ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ଜାତୀୟ ଆଧୁନିକ କଳା ସଂଗ୍ରହାଳୟ ବା ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ପକ୍ଷରୁ ଭୁବନେଶ୍ୱର ଏବଂ ଚଣ୍ଡିଗଡ଼ରେ କଳାକାରମାନଙ୍କୁ ନେଇ ଏକ କର୍ମଶାଳା – କଳାକୁମ୍ଭ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫୦ ମିଟର ଲମ୍ବ ଚିତ୍ରକଳା ଫଳକ (ସ୍କ୍ରଲ) ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ବିଶାଳକାୟ ଚିତ୍ର ଫଳକରେ ସ୍ଥାନିତ ଚିତ୍ରଗୁଡ଼ିକ ମଧ୍ୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅପରିଚିତ ନାୟକମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ହୋଇଛି। ଆସନ୍ତା ୨୦୨୨ ଗଣତନ୍ତ୍ର ଦିବସ ସମାରୋହରେ ଏହିସବୁ ଚିତ୍ରକଳା ରାଜପଥରେ ପ୍ରଦର୍ଶିତ ହେବ। ଏଥପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଛି। ଏନଜିଏମଏର ମହାନିର୍ଦ୍ଦେଶକ (ଡିଜି) ଅଦ୍ୱୈତ ଗଡ଼ନାୟକ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
Author: Samikhsya Bureau
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିକଟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକ ଲଗାଇବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପୋଲିସ ଓ ତହସିଲ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ବିଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ଖଣିମାନଙ୍କ ଉପରେ ପୋଲିସ ଚଢ଼ାଉ ଜାରିରହିଛି । ତେବେ ଗତକାଲି ରାତି ଏବଂ ଆଜି ପୂର୍ବାହ୍ନ ସୁଦ୍ଧା ଚଢ଼ାଉ ସମୟରେ ଚୋରା ଚାଲାଣ କରୁଥିବା ମୋଟ ୧୧ ଗୋଟି ମାଙ୍କଡା ପଥର ଗାଡିକୁ ପୋଲିସ ଜବତ କରିବା ସହ ୭ ଗୋଟି ମାମଲା ରୁଜୁ କରି ୬ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମୋଟ ମାଙ୍କଡା ପଥରର…
ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଡାଏମଣ୍ଡ ନେକଲେସ ସେଟର ଆକର୍ଷଣୀୟ ଡିଜାଇନ୍ ଲୋହରି ଓ ମକର ସଂକ୍ରାନ୍ତିର ପାର୍ବଣର ଆଗମନ ଅବସରରେ ପ୍ରସ୍ତୁତ କରାଯାଇଛି । ଏହାର ଥିମ୍ ରହିଛି “ଉତ୍ସବ ସୁନେହେରେ ପଲୋଁକା”, ରିଲାଏନ୍ସ ଜୁଏଲ୍ସ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ଏକ ଲାଇନକୁ ଉପସ୍ଥାପନ କରୁଛି ଯାହାକି ସୂର୍ଯ୍ୟ କିରଣ ଦ୍ୱାରା ଅନୁପ୍ରେରିତ । ପ୍ରତି ଦିନ ସୂର୍ଯ୍ୟ କିରଣ ଆମ ଜୀବନରେ ଏକ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ । ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍ ନେଇ ଆସିଛି ଯାହାକି ଆଶା ଓ ଉତ୍ସାହକୁ ପୁନର୍ଜିବିତ କରିଥାଏ । ଏହି ଡାଏମଣ୍ଡର ପ୍ରତିଟି ପିସ୍ କୁ ଅତ୍ୟନ୍ତ ଯତ୍ନ ସହକାରେ ଡିଜାଇନ୍ କରାଯାଇଛି । ଏହା ପ୍ରତି ଦିନର ସୂର୍ଯ୍ୟ କିରଣ ପରି ଖୁସି ଓ ନୂତନ ଶୁଭାରମ୍ଭକୁ ସୂଚୀତ କରିଥାଏ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ 125 ଜଣିଆ ପ୍ରାର୍ଥୀଙ୍କ ତାଲିକା ଗୁରୁବାର ଦିନ କଂଗ୍ରେସ ପ୍ରକାଶ କରିଛି। ଏହି ତାଲିକାରେ 40 ପ୍ରତିଶତ ମହିଳା ଅଛନ୍ତି। ତେବେ ବହୁ ଚର୍ଚ୍ଚିତ ଉନ୍ନାଓ ଗଣବଳାତ୍କାର ମାମଲାରେ ପୀଡିତାଙ୍କ ମାଙ୍କୁ ମଧ୍ୟ କଂଗ୍ରେସ ଟିକେଟ୍ ଦେଇଛି। ଉନ୍ନାଓ ଗଣବଳାତ୍କାର ମାମଲାର ଶିକାର ହୋଇଥିବା ପିଡିତାଙ୍କ ମା’ ଆଶା ସିଂଙ୍କୁ କଂଗ୍ରେସ ମନୋନୀତ କରିଛି। ଏହି ମାମଲାରେ କଂଗ୍ରେସ ଏବଂ ପ୍ରିୟଙ୍କା ଗାନ୍ଧୀ ନ୍ୟାୟ ପାଇଁ ଦାବି ଉଠାଇ ଉତ୍ତର ପ୍ରଦେଶର ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ। ଉନ୍ନାଓରୁ ଆଶା ସିଂଙ୍କୁ ଟିକେଟ ଦେବାବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ ଉନ୍ନାଓରେ ଯାହାର ଝିଅକୁ ଅନ୍ୟାୟ କରାଯାଇଥିଲା, ସେ ବର୍ତ୍ତମାନ ନ୍ୟାୟ ପ୍ରଦାନର ମୁଖ୍ୟ ହେବେ – ସେ ଲଢିବେ ଆଉ ଜିତିବେ। ବିଶେଷ କଥା ହେଉଛି ଏହି ପ୍ରାର୍ଥୀଙ୍କ ତାଲିକାରେ ଉନ୍ନାଓ ପୀଡିତାର ମା ଆଶା…
