Author: Samikhsya Bureau

ଅହମଦାବାଦ/ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ଖଣିମାନଙ୍କ ଉପରେ ପୋଲିସ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଚୋରା ଚାଲାଣ କରୁଥିବା ମୋଟ ୯ ଗୋଟି ମାଙ୍କଡା ପଥର ଗାଡିକୁ ପୋଲିସ ଜବତ କରିବା ସହ ୮ ଗୋଟି ମାମଲା ରୁଜୁ କରି ୪ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମୋଟ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜବତ ସମୁଦାୟ ୯ ଗୋଟି ଗାଡ଼ି ମଧ୍ୟରୁ ସଦର ଥାନା ତିନି ଗୋଟି, ଜଙ୍କିଆ ଥାନା ଚାରି ଗୋଟି ଏବଂ ବେଗୁନିଆ ଥାନା ଦୁଇ ଗୋଟି ଗାଡ଼ି ଜବତ କରିଛି। ସେହିପରି ଭାବେ ଗିରଫ ୪ ଡ୍ରାଇଭର ମଧ୍ୟରୁ ସଦର ଥାନା ଜଣଙ୍କୁ, ଜଙ୍କିଆ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ଟିକାକାରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଯୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜାନୁଆରୀ ୨୩ ତାରିଖରେ ପୋଲିଓ ବୁଥରେ ପିଲାମାନଙ୍କୁ ପଲସ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଯେଉଁ ପିଲାମାନେ ପୋଲିଓ ବୁଥରେ ପ୍ରତିଷେଧକ ନେଇ ନଥିବେ ସେମାନଙ୍କୁ ଜାନୁଆରୀ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ପୋଲିଓ ପ୍ରତିଷେଧକ ଦିଆଯିବ।…

Read More

ନୂଆଦିଲ୍ଲୀ: ଜଲପାଇଗୁଡିର ଡୋମୋହାନିରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ସନ୍ଧ୍ୟା ପ୍ରାୟ ୫ ଟାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ କରିଛି। ଏହି ଦୁର୍ଘଟଣା ପାଇଁ ହେଲ୍ପଲାଇନ ନମ୍ବର ୮୧୩୪୦୫୪୯୯୯ ଜାରି କରାଯାଇଛି। ଟ୍ରେନ୍ ଦୁର୍ଘଟଣାର ଖବର ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ସୂଚନା ନେଇଛନ୍ତି। କୋଭିଡ-୧୯ର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ବୈଠକ କରିଥିଲେ। ଏହି ସମୟରେ ଦୁର୍ଘଟଣାର ଖବର ଆସିଥିଲା। ଏହି ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି। ଜନ୍ମ ସମୟରେ ଶିଶୁମାନଙ୍କ ପୃଷ୍ଠ ଭାଗରେ ଲାଞ୍ଜ ଭଳି ବୃଦ୍ଧି ପାଉଥିବା ଅଂଶ ଏ ପର୍ଯ୍ୟନ୍ତ ୧୯୫ଟି ଘଟଣାରେ ଦେଖାଯାଇଛି ଯାହା ମଧ୍ୟରୁ ୨୬ ଜଣ ଶିଶୁଙ୍କ କ୍ଷେତ୍ରରେ ଏହି ବୃଦ୍ଧି ମେରୁଦଣ୍ଡର ଶେଷ ଅଂଶ ଅର୍ଥାତ୍ କକ୍ସିଜିଲ୍ ଅଂଚଳରେ ଦେଖିବାକୁ ମିଳିଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ଅଶୋକ କୁମାର ମହାପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମାତ୍ର ଏହି ଶିଶୁ କ୍ଷେତ୍ରରେ ଏହି ବୃଦ୍ଧି ଥୋରାସିକ ଅଂଚଳରେ ଦେଖିବାକୁ ମିଳିଥିଲା ଯାହା ବିଶ୍ୱର ପ୍ରଥମ ଏପରି ଘଟଣା ବୋଲି ପ୍ରଫେସର (ଡ) ମହାପାତ୍ର କହିଛନ୍ତି। ଏହିପରି ଲାଞ୍ଜ ଏକ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଓମିକ୍ରନ୍ ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଆପଣଙ୍କୁ ବହୁତ ସତର୍କ ଏବଂ ସୁସ୍ଥ ରହିବା ଆବଶ୍ୟକ। ଆପଣଙ୍କର ସାମାନ୍ୟ ଅସାବଧାନତା ଆପଣଙ୍କୁ ବିପଦରେ ପକାଇପାରେ। କରୋନାକୁ ଏଡାଇବା ପାଇଁ, ଆପଣଙ୍କର ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି ଏବଂ ଓଜନ ହ୍ରାସ କରିବା ଉପରେ କାର୍ଯ୍ୟ କରିବା ଉଚିତ୍। ଏହା ସହିତ, ଏହିପରି ଅଧିକ ଜିନିଷ ଖାଆନ୍ତୁ ଯାହା ଆପଣଙ୍କୁ ଥଣ୍ଡା କାଶ, ଭାଇରାଲ୍ ଏବଂ ଯେକୌଣସି ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ। ଯଦି ଆପଣ ଅଧିକ ଓଜନିଆ ଅଟନ୍ତି ଏବଂ ଆପଣ ମୋଟାପଣ ବୃଦ୍ଧି କରି ଅସୁବିଧାରେ ପଡ଼ୁଛନ୍ତି, ତେବେ ଆପଣ କିଛି ଘରୋଇ ଜିନିଷ ବ୍ୟବହାର କରିପାରିବେ। ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହା ଦ୍ଵାରା ଆପଣ ଓଜନ ହ୍ରାସ କରିପାରିବେ ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହେବ। ଆପଣ ରସୁଣ, ତୁଲସୀ, ଅଦା, ଗୋଲମରିଚ ଏବଂ…

