Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଏମ୍ ରାମପୁର ବି ଡି ଓ ଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୪୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୨୭ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୭ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଏମ୍ ରାମପୁର ବ୍ଲକର ଉଷାକାନ୍ତ ସାହୁ ଙ୍କୁ ୨୦୦୦ ଟଙ୍କାସହାୟତା ଅନୁମୋଦନ କରାଯାଇଥିଲା।

Read More

ସୁବାଷ କୁମାର ତାରଣିଆଁ ସ୍କୁଲ୍‌ରେ ପାଠ ପଢିବା ବେଳେ ରାମକୃଷ୍ଣ ନନ୍ଦଙ୍କ ଲିଖିତ ‘ସତ କହିବାକୁ କିଆଁ ଡ଼ରିବି, ସତ କହି ପଛେ ମଲେ ମରିବି, ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ’ ପ୍ରାର୍ଥନାଟିକୁ ଛାତ୍ରଛାତ୍ରୀମାନେ ବୋଲି ସାରିବା ପରେ ପାଠପଢା ଆରମ୍ଭ ହୁଏ। ପ୍ରାର୍ଥନାଟିକୁ ବୋଲିବାର ଉଦ୍ଦେଶ୍ୟ, ଛାତ୍ରଛାତ୍ରୀମାନେ ଯେପରି ସତ୍‌ମାର୍ଗକୁ ଅନୁସରଣ କରି, ମିଥ୍ୟାକୁ ପରିତ୍ୟାଗ କରି ଲୋଭର ବଶବର୍ତ୍ତୀ ନହୋଇ ପାଠପଢା ପ୍ରତି ମନୋନିବେଶ କରି ଜଣେ ଜଣେ ମେଧାବୀ ଛାତ୍ରଛାତ୍ରୀଭାବେ ସ୍କୁଲ୍‌, ଶିକ୍ଷକ ତଥା ପିତାମାତାଙ୍କ ନାମ ଟେକ ରଖିବେ। ଅବଶ୍ୟ ଏବେ ଆଉ ସ୍କୁଲ୍‌ମାନଙ୍କରେ ସେ ପ୍ରାର୍ଥନା ବୋଲଯାଉଛି କି ନାହିଁ ତାହା ତ ଦୂରର କଥା ଏବେ ସତ ବଦଳରେ ମିଛ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। ଲୋକେ ସତ କହିବାକୁ ଯେତିକି ଘୃଣା କରନ୍ତି, ମିଛ କହି ସେତିକି ଆନନ୍ଦ ପାଆନ୍ତି। ହେଲେ ଏହି…

Read More

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ନିଷ୍ଠୁର ଗ୍ରହ ଭାବରେ ବିବେଚନା କରାଯାଏ। ଭଗବାନ ଶିବ ନିଜେ ଶନି ଦେବଙ୍କୁ ସମସ୍ତ ଗ୍ରହଙ୍କ ବିଚାରପତି ପଦ ଦେଇଛନ୍ତି। ଏହି କାରଣରୁ ଶନିଙ୍କୁ କର୍ମର ଦାତା ମଧ୍ୟ କୁହାଯାଏ। ଶନି ମଧ୍ୟ କଳୀ ଯୁଗର ଦଣ୍ଡାଧିକାରୀ। ତାହା ହେଉଛି, ମାନବ କାର୍ଯ୍ୟର ଫଳ କେବଳ ଶନି ଦେବଙ୍କ ଦ୍ୱାରା ଦିଆଯାଏ। ଯଦି ଜଣେ ବ୍ୟକ୍ତି ଏହି ସଙ୍କେତ ପାଇବା ଆରମ୍ଭ କରେ, ତେବେ ଏହା ବୁଝିବା ଉଚିତ୍ ଯେ ଶନି ଦେବ କ୍ରୋଧିତ ଅଛନ୍ତି… ଶନି ଗ୍ରହ ଖରାପ ହେଲେ କ’ଣ ହେବ?: ବିଶ୍ଵାସ କରାଯାଏ ଯେ, ଯେତେବେଳେ ଶନି କ୍ରୋଧିତ ହୁଅନ୍ତି କିମ୍ବା ଅଶୁଭ ହୁଅନ୍ତି, ଶରୀରର କେଶ ଅତି ଶୀଘ୍ର ଝଡିବା ଆରମ୍ଭ କରେ। କେଶ ଝଡିବା ଶନିଙ୍କ ଦୁର୍ବଳ ସ୍ଥିତିକୁ ସୂଚିତ କରେ। ତେଣୁ, ଯଦି କେଶ ଝଡ଼ିବା ଆରମ୍ଭ ହୁଏ, ତେବେ ଶନିଙ୍କ ପୂଜା ଆରମ୍ଭ…

