ଅମୃତସର: ପଞ୍ଜାବର ଅମୃତସରରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସଏଫ) ର ଏକ ମେସରେ ଗୁଳି ବିନିମୟ ହେବାର ଖବର ରହିଛି। ଏହି ଦୁର୍ଘଟଣାରେ ୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଚିନ୍ତାଜନକ ରହିଛି। ଏହି ଦୁର୍ଭାଗ୍ୟଜନକ ଘଟଣା ଆଜି ଅମୃତସରର ଖାସା ଠାରେ ଥିବା ୧୪୪ ତମ ବାଟାଲିୟନର ମୁଖ୍ୟାଳୟରେ ଘଟିଥିଲା, ଯେତେବେଳେ କନଷ୍ଟେବଳ ସତ୍ତାପ୍ପା ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ କନଷ୍ଟେବଳ ସତ୍ତାପ୍ପାଙ୍କ ସମେତ ୫ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଆହତ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୀମା ସୁରକ୍ଷା ବଳର ଅଧିକାରୀ ସୂଚନା ଦେଇଛନ୍ତି। ଗୁଳି ବିନିମୟର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସୈନିକମାନଙ୍କ ମଧ୍ୟରେ ହେଡ କନଷ୍ଟେବଳ ଡିଏସ ତୋରାସାକର, ହେଡ କନଷ୍ଟେବଳ…
Author: Samikhsya Bureau
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭୋଟ୍ ଦେବା ପରେ ଯେଉଁଠାରେ ଇଭିଏମ୍ ରଖାଯାଇଛି ସେହି ସ୍ଥାନଗୁଡିକୁ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଭାରତ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଶନିବାର ବୁଲନ୍ଦସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଅସାଧୁ ପ୍ରକ୍ରିୟାରେ ଉତ୍ତରପ୍ରଦେଶର ଅତି କମରେ ୭୦ ଟି ଆସନ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟିକାଏତ ଆଶଙ୍କା କରିଛନ୍ତି। ମତଗଣନା ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପାଖରେ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣନା କରିବାକୁ ସେ କହିଛନ୍ତି। ଗଣନାରେ ଅନେକ ଅନିୟମିତା ହୋଇପାରେ ବୋଲି ରାକେଶ ଟିକାଏତ ଆଶଙ୍କା କରିଛନ୍ତି। ମାର୍ଚ୍ଚ ୯ ଓ ୧୦ ତାରିଖ…
ଭୁବନେଶ୍ଵର: ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ କମିଶନରେଟ ପୋଲିସ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵରରେ ଖଟି ଉପରେ କଟକଣା ଲଗାଯାଇଛି। ରାସ୍ତାକଡ କିମ୍ବା ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ବାରଣ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ମଦୁଆ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରାଯାଇଛି। ମଦ ପିଉଥିବା ୨୦୦ ଜଣ ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି। ପ୍ରତି ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ପୋଲିସ। ସେହିଭଳି ଖଟି କରୁଥିବା ୯୨ ଜଣ ଲୋକଙ୍କୁ ଫାଇନ କରିବା ସହ ୧୨ ଟି ଖଟି ଗ୍ରୁପକୁ କମିଶନରେଟ ପୋଲିସ ଭାଙ୍ଗିଦେଇଛି।
