ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ କୋର୍ଟରୁ ଆଶ୍ଵସ୍ତି ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଆବୁଧାବିରେ ଥିବା ଭାରତୀୟ ଦୂତାବାସରେ ରିୟାଙ୍କୁ ଦୈନିକ ହାଜିର ହେବାକୁ ପଡିବ ଏବଂ ଜୁନ୍ 6 ତାରିଖରେ କୋର୍ଟରେ ସେହି ଉପସ୍ଥାନ ସିଟ୍ ପ୍ରସ୍ତୁତ କରିବାକୁ ପଡିବ। ଏହା ସହିତ ତାଙ୍କୁ ଅତିରିକ୍ତ ସୁରକ୍ଷା ଭାବରେ କୋର୍ଟର ରେଜିଷ୍ଟ୍ରିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଉଲ୍ଲେଖ ଯୋଗ୍ୟ ଯେ, ରିୟାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ଏବଂ ଏହି କାରଣରୁ ତାଙ୍କ ପାସପୋର୍ଟ ମଧ୍ୟ ଜମା କରାଯାଇଥିଲା। ରିୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ, ରିୟାଙ୍କୁ ଆଇଆଇଏଫ୍ ପୁରସ୍କାର ପାଇଁ ଜୁନ୍ ୨ ତାରିଖରୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଆବୁଧାବି ଯିବାକୁ ପଡିବ,…
Author: Samikhsya Bureau
ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ବାଳିକାଟି ଫିଓକ୍ରୋମୋସାଇଟୋମା ନାମକ ଏକ ବିରଳ ଟ୍ୟୁମର ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଦିନ ଧରି କଷ୍ଟ ପାଉଥିଲା। ଶ୍ରୀୟା ଠେମରିଆ ନାମକ ଝିଅର ଶରୀରରେ ଥିବା ଆଡ୍ରେନାଲ ଗ୍ଲାଣ୍ଡରେ ଏହି ବିରଳ ଟ୍ୟୁମରଟି ବୃଦ୍ଧି ପାଇଥିବା ବେଳେ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଏହାକୁ କଢ଼ାଯାଇଛି। ପ୍ରଥମେ ହସ୍ପିଟାଲକୁ ଆସିବା ସମୟରେ ବାଳିକାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାର ଶରୀରରୁ ଅନେକ ମାତ୍ରାରେ ଝାଳ ବୋହୁଥିଲା। ଉଚ୍ଚ ରକ୍ତଚାପ ସହ ହୃଦ ସମସ୍ୟା ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା। ଦୀର୍ଘ ଏକ ବର୍ଷ ଧରି ତାର ମୁଣ୍ଡ ବିନ୍ଧା ହେଉଥିବାର ମଧ୍ୟ ଜଣାପଡ଼ିଥିଲା। ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଝିଅଟିର ଷ୍ଟେଜ…
ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡିଶାରେ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ଯାଏଁ ଉତ୍ତର ଓଡିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି। ତେବେ ଏନେଇ ଓଡିଶାର ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ: ଆଜି ଏସିଆ କପ୍ ହକିର ତୃତୀୟ ତଥା ଚତୁର୍ଥ ସ୍ଥାନ ପାଇଁ ଭାରତ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଜାପାନକୁ ଭାରତ ୧-୦ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଅନ୍ୟପଟେ ମାଲେସିଆ ଆଜି ସନ୍ଧ୍ୟାରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ କୋରିଆ ବିରୋଧରେ ଖେଳିବ। ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆ ଚଳିତ ବର୍ଷ ଏକ ଯୁବ ଦଳ ସହିତ ଏସିଆ କପ୍ ଖେଳିବା ପାଇଁ ଅବତରଣ କରିଥିଲା। ପୂର୍ବତନ ହକି କିମ୍ବଦନ୍ତୀ ସର୍ଦ୍ଦାର ସିଂଙ୍କୁ ପ୍ରଥମ ଥର ପାଇଁ କୋଚ୍ ଭାବରେ ଦଳର ଦାୟିତ୍ଵ ଦିଆଯାଇଥିଲା। ରାଜକୁମାର ପାଲ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ପାଲ ଗୋଲ ସ୍କୋର କରି ଭାରତକୁ ୧-୦ ରେ ଅଗ୍ରଣୀ କରାଇଥିଲେ।
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ, ଓଜନ ହ୍ରାସ କରିବାରେ ରୋଷେଇ ଘର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆମେ ଜାଣୁ କି ଆମ ରୋଷେଇ ଘରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରିଥାଏ। ହଁ, ଅନେକ ମସଲା ଅଛି ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ସେଗୁଡ଼ିକ ବିଷୟରେ ଜାଣନ୍ତୁ- ୧- ହଳଦୀ: ହଳଦୀରେ ଆଣ୍ଟିବାୟୋଟିକ୍ ଗୁଣ ରହିଛି, ଯେଉଁ କାରଣରୁ ଏହାକୁ କ୍ଷୀରରେ ପିଇବାର ଅନେକ ଲାଭ ହୋଇଥାଏ। ଏହା ସହିତ ଏହା ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ମଧ୍ୟ ଅଟେ। ଏହାର ବ୍ୟବହାର ହେତୁ ଶରୀରରେ ଉତ୍ତାପ ଆସେ, ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ କାମ କରେ, ମେଟାବୋଲିଜିମ୍ ବଢିଥାଏ। ୨- ଡାଲଚିନି: ସକାଳେ ପାଣିରେ ମିଶ୍ରିତ ଡାଲଚିନି ପିଇବା ଦ୍ୱାରା ମଧ୍ୟ ମେଟାବୋଲିକ୍ ହାର ବଢିଥାଏ, ତେଣୁ ଏହା ମଧ୍ୟ ଓଜନ ହ୍ରାସ କରିଥାଏ। କେବଳ ଏତିକି…
ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଅର୍ଥାତ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ତ୍ତମାନ ବ୍ୟାଙ୍କର କିଛି ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ବ୍ୟାଙ୍କ ଏହାର ଅତ୍ୟାବଶ୍ୟକ ସେବା NEFT (ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର) ଏବଂ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ ସେଟଲେମେଣ୍ଟ) ଉପରେ ଦେୟ ବୃଦ୍ଧି କରିଛି। ବ୍ୟାଙ୍କର ଏହି ବୃଦ୍ଧି 20 ମଇ 2022 ରୁ କାର୍ଯ୍ୟକାରୀ ହୋଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ବ୍ୟାଙ୍କର ଗ୍ରାହକଙ୍କୁ ପ୍ରଭାବିତ କରିବ। ବର୍ତ୍ତମାନ ଅନଲାଇନ୍ ଟଙ୍କା ସ୍ଥାନାନ୍ତର ପାଇଁ ସେମାନଙ୍କୁ ସର୍ବାଧିକ ଫି ଦେବାକୁ ପଡିବ। ଯଦି ଆପଣ PNB ର ଏହି ଅନଲାଇନ୍ ଟଙ୍କା ସ୍ଥାନାନ୍ତର ସେବା ମଧ୍ୟ ବ୍ୟବହାର କରନ୍ତି, ତେବେ ଆମେ ଆପଣଙ୍କୁ କହିବୁ ବର୍ତ୍ତମାନ ଆପଣଙ୍କୁ କେତେ ଫି ଦେବାକୁ ପଡିବ? ତେବେ ଆସନ୍ତୁ ଜାଣିବା ଏହି…