ଭୁବନେଶ୍ବର: ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୧୮୪୩ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀରମୋହନ, ପରବର୍ତ୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଓଡିଆ ଭାଷା ଏବଂ ଓଡିଆ ଜାତିର ବିକାଶ ପାଇଁ ତାଙ୍କର ରହିଥିବା ଅମୂଲ୍ୟ ଅବଦାନକୁ ସ୍ମରଣ ଏବଂ ସମ୍ମାନ ଉଦ୍ଦେଶ୍ୟରେ ଆଜି ସକାଳେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ସମ୍ମୁଖରେ ଅବସ୍ଥାପିତ ଏହି ସଂକ୍ରାନ୍ତି ପୁରୁଷଙ୍କ ୧୮୦ ତମ ଜୟନ୍ତୀ ପାଳନ ଅବସରରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…
ପୁରୀ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଖାଇବାକୁ ଦିଆଯାଇଥାଏ। ବିଭିନ୍ନ ଦେବାଦେବୀ ପିଠରେ ମଧ୍ୟ ଏହି ମକର ଚାଉଳ ଭୋଗ ଲାଗି ପରଂପରା ରହିଛି। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ମକର ପର୍ବ ଅନୁଷ୍ଠିତ ହୋଇଥାଏ। ଏହିଦନ ମନ୍ଦିରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ଚାଉଳ ଭୋଗ କରାଯାଇଥାଏ। ମକର ସଂକ୍ରାନ୍ତିଦିନ ଶ୍ରୀଜୀଉଙ୍କ ମଙ୍ଗଳା ଆରତି ଓ ଅବକାଶ ନୀତି ସରିବା ପରେ ପଟା ପହରଣ ବା ଜାଲି ସୂତା ବସ୍ତ୍ର ଲାଗି କରାଯାଇଥାଏ। ଏହାପରେ ତ୍ରିମୁଣ୍ଡିରେ ମକର ଚୂଳ ଲଗାଯାଇଥାଏ। ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗଲାଗି, ନୂଆଲୁଗାଲାଗି, ମାଳଚୂଳ ଲାଗି ପରେ ଛଅ ମୂର୍ତ୍ତିଙ୍କ ମକର ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀୟୁ ମକର ସଂକ୍ରାନ୍ତିରେ ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ କୋଭିଡ କଟକଣା ପାଇଁ ଏହି ବେଶ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି।
କୋଲକାତା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଶ୍ଚିମବଙ୍ଗର ନୂତନ ଡୋମହାନି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଗତକାଲି ସଂଧ୍ୟାରେ ସେଠାରେ ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମନ୍ତ୍ରୀ ଆହତ ଯାତ୍ରୀମାନଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ମୋଲମିତା ଗୋଦାରା ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ 40 ଜଣ ଆହତ ହୋଇଛନ୍ତି। ଏହି ସମୟରେ ଏକ ଉଚ୍ଚ ସ୍ତରୀୟ ରେଳ ସୁରକ୍ଷା କମିଟକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 31 ରୁ ଆରମ୍ଭ ହେବ। ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ କରାଯିବ। ପ୍ରଥମାର୍ଦ୍ଧ ଜାନୁୟାରୀ 31 ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ 14 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ 1 ରେ ସରକାର 2022-23 ଆର୍ଥିକ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିବେ। ଗତ ଶୀତକାଳିନ ଅଧିବେସନ କାର୍ଯ୍ୟସୂଚୀର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର 22 ରେ ସମାପ୍ତ ହୋଇଛି।
ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଟୁଇଟ ଯୋଗେ ସେ କହିଛନ୍ତି ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମକର ସଂକ୍ରାନ୍ତି, ମାଘ ବିହୁ, ଭୋଗୀ ଏବଂ ପୋଙ୍ଗଲରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକୃତିର ଉପାସନା ସହ ଜଡିତ ଏହି ପର୍ବ ସମସ୍ତଙ୍କ ଜୀବନରେ ସୁସ୍ଥ୍ୟ ଏବଂ ସୁଖ ଆଣିଦେବ ବୋଲି ମୋଦୀ ଏକ ଟ୍ୱିଟରେ କହିଛନ୍ତି। ସେ କହିଛନ୍ତି, ସମଗ୍ର ଭାରତରେ ଆମେ ବିଭିନ୍ନ ପର୍ବ ପାଳନ କରୁଛୁ ଯାହା ଭାରତର ଜୀବନ୍ତ ସାଂସ୍କୃତିକ ବିବିଧତାକୁ ସୂଚିତ କରେ। ଭୋଗି ପର୍ବ ଆମ ସମାଜରେ ସୁଖର ଆତ୍ମାକୁ ସମୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଥିଲେ। ଏହି ବିଶେଷ ଅବସରରେ ସେ ପ୍ରାର୍ଥନା କରିଥିଲେ ଯେ ପ୍ରକୃତି ସହିତ ଆମର ବନ୍ଧନ ଏବଂ ସମାଜରେ ଭାଇଚାରା ର ଆତ୍ମା ଗଭୀର ହେଉ।
କଟକ: ପୁଣି ଥରେ କଟକ ମାଲ ଗୋଦାମରୁ ଜବତ ହୋଇଛି ନକଲି ବା ଅପମିଶ୍ରଣ ଖାଦ୍ୟ। ଏଥର କଟକ ପୋଲିସ ଜବତ କରିଛନ୍ତି ନକଲି ଟମାଟୋ ଆଉ ଚିଲି ସସ୍। ଗତକାଲି ମାଲଗୋଦମ ପୋଲିସ ଏକ କାରଖାନା ଉପରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ସେଠାରେ ନକଲି ସସ୍ ତିଆରି ହେଉଥିବାର ଜଣାପଡିଥିଲା। ଫଳରେ ପୋଲିସ ସେଠାରୁ 608 ବୋତଲ ଟମାଟୋ ସସ୍, 712 ବୋତଲ ଚିଲ୍ଲି ସସ୍, 390 ବୋତଲ ଭିନିଗାର ଜବତ କରାଯାଇଛି। ଏଥିସହିତ 1500 ଲିଟର କଖାରୁ ରସ ଏବଂ ବିଭିନ୍ନ ରାସାୟନିକ କଲର ମଧ୍ୟ ଜବତ କରାଯାଇଛି। ତିନିଜଣଙ୍କୁ ପୋଲିସ ଗିରଫ କରିଛି। ସୁତ୍ର ଅନୁସାରେ ସେଠାରେ ବହୁଦିନ ଧରି ବିଭିନ୍ନ ନକଲି ସସ ତିଆରି ଚାଲିଥିଲା। ହେଲେ ସେମାନେ ଏପରି ଭାବେ ତିଆରି କରିଥିଲେ ଯେ, କେହି ଜାଣିପାରୁ ନ ଥିଲେ। ଏମାନେ ବଜାରରୁ ପଚା ଓ ଭଲ କଖାରୁ ଆଣି ସେଥିରେ…
ନୂଆଦିଲ୍ଲୀ: ଗତ ତିନି ଦଶନ୍ଧି ଧରି ଏନଡିଟିଭିର ସାମ୍ବାଦିକତା କରୁଥିବା ସାମ୍ବାଦିକ କମଲ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଗତ 30 ବର୍ଷ ଧରି NDTV ସହିତ ଜଡିତ ଥିଲେ ଏବଂ ତାଙ୍କର ଭିନ୍ନ ଧରଣର ସାମ୍ବାଦିକତା ପାଇଁ ସେ ବେଶ୍ ଜଣାଶୁଣା। ସେ ଚ୍ୟାନେଲର ଲକ୍ଷ୍ମୌ ବ୍ୟୁରୋ ମୁଖ୍ୟ ଥିଲେ। 61 ବର୍ଷ ବୟସ୍କ କମଲ ଗତକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଷୟରେ ତାଙ୍କର ରିପୋର୍ଟ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ସେ ଭାରତୀୟ ଟେଲିଭିଜନ ପୁରସ୍କାରର ଚାରୋଟି ପୁରସ୍କାର ଜିତିଛନ୍ତି | ତିନି ଦଶନ୍ଧି ମଧ୍ୟରେ ସେ ରାଜନୀତିର ଅନେକ ପର୍ଯ୍ୟାୟ ଦେଖିଛନ୍ତି ଏବଂ ଦର୍ଶକଙ୍କୁ ତାଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। କମଲ, ପତ୍ନୀ ରୁଚି ଏବଂ ପୁଅ ଅମାନଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବିଶ୍ବ ସ୍ତରୀୟ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ଦ୍ୱାରା ଟ୍ୱିଟ୍ କରି ଏହି ଅବସରରେ ଗ୍ଲୋବାଲ୍ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଆଜାଦି କା ଅମୃତ ମହୋତ୍ସବ ଉତ୍ସବରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶ୍ବବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ସୂର୍ଯ୍ୟ ନମସ୍କାରରେ ରହିଛି ଆଠଟି ଆସନ ଯାହା 12 ଷ୍ଟେପ ମାଧ୍ୟମରେ କରାଯାଇଥାଏ। ଅଂଶଗ୍ରହଣକାରୀ ଏହି ସବୁ କଷ୍ଟକର ଆସନ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୁଷ୍ମାନ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୬୪,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୨,୭୨,୦୭୩ କୁ ବୃଦ୍ଧି ପାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଦେଶରେ ଏ ପର୍ଯ୍ୟନ୍ତ କୋଭିଡ -୧୯ ର ଓମିକ୍ରନ୍ ଭାରିଆଣ୍ଟ୍ର ମୋଟ ୫ ହଜାର ୭୫୩ ଟି ମାମଲା ଚିହ୍ନଟ ହୋଇଛି। ଗତକାଲି ଠାରୁ ଏହା ୪.୮୩ ପ୍ରତିଶତ ବୃଦ୍ଧି । ସେହିପରି ଦେଶବ୍ୟାପୀ ଟୀକାକରଣ ଡ୍ରାଇଭରେ ଦେଶରେ ୧୫୫ କୋଟି ୩୯ ଲକ୍ଷରୁ ଅଧିକ କୋଭିଡ ଟିକା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଲକ୍ଷ ଆଠ ହଜାରରୁ ଅଧିକ କୋଭିଡ ଟିକା ଡୋଜ ହିତାଧିକାରୀଙ୍କୁ ଦିଆଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ନଅ ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ଜାତୀୟ ସୁସ୍ଥତା ହାର…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୧୦୬୫, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ୫୯୬୨ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ପଜେଟିଭ ଅଛନ୍ତି। ସେହିପରି ଜିଲ୍ଲା ସ୍ତରୀୟ କରୋନା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ବରରେ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା ଖୋର୍ଦ୍ଧାରୁ- ୩୪୯୬ ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୪୯ କଟକ ଜିଲ୍ଲାରୁ – ୮୪୪ ସମ୍ବଲପୁର ଜିଲ୍ଲାରୁ – ୫୨୯ ବାଲେଶ୍ୱର ଜିଲ୍ଲାରୁ – ୪୫୭ ମୟୁରଭଞ୍ଜ ଜିଲ୍ଲାରୁ – ୩୪୦ ପୁରୀ ଜିଲ୍ଲାରୁ – ୨୬୯ କଳାହାଣ୍ଡି ଜିଲ୍ଲାରୁ – ୨୦୩ ଝାରସୁଗୁଡ଼ା ଜିଲ୍ଲାରୁ –…
ଭୁବନେଶ୍ୱର: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଡେରାଡୁନ୍ସ୍ଥିତ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ପ୍ରସ୍ତୁତ ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉନ୍ମୋଚନ କରିଛନ୍ତି । ପ୍ରତି ଦୁଇବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ଏହି ସର୍ବେକ୍ଷଣ ଅନୁଯାୟୀ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ୫୩୭.୪୪ ବର୍ଗକିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି, ଯାହାକି ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି। ସେହିଭଳି ବିଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳବନ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆହୁରି ମଧ୍ୟ ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରତବର୍ଷର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି । ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦ ପ୍ରତିଶତ…
ମେଷ: – ଆଜି ଝଗଡା ଠାରୁ ଦୂରେଇ ଯିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାମ କରିବ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। କୌଣସି ତୃତୀୟ ବ୍ୟକ୍ତି ଆସିବା ପୂର୍ବରୁ ପ୍ରେମ ସମ୍ପର୍କ ଖରାପ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣ ଜମି କିମ୍ବା ଘର କିଣି ପାରିବେ। ବୃଷ: – ଆଜି ବ୍ୟକ୍ତି ଧର୍ଯ୍ୟର ସହିତ କାମ କରିବା ଉଚିତ୍। ବନ୍ଧୁମାନଙ୍କୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁ ନାହିଁ। ଅଜାଣତରେ ଏକ ବଡ ଭୁଲ କରିବା ଆପଣଙ୍କୁ ବିବ୍ରତ କରିବ। ଚାକିରିରେ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତତା ହେବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ। ମିଥୁନ: – ଆଜି ଯାତ୍ରା କରିବାକୁ ଯୋଜନା କରିବେ। ଏହା ପରିବାରରେ ସୁଖର ଆଣି ଦେବ। ଅଫିସରେ…
