ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ” ପରି କୁଆଁରୀମାନଙ୍କ ମିଳିତ ରଜ ଦୋଳି ଗୀତରେ ଫାଟି ପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ। କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ଗୁଆ ପାଟୁକାର ପାଣ୍ଡୋଇ ନାଇ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ବାଣପୁରର ଗାଁରୁ ସହର ବଜାର। ଏଣେ ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା, ମୁଢି ନଡ଼ିଆର ମହ ମହ ବାସ୍ନା ରଜପର୍ବକୁ ଆହୁରି ମଜାଳିଆ କରିଦେଇଛି।…
Author: Samikhsya Bureau
ସୀତାରାମ ଅଗ୍ରୱାଲ ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କଲେଜ ରୋଡ଼ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଜଣେ କର୍ମଚାରୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ସିନ୍ଦୁରିଆ ଗ୍ରାମର ତପନ କୁମାର ପଲାଇ (୨୧)। ସେ ନାଚୁଣିସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିଲେ। ତେବେ କୌଣସି କାରଣବଶତଃ ଗତକାଲି ରାତିରେ ସେ ନିଜକୁ କବାଟ ଦେଇ ଘର ଭିତରେ ବନ୍ଦ କରିଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା। ଏବଂ ସେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଆଜି ସାଇଣ୍ଟିଫିକ ଟିମ…
ଭୁବନେଶ୍ବର: ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପହିଲି ରଜରେ ସକାଳୁ ସକାଳୁ ଗାଁ ଗଣ୍ଡାରେ ଦୋଳି ବାନ୍ଧି ଝିଅମାନେ ଏହି ଉତ୍ସବ ଆରମ୍ଭ କରିଦେଇଛନ୍ତି। ଗୋଡରେ ଅଳତା ଲଗାଇ ଦୋଳିରେ ଝୁଲିବାରେ ଲାଗିଛନ୍ତି। ଏହି ଉତ୍ସବର ଏକ ମୁଖ୍ୟ ଖାଦ୍ୟ ହେଲା ପୋଡପିଠା। ଚାଉଳ ଚୂନାରେ ପ୍ରସ୍ତୁତ ଏହି ପିଠା ବେଶ୍ ସୁସ୍ବାଦ। ଗାଁ ର ଏହି ଉତ୍ସବକୁ ସହରରେ ପାଳନ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ସହରର ପ୍ରେକ୍ଷାଳୟରେ ରଜପିଠା ପ୍ରତିଯୋଗୀତା, ହୁଳହୁଳି ପ୍ରତିଯୋଗୀତା ସହିତ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ଉତ୍ସବ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ପୁଣି ଏକ ଝଟକା ଲାଗିଛି। AAP ରାଜ୍ୟ ସଭାପତି ଦୀପକ ବାଲି ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଜାତୀୟ ସମ୍ମିଳନୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର କାର୍ଯ୍ୟକଳାପକୁ ନେଇ ମୁଁ ନିଜକୁ ଅସହଜ ମନେ କରୁଛି ଏବଂ ସେଥିପାଇଁ ଆମ୍ ଆଦମୀ ପାର୍ଟିର ସଭାପତି ପଦ ଏବଂ ଦଳର ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି। ଦୟାକରି ମୋର ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନୁରୋଧ କରିଛନ୍ତି।
ଭୁବନେଶ୍ବର, ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ରଜ ପର୍ବ। କରୋନା ସଂକ୍ରାମଣ ଭୟରେ ଗତ ସାରା ଓଡିଶାରେ ଲକଡାଉନ ଜାରି ରହିଥିଲା। କିନ୍ତୁ ଏଥର କରୋନାର ସ୍ଥିତି ସେତେଟା ନାହିଁ। ତେଣୁ ଏଥର ଯୁବତୀମାନେ ରଜ ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ସଜବାଜ ହୋଇସାରିଛନ୍ତି। ତେବେ ଏହି ଗଣ ପର୍ବର ଅନେକ ନୀତି ରହଛି। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। ଆସନ୍ତୁ ଜାଣିବା କିପରି ପାଳନ କରାଯାଏ ରଜ। ପୋଡପିଠା: ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରି ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି…