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ପଠାଇ ସେମାନଙ୍କୁ ଜେରା ପାଇଁ ଡାକିଛି। ଦଳର ନେତାମାନେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଏହି ନୋଟିସ ଜାରି କରାଯାଇଛି। ଯାହା ପରେ ବର୍ତ୍ତମାନ ସୋନିଆ ଏବଂ ରାହୁଲ ଜୁନ୍ ୮ ତାରିଖରେ ଜେରା ପାଇଁ ଇଡି ଅଧିକାରୀଙ୍କ ସାମ୍ନାରେ ହାଜର ହୋଇପାରନ୍ତି। କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୫ ରେ ଇଡି ଏହି ମାମଲା ବନ୍ଦ କରିଦେଇଥିଲା। କିନ୍ତୁ ଶାସକ ଦଳକୁ ଏହା ପସନ୍ଦ ନଆସିବାରୁ ଇଡି ଅଧିକାରୀଙ୍କୁ ହଟାଇ ଦିଆଗଲା, ନୂତନ ଲୋକଙ୍କୁ ନିଯୁକ୍ତି ଦିଆଗଲା ଏବଂ ବର୍ତ୍ତମାନ ସେମାନେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟକୁ ସମନ ପଠାଉଛନ୍ତି। କିଛି ଦିନ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା।…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି -୨୦ ବିଶ୍ୱକପ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି। ତେବେ ସେ କେବଳ ଆଇପିଏଲର ପ୍ରଦର୍ଶନ ଆଧାରରେ ଏହି ଦଳକୁ ଚୟନ କରିଛନ୍ତି। ଆକାଶ ଚୋପ୍ରାଙ୍କ ଏହି ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କ ପରି ବରିଷ୍ଠ ଖେଳାଳି ଅନ୍ତର୍ଭୁକ୍ତ ନୁହଁନ୍ତି। ଆକାଶ ଚୋପ୍ରା ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ଆଇପିଏଲର ପ୍ରଦର୍ଶନ ଆଧାରରେ ଏହି ଦଳକୁ ବାଛିଛନ୍ତି। ଖେଳାଳି ଚୟନ କରିବାବେଳେ ସେମାନଙ୍କର ପ୍ରତିଷ୍ଠାକୁ ଧ୍ୟାନରେ ରଖାଯାଇ ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଦଳର ଅଧିନାୟକ ଭାବରେ ଆକାଶ ଚୋପ୍ରା ନିଯୁକ୍ତ କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ…
ଭୁବନେଶ୍ବର: ଆଜି ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ ଓ ‘ସଂକଳ୍ପ’ର ସହଯୋଗରେ ‘ଶତାବ୍ଦୀର ଓଡ଼ିିଶା’ ଶୀର୍ଷକ ଏକ ଦୁଇ ଦିନିଆ କନ୍କ୍ଲେଭ୍ ଆୟୋଜିତ ହୋଇଛି । ଏହାକୁ ଓଡ଼ିିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଇନଫୋକସିଟିରେ ସଂକଳ୍ପ ମିଡିଆ ଆଣ୍ଡ କନ୍ଭେନସନରେ ଉଦ୍ଘାଟନ କରିଥିଲେ। ଦୁଇଦିନ ଧରି ଏହି କର୍ମଶାଳା ଆୟୋଜିତ ହେବ। ‘ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ୧୯୩୬ରେ ନୂଆ ଓଡ଼ିଶା ଜନ୍ମ ଗ୍ରହଣ କରିଥିଲା । ୨୦୩୬ରେ ୧୦୦ ବର୍ଷ ପୂର୍ଣ୍ଣ ହେବ । ଏଇ ବକେୟା ଚଉଦ ବର୍ଷ ଭିତରେ ରାଜ୍ୟ ପାଇଁ ଏକ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଓଡ଼ିଶା ପାଇଁ ଆମକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ଶହେ ବର୍ଷ ପରେ ଇତିହାସ ପୁଣି କେମିତି ଲେଖାଯିବ ସେନେଇ ଚିନ୍ତା କରିବାକୁ ପଡ଼ିବ ବୋଲି…
