ଭୁବନେଶ୍ୱର: ମାର୍କେଟ ବିଲ୍ଡ଼ିଙ୍ଗ, ୟୁନିଟ୍-୨ରେ ମୂଳ ଦୋକାନୀମାନଙ୍କ ପାଇଁ ଉଠା ଦୋକାନୀ ବିପଦ ହୋଇଛନ୍ତି। ଉଠାଦୋକାନୀଙ୍କ ପାଇଁ ବଡ଼ ଦୋକାନୀମାନଙ୍କୁ ଗ୍ରାହକ ଆସୁନାହାଁନ୍ତି। ବିଶେଷକରି ପାର୍କିଂ ସମସ୍ୟା ଦେଖାଦେଇଛି। ରାଜଧାନୀର ମାର୍କେଟ ବିଲ୍ଡିଙ୍ଗରେ ଉଠାଦୋକାନୀମାନେ ଜବରଦଖଲ କରି ଆସୁଥିôବାରୁ ବଡ ବଡ ଦୋକାନୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସି ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୭ ବର୍ଷ ତଳେ ମାର୍କେଟ ଆସୋସିଏସନ ଏହି ସମାସ୍ୟା ବିଏମସି ଓ ପୁଲିସର ଦୃଷ୍ଟି ଆକର୍ଷଣ କରିବାରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ତତ୍କାଳୀନ ପୋଲିସ କମିଶନର ଆର.ପି .ସିଂ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବାରୁ ଉଠା ଦୋକାନୀମାନେ ମାର୍କେଟ ବିଲ୍ଡିଙ୍ଗ ଭିତରୁ ଉଠିବାକୁ ବାଧ୍ୟ ହୋଇଥିଲେ। କରୋନା ସମୟରେ କିଛିିିଦିନ ମାର୍କେଟ ବନ୍ଦ ରହିଥିଲା। କଟକଣା କୋହଳ ହେବାପରେ ଆସ୍ତେ ଆସ୍ତେ ପୁର୍ନବାର ଉଠା ଦୋକାନୀମାନେ…
Author: Samikhsya Bureau
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ବିଧିବଧ ଭାବେ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହୋଇଥିଲା। ଏଥିରେ ବିଜେଡି-୨୮୧, ବିଜେପି -୧୫, କଂଗ୍ରେସ-୧୪, ସ୍ବାଧୀନ-୨ ଏବଂ ଅନ୍ୟାନ୍ୟ-୨ ଜଣ ଜିତିଛନ୍ତି। ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେଉଁ ଦଳର କିଏ ଜିତିଲା। ଏଥିସହିତ ସେ କେତେ ଭୋଟରେ ଜିତିଲେ। ତେବେ ୩୧୫ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କେବଳ ନିଆଳିର ଜୋନ ୧ ଘୋଷଣା କରାଯାଇ ନାହିଁ।
ଭୁବନେଶ୍ବର: ଆଜି ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିଶନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଏହି ଫଳାଫଳ ସମସ୍ତେ ଅବଗତ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ତାହା ଘୋଷଣା କରାଯାଇ ନ ଥିଲା। ବର୍ତ୍ତମାନ ଘୋଷଣା ଅନୁସାରେ ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା ଗଣନା ତାରିଖ-୨୬.୦୨.୨୦୨୨ ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା -୩୧୫ ଫଳାଫଳ ଘୋଷିତ -୩୧୪ ( ନିଆଳି ଜୋନ ୧ ଘୋଷିତ ହୋଇ ନାହିଁ) ବିଜେଡି-୨୮୧ ବିଜେପି -୧୫ କଂଗ୍ରେସ-୧୪ ସ୍ବାଧୀନ-୨ ଅନ୍ୟାନ୍ୟ-୨
ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ 25 ଫେବୃୟାରୀ 2022 ରେ କେନ୍ଦ୍ରୀୟ ମୋଟର ବାହନ ନିୟମ 1989 ର ନିୟମ 93 ରେ ସଂଶୋଧନ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି ଯାହା ଅନୁସାରେ ଦୁଇ ଚକିଆ ବାହନର ପରିବହନ ପାଇଁ ବଡ଼ ବାହାନ ଏବଂ ଟ୍ରେଲରରେ ସର୍ବାଧିକ ତିନି ଡେକ୍ ରହିପାରିବ ଓ ଭାର ବହନ ସଂରଚନା, ଡ୍ରାଇଭରଙ୍କ କ୍ୟାବିନ ଉପର ପର୍ଯ୍ୟନ୍ତ ଉଠି କରି ରହିନଥିବା ଆବଶ୍ୟକ। ଏହାଦ୍ବାରା ଦୁଇଚକିଆ ଯାନର ପରିବହନ ପାଇଁ ପରିବହନ କ୍ଷମତା 40-50 ପ୍ରତିଶତ ବଢ଼ିଯିବ।
