ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ। ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ। ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ନୀତି ଏବଂ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି। ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା। ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ…
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ କୁଡ଼ାନାଳୀ ଗ୍ରାମର ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ରଜ ପର୍ବରେ ଏକ ଦେଶାତ୍ମବୋଧକ ଗୀତ ଲୋକାର୍ପିତ ହୋଇଛି। “ସୁନ୍ଦର ଓଡ଼ିଶା ଭୁଇଁ” ଶୀର୍ଷକ ଏହି ଗୀତ ଟିକୁ ସମ୍ବଲପୁର ମାନ୍ୟବର ସାଂସଦ ନିତେଶ ଗଙ୍ଗଦେବ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିବା ସହ ଦେଶାତ୍ମବୋଧକ ଗୀତଟି ସୁନ୍ଦର ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଏହି ଗୀତ ଟିକୁ ଡକ୍ଟର ତନ୍ନୟ କୁମାର ରଚନା କରିଥିବେଳେ ସ୍ୱର ଦେଇଛନ୍ତି ସୀମାରାଣୀ ସାହୁ ଓ ତନ୍ମୟ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଜିତେନ ଦେଇଥିବେଳେ ପ୍ରଯୋଜନା ପରିଚାଳନା କରିଛନ୍ତି ଆୟୁଷ ରଞ୍ଜନ ରାଉତ।
ସୀତାରାମ ଅଗ୍ରୱାଲ ନାଚୁଣୀ: ମାମୁଁ ଘରକୁ ରଜ ପାଳିବାକୁ ଆସି ଭଣଜା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଭଳି ଏକ ଅଭାବନୀୟ ଘଟଣା ଘିଟିଛି। ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଦତ୍ତପୁର ଗ୍ରାମ ପୋଖରୀରେ ଏଭଳି ଘଟଣା ଘଟିଛି। ମାମୁଁ ଘର ଛୋଟରାୟପୁର ଗ୍ରାମକୁ ଭଣଜା ଆସିଥିଲା। ମାମୁଁ ଭଣଜା ପୋଖରୀରେ ଗାଧୋଉଥିବା ବେଳେ ଭଣଜା ଗଭୀର ଜଳରେ ବୁଡି ମୃତ୍ୟୁବରଣ କରିଛି। ମୃତ ଭଣଜାର ନାମ ଆୟୁଷ ପଟ୍ଟନାୟଜ(୧୪)। ଘର ବ୍ରହ୍ମପୁର ବୋଲି ଜଣା ପଡିଛି। ରଜ ସଂକ୍ରାନ୍ତିରେ ପୋଖରୀରେ ଗାଧୋଇବାର ମଜା ନେବା ପାଇଁ ମାମୁଁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ଭଣଜା ଆୟୁଷ ପଟ୍ଟନାୟକ ଓ ଅନ୍ୟ ଜଣେ ଭଣଜା ମିଶି କରି ଯାଇଥିଲେ ଛୋଟରାୟପୁର ନିକଟସ୍ଥ ଦତ୍ତପୁର ଗ୍ରାମରେ ଥିବା ପୋଖରୀକୁ। ପୋଖରୀରେ ୨ ଭଣଜାଙ୍କ ସହ ମାମୁଁ ଗାଧୋଉଥିବା ବେଳେ ୨ ଜଣ ଭଣଜା ଗଭୀର ଜଳକୁ ଟଣା ଟଣି ହୋଇ ପଳାଇଥିଲେ। ଫଳରେ ମାମୁଁ…
ଭୁବନେଶ୍ବର: ଆଜିଠୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ଏହା ୨୯ ତାରିଖରେ ଶେଷ ହେବ। ଏ ନେଇ ଆଜି ଓଡିଶା ବିଧାନସଭାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୨୯ ତାରିଖରେ ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଜୁନ ୩୦ରେ ତାହା ଯାଞ୍ଚ କରାଯିବ। ସେହିପରି ଜୁଲାଇ ୨ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାର କରିପାରିବେ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ଆସନ୍ତା ୨୧ ତାରିଖରେ ଭୋଟ୍ ଗଣତି ହେବ। ଏ ନେଇ ଓଡ଼ିଶା ବିଧାନସଭା ସୂଚନା ଫଳକରେ ଲାଗିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।
