ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଗଣତି। ଏହି ପର୍ଯ୍ୟାୟରେ ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଜୋନରର ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେଡି ସର୍ବାଗ୍ରେ ରହିଛି। ବିଜେଡି ଏପରିସ୍ଥିତିରେ ରହିଛି ଯେ, ବିରୋଧୀ ଧଳ ପୁରା ଧୋଇ ହୋଇଯିବାର ସମ୍ଭାବନା ଦେଖାଦେଇଛି। ସୂଚନା ଅନୁସାରେ ବର୍ତ୍ତମାନ ଗଣତିରେ ବିଜେଡି ୨୧୦ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି। ସେହିପରି ବିଜେପି ୧୫ ଟି ଏବଂ କଂଗ୍ରେସ ୬ ଟି ଜୋନରେ ଆଗରେ ରହିଛି। ଗତ ଦୁଇ ପର୍ଯ୍ୟାୟ ଗଣତିରେ ସ୍ବାଧୀନ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ କେତେକ ଜୋନରେ ଆଗରେ ରହୁଥିଲେ। ହେଲେ ଏହି ପର୍ଯ୍ୟାୟ ସେମାନଙ୍କର ସ୍ଥିତି ପୁରା ଲିଭି ଯାଇଛି। ପ୍ରଥମ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବହୁ ବହୁ ଆଗରେ ରହିଛି। ଚୁଡାନ୍ତ ତଥ୍ୟ ଅନୁସାରେ ମୋଟ ଘୋଷିତ ୩୧୪ ଟି ଜୋନ ମଧ୍ୟରୁ ବିଜେଡିକୁ…
Author: Samikhsya Bureau
ଭୁବନେଶ୍ବର: ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ। ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ…
ଭୁବନେଶ୍ବର: ଆଜି ବିଧିବଧ ଭାବେ ପ୍ରକାଶ ପାଇଛି ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି। ଏହି ବିଜ୍ଞପ୍ତି ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ରାଜ୍ୟ ସମସ୍ତ ଜିଲ୍ଲାପାଳ ଅପିସ ଏବଂ ତହସିଲ ଅପିସରେ ଏହି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଯେଉଁ ଯେଉଁ ତାରିଖରେ ନିର୍ବାଚନ ପକ୍ରିୟାର ବିଭିନ୍ନ କାର୍ଯ୍ୟ ହେବ ତାହା ହେଲା.. ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨ ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨ ଫଳାଫଳ : ୨୬ ମାର୍ଚ୍ଚ ୨୦୨୨ ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨ ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨ ଏଥର ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ହେବ। ଏ ନେଇ…
ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ରାଜ୍ୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଗତକାଲି ଏହି ଗଣତି ବିଭିନ୍ନ ବ୍ଲକରେ କରାଯାଇଥିଲା। ତେବେ ସୂଚନା ଅନୁସାରେ ଗଣନା ତାରିଖ- ୨୭.୦୨.୨୨ ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ -୩୦୫ ଫଳାଫଳ ଘୋଷିତ- ୨୯୫ ବିଜେଡି -୨୬୦ ବିଜେପି – ୧୬ କଂଗ୍ରେସ – ୧୬ ସ୍ବାଧୀନ – ୦୧ ଅନ୍ୟମାନେ – ୦୨
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସେଠାରେ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟାକୁ ଜୋରଦାର କରୁଛି। ସମ୍ପ୍ରତି ଭାରତୀୟମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଆରମ୍ଭ କରିଛି। ଏହି ଟ୍ୱିଟର ହ୍ୟାଣ୍ଡେଲର ନାମ OpGanga Helpline ରଖାଯାଇଛି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବା ପାଇଁ ଅପରେସନ୍ ଗଙ୍ଗା ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି। ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆରେ ଭାରତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିସାରିଛି। ଯାହା ଦ୍ଵାରା ସଙ୍କଟଗ୍ରସ୍ତ ଭାରତୀୟମାନେ ଶୀଘ୍ର ଏହି ଦେଶଗୁଡ଼ିକ ସହିତ ୟୁକ୍ରେନ ସୀମା ଦେଇ ସ୍ଥାନାନ୍ତରିତ ହୋଇପାରିବେ। ୟୁକ୍ରେନର ବିପଦ ଅଞ୍ଚଳରେ ଏବେ ମଧ୍ୟ ହଜାର ହଜାର ଭାରତୀୟ ଫସି ରହିଛନ୍ତି। ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୪ ଘଣ୍ଟିଆ ହେଲ୍ପଲାଇନ ଆରମ୍ଭ…
ଭୁବନେଶ୍ବର: ଦୁଇ ଦିନ ଧରି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି। ଆଜି ଭୋଟ ଗଣତିର ତୃତୀୟ ଦିନ। ଦୁଇ ଦିନ ମଧ୍ୟରେ ଫଳାଫଳ ସାମନାକୁ ଆସିଥିବା ବେଳେ ଆଜି ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟରେ ସରକାରୀ ଦଳ ବହୁତ ବଡ ବ୍ୟବଧାନରେ ବିଜୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୮୫ ଟି ଜିଲ୍ଲାପରିଷଦ ଆସନର ଫଳାଫଳ ଘୋଷଣା ହୋଇସାରିଛି ଏଥିରେ ବିଜେଡ଼ି ୫୧୮ ଟି ଆସନ ଅକ୍ତିଆର କରିଥିବା ବେଳେ ୩୧ ଟି ଆସନରେ ବିଜେପି ଏବଂ ୨୯ ଟି କଂଗ୍ରେସ ଏବଂ ସ୍ଵାଧୀନ ପ୍ରାର୍ଥୀ ୦୭ ଟି ଆସନରେ ବିଜୟ ଲାଭ କରିଛନ୍ତି ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୨୩୦ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ବର୍ତ୍ତମାନ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ମୋଟ ୮୫୧- ଫାଳଫଳ/ଆଗୁଆ- ୮୧୬: ବିଜେଡି- ୭୩୦ ଟିରେ ଆଗୁଆ ବିଜେପି- ୪୪…
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୩ ବର୍ଷ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୱାଲ, ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ଯୋଗ ଦେବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ,ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସୂଚନା ଦେଇଥିଲେ ।
ନୂଆଦିଲ୍ଲୀ: ଦେଶରେ ଆଜି ୮ ହଜାର ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ମଧ୍ୟ ଆଉ ୧୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୩୪ ହଜାର ୧୩୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୩ ହଜାର ୮୪୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୬ ହଜାର ୭୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୭ ହଜାର ୭୮୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୨ ହଜାରକୁ ୬୦୧ ବୃଦ୍ଧି ପାଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୧ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୫ ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୨ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୨ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୬ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୨୪ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୧୫ ଝାରସୁଗୁଡା ଜିଲ୍ଲାରୁ- ୨୧ କଳାହାଣ୍ଡି ଜିଲ୍ଲାରୁ- ୩ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୨୩ କୋରାପୁଟ ଜିଲ୍ଲାରୁ-…