ସ୍ୱାସ୍ଥ୍ୟ ଟିପ୍ସ: ବଜାରରେ ଅନେକ ସପ୍ଲିମେଣ୍ଟ ଉପଲବ୍ଧ ଯାହା ପେଟର ଚର୍ବି ଜାଳିବାକୁ ଦାବି କରେ। କିନ୍ତୁ ସେହି ଦାବିଗୁଡିକ ମଧ୍ୟରୁ ଅଧିକାଂଶ ସତ ନୁହେଁ। ଅନ୍ୟପକ୍ଷରେ, ଏକ ସୁସ୍ଥ ଖାଦ୍ୟ ଏବଂ ଟିକିଏ ବ୍ୟାୟାମ ହେଉଛି ଓଜନ ହ୍ରାସ କରିବାର ସର୍ବୋତ୍ତମ ଉପାୟ। ଓଜନ ହ୍ରାସ ପାଇଁ, ସବୁବେଳେ ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ସେହିଭଳି, ପେଟର ଚର୍ବି ହ୍ରାସ ପାଇଁ କାକୁଡି ପାଣି ଏକ ରାମବାଣ ଭାବରେ ବିବେଚନା କରାଯାଏ। ଆସନ୍ତୁ ଆପଣଙ୍କୁ ଏଠାରେ କହିବା ଯେ କାକୁଡି ପାଣି କିପରି ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ। ଆସନ୍ତୁ ଜାଣିବା- ଓଜନ ହ୍ରାସ କରିବାରେ କାକୁଡି ପାଣି କିପରି ସାହାଯ୍ୟ କରେ ଶିଖନ୍ତୁ: କାକୁଡିରେ ଭିଟାମିନ୍ ସି ଏବଂ କେ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ ଫ୍ଲାଭୋନାଏଡ୍ ଭଳି ଅତ୍ୟାବଶ୍ୟକ ଉପାଦାନ ରହିଥାଏ, ଯାହା…
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ଲୋକମାନେ ସ୍ମାର୍ଟଫୋନରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ, ଏଥିରୁ କିଛି କ୍ଷଣ ଦୂରେଇବା ମଧ୍ୟ ଅସହ୍ୟ ହୋଇପଡୁଛି। ଏଥି ସହିତ କିଛି ଲୋକ ଶୋଇବା ପୂର୍ବରୁ ଫୋନରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଯାଞ୍ଚ ନକରି ଶୋଇପାରୁ ନାହାଁନ୍ତି। ଯଦି ଆପଣଙ୍କର ଅଭ୍ୟାସ ମଧ୍ୟ ଏହିପରି, ତେବେ ସାବଧାନ ରୁହନ୍ତୁ, କାରଣ ମୋବାଇଲରୁ ବାହାରୁଥିବା ବିକିରଣ ଆପଣଙ୍କ ପାଇଁ ଅନେକ ରୋଗ ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଶୋଇବା ପୂର୍ବରୁ ଆପଣ କାହିଁକି ମୋବାଇଲ୍ ଠାରୁ ଦୂରତା ରଖିବା ଉଚିତ୍। ଶୋଇବା ପୂର୍ବରୁ ଫୋନ୍ କାହିଁକି ଟର୍ନ୍ ଅନ୍ କରାଯିବା ଉଚିତ୍ ନୁହେଁ?: ଅନିଦ୍ରାର ଶିକାର- ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଶୋଇବା ପୂର୍ବରୁ ଫୋନ୍ ଅନ୍ ନକରିବାକୁ ପରାମର୍ଶ ଦିଆଯାଇଛି। ଏଥି ସହିତ, ଆପଣ ଜାଣନ୍ତି କି, ଯଦି ଆପଣ ଶୋଇବାକୁ ଯାଉଛନ୍ତି ଏବଂ ଆପଣ ଫୋନ୍ ଚଳାଉଛନ୍ତି, ତେବେ ଫୋନରୁ ବାହାରୁଥିବା ନୀଳ ଆଲୋକ…
ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୫ ମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଜାରିରହିଛି। ସକାଳ ୧୧ଟା ପର୍ଯ୍ୟନ୍ତ ୨୧.୩୯% ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। କେତେକ ସ୍ଥାନରେ ଇଭିଏମ୍ ତ୍ରୁଟିପୂର୍ଣ୍ଣ ଘଟଣା ଘଟିଥିଲା, ଯାହା ପରେ ସେଗୁଡିକୁ ସଂଶୋଧନ କରାଯାଇଛି।
