ସୁନ୍ଦରଗଡ: ଜିଲ୍ଲାର ହେମଗିରି ବ୍ଲକର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି। ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଗୋପାଳପୁର ପଞ୍ଚାୟତଠାରେ ଏହାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ବ୍ଲକକୁ ୩ଟି ବସ୍ ଯୋଗାଇ ଦିଆଯାଇଥିଲା। ଏହି ସେବା ଲାଗି ଡିଏମଏଫ ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି। ଏହି ବସରେ ଛାତ୍ରଛାତ୍ରୀମାନେ ମାଗଣାରେ ଯାତାୟତ କରିପାରିବେ। ତେବେ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆଇ କର୍ଡ ଦେଖାଇବାକୁ ପଡିବ। ସୁନ୍ଦରଗଡ ଜିଲ୍ଲା ଖଣିଜ ଫଣ୍ଡରୁ ଆହୁରି କିଛି ଯୋଜନା କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି କରିଛି।
Author: Samikhsya Bureau
ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ନିଜର ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ୍ ମନୋଭାବ ସୃଷ୍ଟି କରିଥାଏ। ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇ ଥିବାରୁ ଶ୍ରୀ ମହାପାତ୍ର ସେମାନଙ୍କୁ ସାଧୁବାଦ ଜଣାଇ ଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ଶ୍ରୀ ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବେତ ସଭ୍ୟ ସଭ୍ୟା ଓ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପାର୍କ ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏଥିସହ ଯୁବକମାନଙ୍କୁ ଦୁଃସାହସିକ ଖେଳ ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ପାର୍କର ନାମକରଣ କରାଯାଇଛି। ସେ ଜଣେ ଦୁଃସାହାସିକ ବ୍ୟକ୍ତିତ୍ବ ଥିଲେ। ବିମାନ ଚାଳନା ଦକ୍ଷତା ତଥା ସାହସିକତା ସାରା ବିଶ୍ବରେ ସେ ପରିଚିତ ଅଛନ୍ତି। ସେଥିପାଇଁ ଏହି ପାର୍କଟି ସେହି ପ୍ରବାଦ ପୁରୁଷଙ୍କ ନାମରେ କରାଯାଇଛି। ଏହି ପାର୍କ ବିକଶିତ କରିବା ପାଇଁ ଅଢେଇ କୋଟି ଖର୍ଚ୍ଚ କରାଯାଇଛି। ଏହି ପାର୍କରେ ଏକ ବିଶେଷତ୍ବ ହେଉଛି ନଦୀ କ୍ରସିଂ ଜିପ୍ ଲାଇନ୍। ଓଡିଶାରେ ପ୍ରଥମ ଥର ପାଇଁ 250 ମିଟର ଦୈର୍ଘ୍ୟର ଏକ ନଦୀ କ୍ରସିଂ ଜିପ୍ ଲାଇନ୍ ପ୍ରସ୍ତୁତ ହୋଇଛି। ଏହି ନଦୀ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍ଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍ପିସି)ର ଆଥଲେଟମାନେ ଗତ ସପ୍ତାହରେ କେରଳର କାଲିକଟଠାରେ ଅନୁଷ୍ଠିତ ଫେଡେରେସନ୍ କପ୍ରେ ସେମାନଙ୍କର ଅନନ୍ୟ ପ୍ରଗତିର ପ୍ରମାଣ ପୁନଃ ପ୍ରଦର୍ଶିତ କରିଛନ୍ତି। ଏଚ୍ପିସିର ତିନିଜଣ ଆଥଲେଟ- ଅମ୍ଲାନ ବୋରଗୋହେନ୍, ଜ୍ୟୋତି ୟାରାଜୀ ଏବଂ ସିଦ୍ଧାନ୍ତ ଥିଙ୍ଗାଲୟା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟଜଣେ ଆଥଲେଟ ମୌମିତା ମଣ୍ଡଳ ଏକ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି। ଏଚ୍ପିସିର ଅନ୍ୟ ବହୁ ଆଥ୍ଲେଟ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ପ୍ରଦର୍ଶନ କରିଥିବାବେଳେ ଆଉ କିଛି ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଛନ୍ତି, ଯାହା ହେଡ୍ କୋଚ୍ ଜେମ୍ସ ହିଲିଅର୍ଙ୍କୁ ତାଙ୍କର ଶିଷ୍ୟମାନଙ୍କୁ ନେଇ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଯୋଗାଇ ଦେଇଛି ଏବଂ ତାହାସହିତ ସେ ହାତଛଡା ହୋଇଥିବା ସୁଯୋଗକୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। “ମୁଁ ସନ୍ତୁଷ୍ଟ ବୋଲି କହିବା କଷ୍ଟକର, କାରଣ କୋଚ୍ ଭାବରେ ଜଣେ…