ନୂଆଦିଲ୍ଲୀ: ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଚକ୍ର ପାଇଁ ମିଡିଆ ରାଇଟସର ନିଲାମରେ ବିସିସିଆଇ ୪୮ ହଜାର କୋଟି ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ୍ ଭାବେ ଉଭା ହୋଇଛି। ତେବେ ଇତି ମଧ୍ୟରେ ଟିମ୍ ର ଅନ୍ତର୍ଜାତୀୟ କ୍ରିକେଟ୍ ରେ ଅଂଶଗ୍ରହଣ ହ୍ରାସ ପାଇବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବିସିସିଆଇ ଏ ବାବଦରେ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛି। ଭବିଷ୍ୟତରେ ଭାରତର ଦୁଇଟି ଦଳ ଏକାସାଙ୍ଗରେ ବିଭିନ୍ନ ଦେଶରେ ଖେଳୁଥିବା ଦେଖିବାକୁ ମିଳିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆମର ଦୁଇ ଦଳ ଏକ ସମୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ୍ ଖେଳିବେ। ପ୍ରକାଶ ଯୋଗ୍ୟ ଯେ,…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ ର୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି। ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା ବେଳେ ପ୍ଲେସ୍ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍ଷ୍ଟିଚ୍ୟୁଟ୍ସ ର୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ…
ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷରେ ରେଳବାଇ 1,48,463 ଲୋକଙ୍କୁ ସରକାରୀ ଚାକିରି ଦେବ। ଆସନ୍ତା ଏକ ବର୍ଷ ମଧ୍ୟରେ ରେଳବାଇ ସବୁଠୁ ବଡ ନିଯୁକ୍ତି ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ଗତ 8 ବର୍ଷ ମଧ୍ୟରେ ହାରାହାରି ରେଳବାଇ କେବଳ 43,678 ଲୋକଙ୍କୁ ନିଯୁକ୍ତି ଦେଇଥିଲା। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଏହା ପରେ ସେ ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଚାକିରୀ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଟୁଇଟ୍ କରାଯାଇଥିଲା। 25.75 ପ୍ରତିଶତ ପଦବୀ ଖାଲି ଅଛି: ଦେୟ ଏବଂ ଭତ୍ତା ଉପରେ ବାର୍ଷିକ ରିପୋର୍ଟରେ ବ୍ୟୟ ବିଭାଗ କହିଛି ଯେ, ମାର୍ଚ୍ଚ 1, 2020 ସୁଦ୍ଧା ମୋଟ 31.91…
ରାୟପୁର: ଏକ ଖୋଲା ବୋରୱେଲରେ ପଡ଼ିଥିବା ୧୦ ବର୍ଷୀୟ ରାହୁଲ ସାହୁଙ୍କୁ ଯୁଦ୍ଧକାଳୀନ ଅପରେସନ ପରେ ଉଦ୍ଧାର କରାଯାଇଛି। ରାହୁଲ ସାହୁ ଜୁନ୍ ୧୦ ତାରିଖ ଦିନ ଅପରାହ୍ନ ୪ ଟାରେ ବୋରୱେଲରେ ପଡ଼ିଯାଇଥିଲେ। ରାହୁଲଙ୍କୁ ଉଦ୍ଧାର କରିବା ପରେ ସରକାର ଏବଂ ପ୍ରଶାସନ ଦୀର୍ଘ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁନ୍ ୧୦ ତାରିଖରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିରନ୍ତର ଭାବରେ ଉଦ୍ଧାର କାର୍ଯ୍ୟର ଅପଡେଟ ନେଉଥିଲେ। ଗତ ଦୁଇ ଦିନ ଧରି ରାହୁଲଙ୍କୁ ବାହାରକୁ ଆଣିବା ପାଇଁ ସେନା କର୍ମଚାରୀମାନେ ମଧ୍ୟ କଠିନ ପରିଶ୍ରମ କରିଥିଲେ। ରାହୁଲଙ୍କୁ ବାହାର କରିବା ପରେ ମାଲଖରୋଡା ଠାରୁ ବିଲାସପୁରକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାହୁଲଙ୍କ ସହ ତାଙ୍କ ପିତାମାତା ଆମ୍ବୁଲାନ୍ସରେ ଥିଲେ। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ବୋରୱେଲରେ ପଡୁଥିବା ପିଲାମାନଙ୍କ ସଂଖ୍ୟାରେ ଏହା ହେଉଛି ଦୀର୍ଘତମ ଅପରେସନ୍। ଏହାପୂର୍ବରୁ, ଜୁଲାଇ ୨୦୦୬ ରେ ହରିୟାଣାର କୁରୁକ୍ଷେତ୍ରରେ ୫୦…
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀଙ୍କ ନାମ ଉପରେ ସହମତି ପ୍ରକାଶ କରିବା ପାଇଁ ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଆଜି ଅପରାହ୍ନ ୩ ଟାରେ ବିରୋଧୀ ଦଳର ନେତାଙ୍କ ସହ ପ୍ରଥମ ବୈଠକ କରିବେ। ବିରୋଧୀ ଦଳର ନେତାଙ୍କ ଏକ ସ୍ୱତନ୍ତ୍ର କମିଟି ଗଠନ ପ୍ରସ୍ତାବକୁ ଏହି ବୈଠକରେ ଆଲୋଚନା କରାଯାଇପାରେ। ଏଥିରେ ମୁଖ୍ୟ ବିରୋଧୀ ଦଳର ୫ ନେତା ଏଥିରେ ସାମିଲ ହୋଇପାରନ୍ତି। ଏହି କମିଟି ଆସନ୍ତା ଏକ ସପ୍ତାହ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରି ବିରୋଧୀ ଦଳ ମଧ୍ୟରେ ଏକ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରିବ ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଆଲୋଚନା କରିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଆରଏସ ବୈଠକରେ ଯୋଗଦେବେ ନାହିଁ। ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ପଛର କାରଣ…
ଶ୍ରୀନଗର: କାଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ସମେତ ଦୁଇଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। କାଶ୍ମୀର ଜୋନର ପୋଲିସ ଟ୍ୱିଟ୍ କରି କହିଛନ୍ତି ଯେ, ହତ୍ୟା କରାଯାଇଥିବା ଉଭୟ ଆତଙ୍କବାଦୀ ଲଶ୍କରଙ୍କ ସହ ଜଡିତ ଅଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରାଯାଇଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିବା ସେ କହିଛନ୍ତି।
ନୂଆଦିଲ୍ଲୀ: ଭାରତରେ କରୋନାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦୈନିକ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଗତ ୨୪ ଘଣ୍ଟା ପାଇଁ ଏହି ସଂଖ୍ୟା ମଧ୍ୟ ସରକାର ପ୍ରକାଶ କରିଛନ୍ତି, ଯେଉଁଥିରେ ସମାନ ଧାରା ଦେଖିବାକୁ ମିଳିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୮୨୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଥିସହିତ କରୋନା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକଳନ ପରେ, ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୩ ହଜାର ୬୩୭ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୭୧୮ ଜଣଙ୍କୁ ଡିସଚାର୍ଜ କରାଯାଇଛି। ନୂତନ କରୋନା ମାମଲା ପରେ, ମୋଟ କରୋନା ମାମଲା ୪ କୋଟି ୩୨ ଲକ୍ଷ ୪୫ ହଜାର ୫୧୭ ରେ ପହଞ୍ଚିଥିବାବେଳେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ଯାହା ନାରୀମାନେ ନିଜ ସହ ଆଣିଥାନ୍ତି। ଓଡ଼ିଶାର ପରମ୍ପରା, ପସନ୍ଦ ଓ ପ୍ରାଥମିକତା ଅନୁଯାୟୀ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଏହି ସୁନ୍ଦର ଭାବେ କାରିଗରୀ କରାଯାଇଥିବା ଉତ୍ସବ ସମ୍ଭାରରେ ସୁନା ନେକ୍ଲେସ୍ ସେଟ୍ ଓ ସୁନା ଏବଂ ହୀରା ଅକେଜନ୍ ଓୟାର ଇୟର ରିଙ୍ଗର ଉନ୍ମୋଚନ ସହ ଏହି ଉତ୍ସବକୁ ପାଳନ କରାଯାଉଛି। ଏହି ସମ୍ଭାରର ଡିଜାଇନ୍ଗୁଡ଼ିକ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରରିପ୍ରକାଶ କରୁଛି ଏବଂ ରଜ ପର୍ବ ପାଳନକୁ ସ୍ମରଣୀୟ କରିବା ଲାଗି ସୂକ୍ଷ୍ମ କାରିଗରୀ ସହିତ ତାହାକୁ ସମ୍ମିଳିତ କରିଛି। ଏହି ସମ୍ଭାରର ଉଦ୍ଦେଶ୍ୟ ହେଉଛି ସମାଜର ଲୋକମାନଙ୍କୁ ଏକତ୍ରୀତ କରିବା ଓ ରଜର ଉଲ୍ଲାସକୁ…
ନୂଆଦିଲ୍ଲୀ: ଜେନେଭାସ୍ଥିତ ଜାତିସଂଘର ଦପ୍ତର ପାଲେ ଦି ନେସନ(ପ୍ୟାଲେସ ଦି ନେସନ୍ସ)ରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଏକ ପଥପ୍ରଦର୍ଶନକାରୀ (ୱେ ଫାଇଣ୍ଡିଂ ଆପ୍ଲିକେସନ) ପାଇଁ ଭାରତ ଏକ ମିଳିତ ଜାତିସଂଘ ମିଳିତ ଭାବେ କାମ କରିବେ। ଏହି ଆପ୍ଲିକେସନ ବା ଆପ୍ ଜାତିସଂଘର ଜେନେଭା ଦପ୍ତର (ୟୁଏନ୍ଓଜି)ରେ ଥିବା ପାଲେ ଦି ନେସନ୍ସରେ ବ୍ୟବହୃତ ହେବ। ଏଥିପାଇଁ ଦୁଇପକ୍ଷ ମଧ୍ୟରେହେବାକୁ ଥିବା ଚୁକ୍ତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ୧୯୪୫ରେ ସ୍ଥାପିତ ମିଳିତ ଜାତିସଂଗ ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ। ଏବେ ଏହାର ସଦସ୍ୟ ସଂଖ୍ୟା ୧୯୩ । ଭାରତ ମିଳିତ ଜାତିସଂଘର ଜଣେ ପ୍ରତିଷ୍ଠାତା ସଦସ୍ୟ। ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଜାତିସଂଘର ଦପ୍ତର (ୟୁଏନ୍ଓଜି)ର ପାଂଚଟି ଅଟ୍ଟାଳିକା ରହିଛି। ଏଥିରେ ମୋଟ ୨୧ ତାଲା (ଫ୍ଲୋର) ଅଛି। ଏହା ଫରାସୀ ଭାଷାରେ ପାଲେ ଦି ନେସନ୍ସ ନାମରେ ପରିଚିତ। ଏହି ଦପ୍ତର ଜାତିସଂଘରର…
ଭୁବନେଶ୍ୱର: ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା ପାଇଁ ଗୀତିକବିତା ମାଧ୍ୟମରେ ଆଜି ଏକ ନୂତନ ପ୍ରଚାରିଭାନ ଆରମ୍ଭ କରିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଆଧାରରେ ନୂଆ ପ୍ରଚାରିଭାନଟି ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା। ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଶୋ’। ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ସାମଗ୍ରିକ…
ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଣେ ଦାତା ତିନିରୁ ଚାରିଜଣଙ୍କ ଜୀବନ ରକ୍ଷା କରିଥାଏ ବୋଲି ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସ୍ବେଚ୍ଛାକୃତସ୍ ରକ୍ତଦାତା, ବିଶେଷକରି ନିୟମିତ ଦାତା, ରକ୍ତଦାନ ଦ୍ୱାରା ଏଚ୍.ଆଇ.ଭି, ହେପାଟାଇଟିସ୍ ଜୀବାଣୁ ଏବଂ ଅନ୍ୟାନ୍ୟ ରକ୍ତ ସଂକ୍ରମଣକୁ ରୋକିବାରେ ପ୍ରଥମ ଧାଡ଼ିର ଯୋଦ୍ଧା ପାଲଟନ୍ତି। ସ୍ୱେଚ୍ଛାସେବୀ ଦାତାମାନେ ମଧ୍ୟ ସୁରକ୍ଷିତ ରକ୍ତର ମହତ୍ତ୍ୱ ଜାଣନ୍ତି, ଫଳରେ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଯାହା ରକ୍ତଦାନ ଉଦ୍ଦେଶ୍ୟରେ ରକ୍ତ ଉପାଦାନଗୁଡ଼ିକର ସର୍ବୋଚ୍ଚ ମାତ୍ରା ପାଇଁ ଆବଶ୍ୟକ ।…
ଭୁବନେଶ୍ବର: ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଆଉ ସେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଲୋକାର୍ପିତ ହୋଇଯାଇଛି। ରଥଯାତ୍ରା ଅବସରରେ” ବିଦ୍ୟାରାଣ” ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ। କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ। ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ ବାବୁସାନଙ୍କ ଏହା ପ୍ରଥମ ସିନେମା। ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା ଏବଂ ହ୍ୟୁମାନ ସାଗର।…
ନୂଆଦିଲ୍ଲୀ: ବଙ୍ଗୋପସାଗରୀୟ ରାଷ୍ଟ୍ର ସମୂହଙ୍କ ମିଳିତ ବହୁପାକ୍ଷିକ ବୈଷୟିକ ଓ ଅର୍ଥନୀତିକ ସହଯୋଗ (ବିମ୍ଷ୍ଟେକ୍)ପ୍ରୟାସ ମାଧ୍ୟମରେ ଟେକ୍ନୋଲୋଜିର ଟ୍ରାନ୍ସଫର ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭାରତ ଏହି ସଂଗଠନର ସଦସ୍ୟ। ୨୦୨୨ ମାର୍ଚ୍ଚ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ବିମ୍ଷ୍ଟେକ ରାଷ୍ଟ୍ରମାନଙ୍କର ଏକ ବୈଠକ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଟେକ୍ନୋଲୋଜିର ଆଦାନପ୍ରଦାନ ଓ ସହଯୋଗ ରକ୍ଷା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ଟେକ୍ନୋଲୋଜି ସହାୟତାରେ ସଦସ୍ୟ ରାଷ୍ଟ୍ରଙ୍କର ଦକ୍ଷତା ବୃଦ୍ଧି ଉପରେ ଏହା ଗୁରୁତ୍ୱ ଦେଉଛି। ତଦନୁସାରେ କଲମ୍ବୋରେ ଏକ ବିମ୍ଷ୍ଟେକ ଟେକ୍ନୋଲୋଜି ଟ୍ରାନ୍ସଫର କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ଟେକ୍ନୋଲୋଜି ଟ୍ରାନ୍ସଫରରେ ବାୟୋ ଟେକ୍ନୋଲୋଜି, ନାନୋ ଟେକ୍ନୋଲୋଜି, ଆଇସିଟି, ମହାକାଶ ଟେକ୍ନୋଲୋଜି, କୃଷି,ଖାଦ୍ୟ ପ୍ରକ୍ରିୟାକରଣ, ଔଷଧପତ୍ର, ଅଟୋମେସନ୍, ନୂଆ ଓ ଅକ୍ଷୟଶକ୍ତି, ମହାସାଗର ଓ ଆଣବିକ, ଇ-ୱେଷ୍ଟ, କଠିନ ବର୍ଜ୍ୟ, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ଟେକ୍ନୋଲୋଜି ଅଗ୍ରାଧିକାର…