Read More

ଉପେନ୍ଦ୍ର ବଳିୟାରସିଂହ ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।” ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।” ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?” ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ ଆଜି ପୁରୀରେ ତିନିଠାକୁରଙ୍କୁ ସ୍ନାନ ନୀତି ସଂପର୍ଣ୍ଣ ହୋଇଛି। ଆଜିର ଦିନରେ ଓଡିଶାର ସମସ୍ତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହ ସ୍ନାନ ଉତ୍ସବ ପାଳିତ ହୋଇଛି। ସେହିପରି ଆଜି ବାଣପୁର ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପାଳିତ ହୋଇଛି ସ୍ନାନ ପୂର୍ଣ୍ଣିମା। ଆଜି ସକାଳ ଦଶଟାରେ ପ୍ରଭୃ ଶ୍ରୀ ଶ୍ରୀ ପତିତପାବନ ସିଂହାସନ ଛାଡି ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ସ୍ନାନ ମଣ୍ଡପରେ ପ୍ରଭୃ ଆସିବା ପରେ ଘଣ୍ଟ, ଘଣ୍ଟା କାହାଳୀ ସହିତ ଆରମ୍ଭ ହୋଇଥିଲା ସ୍ନାନ ଉତ୍ସବ। ପ୍ରଭୃ ପଇଡ ପାଣିରେ ଗାଧୋଇବା ସହିତ ଗରାଗରା ପାଣି ତାଙ୍କ ଉପରେ ଢଳାଯାଇ ସ୍ନାନ କରାଯାଇଥିଲା। ସ୍ନାନ ନୀତି ସରିବା ପରେ ଶହଶହ ମୁଆଁ ଭୋଗ କରାଯାଇଥିଲା। ସଂଧ୍ୟାରେ ନୟାଗଡର ରାମନାଟକ ପରିବେଷଣ କରାଯିବ।

Read More

ନୂଆଦିଲ୍ଲୀ: ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ। ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’ ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ। ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି। ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ। ବର୍ତ୍ତମାନର ପ୍ରଯୁକ୍ତି ଧାରା ସହ ପରିଚିତ ଯୁବ ପ୍ରତିଭାମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେନାବାହିନୀରେ ସାମିଲ କରିବା ଲାଗି ଆମନ୍ତ୍ରଣ କରାଯାଉଛି। ଅନ୍ୟପଟେ ନିଯୁକ୍ତି ଅବଧି…