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଅଶାନ୍ତି ଦେଖାଦେଇଛି। କିଛି ନେତା ରାଜ୍ୟସଭା ପ୍ରାର୍ଥୀ ହୋଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ନିଜ ପାର୍ଟୀକୁ ସମାଲୋଚନା କରିଛନ୍ତି। ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ମିଳିନଥିବାରୁ ଗାଜିଆବାଦର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ, କିଛି କଂଗ୍ରେସ ନେତା ‘ହିନ୍ଦୁ’ ଶବ୍ଦକୁ ଘୃଣା କରନ୍ତି। ଏଭଳି ପରିସ୍ଥିତିରେ ଜଣେ ହିନ୍ଦୁ ଧାର୍ମିକ ନେତାଙ୍କୁ ରାଜ୍ୟସଭାକୁ କିପରି ପଠାଯାଇପାରିବ? ପ୍ରକାଶ ଯୋଗ୍ୟ ଯେ, ଗାଜିଆବାଦର କଲ୍କି ପୀଠେଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ବିବେଚନା କରାଯାଏ। ଏଥି ସହିତ ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ବାସ୍ତବରେ, ଇମ୍ରାନ ପ୍ରତାପଗଡି ପ୍ରାର୍ଥୀ ହେବା ପରେ ସାଧାରଣ ସମ୍ପାଦକ ପଦରୁ ଆଶିଶରାଓ ଦେଶମୁଖ ଇସ୍ତଫା ଦେଇଛନ୍ତି। ପ୍ରମୋଦ କୃଷ୍ଣ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟସଭା ପାଇଁ କଂଗ୍ରେସ ଭୁଲ ପ୍ରାର୍ଥୀ ଚୟନ କରିଛି। ଛତିଶଗଡ ଏବଂ…
ନୂଆଦିଲ୍ଲୀ: ଆଜି ଜୁନ୍ ୧ ତାରିଖରେ LPG ସିଲିଣ୍ଡରର ନୂତନ ହାର ରିଲିଜ୍ ହୋଇଛି ଏବଂ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଏହି ସିଲିଣ୍ଡର ଆଜିଠାରୁ ୧୩୫ ଟଙ୍କା ଶସ୍ତା ହୋଇଛି। ସରକାରୀ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ବ୍ୟବସାୟିକ ସିଲିଣ୍ଡରର ହାରକୁ ୧୩୫ ଟଙ୍କା ହ୍ରାସ କରିଛି, ଏହା ପରେ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ପିଛା ୨୨୧୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଘରୋଇ ଗ୍ରାହକ ଯଥା ୧୪.୨ କେଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କୁ ଆଜି ଏହି ସିଲିଣ୍ଡର ଉପରେ କୌଣସି ଆଶ୍ଵସ୍ତି ମିଳିନାହିଁ। ଏହାର ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ମେ ୧୯ ତାରିଖ ଠାରୁ ସମାନ ଦରରେ ରହିଛି।
ଦିଲ୍ଲୀ: ଭାରତ ସରକାର ୩୧ ମେ ୨୦୨୨ ତାରିଖ ସୁଦ୍ଧା ରାଜ୍ୟ ମାନଙ୍କୁ ଜିଏସ୍ଟି କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ମାନଙ୍କୁ ସେମାନଙ୍କ ସମ୍ବଳ ପରିଚାଳନାରେ ସହାୟତା କରିବା ଏବଂ ଆର୍ôଥକ ବର୍ଷରେ ସେମାନଙ୍କର କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ଉପରେ ବ୍ୟୟ କାର୍ଯ୍ୟକ୍ରମକୁ ସଫଳତାର ସହିତ ସୁନିଶ୍ଚିତ କରିବା କ୍ଷେତ୍ରରେ ସହାୟତା କରିବା ପାଇଁ ଏହି ନିଷ୍ପତି ନିଆ ଯାଇଥିଲା। ଜିଏସ୍ଟି କ୍ଷତିପୂରଣ ପାଣ୍ଠିରେ ମାତ୍ର ୨୫,୦୦୦ କୋଟି ଟଙ୍କା ଉପଲବ୍ଧ ଥିବା ସତ୍ୱେ ଏହି ନିଷ୍ପତି ନିଆଯାଇଛି। ସେସ୍ ବାବଦକୁ ଆଦାୟ ହେବାକୁ ଥିବା ବକେୟା ରାଶିକୁ ଆଧାର କରି କେନ୍ଦ୍ର ସରକାର ଏହି ଦେୟ ପ୍ରଦାନ କରୁ ଅଛନ୍ତି। ଦେଶରେ ସାମଗ୍ରୀ ଏବଂ ସେବା ଟିକସ ୧ ଜୁଲାଇ, ୨୦୧୭ରେ ଲାଗୁ କରା ଯାଇଥିଲା ଏବଂ ରାଜ୍ୟ ଗୁଡିକୁ ଜିଏସ୍ଟି ଅଧିନିୟମ (ରାଜ୍ୟ ମାନଙ୍କୁ କ୍ଷତିପୂରଣ), ୨୦୧୭ର ପ୍ରାବଧାନ…
କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ ବା କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚରେ ଗାଇବା ପରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ କେକେଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସିନେ କଳାକାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍ଏସ୍ବିୱାଇ) ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରିଛନ୍ତି। ଏହି ସଂଶୋଧିତ ବର୍ଦ୍ଧିତ ପ୍ରିମିୟମ ହାର ଆଜି ଅର୍ଥାତ୍ ଜୁନ ପହିଲା ୨୦୨୨ରୁ ଲାଗୁ ହେବ। ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କୁ କ୍ଲେମ ବା କ୍ଷତିପୂରଣ ଦେବା କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ସରକାର ଏହାର ସଂଶୋଧନ କରିଛନ୍ତି। ୨୦୧୫ରୁ ଏହି ଦୁଇ ଯୋଜନା କାର୍ଯ୍ୟକାରୀ ହେବାପରେ ଗତ ସାତବର୍ଷ ମଧ୍ୟରେ ପ୍ରିମିୟମ ହାରରେ ଏହା ପ୍ରଥମ ସଂଶୋଧନ। ଏହି ଦୁଇ ଯୋଜନାକୁ ଅଧିକ ବ୍ୟବହାର ଉପଯୋଗୀ ଓ ସମର୍ଥ କରିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଏହି ଦୁଇ ଯୋଜନାକୁ ଅଧିକ ସମର୍ଥ ଓ ବ୍ୟବହାର ଉପଯୋଗୀ କରିବାକୁ ଏହା କରାଯାଇଛି। ନୂଆ ନିଷ୍ପତି ଅନୁସାରେ ଏଣିକି ଉଭୟ ଯୋଜନାର ପ୍ରିମିୟମ ଅର୍ଥକୁ…
ଭୁବନେଶ୍ୱର: ବିବାହ ଏକ ସାମାଜିକ ପରମ୍ପରା। ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି। କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି? ଗୋଟିଏ ପଟେ ଅୟସ ଆରାମ, ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା ଅନିଚ୍ଛାର ଲକ୍ଷ୍ମଣରେଖା। ଏହାରି ଭିତରେ ସନ୍ତୁଳି ହେଉଥିବା ସ୍ତ୍ରୀ କଣ କରିପାରେ? ତେବେ ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ନୂଆ ସର୍ଟ ମୁଭି ‘ହାର୍ଟ ଲେସ୍’। ଯେଉଁଥିରେ ଡାକ୍ତରଖାନାରେ ମରଣ ସହ ଲଢ଼େଇ କରୁଥିବା ଝିଅକୁ ନେଇ ସ୍ୱାମୀ କିଭଳି ସ୍ତ୍ରୀ ସହ ସଉଦା କରୁଛି ତାହା ଚିତ୍ରଣ ହୋଇଛି। ଆସନ୍ତା ଜୁନ୍ ୩ରେ ଏହି ସର୍ଟ ଫିଲ୍ମର ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି। ସିନେମାର କାହାଣୀ ଓ ଚିତ୍ରନାଟ୍ୟ ସୁଧାରାଗ ବାନାର୍ଜୀ ଲେଖିଥିବା ବେଳେ ନିଶାନ୍ତ ମାଜିଥିଆ ସଂଳାପ ଲେଖିଛନ୍ତି। ମମତା, ପ୍ରିତୀରାଜ ଓ ପ୍ରସନଜିତ ଏଥିରେ ମୁଖ୍ୟ ଭୂମିକାରେ…
ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ। ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ…
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜାତୀୟ ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ତଥା ଜୀ ମିଡିଆ କଂପାନୀ ଏବଂ ଏସଲ ଗ୍ରୁପ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ରାଜସ୍ଥାନ ରାଜନୀତିର ହଲଚଲ କରିଛନ୍ତି। କାରଣ ସେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କାନ ଦାଖଲ କରିଛନ୍ତି। ସୁବାଷ ଚନ୍ଦ୍ରାଙ୍କ ପାଖରେ ଜିତିବା ପାଇଁ ଭୋଟ ନାହିଁ, ହେଲେ ହଠାତ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୁବାଷ ଚନ୍ଦ୍ରା ବର୍ତ୍ତମାନ ହରିୟାନାରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟରେ ଶେଷ ହେବ। ହେଲେ ତା ପୂର୍ବରୁ ସେ କଣ ପାଇଁ ରାଜ୍ୟସଭା ନାମାଙ୍କନ କଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ନିଜ ରାଜ୍ୟରୁ ନ କରି ରାଜସ୍ଥାନରୁ କରିଥିବାରୁ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ଅନ୍ୟ ଏକ ଆଶ୍ଚର୍ଯ୍ୟ ହେଲା ଯେ, ସେ ବିଜେପି ସମର୍ଥନରେ ସ୍ବାଧୀନ ଭାବେ ଏହି ନାମାଙ୍କନ…
ମେଷ- ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ- ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ- ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ। ଖରାପ ସମୟ ଶୀଘ୍ର…
ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଉଅଛି । ଏହି ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଭବ୍ୟ ପଥ ସଂଚଳନ ଆସନ୍ତା ୧ ଜୁନ ୨୦୨୨, ବୁଧବାର ଦିନ ଅନୁଷ୍ଠିତ ହେବ। ଏହି ପଥ ସଂଚଳନ ଅପରାହ୍ନ ୫.୧୫ ମିନିଟ୍ ରୁ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ସମୟରେ ଶେଷ ହେବ। ଉତ୍କଳ ବିପନ୍ନ ସହାୟତା ସମିତି ପରିସରରୁ ଏହି ପଥ ସଂଚଳନ ବାହାରି ଚକେଇସିଆଣିହାଟ, ମଂଚନାଥ ବିଦ୍ୟାଳୟ, ବ୍ରିଜ ଛକ, ସ୍କିଲ ଡେଭଲପମେଂଟ, ବ୍ଲୁ ହୁଇଲି ହସ୍ପିଟାଲ, ନିତିଦିନ ଖବର କାଗଜ ଛକ, ଶିଳ୍ପାଚଂଳ ବିଦ୍ୟାଳୟ, ଷ୍ଟେସନ ରୋଡ, ସମୟପ୍ରେସ ହୋଇ ପୁଣି ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ପହଁଚିବ ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଓଡିଶା ଲୋକସେବା ଆୟୋଗର ସଚିବ ଭାବେ ବଦଳି କରାଯାଇଛି। 2- ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ। 3- ଯାଜପୁରରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। 4- ଅନୁଗୁଳ ଆଠମଲ୍ଲିକର ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି।