ନୂଆଦିଲ୍ଲୀ: ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କ ଅଧିକୃତ ସଂସ୍ଥାରେ ଯୁବ ବ୍ୟପାର କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ଏହି ଚୁକ୍ତିକୁ ଅନୁମୋଦନ ଲାଭ କରିଛି। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଏହି ଚୁକ୍ତି ବିଷୟରେ ଅବଗତ କରାଯାଇଥିଲା। ସେ ସବୁକଥା ବୁଝିବା ପରେ ଚୁକ୍ତିକୁ ମଞ୍ଜୁରୀ ମିଳିଛି। ସୂଚନାଯୋଗ୍ୟ ସେ ସାଂଘାଇ ସହଯୋଗ ପ୍ରତିଷ୍ଠାନର ସଦସ୍ୟମାନେ ନିଜ ନିଜର ଅଧିକୃତ ସଂସ୍ଥାରେ ଯୁବସେବା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାକୁ ୨୦୨୧ ସେପ୍ଟେମ୍ବର ୯ତାରିଖରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହିତ କରିଥିଲେ। ତଦନୁସାରେ ଭାରତର କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ଏ ସଂକ୍ରାନ୍ତ ଏକ ରାଜିନାମାରେ ଭାରତପକ୍ଷରୁ ସ୍ୱାକ୍ଷର କରିଥିଲେ। ଏସ୍ସିଓ ସଚିବାଳୟରେ ସରକାରୀ ଭାଷା ରସିଆନ ଓ ଚାଇନିଜ୍। ଏହି ରାଜିନାମା ଅନୁସାରେ ଯେଉଁସବୁ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା…
ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି। କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍ଘାଟିତ ହୋଇଯାଇଛି। ଓଏସ୍ଆର୍ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି। ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଏହି ବସ୍ ପାଠାଗାର ପ୍ରତିଷ୍ଠା କରାଯାଇଛି। ଆଜି ଏହି ପାଠାଗାର ଉଦ୍ଘାଟନ ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସିଡାକ୍ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ଥିଲେ। ଏହି ବସ୍ ପାଠାଗାରରେ ୪୦୦୦ରୁ ଊଦ୍ଧ୍ୱର୍ ପୁସ୍ତକ ରହିଛି। ଛୋଟରୁ ବଡ଼ ପର୍ଯ୍ୟନ୍ତ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଗଣ ପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ବଡ଼କୁଳ ସରପଞ୍ଚ ପ୍ରହଲ୍ଲାଦ ବେହରା ଓ ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ ମିଳିତ ଭାବେ ଉଦଘାଟନ କରିଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସ କୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ। ଏଥିସହିତ ରଜ…
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ, 05870/05869 ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ ସେବାକୁ ରଙ୍ଗପଡ଼ା ନର୍ଥ ଠାରୁ 25 ଜୁଲାଇ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ପୁରୀ ଠାରୁ ଏହାର ସେବାକୁ 27 ଜୁଲାଇ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତନ କରାଯାଇ ନାହିଁ। ଏହା ବ୍ୟତୀତ, ଟ୍ରେନଗୁଡିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ 18 ଏବଂ 19 ଜୁନ, 2022 ରେ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି… A. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ। B. 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ। C. 22820/22819 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି…