Read More

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଜନତା ପାର୍ଟି ମୁଖପାତ୍ର ନୁପୁର ଶର୍ମାଙ୍କ ଆପତ୍ତିଜନକ ବିବୃତ୍ତି ବିରୋଧରେ କୋଟାରେ ଜଣେ ବିଜେପି ମୁସଲିମ କାଉନସିଲର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ସେ ପେଗମ୍ବର ମହମ୍ମଦଙ୍କ ବିଷୟରେ କିଛି ଭୁଲ୍ ଶୁଣି ପାରିବେ ନାହିଁ। ଦଳ ତୁରନ୍ତ ନୁପୁର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବା ଉଚିତ୍। କୋଟା ମ୍ୟୁନିସିପାଲିଟି କର୍ପୋରେସନ୍ ସାଉଥ୍ ୱାର୍ଡ ନମ୍ବର ୧୪ ର କାଉନସିଲର, ତବସୁମ୍ ମିର୍ଜା ବିଜେପି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିଜେପି ନଗର ଜିଲ୍ଲା ସଭାପତି ତଥା ରାଜ୍ୟ ସ୍ତରକୁ ପଠାଇଛନ୍ତି। ଟାବାସୁମ୍ ମିର୍ଜା କହିଛନ୍ତି ଯେ, ଗତ ୨୨ ବର୍ଷ ଧରି ୱାର୍ଡ ନମ୍ବର ୧୪ ରେ ବିଜେପି ଦଳ କେବେ ଜିତି ନାହିଁ। ବର୍ଷ ବର୍ଷ ଧରି ସେ ପାର୍ଟୀ ପାଇଁ କାମ କରିଛନ୍ତି…

Read More

କଟକ: ଆଜି ବିଶ୍ଵ ରକ୍ତ ଦିବସ। ଏହି ଅବସରରେ କେନ୍ଦ୍ରୀୟ ରେଡ କ୍ରସ ବ୍ଲଡ ବ୍ୟାଙ୍କ, କଟକ ପକ୍ଷରୁ ୨୦୨୧-୨୦୨୨ ମସିହା “ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା” କୁ ସମ୍ମାନିତ କରାଯାଇଛି। ଆଶା ତିିତ ରକ୍ତଦାନ ଶିବିର ଓ ରକ୍ତ ସଂଗ୍ରହ କରିଥିବାରୁ ଉକ୍ତ ସଂଗଠନଙ୍କୁ ସମ୍ମାନିତ କରାଯାଇଛି। “ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା” ର ପ୍ରତିଷ୍ଠାତା ସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗରେ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ ଦିନ ଶ୍ରୀ ମହାପାତ୍ରଙ୍କ ଦ୍ଵାରା “ଦି ବ୍ଲଡ଼୍ ଡ଼ୋନର୍ସ, ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲା। ସମାଜରେ କୌଣସି ରୋଗୀ ଯେପରି ରକ୍ତ ଅଭାବର ସମ୍ମୁଖୀନ ହେବେ ନାହିଁ, ଏହି ସଂଗଠନର ମୂଳ ଉଦ୍ଦେଶ୍ୟ। ଏହି ସଂଗଠନର ସଦସ୍ୟମାନଙ୍କ ଦ୍ଵାରା ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୬ ହଜାର ୫୯୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୩୫ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୬୧ ହଜାର ୩୭୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୫୦ ହଜାର ୫୪୮ କୁ ବୃଦ୍ଧି ପାଇଛି। ଆଜି କରୋନା ର ନୂଆ ମାମଲାରେ ଏକ ବଡ ହ୍ରାସ ଘଟିଛି। ଯାହାକି ସୋମବାର ଦିନ ୮ ହଜାର ୮୪ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା।

Read More

ପାଟନା: ବିହାରରେ ସିଏମ ନୀତୀଶ କୁମାରଙ୍କ ଦଳ ଜେଡିୟୁ ମୁଖପାତ୍ର ଡକ୍ଟର ଅଜୟ ଆଲୋକଙ୍କ ସମେତ ଅନ୍ୟ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟ ରାଷ୍ଟ୍ରପତି ଉମେଶ କୁଶୱା ନିଜେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଡ ଅଜୟ ଆଲୋକଙ୍କ ବ୍ୟତୀତ ଯେଉଁ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନଙ୍କ ମଧ୍ୟରେ ଅନିଲ କୁମାର ଏବଂ ବିପିନ ଯାଦବ ମଧ୍ୟ ଅଛନ୍ତି। ଏହି ନେତାମାନେ ଅନୁଶାସନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱା କହିଛନ୍ତି ଯେ, ଦଳର କିଛି ଅଫିସ୍ କର୍ମଚାରୀ କ୍ରମାଗତ ଭାବରେ ଶୃଙ୍ଖଳା ଉଲ୍ଲଂଘନ କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକ ଜିଲ୍ଲା ଅଧିକାରୀଙ୍କ ଅଭିଯୋଗ ଗ୍ରହଣ କରାଯାଉଥିଲା, ସେହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡକ୍ଟର ଅଜୟ ଆଲୋକଙ୍କୁ ଦଳର ପଦବୀରୁ ମୁକ୍ତ କରାଯାଇଛି। ଏହି ସମୟରେ, ଏହି କାର୍ଯ୍ୟ ପରେ ଡକ୍ଟର ଅଜୟ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରି ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ବରପଡ଼ା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୭ ହଜାର ୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ତେବେ ଜଙ୍ଗଲର ସୁଯୋଗ ନେଇ ବେପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Read More