Read More

ଭୁବନେଶ୍ବର: ରାଜ୍ୟରେ ପୁଣି ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବ। ତେବେ ଏଥର ଆଠଟି ଜିଲ୍ଲାର ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ଜିଲ୍ଲାରେ ପ୍ରାୟ 6 ରୁ 11 ସେମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଯେଉଁ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ କୂଆପଥର ପଡିବ ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି,ନୟାଗଡ ଏବଂ ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଏବଂ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି…

Read More

ଭୂବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପଂଜାବରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଓଡିଶା ବିଜେପି ଉଭୟ ପଂଜାବ ସରକାର ଏବଂ ଗାନ୍ଧି ପରିବାରଙ୍କୁ ସମାଲୋଚନା କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି କହିଛି ପାକିସ୍ଥାନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରତ୍ୱରେ ପ୍ରଧାନମନ୍ତ୍ରୀ ସେଦିନ ଥିଲେ। ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ପଥକୁ ଜାଣିଶୁଣି ଅବରୋଧ କରାଯାଇଥିଲା। ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡ ରାସ୍ତା ମଝିରେ ଓ ପୋଲ ଉପରେ ଛିଡା ହୋଇଥିଲା। ଏହା ଏକ ଷଡଯନ୍ତ୍ର ବୋଲି ବିଜେପି କହିଛି। ଏହି ସମୟରେ ପାକିସ୍ଥାନ ପକ୍ଷରୁ ଡ୍ରୋନ, ମୋର୍ଟାର ଏବଂ ମିସାଇଲ ଆକ୍ରମଣ ମଧ୍ୟ ସମ୍ଭବ ଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବୀମା କମ୍ପାନୀ। ଆଜିକାଲି ଅନେକ ବେସରକାରୀ ବୀମା କମ୍ପାନୀ ମଧ୍ୟ ବଜାରକୁ ଆସିଛନ୍ତି। କିନ୍ତୁ ଆଜି ବି ଦେଶର ଏକ ମଧ୍ୟବିତ୍ତ ଶ୍ରେଣୀର ଲୋକ କେବଳ LIC ଉପରେ ବିଶ୍ୱାସ କରନ୍ତି। ଲୋକମାନେ ଅନ୍ୟତ୍ର ଟଙ୍କା ବିନିଯୋଗ କରିବା ପରିବର୍ତ୍ତେ, LIC ରେ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି, ଏଥିରେ ବିପଦ ନଥାଏ ଏବଂ ଟଙ୍କା ହରାଇବାର ଆଶଙ୍କା କମ୍ ଥାଏ। ପ୍ରିମିୟମ୍ ଅପଡେଟ୍ ସହିତ ଜଡିତ ସୂଚନା ସହିତ ଯେକୌଣସି ଅଧିକ ଅଦ୍ୟତନ ପାଇଁ ଗ୍ରାହକଙ୍କୁ ବାରମ୍ବାର ସେମାନଙ୍କ ଏଜେଣ୍ଟ ପରିଦର୍ଶନ କରିବାକୁ ପଡୁଛି। ଅନେକ ଥର, ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଗ୍ରାହକମାନେ ଠିକ୍ ସମୟରେ ଅପଡେଟ ପାଇବାକୁ ସକ୍ଷମ ନୁହଁନ୍ତି। ଯଦି ଆପଣ ଆପଣଙ୍କର ମୋବାଇଲ୍ ଫୋନରେ LIC ପଲିସି ସହିତ ଜଡିତ ସମସ୍ତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 4.30 ସମୟରେ ରେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଏଥିରେ ପ୍ରଧାନମନ୍ତ୍ରୀ ଦେଶରେ ମହାମାରି କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିବେ। କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେଉଛି। ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି, ଟୀକାକରଣ ଅଭିଯାନର ସ୍ଥିତି ଏବଂ ନୂତନ ଓମିକ୍ରନ୍ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା।