ଭୁବନେଶ୍ୱର: ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଅବସରରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିବା ଅନୁଷ୍ଠାନ ପପେଟ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବମାନ ଅନୁଷ୍ଠିତ ହେବା ସହ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ରାଜଧାନୀରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ମହୋତ୍ସବକୁ ଉଦ୍ଘାଟନ କରି ରାଜ୍ୟ ଯୁବ, କ୍ରୀଡ଼ା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେଯେ, ସମାଜର ବହୁବିଧ ସମସ୍ୟା ଲୋକମାନଙ୍କ ନିକଟରେ ପହଞ୍ଚାଇବା ଓ ତାର ସମାଧାନ ପାଇଁ ସୂତ୍ର ପ୍ରଦର୍ଶନ କରାଯାଇଥାଏ ପଥପ୍ରାନ୍ତ ନାଟକ ମାଧ୍ୟମରେ। ତେଣୁ ସାମାଜିକ ସଚେତନତା ସୃଷ୍ଟି କରିବାରେ ପଥପ୍ରାନ୍ତ ନାଟକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଯୋଗ ଦେଇ କହିଲେ ଯେ, ନାଟକ ଜନମାନସକୁ ଆନନ୍ଦ ଦେବା ସହ ସମାଜର…
ଭୁବନେଶ୍ବର: ଟ୍ରେନ ଯାତ୍ରା ସମୟରେ ଅଯଥାରେ ଚେନ୍ ପୁଲିଙ୍ଗ୍ ର ଅପବ୍ୟବହାର ଟ୍ରେନ୍ ପରିଚାଳନା ଓ ସମୟାନୁବର୍ତ୍ତିତାକୁ ପ୍ରଭାବ ପକାଇଥାଏ ଯାହାଦ୍ୱାରା ଟ୍ରେନ ଚଳାଚଳ ବିଳମ୍ବ ଘଟାଏ। ଏକ ବୈଧ, ଯୁକ୍ତିଯୁକ୍ତ ଏବଂ ପର୍ଯ୍ୟାପ୍ତ କାରଣ ବିନା ଆଲାର୍ମ ଚେନ୍ ଟାଣିବା ରେଳ ନିୟମ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏପରି କରୁଥିବା ବ୍ୟକ୍ତିଙ୍କୁ ଜରିମାନା କରାଯାଇପାରେ ଏବଂ ତାଙ୍କୁ ଜେଲ ଯିବାକୁ ପଡିପାରେ। ଏହା ମଧ୍ୟ ତିନିମାସ ଜେଲ ଦଣ୍ଡ କିମ୍ବା ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କୁ ଆକର୍ଷିତ କରିପାରେ। ବାରମ୍ବାର ସଚେତନତା ଏବଂ ଜରିମାନା ଲାଗୁ କରିବା ପରେ ମଧ୍ୟ ରେଳ ବ୍ୟବହାରକାରୀ ବିଶେଷ ଭାବେ ଯାତ୍ରୀମାନେ ଏହା ସହ ଜଡିତ ନିୟମ ବିଷୟରେ ପ୍ରାୟତ ସଚେତନ ନୁହଁନ୍ତି। ଏହା ଜୀବନକୁ ବିପଦରେ ପକାଇପାରେ। ବେଆଇନ ଭେଣ୍ଡିଂ ଓ ସୁରକ୍ଷା କର୍ମୀ ଏବଂ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ପରିହାର କରି ରେଳ ସେକ୍ସନ ମଧ୍ୟରେ ଟ୍ରେନ…
ଭୁବନେଶ୍ବର: ବଲାଙ୍ଗୀରର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବିଧାୟକ ସନ୍ତୋଶ ସିଂ ସାଲୁଜାଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜୀ ରେଳ ଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସର କଣ୍ଟାବାଞ୍ଜୀ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇଛନ୍ତି। ସମ୍ପ୍ରସାରିତ ଅଂଶର ଉଦ୍ଘାଟନୀ ଚଳାଚଳରେ ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ 10 ଘଟିକାରେ ଛାଡି ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ହାଓଡ଼ା ଯାତ୍ରା କରିଛି। ଏହି ଟ୍ରେନର ନିୟମିତ ସେବା 14 ଏପ୍ରିଲ, 2022 ଠାରୁ ହାଓଡ଼ା ରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନମାନଙ୍କରେ ଏବଂ 15 ଏପ୍ରିଲ, 2022 ଠାରୁ କଣ୍ଟାବାଞ୍ଜି ରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ଚଳାଚଳ କରିବ। ସମ୍ପ୍ରସାରିତ ଅଂଶରେ ଏହି ଟ୍ରେନ୍ ସପ୍ତାହରେ 4 ଦିନ କଣ୍ଟାବାଞ୍ଜି ଓ ହାଓଡ଼ା ମଧ୍ୟରେ ଚଳାଚଳ କରିବ। 16 ଏପ୍ରିଲରୁ 13 ଅଗଷ୍ଟ, 2022 ମଧ୍ୟରେ ଏହି ଟ୍ରେନ ହାଓଡ଼ା…