ଭୁବନେଶ୍ବର: ମହା ଶିବରାତ୍ରୀ ହେଉଛି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ମୁଖ୍ୟତଃ ଶୈବ୍ୟ ଧର୍ମରେ ପ୍ରତ୍ୟେକ ସୋମବାର, ପ୍ରତ୍ୟେକ ଚତୁର୍ଦ୍ଦଶୀ ଭଗବାନ ଶିବଙ୍କ ପାଇଁ। ହେଲେ ଭକ୍ତମାନେ ମହାଶିବରାତ୍ରୀକୁ ସମ୍ପୂର୍ଣ୍ଣ ଅପେକ୍ଷା କରି ରହନ୍ତି। ଏଥର ମହାଶିବରାତ୍ରୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 1, 2022 ମଙ୍ଗଳବାର ଦିନ ସକାଳ 3.16 ରୁ ଆରମ୍ଭ ହେଉଛି। ଏହି ପବିତ୍ର ଦିନରେ ରୁଦ୍ରାବଭିଷେକ କଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଭଗବାନ ଶିବ ଯାହା ଯାହା ମାଗନ୍ତି ତାହା ଆନ୍ତରିକତାର ସହିତ ଦିଅନ୍ତି । ଏହା ସହିତ, ଶିବଲିଙ୍ଗ ଉପରେ ବିଶେଷ ଜିନିଷ ପ୍ରଦାନ କଲେ ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ଶିବଙ୍କୁ କିପରି ପୂଜା କରାଯାଏ। ଏହି ମହା ଶିବରାତ୍ରୀରେ କ’ଣ କରିବା ଉଚିତ, କଣ କରିବା ଅନୁଚିତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ, ଶିବଲିଙ୍ଗରେ…
ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି। ସେଠାରେ ବିଜେଡି ପ୍ରାର୍ଥୀ ଲିଲିବାଳା ଭୋଳଙ୍କୁ ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ପରାଜିତ କରିଛନ୍ତି। ରୋଜିତା ୧୬୮୪ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ତେବେ ବାଣପୁର ବ୍ଲକର ୧୩ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଟିକି ଶବର ବିଜୟ ଲାଭ କରିଥିବା ବେଳେ ଚିଲିକା ବ୍ଲକର ୨ ଜଣ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଘୋଷଣା ହୋଇଥିବା ୪ ଟି ଆସନ ମଧ୍ୟରୁ ୨ଟି ଆସନରେ ବିଜେଡ଼ି ଜିତିଥିବା ବେଳେ ୨ ଟି ଆସନରେ ବିଜେପି ଜିତିପାରିଛି। ଆଜି ଆଉ ୨ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।…
ଭୁବନେଶ୍ବର: ଦୁଇ ଦିନ ଧରି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି। ଆଜି ଭୋଟ ଗଣତିର ତୃତୀୟ ଦିନ। ଦୁଇ ଦିନ ମଧ୍ୟରେ ଫଳାଫଳ ସାମନାକୁ ଆସିଥିବା ବେଳେ ଆଜି ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟରେ ସରକାରୀ ଦଳ ବହୁତ ବଡ ବ୍ୟବଧାନରେ ବିଜୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୮୫ ଟି ଜିଲ୍ଲାପରିଷଦ ଆସନର ଫଳାଫଳ ଘୋଷଣା ହୋଇସାରିଛି ଏଥିରେ ବିଜେଡ଼ି ୫୧୮ ଟି ଆସନ ଅକ୍ତିଆର କରିଥିବା ବେଳେ ୩୧ ଟି ଆସନରେ ବିଜେପି ଏବଂ ୨୯ ଟି କଂଗ୍ରେସ ଏବଂ ସ୍ଵାଧୀନ ପ୍ରାର୍ଥୀ ୦୭ ଟି ଆସନରେ ବିଜୟ ଲାଭ କରିଛନ୍ତି ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୨୩୦ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ବର୍ତ୍ତମାନ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ମୋଟ ୮୫୧- ଫାଳଫଳ/ଆଗୁଆ- ୬୫୪: ବିଜେଡି- ୫୮୧ ଟିରେ ଆଗୁଆ ବିଜେପି- ୩୩…