ଭୁବନେଶ୍ବର: ସାରା ଭାରତରେ ‘ପୁଷ୍ପା’ ଚଳଚିତ୍ରକୁ ନେଇ ବେଶ ଚହଳ ପକାଇଛି। ମୁଖ୍ୟତଃ ଏହି ଚଳଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭୂମିକା ବେଶ ଉଚ୍ଚକୋଟିର ହୋଇପାରିଛି। ଜଙ୍ଗଲ ମଧ୍ୟରୁ ରକ୍ତ ଚନ୍ଦନ କାଠ ଚୋରୀକୁ ନେଇ ଏହି ଚଳଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ଏପରି ବାସ୍ତବତା ପ୍ରତିଫଳିତ କରାଯାଇଛି ଯେ କେହି ବି ଦେଖି ବିଭୋର ହୋଇପଡୁଛି। ପୁଷ୍ପା ଭୂମିକାରେ ଥିବା ଅର୍ଜ୍ଜୁନଙ୍କ ବାସ୍ତବ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି। ଏହି ଚଳଚିତ୍ରରେ ଚନ୍ଦନ ତସ୍କରଙ୍କ କାରନାମ ସହିତ ଜଙ୍ଗଲ ଅଧିକାରୀଙ୍କ ସୁରକ୍ଷାର ସଂଘର୍ଷ ବେଶ ଉଚ୍ଚ କୋଟିର ହୋଇପାରିଛି। ଫଳରେ ଚଳଚିତ୍ରଟି ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଛି। ଏହି ଚଳଚିତ୍ରର ସଂଗୀତ ମଧ୍ୟ କୌଣସି ଗୁଣରେ କମ ନାହିଁ। ଏହି ସଂଗୀତକୁ ନେଇ ପିଲାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅଭିନୟ କରିବାରେ ମଧ୍ୟ ଲାଗିଛନ୍ତି। ତେବେ ଜଙ୍ଗଲ କାଠ ଚୋରୀ ଉପରେ ଆଧାରିତ ଏହି ଚଳଚିତ୍ରଟି…
ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ। ମୋଟ ୮୫୧- ଫାଳଫଳ/ଆଗୁଆ- ୫୭୧: ବିଜେଡି- ୫୦୧ ଟିରେ ଆଗୁଆ ବିଜେପି- ୩୬ ଟିରେ ଆଗୁଆ କଂଗ୍ରେସ- ୧୫ ଟିରେ ଆଗୁଆ ଅନ୍ୟାନ୍ୟ-୧୯ ଟିରେ ଆଗୁଆ
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୯୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨୫ ବାଲେଶ୍ଵର ଜିଲ୍ଲାରୁ-୮ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୨ ବୌଦ୍ଧ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୨୬ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨୧ ଝାରସୁଗୁଡା ଜିଲ୍ଲାରୁ- ୨୫ କଳାହାଣ୍ଡି ଜିଲ୍ଲାରୁ- ୧ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୭ ଖୋର୍ଦ୍ଧା ଜିଲ୍ଲାରୁ- ୩୩ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ ଜିଲ୍ଲାରୁ- ୧୧ ନବରଙ୍ଗପୁର ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୧…
ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ। ମୋଟ ୮୫୧- ଫଳାଫଳ/ଆଗୁଆ- ୩୬୮ ବିଜେଡି- ୩୨୩ ଟିରେ ଆଗୁଆ ବିଜେପି- ୧୮ ଟିରେ ଆଗୁଆ କଂଗ୍ରେସ- ୧୭ ଟିରେ ଆଗୁଆ ଅନ୍ୟାନ୍ୟ-୦୫ ଟିରେ ଆଗୁଆ
ଭୁବନେଶ୍ବର: ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ। ମୋଟ ଜିଲ୍ଲାପରିଷଦ- ୮୫୧/ ଗଣତି ଚାଲିଛି- ୩୩୫ ବିଜେଡି-୨୯୪ ଟିରେ ଆଗୁଆ କଂଗ୍ରେସ- ୧୭ ଟିରେ ଆଗୁଆ ବିଜେପି- ୧୬ ଟିରେ ଆଗୁଆ ଅନ୍ୟାନ୍ୟ-୦୫ ଟିରେ ଆଗୁଆ
ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।