Read More

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଜାରି ରଖିଛି। ଦୀର୍ଘ ଦିନ ଧରି ପଞ୍ଜାବ ନିର୍ବାଚନ ପାଇଁ ଆପ୍ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି। ପଞ୍ଜାବ ନିର୍ବାଚନ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ କହିଛନ୍ତି ଯେ, ବିଭିନ୍ନ ଚ୍ୟାନେଲ ସର୍ଭେ କରୁଛନ୍ତି। ସମସ୍ତଙ୍କ ମଧ୍ୟରେ ଆପ୍ ସର୍ବ ବୃହତ ଦଳ ଭାବରେ ଉଭା ହେଉଛି। ଦେଖାଯାଉଛି ଯେ, ଆମେ ବର୍ତ୍ତମାନ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛୁ। ମୁଁ ପଞ୍ଜାବର ସମସ୍ତ ଲୋକଙ୍କୁ କହିବାକୁ ଚାହେଁ, ଶେଷ ଧକ୍କା ମାରନ୍ତୁ। ଆମ ପାଖରେ ଅତିକମରେ ୮୦ ଟି ସିଟ୍ ଆସିବା ଉଚିତ୍, ୬୦ ନୁହେଁ। ଏହି ସ୍ଥିର ସରକାର ଆପ୍ ଦ୍ୱାରା ଗଠିତ ହେବ। କେଜ୍ରିୱାଲ କହିଛନ୍ତି ଯେ, ଲୋକମାନେ ସେମାନଙ୍କର ମୁଖ୍ୟମନ୍ତ୍ରୀ ବାଛିବେ। କେଜ୍ରିୱାଲ କହିଛନ୍ତି ଯେ, ଯିଏ ଆମ୍…

