଚିଡି ସ୍ୱାଦ ମଧ୍ୟ ଲେମ୍ବୁ ବିନା ଅସମ୍ପୂର୍ଣ୍ଣ ମନେହୁଏ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ କହିବୁ ଲେମ୍ବୁ କେଉଁ ରୋଗରୁ ଆପଣଙ୍କୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା… ଭଲ ହଜମ: – ହଜମ ସମ୍ବନ୍ଧୀୟ ସମସ୍ୟା ପ୍ରାୟତଃ ଘଟେ। କିନ୍ତୁ ଯେଉଁମାନେ ଉଷୁମ ପାଣିରେ ଲେମ୍ବୁ ରସ ପିଅନ୍ତି, ସେମାନଙ୍କୁ ଏହିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତେଣୁ ପ୍ରତିଦିନ ସକାଳେ ଏହି ପାଣି ସହିତ ଦିନ ଆରମ୍ଭ କରନ୍ତୁ। – ଲେମ୍ବୁ ଏବଂ ଉଷୁମ ପାଣି ପିଇବା ଆପଣଙ୍କ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଯଦି ଆପଣଙ୍କୁ କେବଳ ପାଣି ଏବଂ ଲେମ୍ବୁ ପିଇବାରେ ଅସୁବିଧା ହେଉଛି, ତେବେ ଆପଣ ସ୍ୱାଦ ଅନୁଯାୟୀ କଳା ଲୁଣ…
ବ୍ରହ୍ମପୁର: ଖୁବ ଶିଘ୍ର ବ୍ରହ୍ମପୁରରେ ହେବ ଅତ୍ୟାଧୁନିକ ସପିଂ ମଲ। ଏ ନେଇ ବ୍ରହ୍ମପୁର ମହାନଗର ନିଗମ ଟେଣ୍ଡର ଆହ୍ବାନ କରିଛି। ଏହି ସପିଂ ମଲ ପାଇଁ ଡିଜାଇନିଂ ପ୍ରସ୍ତୁତ କରାଯାଇଛି। କେବଳ ନିର୍ମାଣ କାର୍ଯ୍ୟ ପାଇଁ ଏହି ଜାତୀୟ ଟେଣ୍ଡର କରାଯାଇଛି। ସୂଚନା ଅନୁସାରେ ଏହି ସପିଂ ମଲ ଟି ପାର୍କ ଷ୍ଟ୍ରିଟରେ ନିର୍ମାଣ ହେବ। ଏଥିରେ ବହୁତଳ ସପିଂ ମଲ କରାଯିବା ସହିତ ବିଭିନ୍ନ ସାଇଜର କରିବା ପାଇଁ ନିଷ୍ପତି ହୋଇଛି। ଏଥିରେ ସେଣ୍ଟ୍ରାଲ ଏୟାର କଣ୍ଡିସନ ସହିତ ଅଗ୍ନି ପ୍ରତିରୋଧୀ ବ୍ୟବସ୍ଥା କରାଯିବ। ଏଥିରେ ଲିଫ୍ଟ ବ୍ୟବସ୍ଥା ସହିତ ରୁଫଟପ ରେ ଖୋଲା ଖାଦ୍ୟ ପାର୍କ କରାଯିବ। ଏହା ଉପରେ ବସିଲେ ରାନଲିଙ୍ଗମ ପାର୍କର ଦୃଶ୍ୟ ପ୍ରତିୟମାନ ହେବ।
ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ସୁବିଧା ଦିଆଯାଏ। ଯଦି ଆପଣଙ୍କର ଏପର୍ଯ୍ୟନ୍ତ ଏକ ରେସନ କାର୍ଡ ନାହିଁ, ତେବେ ଆପଣ ରେସନ କାର୍ଡ ଶୀଘ୍ର ପ୍ରସ୍ତୁତ କରନ୍ତୁ। ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଆପଣ ଘରେ ବସି ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ଆସନ୍ତୁ ଏହି କାର୍ଡ ମାଧ୍ୟମରେ ଆପଣ ପାଉଥିବା ବିଶେଷ ସୁବିଧାଗୁଡ଼ିକ ବିଷୟରେ ଜାଣିବା… କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ଗରିବ ଲୋକଙ୍କୁ ରାସନ କାର୍ଡର ଅନେକ ବିଶେଷ ସୁବିଧା ଯୋଗାଇଥାନ୍ତି। ଏହି ସମସ୍ତ ସୁବିଧା ବ୍ୟତୀତ, ଆପଣ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବା, DL ତିଆରି କରିବା, LPG ସଂଯୋଗ ନେବା ପାଇଁ ରେସନ କାର୍ଡ ବ୍ୟବହାର କରିପାରିବେ।