ମେଷ- ରାଜକୀୟ ସହାୟତା ମିଳିବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟ ଭଲ କରିବ । ଆୟ ବୃଦ୍ଧି ପାଇବ । କ୍ଷତି ଏବଂ ଲାଭର ପରିବେଶ ରହିବ । ଶକ୍ତି ବୃଦ୍ଧି ପାଇବ । ଆପଣ ବିଜୟ ହେବେ ହେଲେ ଗର୍ବ କରନ୍ତୁ ନାହିଁ । ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ । ସମୟ ପାର୍ଶ୍ୱରେ ଅଛି। ନାରୀ ସୁଖ, ଯାତ୍ରାରୁ ଦୂରେଇ ରୁହନ୍ତୁ। ବିରୋଧୀମାନେ କ୍ଷତି ସହିବେ। ବୃଷ- ଯାତ୍ରା, ଚାକିରି ଏବଂ ବିନିଯୋଗ ଅନୁକୂଳ ହେବ। ବକେୟା ଅର୍ଥ ଫେରସ୍ତ କରାଯିବ। ବ୍ୟବସାୟ ଭଲ କରିବ । ବିବାଦ କରନ୍ତୁ ନାହିଁ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା । କିଛି ଲାଭ ଭ୍ରମଣ ସମୁଦାୟ ସ୍ଥଗିତ ରଖାଯିବ। ବିରୋଧୀମାନେ ସକ୍ରିୟ ରହିବେ। ଶିକ୍ଷିତ ଲୋକମାନଙ୍କ ସହିତ ସାକ୍ଷାତ କରିବେ। ଶାନ୍ତି ସ୍ଥାପନ କରିବା ଆବଶ୍ୟକ । ଅପ୍ରାକୃତିକ ଭୟ ରହିବ । ମିଥୁନ- ପଦ୍ଧତିରେ ଉନ୍ନତି ହେବ।…
ଭୁବନେଶ୍ବର: ଖୁବଶୀଘ୍ର ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗର ବିଭିନ୍ନ ଯୋଜନାକୁ ସମନ୍ବିତ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ଜନଜାତି କ୍ଷେତ୍ରର ଉନ୍ନତିକରଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା। କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାର ନଙ୍ଗଲବାହାଲି ବିକାଶନଗର ଠାରେ କୁଟିଆ କନ୍ଧ ଜନଜାତିର ଲୋକଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମତ ବିନିମୟ କରିଥିଲେ। ଏଠାରେ ୮ଟି ପରିବାରର ୬୪ ଜଣ ଲୋକ ରହୁଛନ୍ତି। ପାହାଡ଼ ଉପରୁ ଅଣାଯାଇ ଏ ପରିବାରମାନଙ୍କୁ ଏଠାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି, ସ୍ବଚ୍ଛ…
ନୂଆଦିଲ୍ଲୀ: “କୋଭିଡ ଏବେ ବି ରହିଛି। କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଖବର ମଧ୍ୟ ମିଳୁଛି। ଏ ସମୟରେ ସତର୍କ ରହିବା ସହ କୋଭିଡ ମାର୍ଗଦର୍ଶିକା ପାଳନ ଯେପରିକି ମାସ୍କ ବ୍ୟବହାର ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତା ରକ୍ଷା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ”। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସହ ଆଜି ଆଭାସୀ ମାଧ୍ୟମରେ ଟିକାକରଣ ଅଗ୍ରଗତି ଓ ହର ଘର ଦସ୍ତକ ୨.୦ର ଅଭିଯାନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ପ୍ରକାଶ କରିଛନ୍ତି। କେତେକ ଜିଲ୍ଲା ଓ ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ବୃଦ୍ଧି ଓ ପରୀକ୍ଷା ହ୍ରାସ ଉପରେ ଆଲୋଚନା କରି ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଠିକ ସମୟ ଓ ଅଧିକ ପରୀକ୍ଷା ଦ୍ୱାରା କୋଭିଡ ମାମଲାଗୁଡ଼ିକର ସଅଳ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ରଜ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ି ଆର୍ଟ ସଦସ୍ୟ ଜିତୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ତିନି ଦିନ ବ୍ୟାପି ପାଳନ ହେବାକୁ ଥିବା ରଜ ଉତ୍ସବ ସମ୍ବନ୍ଧୀୟ ସୂଚନା ଦେଇଥିଲେ। ଉକ୍ତ ତିନି ଦିନ ରଜ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାମାନ କରାଯିବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ରଜରେ ପାନ ଭଙ୍ଗା, ପାନ ଖିଆ, ରଜ ପିଠା ପ୍ରସ୍ତୁତି, ଶାଢ଼ୀ ପିନ୍ଧା ପ୍ରତିଯୋଗିତା ହେବାକୁ ଥିବାବେଳେ, ମଝି ରଜରେ ବେଣୀ ଖୋସା, ମେହେନ୍ଦୀ, ନୃତ୍ୟ ପ୍ରତିଯୋଗିତା କରାଯିବ ଏବଂ ଶେଷ ରଜରେ ଗୀତ, ଅନ୍ତାକ୍ଷରି ଓ ସାଧାରଣ ଜ୍ଞାନ ଉପରେ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ। ଏହା…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର, ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଉପଜାତିର ରୋଜଗାର ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ଵାରା ଆୟୋଜିତ କିରାଣୀ ଏବଂ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଇବା ନିମନ୍ତେ ଏବଂ ସେମାନଙ୍କର ‘O’ Level କମ୍ପ୍ୟୁଟର ପାଠ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ କିମ୍ବା ତଦୁର୍ଷ ଏବଂ ସେମାନଙ୍କ ବୟସ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୨୭ ବର୍ଷ (ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ) ଏବଂ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୩୦ ବର୍ଷ (କମ୍ପ୍ୟୁଟର ପ୍ରଶିକ୍ଷଣ ନିମନ୍ତେ) ହୋଇଥିବା ଆବଶ୍ୟକ। ଏହାଛଡା ପ୍ରାର୍ଥୀଙ୍କର Employment Exchange Registration ନମ୍ବର, ଆଧାର ନମ୍ବର ସହିତ ଏକ ସଚଳ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ। ପ୍ରାର୍ଥୀଙ୍କର ପରିବାରର ବାର୍ଷିକ…
ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍ /ଏମଏସଏମଇ/ଇନୋଭେଟର/ଉଦ୍ୟୋଗୀମାନଙ୍କ ଦ୍ୱାରା ବିକଶିତ ଅଭିନବ ପ୍ରଯୁକ୍ତିବିଦ୍ୟାକୁ ନୀତିର ଲକ୍ଷ୍ୟ ସହିତ ପ୍ରୋତ୍ସାହନ। ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପର୍ଯ୍ୟାୟ କ୍ରମେ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ। ଜାତୀୟ ପରିବହନକାରୀ ଭାରତୀୟ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇ ନବସୃଜନ କ୍ଷେତ୍ରରେ ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି। ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ “ରେଳବାଇ ପାଇଁ ଷ୍ଟାର୍ଟଅପ୍” ଶୁଭାରମ୍ଭ କରିଛନ୍ତି। ଏହି ନୀତି ଦ୍ୱାରା କାର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବହୁତ ବଡ଼ ଏବଂ ଅବ୍ୟବହୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶଗ୍ରହଣ ମାଧ୍ୟମରେ ମାପ ଏବଂ ଦକ୍ଷତା ଆଣିବ। ଏହି କାର୍ଯ୍ୟକ୍ରମରେ ଯୋଗ…