ଜ୍ୟୋତି ନନ୍ଦ ଏଇଠି ପ୍ରଶ୍ନଟି ପୁଣି ତର୍କ ଓ ଆବେଗ କୁ ନେଇ। ପ୍ରସଙ୍ଗଟି ରସଗୋଲା। ସାଧାରଣତଃ ଇତିହାସ ଆବେଗର ପରିଭାଷା ବୁଝେ ଆଉ ସେହି ଭାଷା ବୁଝେ ବୋଲିତ ଇତିହାସ ସାରା ମାଳମାଳ ଯୁଦ୍ଧ ହୁଏ। କିନ୍ତୁ ସବୁକଥାତ ଆଉ ଖଣ୍ଡା ତଲୁଆରର ଯୁଦ୍ଧରେ ନିର୍ଦ୍ଧାରିତ ହୋଇପାରିବ ନାହିଁ। ସେଇଠି ଆବଶ୍ୟକ ତର୍କସମ୍ମତ ବିଚାର ଯାହା ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସହାୟକ ହେବ। ଆମେ ଆବେଗରେ ଯେ କୌଣସି ବସ୍ତୁ ଉପରେ ଆମର ଅଧିକାର ସାବ୍ୟସ୍ତ କରିପାରୁ ଆଉ ଯଦି ପ୍ରତିପକ୍ଷ କେହି ଆମର ଏହି ଅଧିକାର ଉପରେ ନିଜର ଦାବୀ ଉପସ୍ଥାପନ କରେ, ଆମେ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠୁ।କିନ୍ତୁ ଯଦି ଏହା ଆମର ତର୍କସମ୍ମତ ଉତ୍ତରାଧିକାର ହୋଇଥାଏ, ଯେପରି ଆମର ଘର ଦ୍ୱାର, ସ୍ଥାବର ଅସ୍ଥାବର ସଂପତ୍ତି ସେଇଠି ଆମେ ଅତ୍ୟନ୍ତ ଦୃଢ଼ତାର ସହ, ଯଦି କେହି ସେଥିରେ ନିଜର ଭାଗ ବସେଇଇବାକୁ ଆସେ ତାହାର ମୁକାବିଲା…
ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।
ନୂଆଦିଲ୍ଲୀ, ରବିବାରର ପ୍ରକୃତି ହେଉଛି ଶୁଭ୍ର। ରବିବାର ହେଉଛି ସୂର୍ଯ୍ୟଙ୍କର ଦିନ। ଏହା ମଧ୍ୟ ଭଗବାନ ବିଷ୍ଣୁ ଏବଂ ସୂର୍ଯ୍ୟଦେବଙ୍କ ଦିନ। ହିନ୍ଦୁ ଧର୍ମରେ ଏହା ସର୍ବୋତ୍ତମ ଦିନ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତତା ପାଇବା ପାଇଁ ରବିବାର ଉପବାସ କରିବା ଉଚିତ୍। ରବିବାରର ଛୁଟିଦିନ ବୋଲି ଘୋଷଣା କରାଯାଉଥିବାରୁ ସପ୍ତାହର ପ୍ରଥମ ଦିନ ସୋମବାର ବୋଲି ବିବେଚନା କରାଯାଏ। କିନ୍ତୁ ବାସ୍ତବରେ, ରବିବାର ହେଉଛି ସପ୍ତାହର ପ୍ରଥମ ଦିନ। ଜାଣନ୍ତୁ ରବିବାର ଦିନ କେଉଁ ସାତୋଟି କାମ କରିବା ଉଚିତ ନୁହେଁ ୧- ଏହି ଦିନ ପଶ୍ଚିମ ଏବଂ ବାୟୁ ଦିଗରେ ଯାତ୍ରା କରନ୍ତୁ ନାହିଁ। ଯଦି ଏହି ଦିଗରେ ଯାତ୍ରା କରିବା ଆବଶ୍ୟକ ହୁଏ, ତେବେ ରବିବାର ଦିନ ଡାଲିଆ, ଘିଅ କିମ୍ବା ପାନ ଖାଇ କିମ୍ବା ପଛକୁ ପାଞ୍ଚ ହାତ ଚାଲିବା ପରେ ଏହି ଦିଗକୁ ଯାଆନ୍ତୁ, କାରଣ ଏହି ଦିନ, ବିଶେଷ…
ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ। ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ। ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ। ଆପଣ ଧର୍ଯ୍ୟବାନ ହେବା ଉଚିତ୍। ମିଥୁନ- ଆଜି ରୋଗ…
ଭୁବନେଶ୍ବର: ଶନିବାର ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ସରକାରୀ ବାସଭବନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିକାଶ ଧାରା ଏବଂ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ନେତୃତ୍ୱ ରେ ୱାର୍ଡ 40 ଓ 41 ଅନ୍ତର୍ଗତ ୟୁନିଟ 1,2,3 ଏବଂ ବାପୁଜୀ ନଗର ଅଞ୍ଚଳ ର 300 ରୁ ଉର୍ଦ୍ଧ ବିଜେପି କର୍ମୀ ଓ ସଭ୍ୟ ବିଜେପି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଛନ୍ତି। ବନଦୁର୍ଗା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆକାଶ ପଟ୍ଟନାୟକ, ବନଦୁର୍ଗା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ନାୟକ, ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ନୀଳକଣ୍ଠ ରେଡ୍ଡୀ, ବରିଷ୍ଠ ବିଜେପି କର୍ମୀ ସହଦେଵ ନାୟକ, ଆସିୟା ବେଗମ,ବିଶ୍ୱରଂଜନ ସିଙ୍ଗ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହିତ କଥା ହୋଇଛନ୍ତି। ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନରେ ବର୍ତ୍ତମାନର ସଂକଟପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ। ହିଂସାର ତୁରନ୍ତ ପରିସମାପ୍ତି କରିବା ସହିତ ଆଲୋଚନା ମାର୍ଗକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ନିବେଦନକୁ ପୁଣିଥରେ ଦୋହରାଇଥିଲେ। ସେ କହିଥିଲେ ଯେ ଶାନ୍ତି ପ୍ରକ୍ରିୟାରେ ଭାରତ ଯେକୌଣସି ପ୍ରକାର ହସ୍ତକ୍ଷେପ କରିବା ଲାଗି ପ୍ରସ୍ତୁତ ରହିଛି। ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ଚିନ୍ତା ବ୍ୟକ୍ତ କରିଥିଲେ। ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଏବଂ ନିରାପଦ ଭାବେ ଉଦ୍ଧାର କରିବା ଲାଗି ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ସେ ସହଯୋଗ ଲୋଡ଼ିଥିଲେ।
ଭୁବନେଶ୍ୱର: କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି। କୋଭିଡ୍ର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଭର୍ଚୁଆଲି ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍ଚର ପ୍ରଦାନ କରି ଡ: ଭୋରା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ୪ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରୁଛି। ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟସେବା, ଜଳବାୟୁରେ ସ୍ଥିରତା, ଅର୍ଥନୈତିକ ପୂର୍ନଃଜାଗରଣ ଓ ସନ୍ତ୍ରାସବାଦର ମୂଳତ୍ପାଟନ। କୋଭିଡ୍ର ବିଭୀଷିକା ମଧ୍ୟରେ ଭାରତ ଟୀକା ଉତ୍ପାଦନ କରି ୬୦ଟି ଦେଶକୁ ଯୋଗାଇ ପାରିବା କମ୍ କଥା ନୁହେଁ ବୋଲି ସେ କହିଥିଲେ। ସେ କହିଥିଲେ ଏହି ଟୀକା ଉତ୍ପାଦନ କ୍ଷମତା ଭାରତ ପକ୍ଷରେ ଏକ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକର ଜୋନ ନମ୍ବର ୪ ର ଜିଲ୍ଲାପରିଷଦ ସଦସ୍ୟ ଓ ଏହି ଜୋନ ଅଧିନସ୍ଥ ମୋଟ ୬ ଟି ପଞ୍ଚାୟତ ଯଥା ହରିପୁର, ନଇରୀ, ବଉଳାବନ୍ଧ, କୁମାଣ୍ଡୋଳପାଟଣା, ବିରିବାଡି, ଆଙ୍କୁଲା, ପଞ୍ଚାୟତର ଆଜି ମତ ଗଣନା ଚାଲିଛି। ଏଥିରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଦସ୍ୟଙ୍କର ମତ ଗଣନା ସିମୀତ ଗଣନାକାରୀଙ୍କ ସହଯୋଗରେ ଚାଲିଥିବାରୁ ଏହି ଗଣନା ସୀମାତିରିକ୍ତ ବିଳମ୍ବିତ ହୋଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଆଜି ସକାଳ ୮ ରୁ ଅଦ୍ୟାବଧି ରିପୋର୍ଟ ଲେଖା ସୁଦ୍ଧା ଉପରୋକ୍ତ ୬ଟି ବିଭିନ୍ନ ପଞ୍ଚାୟତର ୪ରୁ ୫ ଟି ଓ୍ବାର୍ଡର ମତ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ପଦର ପ୍ରତି ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣନା ଶେଷ ହେବାକୁ ରାତି ପାହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ମତଗଣନା ଚାଲିଥିବା ଚିଲିକା ବ୍ଲକ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ଦୋକାନ…