ଉପେନ୍ଦ୍ର ବଳିୟାରସିଂହ ଭୁବନେଶ୍ଵର: ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଚିତ୍ରକୁଟରେ ଥିଲେ। ଲକ୍ଷ୍ମଣ ଜୀ ଫଳମୂଳ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସୀତା ଜୀ ଓ ରାମ ଜୀ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥିଲେ। ସିତାଜୀ ହଠାତ କହିଲେ, “ପ୍ରଭୁ କ୍ଷମା କରିବେ, ଗୋଟିଏ କଥା କହିବି?” ପ୍ରଭୁ କହିଲେ,”କୁହ। ସୀତା କହିଲେ, “ମୋର ଚରଣ ଆପଣଙ୍କ ଚରଣ ଠାରୁ ବେଶୀ ସୁନ୍ଦର! ଶ୍ରୀରାମ ଜୀ କହିଲେ, “ଏହା କିପରି ହୋଇପାରିବ? ମୋର ଚରଣ ସବୁଠାରୁ ସୁନ୍ଦର! ଯଦି ଭଗବାନ ସ୍ଵୀକାର କରି ନେଇଥାନ୍ତେ, ତାହେଲେ କୌଣସି କଥା ନଥିଲା।” କିନ୍ତୁ ପ୍ରଭୁଙ୍କର କଥା ଶୁଣି ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ଶେଷକୁ ସ୍ଥିର ହେଲା ଯେ, ଲକ୍ଷଣଙ୍କ ନିଷ୍ପତ୍ତି ହିଁ, ଉଭୟଙ୍କର ମାନ୍ୟ ହେବ। କାରଣ ସେ ହିଁ ଉଭୟଙ୍କର ଚରଣର ସେବା କରନ୍ତି। ଲକ୍ଷ୍ମଣ ଫଳମୂଳ ଧରି କୁଟୀରକୁ ଫେରିଲେ। ଶ୍ରୀରାମ କହିଲେ, “ଗୋଟିଏ ତକରାଳ ହୋଇଛି।…
ଭୁବନେଶ୍ବର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇଚାଲିଛି। ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ “ଅଙ୍କୁର ଫାଉଣ୍ଡେସନ” ତରଫରୁ “ପକ୍ଷୀ ପାଇଁ ବସାଟିଏ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଇଆରସି ଭିଲେଜ ସ୍ଥିତ ବିଏମସି ପାର୍କରେ ଆୟୋଜିତ ଏହି ଅଭିନବ କାର୍ଯକ୍ରମକୁ ୧୧, ଜୁନ ସକାଳେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ପକ୍ଷୀଙ୍କୁ ସୁରକ୍ଷିତ ଆବାସ ଦେବା ଲାଗି ଏହି ଯୋଜନା ସମସ୍ତଙ୍କ ଲାଗି ଅନୁକରଣୀୟ ହେବା ଉଚିତ ବୋଲି ଶ୍ରୀମତି ଦାସ କହିଥିଲେ। ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ। ଆଗାମୀ…
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଅସହ୍ୟ ଗରମରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିବ। ଆଗାମୀ ୪ ଦିନରୁ ୫ ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯାହାଫଳରେ ଲୋକଙ୍କୁ ରୌଦ୍ରତାପରୁ ଆଶ୍ଵସ୍ତି ମିଳିବ। ହେଲେ ଏହା ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ପାଗ ଅନୁକୂଳ ହେବାରେ ଲାଗିଛି। ରାଜ୍ୟର ଅନେକ ସ୍ଥାନରେ ମେଘାଚ୍ଛନ୍ନ ଥିବା ବେଳେ କୋହଲା ପାଗ ଲାଗିରହିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଶୁଣାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳା ଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ମାତ୍ର କିଛି ଦିନ ପରେ ପିଙ୍କିଙ୍କ ଉପରେ ସ୍ୱାମୀ ଦୀପକ ବେହେରା ଅତ୍ୟାଚାର ଆରମ୍ଭ କରିଥିବା ଅଭିଯୋଗ ହେଉଥିଲା। ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିଲା। ଗତ କାଲି ରାତିରେ ନବ ବଧୁର ମୃତ ଦେହ ଶୋଇବା ଘରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ…