ଭୁବନେଶ୍ୱର: ନିକଟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ବିଭିନ୍ନ ଉଦଘାଟନ ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଯେତେ ଶିଘ୍ର ଜମି ଯୋଗାଇବେ ସେତେ ଶିଘ୍ର ସ୍ଥିଗିତ ଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଗୁରୁବାର ଦିନ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଉପରେ ସମୀକ୍ଷା ବୈଠକ ହୋଇଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିଘ୍ର ଜମି ହସ୍ତାନ୍ତର ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ପ୍ରାୟ ୪୦ଟି ରେଳ ପ୍ରକଳ୍ପର ଜମି ଗ୍ରହଣ ସଂପର୍କରେ ଆଲୋଚନା ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସଂପର୍କରେ ପ୍ରମୁଖ ଶାସନ…
ଭୁବନେଶ୍ବର: ଶାସକ ବିଜେଡି ବିଧାୟକ ତଥା ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘନ କରୁଛନ୍ତି। ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ନିର୍ବାଚନ କମିଶନର ସାରା ରାଜ୍ୟରେ ଆଚରଣ ବିଧି ଲାଗୁ ହେଲା ବୋଲି ଘୋଷଣା କରିଛନ୍ତି ହେଲେ ବିଜେଡି ତାହା ମାନୁ ନାହିଁ ବୋଲି କହିଛି। ଏପରିକି ନିର୍ବାଚନ ପ୍ରଚାର, ଶୋଭାଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଛି। ହେଲେ ପୋଲସରା ବିଧାୟର ଶ୍ରୀକାନ୍ତ ସାହୁ ଏବଂ ଜଗତସିଂହପୁରରେ ମନ୍ତ୍ରୀ ସମୀର ଦାସ ଶହଶହ କର୍ମିଙ୍କ ଗହଣରେ ସଭା କରିଛନ୍ତି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃୟାରୀ 28 ତାରିଖରେ ଶେଷ ହେଉଛି। ହେଲେ ସେ ଅବସର ନେବେ ନାହିଁ। ତାହାର କାରଣ ହେଲା ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ଆଉ 6 ମାସ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ରର ଅନୁମତି ଲୋଡିଥିଲେ। ଆଜି କେନ୍ଦ୍ର ସରକାରଙ୍କ ପର୍ସୋନେଲ ଓ ପେନସନ ଅଭିଯୋଗ ମନ୍ତ୍ରାଳାୟ ଅନୁମତି ପ୍ରଦାନ କରିଛନ୍ତି। ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ବ ଦକ୍ଷତାର ସହ ତୁଲାଇଛନ୍ତି । ବର୍ତ୍ତମାନ ରାଜ୍ୟରୋ କରୋନା ପରିସ୍ଥିତି ଜାରୀ ରହିଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରିଥିଲେ।
ନୂଆଦିଲ୍ଲୀ: ଗୌହାଟି ବିକେନର ଏକ୍ସପ୍ରେସ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ତଦନ୍ତ କରାଯିବ। ଏହି ତଦନ୍ତ ରେଳ ସୁରକ୍ଷା ବିଭାଗ ତରଫରୁ କରାଯିବ। ସେଥିପାଇଁ ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରାଯିବ ବୋଲି ଜଣାପଡଛି। କୋଲକାତାର ଜଲପାଇଗୁଡି ଜିଲ୍ଲା ଡୋମାହାନିଠାରେ ହୋଇଥିବା ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ବାରଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି 50 ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ 10 ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେ ଟୁଇଟ ଯୋଗେ ସେ ସୂଚନା ଦେଇଛନ୍ତି ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ…