ନୂଆଦିଲ୍ଲୀ: ଅନଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରୁଥିବା ବିଜ୍ଞାପନ ବନ୍ଦ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି। ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ ବିଜ୍ଞାପନର ପ୍ରଚାରପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଦେଶର ଅଧିକାଂଶ ଭାଗରେ ଜୁଆ ଖେଳ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଛି। ଏହା ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପକାଇଥାଏ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଏଥିରେ…
ନୂଆଦିଲ୍ଲୀ: ପ୍ରାୟ ୨୦୦ ବର୍ଷ ପୂର୍ବେ, ସନ୍ ଜୋସ୍ ଯୁଦ୍ଧ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିଲା। ୨୦୧୫ ରେ ଏହାର ଧ୍ୱଂସାବଶେଷ ନିକଟରେ ଆବିଷ୍କୃତ ହୋଇଥିଲେ। ସମ୍ପ୍ରତି ସ୍ପେନ ସରକାର ଜାହାଜର ଧ୍ୱଂସାବଶେଷର ନୂଆ ଫୁଟେଜ ଜାରି କରିଛନ୍ତି। ଏହି ଜାହାଜଗୁଡ଼ିକର ମୂଲ୍ୟବାନ ସାମଗ୍ରୀ ସହିତ ବହୁ ସୁନା ମଧ୍ୟ ମିଳିଛି। ରିଲିଜ୍ ହୋଇଥିବା ଏହି ଭିଡିଓକୁ ରିମୋଟ୍ କଣ୍ଟ୍ରୋଲ୍ ଚାଳିତ ଭିଡିଓ କ୍ୟାମେରା ସହିତ ସଜ୍ଜିତ ଗାଡିରୁ ନିଆଯାଇଛି। ଉଭୟ ଜାହାଜ ୨୦୦ ବର୍ଷ ପୁରୁଣା ବୋଲି ଏକ ରିପୋର୍ଟରେ ସୂଚନା ଦିଆଯାଇଛି। ସୁଦୂର ଚାଳିତ ଯାନକୁ ଦେଶର କାରିବିଆନ୍ ଉପକୂଳରୁ ୩୧ ଶହ ଫୁଟ ଗଭୀରତାକୁ ପଠାଯାଇଥିଲା। ଭିଡିଓରେ, ସୁନା ମୁଦ୍ରା, ଚାମଚ କପ୍ ସମୁଦ୍ର ଚଟାଣରେ ବିଛା ଯାଇଥିବାର ଦେଖାଯାଉଛି। ବର୍ତ୍ତମାନ ଏହି ଜାହାଜଗୁଡ଼ିକରେ ୧୭ ବିଲିୟନ ଡଲାର ମୂଲ୍ୟର ସୁନା ନିଶ୍ଚିତ ହୋଇଛି। ୬୨-ବନ୍ଧୁକ ସନ ଜୋସ ୧୭୦୮ ମସିହାରେ ବ୍ରିଟିଶମାନଙ୍କ ଦ୍ଵାରା ବୁଡ଼ି ଯାଇଥିଲା।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଘରେ ଚାଲିଥିଲା ବେଇଆନ ଜଙ୍ଗଲି ମାଂସ ରୋଷେଇ। ଜଙ୍ଗଲି ମାଂସ ରୋଷେଇ ହେଉଥିବାର ସ୍ଥାନୀୟ ଲୋକେ ଜାଣିପାରି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଯାହାଫଳରେ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ଉକ୍ତ ଘର ଉପରେ ତୁରନ୍ତ ଚଢାଉ କରିବାକୁ ଯୋଜନା କରିଥିଲା। କିନ୍ତୁ ଘର ଲୋକ ଏହା ଜାଣିପାରି ରନ୍ଧା ମାଂସକୁ ନିକଟସ୍ଥ ନାଳରେ ଫିଙ୍ଗିବାକୁ ପ୍ରୟାସ କରିଥିଲେ। ହେଲେ ବନ ବିଭାଗ ରନ୍ଧା ମାଂସକୁ ଜବତ କରିବାରେ ସକ୍ଷମ ହୋଇଥିଲା। ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନିକଟସ୍ଥ ନୂଆ ଗାଁ ଗ୍ରାମରେ ଘଟିଥିବା ଜଣାପଡିଛି। ଏହି ଘଟଣାରେ ଘରର ମୁଖିଆଙ୍କୁ ଟାଙ୍ଗୀ ବନବିଭାଗ ଗିରଫ କରିଛି। ଉକ୍ତ ଚଢାଉରେ ଟାଙ୍ଗୀ ଫରେଷ୍ଟର ଗୋଲାପ ସେଠୀ, ଭୁଷଣ୍ଡପୁର ଫରେଷ୍ଟର ରାଜେଶ କୁମାର ପଣ୍ଡା, ଗାର୍ଡ ପ୍ରଦୀପ କୁମାର ସାହୁ ଓ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ୨୦ ରୁ…
ସୀତାରାମ ଅଗ୍ରୱାଲ ଚିଲିକା: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚିଲିକା ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିର ସମୁଦାୟ ୩୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୩୫ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୩୯୧ ଗୋଟି ଅଭିଯୋଗ ମଧ୍ୟରୁ ୩୮୧ ଟି ବ୍ୟକ୍ତିଗତ ଏବଂ ୧୦ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି। ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟାଏ ଲେଖାଏଁ ଟ୍ରାଇ ସାଇକେଲ ଓ…