ଭୁବନେଶ୍ବର: ଆସନ୍ତାକାଲି ହେଉଛି ମହାଶିବରାତ୍ରୀ। ଭୁବନେଶ୍ବରର ପ୍ରସିଦ୍ଧ ଶୈବପିଠ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ପ୍ରସ୍ତୁତି ପର୍ବ ତଦାରଖ କରିଥିଲେ। ସେ ମନ୍ଦିରର ବିଭିନ୍ନ ସ୍ଥାନ ପରିଦର୍ଶନ ପରି ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ ବୋଲି ନିଷ୍ପତି ହୋଇଛି। ଭକ୍ତମାନେ ଧାଡିରେ ଯାଇ ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି ମନ୍ଦିରରୁ ପ୍ରସ୍ଥାନ କରିବେ ।
ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ଏବଂ ପରେ ଭୀଷ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏପରି ଅନେକ ଜିନିଷ ଥିଲା ଯାହାକୁ ସେ କେବଳ ଧୃତରାଷ୍ଟ୍ର, , ଦୁର୍ଯ୍ୟୋଧନ, , କୃଷ୍ଣ, , ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ କହିଥିଲେ। ଶରଶଯ୍ୟାରେ ପଡ଼ି ଭୀଷ୍ମ ଅନେକ ନୀତିବାଣୀ ଦେଇଛନ୍ତି। ଯାହା ସାଧାରଣ ମଣିଷ ଜୀବନରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେ ସବୁ ମଧ୍ୟରୁ ଆସନ୍ତୁ ଜାଣିବା ମାତ୍ର ଦଶଟି କଥା। ୧- ଅନ୍ୟମାନେ ଭଲ ପାଉଥିବା ଶବ୍ଦ କୁହନ୍ତୁ। ଅନ୍ୟମାନଙ୍କୁ ଖରାପ କଥା କହିବା, ଅନ୍ୟମାନଙ୍କୁ ସମାଲୋଚନା କରିବା, ଖରାପ ଶବ୍ଦ କହିବା, ଏସବୁ ତ୍ୟାଗ କରିବା ଉଚିତ। ଅନ୍ୟମାନଙ୍କୁ ଅପମାନ କରିବା ନିଜର ଅହଂକାର ଭାବକୁ ପ୍ରକଟ କରିଥାଏ। ୨- ବଳିଦାନ ବିନା କିଛି ହାସଲ ହୁଏ ନାହିଁ। ତ୍ୟାଗ ବିନା ଚରମ ଆଦର୍ଶର କୌଣସି ବାସ୍ତବତା ନାହିଁ । ତ୍ୟାଗ ବିନା ମଣିଷ ଭୟରୁ ମୁକ୍ତ ହୋଇପାରିବ ନାହିଁ । ତ୍ୟାଗ ସାହାଯ୍ୟରେ ମଣିଷ…
ଭୁବନେଶ୍ବର: ଆଜି ଫେବୃୟାରୀ ମାସର ଶେଷ ଦିନ। ଆଜିର ଦିନରେ କଣ ରହିଛି ମୁଖ୍ୟ ଖବର ଜାଣନ୍ତୁ ୧-ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା । ୨-ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି । ୩-ରୁଷ ଘନ ଘନ ଆକ୍ରମଣ କରି ୟୁକ୍ରେନର ରାଜଧାନୀ କିଭ ନିକଟତର ହେଲାଣି। ତେବେ ଏହି ଯୁଦ୍ଧ ଉପରେ ବିରାମ ଲାଗିବ ନା ଆହୁରି ଭୟଙ୍କର ହେବା ତାହା କହିବା ମୁସ୍କିଲ। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ପ୍ରତିନିଧିମଣ୍ଡଳ ରୁଷ ଅଧିକାରୀଙ୍କୁ…
ଭୁବନେଶ୍ବର: ଆଜି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତି। ଆଜି ମୋଟ 230ଟି ଜିଲ୍ଲା ପରିଷଦ ଜୋରର ଭୋଟ ଗଣତି ହେବ। ଆଜି ସକାଳ ଆଠଟାରୁ ଏହି ଗଣତି ପକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଗଣିତ ଗତକାଲି କରାଯାଇଥିଲା। ଏଥିରେ ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯାଇଥିଲା।
ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଛଅ ଜଣ ଯଦି ଶୋଇଛନ୍ତି ତେବେ ସେମାନଙ୍କୁ ଉଠାନ୍ତୁ ନାହିଁ। ଯଦି ଉଠାଇବେ ତେବେ ହୋଇପାରେ ମୃତ୍ୟୁ କିମ୍ବା ଅସୁବିଧା। ତେଣୁ ଯେଉଁମାନେ ଚାଲକ ବ୍ୟକ୍ତି ସେମାନେ କେବେ ବି ଏମାନଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତି ନାହିଁ। ତେବେ ଚାଣକ୍ୟଙ୍କ ମତରେ ଏହି ଛଅ ଜଣ ହେଉଛନ୍ତି ସର୍ପ, ରାଜା, ହିଂସ୍ର ପଶୁ, ଅନ୍ୟର କୁକୁର, ଶିଶୁ ଏବଂ ମୂର୍ଖ। ସାପ ଶୋଇଥିଲେ ଯଦି ଆପଣ ତାକୁ ଉଠାନ୍ତି ତେବେ ସେ ଚଟକରି ଦଂଶନ କରିବ। ସେହିପରି ରାଜା ଶୋଇଥିଲେ ତାଙ୍କ ନିଦ୍ରଭଙ୍ଗ କଲେ ସେ ହୁଏତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଦେବେ। ସେହିପରି ହିଂସ୍ର ପଶୁ ଯଥା ବାଘ, ସିଂହ, ବରାହ ପ୍ରଭୃତି ପଶୁଙ୍କୁ ନିଦରୁ ଉଠାଇଲେ ସେମାନେ ମାରି ଗୋଡାଇବା ନିଶ୍ଚିତ। ସେହିପରି ଅନ୍ୟର କୁକୁରକୁ ମଧ୍ୟ ନିଦରୁ ଉଠାଇଲେ ସେ ଆକ୍ରମଣ କରିବା ଥୟ। ଅନ୍ୟପକ୍ଷରେ ଶିଶୁଙ୍କୁ…