Read More

କନ୍ଦର୍ପ ବେହେରା ରେଢାଖୋଲ: ଘୋଷରାମାଳ ଧାନ ମଣ୍ଡିରେ ଏକ ଧାନ ଟ୍ରକ୍ ପଂଚାୟତ ଗେଟ୍ ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଧାନ ମଣ୍ଡିରେ ଧାନ କ୍ରୟ କରି ଟ୍ରକ୍‌ରେ (ଓଡି ୧୫ଡି ୬୧୭୭ ନମ୍ବରରେ) ଧାନ ଲୋଡ୍ ହୋଇ ପଂଚାୟତ ଭିତରୁ ବାହାରକୁ ବାହାରୁଥିବା ବେଳେ ଟ୍ରକ୍ ଉପରେ ବସିଥିବା ଶ୍ରମିକ ଡଇଁଚା ଗ୍ରାମର ରଞ୍ଜନ କୁମାର ପ୍ରଧାନ ଚାପି (୨୯)ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଡ୍ରାଇଭରର ଅସାବଧାନତା ହେଉ ବା ଶ୍ରମିକର ଖାମଖିଆଲି ଯୋଗୁଁ ହେଉ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଡାକ୍ତରଖାନାକୁ ନେବା ବାଟରେ ଶ୍ରମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ଥିବା ଜଣା ପଡିଛି। ରେଢାଖୋଲ ଥାନା କେସ୍ ନଂ ୭/୨୨ ୟୁ/ଏସ୍ ୨୭୯/୩୦୪ (ଏ) ଆଇପିସିି ରେ ପୋଲିସ୍ ମାମଲା ରୁଜୁ କରିଛି।…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ପାଇଁ ଅଡୁଆ ବଢୁଛି। ବାସ୍ତବରେ ଦଳର ବଡ ଚେହେରା ଗୋଟିଏ ପରେ ଗୋଟିଏ ଇସ୍ତଫା ଦେଉଛନ୍ତି। ଅତୀତରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇ ୟୁପି ରାଜନୀତିରେ ହଲଚଲ ସୃଷ୍ଟି କରିଥିବାବେଳେ ବର୍ତ୍ତମାନ ଏହି ତାଲିକାରେ ଅଧିକ ବିଜେପି ବିଧାୟକ ଯୋଗ ଦେଇଛନ୍ତି। ଫିରୋଜାବାଦ ଶିଖୋହାବାଦ ବିଧାନସଭାରୁ ବିଜେପି ବିଧାୟକ ମୁକେଶ ବର୍ମା ମଧ୍ୟ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଘରେ ମୁକେଶ ବର୍ମା ଉପସ୍ଥିତ ଅଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ମଧ୍ୟରେ ବିଜେପିରୁ ଇସ୍ତଫା ଦେଇଥିବା ମୁକେଶ ବର୍ମା ହେଉଛନ୍ତି ସପ୍ତମ ବିଧାୟକ। ଏଥି ସହିତ ମୁକେଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ ବିଜେପିରେ ଧ୍ୟାନ ଦିଆଯାଉ ନାହିଁ। ସରକାରରେ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ବେକାରୀ ଅବହେଳିତ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠନ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ତରଫରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍କୁଲ ପରିସରରେ ଅଧ୍ୟକ୍ଷ କେ ସି ଶତପଥୀ, ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଅଧ୍ୟକ୍ଷ କହିଛନ୍ତି ଯେ ମିହିର ଦାସ ଓଡିଆ ଚଳଚିତ୍ରର ଜଣେ ବହୁମୁଖି ପ୍ରତିଭା ଥିଲା। ସେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛନ୍ତି ତାହା ଆଉ କେବେ ବି ପୁରଣ ହୋଇପାରିବ ନାହିଁ। ତାଙ୍କର ଏପରି ଅକାଳ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ଵର ମହାନଗର ନିଗମର ୨୨ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତ ଚିହ୍ନଟ ପରେ ବିଏମସିର ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ପଜିଟିଭ ଆକ୍ରାନ୍ତଙ୍କୁ ପୃଥକବାସ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ବିଏମସି ଅଫିସ ପାଇଁ ଏବେ କଟକଣା ଲାଗୁ କରାଯାଇଛି। ସର୍ବସାଧାରଣଙ୍କୁ ବିଏମସି ଅଫିସକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।

Read More

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ରାଜି କରିଛନ୍ତି। ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟରେ ସରପଞ୍ଚ ଆଉ ସମିତି ସଭ୍ଯଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ଯାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। – ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ – ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ – ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ ଭୋଟ ଗ୍ରହଣ ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ ଭୋଟ ଗଣତି- ଫେବୃୟାରୀ ୨୬, ୨୭ ଓ ୨୮ ତାରିଖ ଅନ୍ୟ ପଦବୀ ପାଇଁ ନିର୍ବାଚନ ତାରିଖ ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ…