ଭୁବନେଶ୍ଵର: ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହୋଇପାରେ। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ହେବ। ଏହାସହିତ ବିଧାନସଭା ସମାଚାର ୟୁଟୁବ ଚ୍ୟାନେଲ କରାଯିବ। ବିଧାନସଭା ପରିସରରେ ଏଥିପାଇଁ ଷ୍ଟୂଡିଓ ତିଆରି କରାଯାଉଛି। ଏଥିରେ ବିଧାନସଭା ସମ୍ପର୍କିତ ଖବର ପ୍ରସାରଣ କରାଯିବ। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ପ୍ରସାରିତ ହେବ। ସଂସଦ ଢାଞ୍ଚାରେ ପ୍ରସାରିତ ହେବ ବିଧାନସଭା ଟିଭି। ଏତଦବ୍ୟତୀତ ‘ବିଧାନସଭା ପତ୍ରିକା’ ନାମକ ମାସିକ ପତ୍ରିକା ମଧ୍ୟ ଆରମ୍ଭ ହେବ। ଏନେଇ ବାଚସ୍ପତି ଡାକ୍ତର ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ପାକିସ୍ତାନକୁ ୨୪୫ ରନ୍ ଟାର୍ଗେଟ୍ ଦେଇଛି। ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ସ୍ନେହ ରାଣା ଏବଂ ପୂଜା ବସ୍ତ୍ରକାରଙ୍କ ଆଧାରରେ ଭାରତ ଏହି ସ୍କୋରରେ ପହଞ୍ଚିଛି। ଉଭୟ ଖେଳାଳି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡିଥିଲେ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଖରାପ ବ୍ୟାଟିଂ ଆରମ୍ଭ ହୋଇଥିଲା ଏବଂ ଦଳୀୟ ସ୍କୋର ୪ ରନ ଥିବା ବେଳେ ଓପନର୍ ଶେଫାଲୀ ବର୍ମା (୦)ଙ୍କ ୱିକେଟ୍ ର ପତନ ହୋଇଥିଲା। ଏଠାରୁ ସ୍ମୃତି ମନ୍ଧନା (୫୨) ଏବଂ ଦୀପ୍ତି ଶର୍ମା (୪୦) ୯୨ ରନର ସହଭାଗୀତା କରି ସେମାନଙ୍କ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ। ୨୧.୫ ଓଭର ପର୍ଯ୍ୟନ୍ତ…
ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି। କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା…
କଟକ: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ପକ୍ଷରୁ ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ସିଏମସିର ମେୟର ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଗତକାଲି ମେର ପ୍ରାର୍ଥୀ ଘୋଷଣା କରିଥିଲା। ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା।
ନୂଆଦିଲ୍ଲୀ: ଦେଶରେ ଗତକାଲି ୫ ହଜାର ୯୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ହଜାର ୪୭୬ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୨୮୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୫୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୬୨ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୫ ହଜାର ୩୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୩ ହଜାର ୪୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୮୮ ହଜାର ୪୭୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୫୯ ହଜାରକୁ ୪୪୨ ବୃଦ୍ଧି ପାଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୦ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୨ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୨୦ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୧ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡା ଜିଲ୍ଲାରୁ- ୮ ଖୋର୍ଦ୍ଧା ଜିଲ୍ଲାରୁ- ୧୪ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୮ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୮ ସୁନ୍ଦରଗଡ ଜିଲ୍ଲାରୁ- ୨୫ ଷ୍ଟେଟ ପୁଲରୁ- ୩ ତେବେ…