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ 2 ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ ଜଣେ ମହିଳା ଡାକ୍ତର ବିଜୟୀ ହୋଇଛନ୍ତି। ସେ ହେଲେ ନାସା ଗଳା କର୍ଣ୍ଣ ବିଶେଷଜ୍ଞ ଡାକ୍ତର ଲିପିକା ମାଝୀ। ତାଙ୍କର ଆଉ ଏକ ପରିଚୟ ହେଉଛି ସେ ହେଉଛନ୍ତି ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ୍ ର ଅଧକ୍ଷ ଭୁଜବଳ ମାଝୀଙ୍କ କନ୍ୟା। ସେ ଡାକ୍ତର ଭାବେ ନିଜର ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଜନସେବା କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ପାଦଥାପିଲେ। ଫଳରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ପ୍ରତିଦ୍ବନ୍ଦିତାରେ ଭାଗ ନେଲେ,ଆଉ ଜିତିଲେ ମଧ୍ୟ। ଯାହାକୁ ନେଇ ସମସ୍ତେ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି।
ନୂଆଦିଲ୍ଲୀ: ଟି-୨୦ ସିରିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ ୩-୦ ରେ କ୍ଲିନ୍ ସୁଇପ୍ କରିଛି। ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୬.୫ ଓଭରରେ ଲକ୍ଷ୍ୟ ପୂରଣ କରିଥିଲା। ଭାରତ ପାଇଁ ବ୍ୟାଟିଂ କରି ଶ୍ରେୟାସ ଆୟର୍ ଅପରାଜିତ ୭୩ ରନ୍ କରିଥିଲେ। ସେ ୪୫ ବଲରେ୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ଶେଷରେ ରବିନ୍ଦ୍ର ଜାଡେଜା ୧୫ ଟି ବଲରୁ ଅପରାଜିତ ୨୨ ରନ୍ କରିଥିଲେ। ଏହି ଇନିଂସରେ ଜାଡେଜା ମଧ୍ୟ ୩ ଟି ଚୌକା ମାରିଥିଲେ। ସଞ୍ଜୁ ସାମସନ ଏବଂ ଅଧିନାୟକ ରୋହିତ ଶର୍ମା ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ସମୟରେ ରୋହିତ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୧୨ ଟି ବଲରୁ ସାମସନ୍ ୧୮ ରନ୍ ସଂଗ୍ରହ କରିଥିଲେ।…
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…
ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ‘ଆସ ଭଲ ମଣିଷ ହେବା’ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏବଂ କର୍ତ୍ତବ୍ୟନୀଷ୍ଠ, ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ ବକୁଳ ବନବିଦ୍ୟାଳୟ ସମାଜ ଗଠନରେ ଏକ ମୁକସାକ୍ଷୀ। ଗୁରୁକୂଳ ପରମ୍ପରା ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆଚାର୍ଯ୍ୟ ଚିର ନମସ୍ୟ ଥିଲେ। ଅଧ୍ୟାପକ ସୁଗମ ରାଉତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିନଥାଏ। ଗୁରୁକୂଳମାନେ ହରିହରଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ। ପରିଶେଷରେ କ୍ରୀଡ଼ା ଶିକ୍ଷକ ଶିବ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଘଡ଼େଇ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ôତଲେ।