ଭୁବନେଶ୍ୱର: ପାର୍କିନ୍ସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏପ୍ରିଲ୍ ୧୧ରେ ବିଶ୍ୱ ପାର୍କିନ୍ସନ୍ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ପ୍ରସଙ୍ଗ “ଇଂଟିଗ୍ରେଟିଙ୍ଗ୍ ହେଲ୍ଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍” ରହିଥିବା ବେଳେ ଏହି ରୋଗର ନିରାକରଣ ନେଇ ସମ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏକ ୱାକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ ୱାକାଥନ୍ କରାଯାଇଥିଲା। ଏହି ୱାକାଥନ୍ରେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେନ୍ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ଲୁଲୁପ୍ ସାହୁ, ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ, ଡାକ୍ତର ସୁକ୍ରିୟା, ଡାକ୍ତର ତନୟା ମିଶ୍ର, ଡାକ୍ତର ଅଜିତ ମିଶ୍ର,…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କୋଭିଡ-୧୯ର ନୂତନ ପ୍ରଜାତି ଏକ୍ସଇ ଉପରେ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଦେଶରେ କୋଭିଡ-୧୯ ମାମଲାଗୁଡିକର ସମୀକ୍ଷା କଲାବେଳେ ସେ ଅଧିକାରୀମାନଙ୍କୁ ବର୍ତ୍ତମାନ ଚାଲିଥିବା ତଦାରଖ ଓ ନୂତନ ପ୍ରଜାତି ଓ ମାମଲାଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଡକ୍ଟର ମାଣ୍ଡଭିୟ ଅଧିକାରୀମାନଙ୍କୁ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ଔଷଧପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ଦେବା ଉଚିତ ବୋଲି କହିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁରର ପ୍ରତାପ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହେଲା ଏକର ଏକର ଫସଲ। ଖବର ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ ପ୍ରତାପ ଜଙ୍ଗଲରେ କୌଣସି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିଲେ। ଫଳରେ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ବେହେରା ଏବଂ ନାରାୟଣ ବେହେରାଙ୍କ ଚାରି ଏକର ଜମିରେ ନିଆଁ ଲାଗିଯାଇଥିଲା। ଉକ୍ତ ଜମିରେ ବହୁମାତ୍ରାରେ ରୋପଣ ହୋଇଥିବା ଆମ୍ବ, କାଜୁ, ଲେମ୍ବୁ ଏବଂ ଶାଗୁଆନ ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇ ଗୋଟି ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବାରମ୍ବାର ବନବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଅନୁରୋଧ କରାଯାଉଥିଲେ ସୁଦ୍ଧା ଦୁର୍ବୁତ୍ତ ମାନେ ତାହାକୁ ଭୃକ୍ଷେପ କରୁନାହାନ୍ତି ଏବଂ ଏପରି କାଣ୍ଡ ଭିଆଉଛନ୍ତି। ବନବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି।