ନୂଆଦିଲ୍ଲୀ: ୪ ଟି ରାଜ୍ୟରେ ୧୬ ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗଣତି ଅପରାହ୍ନ ୫ ଟା ପରେ ହେବାର ଥିଲା। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ନିୟମ ଉଲ୍ଲଂଘନ ଅଭିଯୋଗ ହେତୁ ଭୋଟ୍ ଗଣନାରେ ପ୍ରାୟ ଆଠ ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ରାଜସ୍ଥାନ ଏବଂ କର୍ଣ୍ଣାଟକ ପାଇଁ ଫଳାଫଳ ପୂର୍ବରୁ ହୋଇସାରିଛି। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ଭୋଟ୍ ଗଣନାକୁ ମଧ୍ୟରାତ୍ରିରେ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି। ରାଜସ୍ଥାନରେ ଚାରୋଟି ଆସନ ମଧ୍ୟରୁ ତିନିଟି କଂଗ୍ରେସ ଏବଂ ଗୋଟିଏ ଆସନ ବିଜେପି ଜିତିଛି। ଏଥି ସହ କର୍ଣ୍ଣାଟକରେ ବିଜେପି ୩ ଟି ସିଟ୍ ଏବଂ କଂଗ୍ରେସ ଗୋଟିଏ ସିଟ୍ ପାଇଛି। ଯେଡିଏସକୁ କୌଣସି ଆସନ ମିଳିନାହିଁ। ମହାରାଷ୍ଟ୍ରର ୬ ଟି ଆସନ ଉପରେ ନିଷ୍ପତ୍ତି ଅନୁଯାୟୀ ମହାବିକାସ୍ ଅଗାଡିର ୩ ଜଣ ପ୍ରାର୍ଥୀ ଏବଂ ବିଜେପିର ୩ ଜଣ ପ୍ରାର୍ଥୀ…
ଚଣ୍ଡିଗଡ଼: ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଆସିଛି। ପ୍ରାୟ ଆଠ ଘଣ୍ଟା ବିଳମ୍ବରେ ଗଣନା ଆରମ୍ଭ ହେବା ପରେ ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପଂୱାର ଏବଂ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କୁ ବିଜେତା ଘୋଷିତ କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ୍ ୨୯ ଭୋଟ ପାଇବା ପରେ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ଟୁଇଟ୍ କରି ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ହରିୟାଣାର ନୂତନ ନିର୍ବାଚିତ ରାଜ୍ୟସଭା ସାଂସଦ କ୍ରିଷ୍ଣ ଲାଲ ପାନୱାର ଏବଂ କାର୍ତ୍ତିକେୟ ଶର୍ମାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ପ୍ରାର୍ଥୀଙ୍କ ସଫଳତା ହେଉଛି ଗଣତନ୍ତ୍ରର ବିଜୟ। ଆମର ମହାନ ଦେଶର ବିକାଶରେ ସେମାନଙ୍କର ନୂତନ ଦାୟିତ୍ଵ ପାଇଁ ମୋର ଶୁଭେଚ୍ଛା। ପ୍ରକାଶ ଯୋଗ୍ୟ ଯେ, ଶୁକ୍ରବାର ଦିନ…
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସୁଛି । ଯଦି ଆପଣ ମଧ୍ୟ DA ର ବୃଦ୍ଧିକୁ ଅପେକ୍ଷା କରିଥିବେ, ତେବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବ। କେନ୍ଦ୍ର ସରକାର ଜୁଲାଇ ୧ ତାରିଖରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଡିଏ ବୃଦ୍ଧି କରି ଉପହାର ଦେଇପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର ସରକାର DA କୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ଯଦି ୫ ପ୍ରତିଶତ ବୃଦ୍ଧି ହୁଏ, ତେବେ ଆପଣଙ୍କର ଦରମା