ସୁବାସ କୁମାର ତାରଣିଆଁ କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ। ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ। ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି। ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ। ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି। ମାଡ଼ ଭୟରେ ତଥା ଖାଦ୍ୟ ଅନ୍ୱେଷଣରେ ଗାଁ ଛାଡ଼ି ନିକଟସ୍ଥ…
ନୂଆଦିଲ୍ଲୀ: ଚାଣକ୍ୟ ନୀତିରେ କୁହାଯାଇଛି ଯେ, ଜଣେ ସଫଳ ବ୍ୟକ୍ତି ସର୍ବଦା ସତର୍କ ଏବଂ ସାବଧାନ ରହିବା ଉଚିତ୍। ସଫଳ ବ୍ୟକ୍ତିଙ୍କ ବେଳେବେଳେ ଜଣାଶୁଣା ଏବଂ ଅଜ୍ଞାତ ଶତ୍ରୁମାନେ ଥା’ନ୍ତି, ଯେଉଁମାନେ ସର୍ବଦା ସୁଯୋଗ ଖୋଜନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ଆକ୍ରମଣ କରନ୍ତି। ତେଣୁ ସାବଧାନ ହେବା ଅତ୍ୟନ୍ତ ଜରୁରୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ସଫଳ ହେବାକୁ ପ୍ରେରଣା ଦିଏ। ଆଚାର୍ଯ୍ୟ ଚାଣକ୍ୟ ଭାରତର ସର୍ବୋତ୍ତମ ପଣ୍ଡିତମାନଙ୍କ ମଧ୍ୟରେ ଗଣାଯାଆନ୍ତି। ଚାଣକ୍ୟ ପ୍ରତ୍ୟେକ ବିଷୟକୁ ଗମ୍ଭୀର ଭାବରେ ଅଧ୍ୟୟନ କରିଥିଲେ ଏବଂ ଅନୁସନ୍ଧାନ କରିଥିଲେ, ଯାହା ବ୍ୟକ୍ତିର ଦୈନଦିନ କାର୍ଯ୍ୟ ଏବଂ ଜୀବନକୁ ପ୍ରଭାବିତ କରିଥାଏ। ବିଶ୍ୱାସ କରାଯାଏ ଯେ, ଆଚାର୍ଯ୍ୟ ଚାଣକ୍ୟ ଅର୍ଥନୀତି ସହିତ ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ସାମରିକ ବିଜ୍ଞାନ, କୂଟନୀତି ଏବଂ ଦର୍ଶନ ବିଷୟରେ ଭଲ ଜ୍ଞାନ ରଖିଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଜିନିଷଗୁଡ଼ିକ ଚାଣକ୍ୟ ନିତୀରେ ବର୍ଣ୍ଣନା କରାଯାଇଛି। ଆଜି…
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…
ଚେନ୍ନାଇ: ଭାରତୀୟ ନୌସେନା ଦ୍ଵାରା ୫ ମାର୍ଚ୍ଚ, ୨୦୨୨ରେ କୁଶଳୀ ବିଧ୍ଵଂସକ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହା ହେଉଛି ବ୍ରହ୍ମୋସର ପରିବର୍ଦ୍ଧିତ ସଂସ୍କରଣ ଯାହାକି ଅଧିକ ଦୂରବର୍ତ୍ତୀ ସ୍ଥଳ ଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ପରିବର୍ଦ୍ଧିତ ଦୂରତା ବିଶିଷ୍ଟ ପ୍ରକ୍ଷେପ ପଥକୁ ଅତିକ୍ରମ କରିବା ସହିତ ଜଟିଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ସଠିକ୍ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଉଭୟ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଆଇଏନଏସ ଚେନ୍ନାଇ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏଥିରେ ଭାରତ ନିର୍ମିତ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସାମର୍ଥ୍ୟ ଏବଂ ଜାହାଜ ନିର୍ମାଣ ଶୈଳୀ ପରିଲକ୍ଷିତ ହୋଇଛି। ଆତ୍ମନିର୍ଭର ଭାରତ ଏବଂ ମେକ୍ ଇଣ୍ଡିଆ ଅଭିଯାନରେ ଭାରତୀୟ ନୌସେନାର ଯୋଗଦାନକୁ ଏହା ସୁଦୃଢ଼ କରୁଛି। ଏହି ଉପଲବ୍ଧି ଫଳରେ ଭାରତୀୟ ନୌସେନାର…
କନ୍ଦର୍ପ ବେହେରା ରେଢାଖୋଲ: ଯାହାର ବାପା, ମାଆ ନାହିଁ ତ କେହି ନାହିଁ। ବାପା, ମାଆ ସବୁବେଳେ ଚାହିଁ ଥାନ୍ତି ପୁଅ ଝିଅର ମଙ୍ଗଳ କାମନା। ହେଲେ ବାପା, ମାଆ ଆରପାରିକି ଚାଲି ଗଲା ପରେ ଅନାଥ ପୁଅ ଝିଅ ଦୁର୍ଦ୍ଦିନରେ ଦିନ କାଟନ୍ତି। ଏପରିକି ହୋଟେଲରେ କାମ କରି ନିଜର ଜୀବିକା ନିର୍ବାହ କରନ୍ତି। ଏମିତି ଜଣେ ଅନାଥ ଝିଅକୁ ବାହାଘର କରି ଉଦାହରଣ ପାଲଟିଛନ୍ତି ନାକଟିଦେଉଳ ବ୍ଲକ୍ ର ଗୋଧିଢିପ ଗ୍ରାମବାସୀ। ଝିଅ ବାହାଘରରେ ଯାହା ଆବଶ୍ୟକ ଗ୍ରାମ ବାସୀ ମିଳିମିଶି ନିଜେ ବ୍ୟକ୍ତିଗତ ଭାବରେ ଉପହାର ଦେଇ ବାହାଘର କରି ଶାଶୂଘରକୁ ପଠାଇଛନ୍ତି ଝିଅଟିକୁ। ଯାହାକି ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ଯୁବକ ସଂଘର କର୍ମକର୍ତା ତଥା ଗ୍ରାମବାସୀ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ପଂଚାୟତ ଗୋଧିଢିପ ଗ୍ରାମର ଅନାଥ ଝିଅ ଝୁନୁ ସାହୁ (୨୨)। ବାପା ୩ ବର୍ଷ ଆଗରୁ ମୃତ୍ୟୁବରଣ କରିଥିବା ବେଳେ…
ନୂଆଦିଲ୍ଲୀ: ଅମୂଲ ସମଗ୍ର ଦେଶରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। କ୍ଷୀରର ଲିଟର ପିଛା 2 ଟଙ୍କାକୁ ଅମୂଲ ବୃଦ୍ଧି କରିଛି। ମଦର ଡାଏରୀ ରବିବାର ଠାରୁ ଦିଲ୍ଲୀ-ଏନସିଆରରେ କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି କରୁଥିବାରୁ ଗ୍ରାହକଙ୍କୁ ଆଉ ଏକ ଅସୁବିଧା ହେବ। ଏହି ରାଜ୍ୟଗୁଡିକରେ ମଧ୍ୟ କ୍ଷୀର ମହଙ୍ଗା ହେବ: ଆସନ୍ତାକାଲିଠାରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମଦର ଡାଏରୀ ଦୁଗ୍ଧର କ୍ଷୀର ମଧ୍ୟ 2 ଟଙ୍କା ଅଧିକ ହେବ। ମଦର ଡାଏରୀ ଦୁଗ୍ଧର ବର୍ଦ୍ଧିତ ମୂଲ୍ୟ ଜାଣନ୍ତୁ: ମଦର ଡାଏରୀର ସମ୍ପୂର୍ଣ୍ଣ କ୍ରିମ୍ କ୍ଷୀର ଲିଟର ପିଛା 57 ରୁ 59 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମଦର ଡାଏରୀର ଟନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା 47 ଟଙ୍କା ବଦଳରେ 49 ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା 41 ରୁ 43 ଟଙ୍କାକୁ…
ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପ୍ରାର୍ଥୀଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହାର ଅନୁସନ୍ଧାନ ରିପୋର୍ଟ ଦାଖଲ କରିଛି। ବର୍ତ୍ତମାନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ବଡ଼ ବିବୃତ୍ତି ଆସିଛି। ଏହାର ସମାଧାନ ଶୀଘ୍ର ସୂଚିତ କରାଯିବ ବୋଲି ସେ କହିଛନ୍ତି। ମାର୍ଚ୍ଚ 4 ତାରିଖ ସୁଦ୍ଧା ଏହି କମିଟି ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଉତ୍ତରପ୍ରଦେଶ ଏବଂ ବିହାରରେ ରେଳବାଇ ନିଯୁକ୍ତି ବୋର୍ଡ (RRB) NTPC ପରୀକ୍ଷା-2021 କୁ ନେଇ ବ୍ୟାପକ ବିରୋଧ କରାଯାଇଥିଲା। ରେଳମନ୍ତ୍ରୀ ଏକ ଟୁଇଟ୍ରେ କହିଛନ୍ତି ଯେ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପ୍ରାୟ ତିନି ଲକ୍ଷ ଆବେଦନ ଗ୍ରହଣ କରିଛି, ଯାହାକି କିଛି ଦିନ ମଧ୍ୟରେ ବିଶ୍ଳେଷଣ କରାଯାଇଥିଲା ଏବଂ ଆରଆରବି କିଛି ଦିନ ମଧ୍ୟରେ ଏହାର ସମାଧାନ ବିଷୟରେ ସୂଚନା ଦେବ। ଦାବି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଗଜପତି ଜିଲ୍ଲାରୁ ୩୯, ଖୋର୍ଦ୍ଧା ଜିଲ୍ଲାରୁ ୨୭, ସମ୍ବଲପୁରରୁ ୨୩, ଯାଜପୁରରୁ ୧୪, କଟକରୁ ୧୨, ଝାରସୁଗୁଡାରୁ ୧୧, ମୟୂରଭଞ୍ଜରୁ ୧୧, ବାଲେଶ୍ବରରୁ ୯, ବରଗଡରୁ ୯, ଗଞ୍ଜାମରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୬, ସୋନପୁରରୁ ୬, ଭଦ୍ରକରୁ ୪, ବଲାଙ୍ଗୀରିରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁରରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ପୁରୀରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୭୫ ହଜାର ୨୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ…
ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି। ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି। ଅପରେସନ ଗଙ୍ଗା ଅଧୀନରେ ଆଜି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି। ଗତକାଲି ହିଣ୍ଡନ ଏୟାର…
ଭୁବନେଶ୍ବର: ବିଜେଡ଼ି ଆଉ କଂଗ୍ରେସ ପରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କରିଛି ବିଜେପି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମ ପାଇଁ ପ୍ରାର୍ଥୀ କରାଯାଇଛି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀନୀ ଭାବେ ଭୁବନେଶ୍ଵର ସାଂସଦ ଅପରିଜିତା ଷଡଙ୍ଗୀ ଘୋଷଣା କରିଛନ୍ତି। ତେବେ ଆଜି ବିଜେଡ଼ି ପକ୍ଷରୁ ଭୁବନେଶ୍ବର ମହାନଗର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି କଂଗ୍ରେସ ମଧ୍ୟ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡ଼ି ପକ୍ଷରୁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀନୀ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି IAS, IPS, IRS, IFS ହେବା ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ସ୍ୱପ୍ନ। ପ୍ରତିବର୍ଷ ଫେବୃଆରୀ ମାସରେ, କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ ସର୍ଭିସେସ୍ ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ କରିଥାଏ ଏବଂ ଏହି ସର୍ବୋଚ୍ଚ ନାଗରିକ ସେବା ନିଯୁକ୍ତି ପରୀକ୍ଷା ପାଇଁ 10 ଲକ୍ଷରୁ ଅଧିକ ଯୁବକ ଆବେଦନ କରନ୍ତି। ପ୍ରତିବର୍ଷ UPSC ସିଭିଲ ସର୍ଭିସେସ୍ ପରୀକ୍ଷଣର ତିନୋଟି ପର୍ଯ୍ୟାୟ ଅଛି। ପ୍ରାଥମିକ, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର। ଏହା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ୍ ସେବା (ଆଇପିଏସ୍), ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ସହିତ ଅନ୍ୟାନ୍ୟ ସେବା ପାଇଁ ଚୟନ କରାଯାଇଥାଏ। ଏଠାରେ ଆମେ ଆପଣଙ୍କୁ IRS ଅଧିକାରୀ ହେବା ପାଇଁ ଆବଶ୍ୟକ ଯୋଗ୍ୟତା, କାର୍ଯ୍ୟ ଏବଂ ଦରମା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ। IRS ପାଇଁ…
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଛି ଏବଂ ବର୍ତ୍ତମାନ ପାଗ ଧୀରେ ଧୀରେ ବଦଳୁଛି। ଏହି ସମୟ ହେଉଛି ଯେତେବେଳେ ଚର୍ମ ନିଜେ ବଦଳିବା ଆରମ୍ଭ କରେ ଏବଂ ଚର୍ମ ଶୁଷ୍କ ଅବସ୍ଥାକୁ ଆସେ। ଏହି ସମୟରେ ଅନେକଙ୍କୁ ଝାଳ ସମସ୍ୟା ଦେଖାଯାଏ। ଝାଳ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ। ତଥାପି, କିଛି ଲୋକଙ୍କର ବହୁତ ଝାଳ ବାହାରିଥାଏ, ଯାହା ସେମାନଙ୍କୁ ସମସ୍ୟା ସୃଷ୍ଟି କରିଥାଏ। ବିଶେଷ କରି ମୁହଁରେଝାଳ ବାହାରିଲେ, ଏହା ତେବେ ଏହା ଅତ୍ୟନ୍ତ ବିରକ୍ତିକର ହୋଇପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଚେହେରାର ଅତ୍ୟଧିକ ଝାଲର କାରଣ କ’ଣ ହୋଇପାରେ? ଏହା ସହିତ, ଆପଣ ଏଥିରୁ କିପରି ମୁକ୍ତି ପାଇପାରିବେ? ଅତ୍ୟଧିକ ଝାଳର ସମସ୍ୟା ପଛରେ କାରଣ: ମଧୁମେହ, ସଂକ୍ରମଣ, ମେନୋପାଜ୍, ଗାଉଟ୍, ମୋଟାପଣ, ରକ୍ତରେ ଶର୍କରା ସ୍ତର, ଟ୍ୟୁମର, ଥାଇରଏଡ୍,…