Read More

ଭୁବନେଶ୍ବର: ସ୍ବାମୀ ବିବେକାନନ୍ଦ ସର୍ବଦା ଏକ ଭେଦଭାବମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ। ଭାରତ ଯାହାକି ଆତ୍ମନିର୍ଭର ହୋଇଥିବ, ଭାରତ ଯେଉଁଠାରେ ମହିଳାମାନେ ସଶକ୍ତ ହୋଇଥିବେ। ‘‘ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ’’ ସମ୍ପର୍କିତ ୱେବିନାରରେ ବିଶେଷଜ୍ଞମାନେ ଏହି ମତ ପ୍ରକାଶ କରିଛନ୍ତି। ଏହି ୱେବିନାରକୁ ଜାତୀୟ ଯୁବ ଦିବସ ଅବସରରେ ଯୁଗ୍ମ ଭାବରେ ରିଜିଓନାଲ୍ ଆଉଟରିଚ୍ ବ୍ୟୁରୋ (ଆରଓବି) ଓ ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ଭୁବନେଶ୍ବର ଦ୍ବାରା ଆୟୋଜନ କରାଯାଇଛି। ଅନଲାଇନ୍ ଆଲୋଚନାକୁ ଆରମ୍ଭ କରି ଆରଓବି ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଛନ୍ତି ଯେ ଯଦି ଆମେ ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ପ୍ରସ୍ତୁତ କରିବାକୁ ଚାହୁଁ ତେବେ ଆମକୁ ଆମର ଆତ୍ମାର ସ୍ବରକୁ ଶୁଣିବାକୁ ହେବ, ଏହା ଉପରେ ବିଶ୍ବାସ ରଖିବାକୁ ହେବ, ବାହ୍ୟ ଚାକଚକ୍ୟରେ ନିଜକୁ ବିଚଳିତ ନକରି ସର୍ବଦା ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେବ। ଏହି ଅବସରରେ ପିଏମ୍ ୟୁବା…

Read More

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି,…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୯୪ ହଜାର ୭୨୦ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୪୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୩୮୦ ଜଣଙ୍କ ପ୍ରାଣହାନୀ ଘଟିଛି। ତେବେ ଏହି ସମୟ ମଧ୍ୟରେ ୮୪ ହଜାର ୮୨୫ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୬୦ ଲକ୍ଷ ୫୧୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୫ ହଜାର ୩୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୩ କୋଟି ୪୭ ଲକ୍ଷ ୧୫ ହଜାର ୩୬୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୧…

Read More

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏକାଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୪.୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ସୁରଜ ମଣ୍ଡଳ ଏବଂ ସିମନ୍ତ ମଣ୍ଡଳ। ସେହିପରି ଭାବେ ଜଟଣୀ ଅବକାରୀ ବିଭାଗ ଯାଆଁଳା ରୁ ୪ କେଜି ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାର ଯଶୋଦା ଦିଗଲ ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅନୁରୂପ ଭାବେ ଟାଙ୍ଗୀ ଅବକାରୀ ବିଭାଗ ରାମେଶ୍ୱର ଛକରୁ ୮ କେଜି ଗଞ୍ଜେଇ ସମେତ କନ୍ଧମାଳ ଜିଲ୍ଲାର ରସିକ ଦିଗଲ…

Read More

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୮ ହଜାର ୭୭୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୮୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୨୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୪୬ ବାଲେଶ୍ଵର ଜିଲ୍ଲାରୁ- ୨୭୮ ବରଗଡ ଜିଲ୍ଲାରୁ- ୭୬ ଭଦ୍ରକ ଜିଲ୍ଲାରୁ- ୧୩୮ ବଲାଙ୍ଗୀରି ଜିଲ୍ଲାରୁ- ୨୧୬ ବୌଦ୍ଧ ଜିଲ୍ଲାରୁ- ୧୫ କଟକ ଜିଲ୍ଲାରୁ – ୮୭୦ ଦେବଗଡ ଜିଲ୍ଲାରୁ- ୧୮ ଢେଙ୍କାନାଳ ଜିଲ୍ଲାରୁ- ୫୦ ଗଜପତି ଜିଲ୍ଲାରୁ- ୮୨ ଗଞ୍ଜାମ ଜିଲ୍ଲାରୁ- ୧୫୪ ଜଗତସିଂହପୁର ଜିଲ୍ଲାରୁ- ୧୪୨ ଯାଜପୁର ଜିଲ୍ଲାରୁ- ୨୧୨ ଝାରସୁଗୁଡା ଜିଲ୍ଲାରୁ- ୨୧୯ କଳାହାଣ୍ଡି ଜିଲ୍ଲାରୁ- ୧୨୩ କନ୍ଧମାଳ…

Read More