ଭୁବନେଶ୍ୱର: ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡ଼ରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଆଧାରରେ ଶିକ୍ଷା ମନ୍ତ୍ରମାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସମସ୍ତ ବିଭାଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଖାଲି ଥିବା ପଦବୀ ଗୁଡ଼ିକୁ ପୂରଣ କରାଯିବ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ୱିଟ୍ କରିଛନ୍ତି ଯେ ଉତ୍ତରଦାୟିତ୍ୱ, ଜନ କେନ୍ଦ୍ରୀକ ସୁଶାସନ ଏବଂ ସମୟସୀମା ପୂର୍ବରୁ ଲକ୍ଷ୍ୟ ପୂରଣ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପରିଚୟ। ଉଚ୍ଚ ଶିକ୍ଷା ଅନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ବିଭାଗରେ ଗୁଡ଼ିକରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୨୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ, ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ୍ ବିଶେଷଜ୍ଞମାନେ ପ୍ରତିନିଧିତ୍ୱ କରିବେ। ତିନି ଦିନ ମଧ୍ୟରେ, ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବ। ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୧୨ ଜଣ ବ୍ୟକ୍ତିଙ୍କୁ ବାଲୁଗାଁ ଥାନା ଅନ୍ତର୍ଗତ ରାହାଣାବେଲି ଗ୍ରାମର ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ଉକ୍ତ ୧୨ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡିଛି। ବିଗତ କିଛି ଦିନ ହେବ ଆଙ୍କୁଲା, ରାହାଣାବେଲି ଓ ବାଲୁଗାଁ ଜେନା କଲୋନୀ ଅଞ୍ଚଳରେ ହେଉଥିବା ଛୋଟ ମୋଟ ଚୋରିରେ ଏହି ଗ୍ୟାଙ୍ଗର ହାତ ଥାଇପାରେ ବୋଲି ରାହାଣାବେଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ରାତିତମାମ ଗ୍ରାମବାସୀ ପ୍ରହରା ଦେଉଥିବା ବେଳେ ପାଖାପାଖି ରାତି ୨ ଘଟିକା ସମୟରେ ୩ ଗୋଟି ବାଇକରେ ଗ୍ରାମ ଭିତରକୁ ଏମାନେ ଆସିଥିଲେ। ଏହା ଦେଖିଲା ପରେ ଗ୍ରାମବାସୀ ତୁରନ୍ତ ବାଲୁଗାଁ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ବର୍ତ୍ତମାନ ସମସ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ବିରୋଧରେ କେହି ଲିଖିତ ଅଭିଯୋଗ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଆଜି ସନ୍ଧ୍ୟା ୭ ଟା ସମୟରେ ବିଶାଖାପାଟନମ ସ୍ଥିତ ଡକ୍ଟର ୱାଇଏସ ରାଜସେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଏହି ତୃତୀୟ ମ୍ୟାଚ୍ ହେଉଛି ଭାରତ ପାଇଁ ଏକ କର ବା ମର ମ୍ୟାଚ୍। ସିରିଜରେ ୨-୦ରେ ପଛୁଆ ରହିଥିବା ଭାରତୀୟ ଦଳ ଯେକୌଣସି କ୍ଷେତ୍ରରେ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛି। ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକାର ଦଳ ଏହି ମ୍ୟାଚରେ ଜିତି ସିରିଜରେ ଏକ ଅପରାଜେୟ ୩-୦ ଅଗ୍ରଣୀ ହାସଲ କରିବା ଉଦ୍ଦେଶ୍ୟରେ ପଡ଼ିଆରେ ପ୍ରବେଶ କରିବ। ଏହି ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଖରାପ ହୋଇଛି। ଗତ ଦୁଇଟି ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ କୌଣସି ଟକ୍କର ଦେଇପାରି ନାହିଁ। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ୨୧୧ ରନ ର ବୃହତ ସ୍କୋରକୁ ରକ୍ଷା କରିପାରି ନଥିଲା ଏବଂ…