ଜଂକିଆ: ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଥାନା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗୋରୁଗୁଡିକ ଜାତୀୟ ରାଜପଥ ଉପରେ ଶୋଇଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାରେ ୬ଟି ଗୋରୁ ମୃତ୍ୟୁ ବରଣ କରିଥିବା ସନ୍ଦେଶ କରାଯାଉଛି। ଦୁର୍ଘଟଣା ଘଟାଇବା ପରେ ଗାଡିଟି ପଳାଇଯାଇଥିବା ଜଣାପଡିଛି। ସ୍ଥାନୀୟ ଅଂଚଳ ଲୋକେ ଓ ଜାତୀୟ ରାଜପଥ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡିକକୁ ରାସ୍ତା ଉପରୁ ଉଦ୍ଧାର କରିଛନ୍ତି।
ଭୁବନେଶ୍ୱର: କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ। ଏହି ଦୁଇ ହସ୍ପିଟାଲ୍ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ନ୍ୟାସ୍ନାଲ୍ ଇଂଟେନ୍ସିଭ୍ କେୟାର ସପ୍ତାହ ପାଳନ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଶନିବାର ଆୟୋଜିତ ସିଏମ୍ଇ, କ୍ରିଟିକାଲ୍ କେୟାର ଅପ୍ଡେଟ୍ ଆଣ୍ଡ ୱାର୍କସପ୍- ଏସ୍ଆଇସିଏସ୍ ୨୦୨୨, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ପଣ୍ଡା। ଉଭୟ ସମ୍ମମ୍ ଓ ସମ୍ କୋଭିଡ୍ ହସ୍ପିଟାଲ ସଫଳତାର ସହ କରୋନା ମହାମାରୀ ର ମୁକାବିଲା କରି ସଂକ୍ରମିତଙ୍କ ଜୀବନ ରକ୍ଷା…
କଟକ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୧୩ ରନ୍ ପାଇଁ ଚାରିଟି ୱିକେଟ୍ ନେଇଥିଲେ ଏବଂ ଆଫ୍ରିକୀୟ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ କୌଣସି ସୁଯୋଗ ଦେଇନଥିଲେ। ତାଙ୍କର ଚମତ୍କାର ବୋଲିଂ ସହିତ ଭୁଭି ଏକ ସମୟରେ ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଭବନେଶ୍ୱର କୁମାର ଟି -୨୦ କ୍ରିକେଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରେକର୍ଡ ଭାଙ୍ଗିଛନ୍ତି। ଏହାପୂର୍ବରୁ ୨୦୧୨ ରେ ସେ ପାକିସ୍ତାନ ବିପକ୍ଷ ଡେବ୍ୟୁରେ ୯ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ଏହା ସହ ଭୁଭି ଟି -୨୦ କ୍ରିକେଟରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଛନ୍ତି। ଭୁଭି ଆର ଅଶ୍ୱିନଙ୍କ ରେକର୍ଡ…
ଭୁବନେଶ୍ବର: ନୂଆ ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପର ଠାରେ ରଜ ଅବସରରେ ଅନୁଷ୍ଠିତ ହୋଇଯାଇଛି। ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ। ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି। ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଘରୋଇ କଳି ହେଲା କାଳ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ। ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଗୌତମ ନାୟକଙ୍କ ପୁତ୍ର ଶିବଦତ୍ତ ନାୟକ (୨୩) ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଶିବଦତ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ରୂପେ କାମ କରୁଥିବା ବେଳେ ରଜ ନିମନ୍ତେ ନିଜ ଗ୍ରାମକୁ ଛୁଟି ନେଇ ଫେରିଥିଲେ। ତେବେ ତାଙ୍କ ବାପା ଗୌତମ ଓ ଶିବଙ୍କ ମଧ୍ୟରେ କାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏବଂ ଶିବ ରାତିରେ ଆତ୍ମହତ୍ୟା କରିଥିଲେ। ଏ ନେଇ ନାଭାଲ ଫାଣ୍ଡି ପୋଲିସ ଶବ ଜବତ କରି କେଶ ନମ୍ବର ୧୭ ରେ ଏକ…