ପ୍ରାୟ ୩୪ ହଜାର ଟଙ୍କା ବୃଦ୍ଧି ପାଇବ। କହିବାକୁ ଗଲେ AICPI ର ତଥ୍ୟ ଅନୁଯାୟୀ ମହଙ୍ଗା ଭତ୍ତାର ବୃଦ୍ଧି ହୋଇଥାଏ। ଏହି ଆକଳନରୁ ଏହା ସ୍ଥିର ହୋଇଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ DA ରେ କେତେ ବୃଦ୍ଧି କରାଯିବ। AICPI ସୂଚକାଙ୍କ ଅନୁଯାୟୀ, ମାର୍ଚ୍ଚ ୨୦୨୨ ରେ ଏହା ଏକ ଲମ୍ଫ ହୋଇଛି, ଏହା ବିଶ୍ବାସ କରାଯାଏ ଯେ ଏଥର…
ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୩୨୯ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୪୦ ହଜାର ୩୭୦ କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କରୋନା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ପୁନରୁଦ୍ଧାର ସଂଖ୍ୟା ୪ କୋଟି ୨୬ ଲକ୍ଷ ୪୮ ହଜାର ୩୦୮ କୁ ବୃଦ୍ଧି ପାଇଛି। ଯଦି ଆମେ ଦେଶରେ ସଂକ୍ରମିତ ସମୁଦାୟର ଆକଳନକୁ ଦେଖିବା, ତେବେ ଏହି ସଂଖ୍ୟା ୪ କୋଟି ୩୨ ଲକ୍ଷ ୧୩ ହଜାର ୪୩୫ ରେ ପହଞ୍ଚିଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪…
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପ୍ରଥମ ଜାତୀୟ ତ୍ୟୋତିଷଶାସ୍ତ୍ର କର୍ମଶାଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିଷଶାସ୍ତ୍ର ସହ ବିଜ୍ଞାନର କିଭଳି ସମ୍ପର୍କ ଅଛି ଏବଂ ପ୍ରତିଟି ମୁହୂର୍ତ୍ତରେ ମାନବ ଜାତିରେ କିଭଳି ଅନୁଭୂତ ହୁଏ ତାହା ଉପରେ ଆଲୋଚନା ହୋଇଥିଲା। ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଗ୍ରହ, ନକ୍ଷତ୍ର ମାନଙ୍କ ପ୍ରଭାବ ଏବଂ ସେ ବିଷୟ ସମସ୍ତେ କିିପରି ଜ୍ଞାନପ୍ରାପ୍ତ ହେବେ ଏବଂ ରାଜ୍ୟର ପ୍ରତି କୋଣେ କୋଣେ ଜ୍ୟୋତିଷ ବିଦ୍ୟା ଉପରେ ସମସ୍ତଙ୍କର କିଭଳି ଜ୍ଞାନ ହେବ ସମସ୍ତଙ୍କ ଦୃଷ୍ଟି ଜ୍ୟୋତିଷଶାସ୍ତ୍ର ରହିବ ତାହାରି ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ହରିହର ହୋତା, ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର ସୁବାସ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଖଗେଶ୍ୱର ମିଶ୍ର…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ଭାଗ୍ୟ ବେଶ ଉଜ୍ଜଳ ରହିଛି। ସେମାନଙ୍କର ଯୋଜନା ଫଳପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ବ୍ୟବହାର ପାଇଁ ଜିନିଷ କ୍ରୟ କରିବେ। ସାମାଜିକ କାର୍ଯ୍ୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ବ୍ୟବସାୟ ଯୋଜନାଗୁଡ଼ିକୁ ଗୁପ୍ତ ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ହେବ। ସେହି ତିନୋଟି ରାଶି ହେଉଛି ମିଥୁନ, ମକର, ମୀନ। ଆପଣଙ୍କ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିବ । ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ । ବିପଦ କାର୍ଯ୍ୟ କରନ୍ତୁ ନାହିଁ । ଆପଣ ବଡ଼ ଲୋକଙ୍କୁ ଭେଟିବାର ଲାଭ ପାଇବେ। ଆଇନଗତ କାର୍ଯ୍ୟରେ ସମୟ ସୀମା ଉପରେ ନଜର ରଖନ୍ତୁ । ଆପଣ ବ୍ୟବହାରିକତାର ଲାଭ ପାଇବେ। ବ୍ୟବସାୟର ଉତ୍କର୍ଷତା ରହିବ।
ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ହସ୍ପିଟାଲ ମ୍ୟାନେଜ୍ମେଣ୍ଟ ଇନ୍ଫରମେସନ୍ ସିଷ୍ଟମ୍ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା ସେଣ୍ଟର ଫର ଡେଭଲପ୍ମେଣ୍ଟ ଅଫ୍ ଆଡ୍ଭାନ୍ସଡ୍ କମ୍ପୁ୍ୟଟିଙ୍ଗ୍ ସି-ଡାକ୍(C-DAC) ସହ ଏକ ଚୁକ୍ତି ହୋଇଥିଲା। ଏହାର ଫଳ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ କଟକ, କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ଉପାଧ୍ୟୁତ୍ତର ପ୍ରତିଷ୍ଠାନ (ଶିଶୁ ଭବନ), କଟକଠାରେ ପାଇଲଟ୍ ପ୍ରୋଜେକଫ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାର ସଫଳ ରୂପାୟନ ପରେ ରାଜ୍ୟର ୩୧ ଡିଏଚ୍ଏଚ୍ଏସ୍, ୧୧ ଏମ୍ସିଏଚ୍ଏସ୍୍ ଓ ୧୦୬ ୟୁପିଏଚ୍ସିଏସ୍ଠାରେ ଏହି କଷ୍ଟୋମାଇଜଡ୍ ହସ୍ପିଟାଲ ମ୍ୟାନେଜ୍ମେଣ୍ଟ ଇନ୍ଫରମେସନ୍ ସିଷ୍ଟମ୍ ଲାଗୁ କରାଯିବ। ଆଜି ଏଥି ପାଇଁ ରାଜ୍ୟ ସରକାର ଓ ସି-ଡାକ୍…
ମେଷ- ପରିବାର ଏବଂ ସମାଜରେ ଆପଣଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଏହାର ମୂଲ୍ୟ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବେ। ବିପଦ କରନ୍ତୁ ନାହିଁ । ଧୈର୍ଯ୍ୟ ଧରନ୍ତୁ। ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବ । ବିବାଦ ପଳାୟନ ପରେ ରୋଜଗାରରେ ଇଚ୍ଛାକୃତ ସଫଳତାର ସମଷ୍ଟି। ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ବିପଦ କରନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ । ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ବୁଡି ଯାଇଥିବା ଟଙ୍କା ପାଇବେ । ପୁଞ୍ଜି ବିନିଯୋଗ ଲାଭଦାୟକ ହେବ । ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ହେବେ । ଲଜ୍ଜିତ ହୁଅନ୍ତୁ…
ଭୁବନେଶ୍ୱର: ନ୍ୟାସ୍ନାଲ୍ ଇଂଟେନ୍ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହି ମାରାଥନ୍ରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଶା ପୋଲିସର ଆଇ.ଜି (ଅପରେସନ୍ସ) ଶ୍ରୀ ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। କୋଭିଡ ମହାମାରୀ ଆରମ୍ଭ ହେବା ପରେ ବିଗତ ଦୁଇ ବର୍ଷ ଧରି ଡାକ୍ତରମାନେ ଏବଂ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କର ସମାଜ ପ୍ରତି ଅନେକ ଅବଦାନ ଓ ତ୍ୟାଗ ରହିଛି। ନିଜ ଜୀବନକୁ ବାଜି…