Read More

ନୂଆଦିଲ୍ଲୀ: ଲୋକଙ୍କୁ ଚାକିରୀ ଦେବା ଦିଗରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି କଥା ସରକାର ନିଜେ ଘୋଷଣା କରିଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୋଦୀ ସରକାର ଆସନ୍ତା ଦେଢ ବର୍ଷରେ ୧୦ ଲକ୍ଷ ଚାକିରି ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅନୁରାଗ ଠାକୁର କହିଲେ- ଆତ୍ମନିର୍ଭରଶୀଳ ଭାରତ ପାଇଁ ଆଉ ଏକ ପଦକ୍ଷେପ: ଏଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର PMO ତରଫରୁ ଚାକିରି ଘୋଷଣା ଉପରେ ଟ୍ୱିଟ୍ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସମୟ ସହିତ ପ୍ରଧାନମନ୍ତ୍ରୀ…

Read More

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ଆଜିର ଦିନରେ ଏମିତି ଏକ ଅମ୍ଳାନ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ କେବଳ ରକ୍ତଦାନ କରିନାହାନ୍ତି, ବରଂ ୧ ହଜାରରୁ ଉର୍ଦ୍ଧ୍ଵ ରକ୍ତ ୟୁନିଟ ସଂଗ୍ରହ କରି ସମ୍ମାନର ପାତ୍ର ହୋଇପାରିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମିତ ରଞ୍ଜନ କୁମାର ମହାପାତ୍ର, ଯାହାଙ୍କ ପିତାଙ୍କ ନାମ ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର। ପିଲାଟି ବେଳୁ ଜନସେବା କରିବା ପାଇଁ ମନସ୍ଥ କରିଥିବା ରଞ୍ଜନ କୁମାର ମହାପାତ୍ରଙ୍କ ସ୍କୁଲ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁରରୁ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ବାନାମ୍ବର ଏକାଡ଼େମୀ, ଭୀମପୁର ଦଶମ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ…