ସ୍ୱାସ୍ଥ୍ୟ ଟିପ୍ସ: ବୟସ ବଢିବା ସହିତ ଶରୀରରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୁଏ। କିନ୍ତୁ ସେହି ସମୟରେ ଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଯାଏ। ଆର୍ଥ୍ରାଇଟିସ୍ ହେଉଛି ଏକ ଚିକିତ୍ସା ଅବସ୍ଥା ଯାହା ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲା ସୃଷ୍ଟି କରେ। ବୟସ୍କ ଲୋକଙ୍କଠାରେ ଆର୍ଥ୍ରାଇଟିସ୍ ଏକ ସାଧାରଣ ଅବସ୍ଥା, କିନ୍ତୁ ଆଜିକାଲି ଏହି ସମସ୍ୟା ଯୁବକମାନଙ୍କଠାରେ ମଧ୍ୟ ଦେଖାଯାଏ। ତେବେ ଏହି ସମସ୍ୟାକୁ କିପରି ଏଡାଯାଇପାରିବ ଆସନ୍ତୁ ଜାଣିବା… ହର୍ବାଲ ଜିନିଷ ଗ୍ରହଣ କରନ୍ତୁ- ଆଲୋ ଭେରା, ଅଦା, ନୀଳଗିରି ଭଳି ଆୟୁର୍ବେଦ ପଦାର୍ଥରେ ଅନେକ ଉପଶମକାରୀ ଗୁଣ ରହିଛି। ଏଗୁଡିକ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ଏଗୁଡ଼ିକୁ ବଟିକା, ପାଉଡର୍, ଜେଲ୍ ଏବଂ ପତ୍ର ଆକାରରେ ବିଭିନ୍ନ ରୂପରେ ବ୍ୟବହାର କରାଯାଇପାରେ। ଯନ୍ତ୍ରଣା ଏବଂ ଫୁଲା କ୍ଷେତ୍ରରେ ଏହାକୁ ପ୍ରୟୋଗ କଲେ ତତକ୍ଷଣାତ୍ ଆରାମ ମିଳିଥାଏ। ହଳଦୀ ବ୍ୟବହାର କରନ୍ତୁ- ଆର୍ଥ୍ରାଇଟିସ୍ ରୋଗୀଙ୍କ ଖାଦ୍ୟରେ ହଳଦୀକୁ…
ଭୁବନେଶ୍ୱର : ଓଡିଶାର ୧୦ଟି ଆକାଂକ୍ଷା ଜିଲ୍ଲାଗୁଡିକର କେନ୍ଦ୍ରୀୟ ଯୋଜନାର ବାସ୍ତବ ରୂପ ପରଖିବା ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏହିଦଶଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ୧୦ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଡ.ସଞ୍ଜୀବ କୁମାର ବାଲ୍ୟାନ ଓଡିଶା ଆସି ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରୁ ୧୬ ପର୍ଯ୍ୟନ୍ତ ୪ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ – ମାଲକାନଗିରି; ଶ୍ରୀ ଅର୍ଜୁନ ମୁଣ୍ଡା – କଳାହାଣ୍ଡି; ଶ୍ରୀ ପ୍ରହ୍ଲାଦ ସିଂ ପଟେଲ – ଗଜପତି; ସାଧ୍ୱୀ ନିରଂଜନା ଜ୍ୟୋତି – ବଲାଙ୍ଗୀର; ପ୍ରଫେସର ଏସ.ବାଘେଲ – ନୂଆପଡା; ସୁଶ୍ରୀ ଶୋଭା କରନ୍ଦଲାଜେ – ନବରଙ୍ଗପୁର; ଶ୍ରୀ ସୋମ ପ୍ରକାଶ-ରାୟଗଡା ଏବଂ ଡ.ଶୁଭ ସରକାର…
ନୂଆଦିଲ୍ଲୀ: ଆଜି ଭାରତ-ଆମେରିକା ମଧ୍ୟରେ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ହୋଇଛି। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମ ଦୁଇ ଦେଶ ମଧ୍ୟରେ ଅତି ଅର୍ଥପୂର୍ଣ୍ଣ ଏବଂ ଗଭୀର ଆଲୋଚନା ଅନୁଷ୍ଠିତ ହୋଇଛି। ଏହା ଭାରତ-ଆମେରିକା ସମ୍ପର୍କର ବେଗକୁ ବଜାୟ ରଖିବା ଏବଂ ଆମର କାର୍ଯ୍ୟାବଳୀକୁ ଆହୁରି ଆଗକୁ ଆଗେଇ ନେବା ଦିଗରେ ସହାୟକ ହେବ। ଆମର ଦୁଇ ମହାନ ରାଷ୍ଟ୍ର ସଦାବେଳେ ପରସ୍ପରର ସ୍ୱାର୍ଥର ପରିପୂରକ ଭାବେ ରହିଆସିଛନ୍ତି ଏବଂ ପାରସ୍ପରିକ ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ ଏଥିରେ ସହଭାଗୀ ହେବା ସକାଶେ ଆଗ୍ରହୀ। ଆମେ ଆଜି ଅନେକ ଦ୍ୱିପାକ୍ଷିକ, ପ୍ରତିରକ୍ଷା ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ମୋତେ ଏକଥା ପ୍ରକାଶ କରିବାରେ ଖୁସି ଲାଗୁଛି ଯେ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଏହିସବୁ ପ୍ରସଙ୍ଗ ଉପରେ…
ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ଲୋକସେବା ଭବନକୁ ସାମ୍ବାଦିକ ତଥା ସାଧାରଣ ଲୋକମାନଙ୍କ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଲୋକସେବା ଭବନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର କିଛି ଅଭିଯୋଗ କିମ୍ବା କାମ ଥିବ ସେମାନେ ସେଠାରୁ ଅନୁମତି ନେଇ ଭିତରକୁ ଯାଇ ପାରିବେ। ଗୃହ ବିଭାଗ ତରଫରୁ ବାହାରିଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ ୧୮ ତାରିଖରୁ ଏହି ଅନୁମତି ପ୍ରଦାନ କରାଯିବ। ସେହିପରି ଖାରବେଳ ଭବନ ଏବଂ ରାଜୀବ ଭବନକୁ ମଧ୍ୟ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି। ତେବେ ସାମ୍ବାଦିକଙ୍କ କ୍ଷେତ୍ରରେ କୁହାଯାଇଛି ଯେ, ଯେଉଁମାନେ ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ସେମାନଙ୍କୁ କେବଳ ଏହି ପ୍ରବେଶ ଅନୁମତି ଦିଆଯିବ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ। ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସି ଙ୍କୁ ବୁଝାଇଥିଲେ। ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଆସନ୍ତା ଦୁଇ ଦିନ…
ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ପରେ ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ ବିଜୟ ହୋଇଛି। ବିଧାନ ପରିଷଦର ନିର୍ବାଚନ ଫଳାଫଳରେ, ୟୁପିରେ ଥିବା ୩୬ ଟି ସିଟ୍ ମଧ୍ୟରୁ ବିଜେପି ୩୩ ଟି ସିଟ୍ ଦଖଲ କରିଛି। ଏଥି ସହିତ, ଏହି ନିର୍ବାଚନରେ ଏସପି ସଫା ହୋଇଯାଇଛି। ସମାଜ ନିର୍ବାଚନ ପାର୍ଟିର କୌଣସି ପ୍ରାର୍ଥୀ ଏହି ନିର୍ବାଚନରେ ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଏହି ନିର୍ବାଚନରେ ବାରାଣାସୀ ଆସନରୁ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ। ୩ ଜଣ ସ୍ଵାଧୀନ ପ୍ରାର୍ଥୀ ଆଜମଗଡ, ବାରାଣାସୀ ଏବଂ ପ୍ରତାପଗଡ ଆସନ ଦଖଲ କରିଛନ୍ତି। ଜେଲରେ ଥିବା ବ୍ରିଜେଶ ସିଂଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂ ବାରାଣାସୀ-ଚାନ୍ଦୁଲି-ଭଦୋହି ଆସନରେ ବିଜୟୀ ହୋଇଛନ୍ତି। ବିଜେପି ଏଠାରେ ତୃତୀୟ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଅଖିଳେଶଙ୍କ ଅତି ନିକଟତର ବୋଲି କୁହାଯାଉଥିବା ସୁନୀଲ କୁମାର ସାଜନ ଲକ୍ଷ୍ନୌରୁ ନିର୍ବାଚନରେ ହାରିଯାଇଛନ୍ତି। ଆଜମଗଡରେ ସ୍ୱାଧୀନ ପ୍ରାର୍ଥୀ ବିକାଶ ସିଂ…
ନୂଆଦିଲ୍ଲୀ: ଆସନ୍ତାକାଲି ଭୁବନେଶ୍ବରରେ ହେବ ପାଞ୍ଚୋଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଜୋନାଲ ବୈଠକ। ଏହି ବୈଠକରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡିଶା ଆସୁଛନ୍ତି। ଯେଉଁ ପାଞ୍ଚୋଟି ରାଜ୍ୟ ଏଥିରେ ଭାଗ ନେବେ ସେଗୁଡିକ ହେଲା ଓଡିଶା, ଛତିଶଗଡ, ପଶ୍ଚିମବଂଗ, ଝାଡଖଣ୍ଡ ଏବଂ ବିହାର। ଏହି ସବୁ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟତଃ ଆସନ୍ତା 5 ବର୍ଷ ପାଇଁ ମିଶନ୍ ପୋଶଣ 2.0, ମିଶନ୍ ଶକ୍ତି ଏବଂ ମିଶନ୍ ବାତ୍ସଲ୍ୟର ଯୋଜନାଗୁଡିକର ସଠିକ୍ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ ଗୌହାଟୀ ଏବଂ ମୁମ୍ବାଇରେ ଏହି ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ବର: ପୁଣିଥରେ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ କେତେକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ଏହି ପରିବର୍ତ୍ତନ କରାଯାଇଛି। ତେବେ ଏଥିରେ ତିନୋଟି ବିଷୟରେ ପରିବର୍ତ୍ତନ କରାଯାଇଛି। ସେହି ତିନୋଟି ହେଲା ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି। ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି। ମୁଖ୍ୟତଃ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହିଥିବାରୁ ଏହି ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି । ସେହିପରି ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପେପର ପରୀକ୍ଷା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ…
ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ହେବ ଧାମନଗର ଏନଏସିର ଉପାଧ୍ୟକ୍ଷ ନିର୍ବାଚନ। ଆଜି ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଏହି ଏନଏସିର ଉପାଧ୍ୟକ୍ଷ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଏନଏସି ଅଧ୍ୟକ୍ଷ ଏହି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କୁହାଯାଇଛି। ସେହିପରି ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ, ଯାଞ୍ଚ ଏବଂ ଯଦି ଆବଶ୍ୟକ ହୁଏ ତେବେ ନିର୍ବାଚନ କରାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ନିର୍ବାଚନ ହେଲେ ସେହିଦିନ ହିଁ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଏହି ଏନଏସିର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇପାରି ନ ଥିଲା।
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ରାଜଭବନରେ ନାହିଁନ୍ତି। ସେ ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ। ତାଙ୍କର ବ୍ୟକ୍ତଗତ କାର୍ଯ୍ୟ ପାଇଁ ସେ ଗତ ୬ ତାରିଖରୁ ଛୁଟିରେ ଅଛନ୍ତି। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ରାଜ୍ୟପାଳଙ୍କୁ ଶିଘ୍ର ଆସିବା ପାଇଁ ଅନୁରୋଧ କରାଯିବାରୁ ସେ ଛୁଟି କାଣ୍ଟଛାଣ୍ଟ କରି ଭୁବନେଶ୍ବରରେ ପହଁଚିଛନ୍ତି। ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏହି ଖବର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବାରୁ ରାଜ୍ୟପାଳଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ରାଜ୍ୟପାଳ ଭୁବନେଶ୍ବରରେ ପହଁଚିଛନ୍ତି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା । ସେ ବର୍ତ୍ତମାନ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ଅଛନ୍ତି। ଆସନ୍ତା ୧୬ ତାରିଖରେ ସେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।
ନୂଆଦିଲ୍ଲୀ: ‘‘ଘର କେବଳ ଇଟା ସିମେଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ଢାଞ୍ଚା ନୁହେଁ ବରଂ ଏଥିରେ ଆମ ଭାବନା, ଆମର ଆକାଂକ୍ଷା ଯୋଡ଼ି ହୋଇ ରହିଛି। ଘରର ଚାରି କାନ୍ଥ ଆମକୁ ସୁରକ୍ଷା ପ୍ରଦାନ କରିବା ସହିତ ଆମ ମନରେ ଏକ ଉନ୍ନତ ଭବିଷ୍ୟତ ପାଇଁ ଭରସା ଓ ବିଶ୍ବାସ ଜାଗ୍ରତ କରିଥାଏ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ଲେଖିଥିବା ପତ୍ରରେ ଏହି କଥା ଉଲ୍ଲେଖ କରିଛନ୍ତି। ଏଥିସହିତ ଶ୍ରୀ ଜୈନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ମିଳିବା ନେଇ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମୁଣ୍ଡ ଉପରେ ଛାତ, ନିଜର ଏକ ଘର ପାଇବାର ଖୁସି ଅମୂଲ୍ୟ ବୋଲି ପ୍ରଧାନମନ୍ତୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସୁଧୀରଙ୍କୁ ପଠାଇଥିବା ପତ୍ରରେ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ନିଜ ପାଇଁ ଘରଟିଏ ତୋଳିବା ପାଇଁ ଆପଣଙ୍କ ସ୍ବପ୍ନ…