Read More

ନୂଆଦିଲ୍ଲୀ: ଆଜି ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥି। ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଉପରେ ଏକ ବିଶେଷ ସଂଯୋଗ ରହିଛି। ଯେଉଁଥିପାଇଁ ଏହାର ଗୁରୁତ୍ୱ ଦ୍ୱିଗୁଣିତ ହୋଇଛି। ପୂର୍ଣ୍ଣିମା ଦିନ ଏକ ବଡ଼ ମଙ୍ଗଳ ମଧ୍ୟ ଅଛି। ଏହି ପୂର୍ଣ୍ଣିମାକୁ ବଟ ପୂର୍ଣ୍ଣିମା ଭାବରେ ମଧ୍ୟ ପାଳନ କରାଯାଏ। ଏହି ଦିନ, ମହିଳାମାନେ ଅଖଣ୍ଡ ସୌଭାଗ୍ୟ ପାଇଁ ବର ଗଛକୁ ପୂଜା କରନ୍ତି। ଆହୁରି ମଧ୍ୟ, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଏବଂ ସ୍ନାନ ଦାନ କରିବାର ଏକ ପରମ୍ପରା ଅଛି। ପୂର୍ଣ୍ଣିମା ରାତିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଧନ ଏବଂ ଗୌରବ ଆଣିଥାଏ। ଆହୁରି ମଧ୍ୟ, ଚନ୍ଦ୍ରକୁ ପୂଜା କରି ଜଣେ ଚନ୍ଦ୍ର ଦୋଷରୁ ମୁକ୍ତି ପାଇଥାଏ। ଆସନ୍ତୁ ଶୁଭ ସମୟ ଜାଣିବା….. ବ୍ରତ ପାଇଁ ଶୁଭ ମୂହୁର୍ତ୍ତ: ପୂର୍ଣ୍ଣିମା ତିଥି ଆରମ୍ଭ: ଜୁନ୍ ୧୩ ତାରିଖ, ସୋମବାର ରାତ୍ର ୯.୦୨ ମିନିଟ ପୂର୍ଣ୍ଣିମା ତିଥି ଶେଷ:…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ମୁତାବକ ପୂର୍ବତନ ବିଧାୟକଙ୍କ ଗାଡିଟି ସଂନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯେଉଁଥିରେ ତାଙ୍କ ପୁତ୍ର, ଝିଅ ଏବଂ ନାତୁଣୀ ଯାତ୍ରା କରୁଥିଲେ। ତେବେ ହରିକୁଣ୍ଡବରଡ଼ି ଢ଼ାବା ନିକଟରେ ଗାଡିଟି ଛିଡା ହୋଇଥିବା ବେଳେ ହଠାତ ପଛପଟୁ ସମାନ ଦିଗରେ ଯାଉଥିବା ଏକ ଟ୍ରଲର ଟି ଧକ୍କା ଦେଇଥିଲା। ତେବେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ…

Read More

ନୂଆଦିଲ୍ଲୀ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ପ୍ରସାରଣ ଅଧିକାର ପାଇଁ, ବିସିସିଆଇ ଭାରତୀୟ ଉପମହାଦେଶ ପାଇଁ ଟିଭି ଏବଂ ଡିଜିଟାଲ୍ ଅଧିକାର ବିକ୍ରି କରିଛି। ପ୍ୟାକେଜ୍-ଏ ଏବଂ ପ୍ୟାକେଜ୍-ବିର ନିଲାମ ସମାପ୍ତ ହୋଇଛି। ଖବର ଅନୁଯାୟୀ, ବିସିସିଆଇ ଭାରତୀୟ ଉପମହାଦେଶ ପାଇଁ ଟିଭି ଏବଂ ଡିଜିଟାଲ୍ ଅଧିକାର ମାଧ୍ୟମରେ ବିପୁଳ ପରିମାଣର ୪୪ ହଜାର ୭୫ କୋଟି ଟଙ୍କା ପାଇବାକୁ ଯାଉଛି। ପ୍ରକାଶ ଯେ, ଡିସ୍ନି ଷ୍ଟାର ୨୩ ହଜାର ୫୭୫ କୋଟି ଟଙ୍କାରେ ଟିଭିରେ ପ୍ରସାରଣ ଅଧିକାର ହାସଲ କରିଛି ଏବଂ ୨୦ ହଜାର ୫୦୦ କୋଟି ଟଙ୍କାରେ ଭିଆକମ୍-୧୮ ଡିଜିଟାଲ୍ ଅଧିକାର ହାସଲ କରିଛି। ତେବେ ଅଧିକାର କ୍ରୟ କରୁଥିବା କମ୍ପାନୀଗୁଡିକ ବିସିସିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ। ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ପ୍ରସାରଣ ଅଧିକାର ପାଇଁ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏବଂ ଡିସ୍ନି + ହଟଷ୍ଟାର୍, ଭିଆକମ୍ ୧୮,…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…

Read More