ଭୁବନେଶ୍ୱର: ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତି କରୁଛି। କଂପାନି ନିଜର ୫ଜି ନେଟ୍ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି। ୫ଜି ନେଟ୍ୱର୍କରେ ଅଧିକ ଡାଟା ଖର୍ଚ୍ଚ ହୁଏ, ତେଣୁ କଂପାନି ଅଧିକ ଡାଟା ବ୍ୟବହାର ହେଉଥିବା ଅଂଚଳ ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ଲାଗି ହିଟ୍ ମ୍ୟାପ୍ସ, ୩ଡି ମ୍ୟାପ୍ସ ଓ ରେ-ଟ୍ରେସିଂ ପ୍ରଯୁକ୍ତି ବ୍ୟବହାର କରୁଛି। ଏହା ଦ୍ୱାରା ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏକ ଦୃଢ଼ ନେଟ୍ୱର୍କ ପ୍ରସ୍ତୁତ କରାଯାଇପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ତ୍ରୈମାସିକ ଆର୍ଥିକ ଫଳାଫଳ ଘେଷଣାରୁ ଏହି ତଥ୍ୟ ଜଣାପଡିିଛି। ଗ୍ରାହକ ଆଧାରିତ ୫ଜି ସମାଧାନ ବିକଶିତ କରିବା ଲାଗି ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯାଇଛି। ସେମାନେ ଯେଭଳି ବିଭିନ୍ନ ପ୍ରକାରର ୫ଜି ସମାଧାନ ବିକଶିତ କରିପାରିବେ ସେଥିପାଇଁ ସେମାନଙ୍କୁ ଭାରତ ସହିତ ଆମେରିକାରେ ମଧ୍ୟ ମୂତୟନ କରାଯାଇଛି। କଂପାନିର…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ପଞ୍ଚାୟତରେ ୧୪ନଂ ୱାର୍ଡ ର ୱାର୍ଡମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଅନେକ ପ୍ରାର୍ଥୀ। କିନ୍ତୁ ଏଥିରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ଜଣେ ପ୍ରାର୍ଥୀଙ୍କର ୩ ରୁ ଉର୍ଦ୍ଧ୍ଵ ସନ୍ତାନ ଥାଇ ମଧ୍ୟ ସେ ପ୍ରାର୍ଥୀପାତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି। ତେବେ ୨୨/୦୪/୧୯୯୫ ନିର୍ବାଚନ ଅଧିନିୟମ ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ। ହେଲେ ୧୪ନଂ ୱାର୍ଡର ପ୍ରାର୍ଥିନୀ ସଞ୍ଜୁକ୍ତା ମାର୍ଥିଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏ ନେଇ ଆଜି ୧୪ନଂ ୱାର୍ଡର ପ୍ରାର୍ଥିନୀ ପ୍ରତିମା ବରାଳ ଅଙ୍କୁଲା ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୁକ୍ତାଙ୍କ ପିଲାମାନେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କଠାରୁ ସମସ୍ତ ପ୍ରମାଣପତ୍ର ଆଣି ନିର୍ବାଚନ ଅଫିସରଙ୍କୁ ପ୍ରତିମା ହସ୍ତାନ୍ତର କରିଛନ୍ତି। ସଞ୍ଜୁକ୍ତାଙ୍କ ବିରୋଧରେ ସବୁ ପ୍ରମାଣ ପତ୍ର…
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଲି ତଥା ସାଧାରଣ ସଭା ଉପରେ ପ୍ରତିବନ୍ଧକକୁ ଏକ ସପ୍ତାହ ବଢାଇ ଦେଇଛନ୍ତି। ଏହି ସପ୍ତାହରେ ରାଲି, ରୋଡ୍ ସୋ ଏବଂ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଟୀକାକରଣ ଏବଂ ସଂକ୍ରମଣର ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଲି ଏବଂ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଜାରି ରହିବ। କିନ୍ତୁ ଏହା ସହିତ କିଛି ରିହାତି ମଧ୍ୟ ଦିଆଯାଇଛି। ବର୍ତ୍ତମାନ ୫ ଜଣଙ୍କ ବଦଳରେ ୧୦ ଜଣ ଲୋକ ଦ୍ୱାର ଦ୍ୱାର ଅଭିଯାନରେ ଅଂଶଗ୍ରହଣ କରିପାରିବେ। ପ୍ରଚାର ସମୟରେ କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ। ଏକାସାଙ୍ଗରେ ୩୦୦ ପରିବର୍ତ୍ତେ ୫୦୦ ଲୋକ ନିର୍ବାଚନ ସଭାରେ ଅଂଶଗ୍ରହଣ କରିପାରିବେ।
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ଦିନିକିଆ ମ୍ୟାଚ୍ କେପଟାଉନର ନ୍ୟୁଲ୍ୟାଣ୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ (ଏନସିଜି) ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଘରୋଇ ଦଳ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛନ୍ତି। ଶେଷ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଏକ ସ୍ୱଚ୍ଛ ସ୍ୱିପ୍ ଠାରୁ ଦୂରେଇ ରହିବାକୁ ଚାହିଁବ। ଏପର୍ଯ୍ୟନ୍ତ ଭାରତୀୟ ଦଳର ଉଭୟ ବ୍ୟାଟ୍ସମ୍ୟାନ୍ ତଥା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏଭଳି ପରିସ୍ଥିତିରେ ଆଗାମୀ ମ୍ୟାଚରେ ଦଳରେ ଅନେକ ପରିବର୍ତ୍ତନ କରାଯାଇପାରେ। ପୂର୍ବ ମ୍ୟାଚରେ ଫ୍ଲପ୍ ହୋଇଥିବା ଭେଟେରାନ୍ ଖେଳାଳୀଙ୍କୁ ଏହି ମ୍ୟାଚ୍ ରେ ଡ୍ରପ୍ କରାଯାଇପାରେ ଏବଂ ଯୁବ ଖେଳାଳିଙ୍କୁ ଏକ ସୁଯୋଗ ଦିଆଯାଇପାରେ। ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳକୁ ୩୧ ରନ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯୁବ ଦଳ ଏହି ମ୍ୟାଚ୍ରେ ଏକ ଭଲ ଆରମ୍ଭ କରିଥିଲା, କିନ୍ତୁ ଏହା ପରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳା ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି। ମହତପଲା ଗ୍ରାମରୁ ଦୁଇ ଜଣ ମହିଳା ମଦ ବେପାରି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଅନୁରୂପ ଭାବେ ଜଗନ୍ନାଥପୁର ଗ୍ରାମରୁ ଗଙ୍ଗାଧର ଦଣ୍ଡସେଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ତିନି ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର MRI SCAN କରାଇନେବା ଉଚିତ। MRI SCAN ଦ୍ବାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ। ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ମସ୍ତିଷ୍କ ରୋଗ ଆରୋଗ୍ୟସାଧ୍ୟ। ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ। ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ…
ବାରିପଦା: ଲୋକଙ୍କ ସେବା କରିବାର ଇଚ୍ଛା ନେଇ ରାଜନୀତି ମଇଦାନରେ ପାଦ ଥାପିଛନ୍ତି ଜଣେ ଏୟାର ହୋଷ୍ଟେସ୍ ଦିନେ ଆକାଶରେ ଉଡ଼ୁଥିବା ମୟୂରଭଞ୍ଜର ଝିଅ ଆଜି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଚାକଚକ୍ୟ ଭରା ସୌଖିନ ଜୀବନ ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ର ବିଜୟଲକ୍ଷ୍ମୀ ମହାନ୍ତା। ଗତକାଲି ବିଜୟଲକ୍ଷ୍ମୀ ୩୧ ନମ୍ବର ଜୋନ୍ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜୟଲକ୍ଷ୍ମୀ ପ୍ରଥମେ ଇଣ୍ଡିଗୋ ବିମାନ ସେବାର ଏୟାର୍ ହୋସ୍ ଭାବେ କାର୍ଯ୍ୟରତ ଥିଲେ। ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ନିଜର ସୌଖିନ ଚାକିରିକୁ ପଛରେ ପକାଇ ଜନ୍ମମାଟିକୁ ଫେରିଛନ୍ତି। ବିଜାତଳା ବ୍ଲକ୍ ମୟୂରଭଞ୍ଜ ଜିଲ୍ଲାର ଏକ ପଛୁଆ ଅଞ୍ଚଳ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜିଯାଏ ଏଠିକା ଲୋକେ ବହୁ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଚାହାଁନ୍ତି। ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବିବେଚନା କରାଯାଏ। ଭୌତିକ ଯୁଗରେ, ଯାହା ଉପରେ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ଅଛି, ତାଙ୍କର କୌଣସି ଅଭାବ ରହିବ ନାହିଁ। ଏହିପରି ବ୍ୟକ୍ତି ସର୍ବତ୍ର ସମ୍ମାନ ପାଆନ୍ତି। ମା’ ଲକ୍ଷ୍ମୀଙ୍କର ଅନୁଗ୍ରହ ସହିତ ଧନ ମଧ୍ୟ ବଢିଯାଏ, ଯେତେବେଳେ ଜଣେ ବ୍ୟକ୍ତିଙ୍କର ଧନ ଥାଏ, ସେତେବେଳେ ଆତ୍ମବିଶ୍ୱାସ ମଧ୍ୟ ବଢିଯାଏ। ସଫଳତା ପାଇଁ ଆତ୍ମବିଶ୍ୱାସ ଏକ ବିଶେଷ ଯୋଗଦାନକାରୀ ଭାବରେ ବିବେଚନା କରାଯାଏ। ମାତା ଲକ୍ଷ୍ମୀ କିଛି କାମକୁ ପସନ୍ଦ କରନ୍ତି ନାହିଁ। ତେଣୁ, ଯେଉଁମାନେ ଧନୀ ହେବାକୁ ଚାହାଁନ୍ତି ଏବଂ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ସେମାନେ ଏହି କାର୍ଯ୍ୟ କରିବା ଉଚିତ୍ ନୁହେଁ। ମା’ ଲକ୍ଷ୍ମୀ ଏହିସବୁ ଜିନିଷ ପ୍ରତି କ୍ରୋଧିତ ହୁଅନ୍ତି। ଏହି କାର୍ଯ୍ୟଗୁଡ଼ିକ କ’ଣ, ଆସନ୍ତୁ ଜାଣିବା- ୧- କ୍ରୋଧ: କ୍ରୋଧିତ ହେଉଥିବା ଲୋକ ମା’ ଲକ୍ଷ୍ମୀଙ୍କର…
ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି, ଫିକ୍ସଡ୍ ଡିପୋଜିଟ୍ ଲୋକମାନଙ୍କ ମଧ୍ୟରେ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ନିରାପଦ ବିନିଯୋଗ ଉପକରଣ। ମଧ୍ୟବିତ୍ତରୁ ଉଚ୍ଚ ଆୟକାରୀ ଗୋଷ୍ଠୀ ପର୍ଯ୍ୟନ୍ତ ଲୋକମାନେ ବ୍ୟାଙ୍କରେ ଏଫଡି ଆକାରରେ ଜମା କରିବାକୁ ପସନ୍ଦ କରନ୍ତି। କିନ୍ତୁ, କରୋନା ଅବଧିରେ, FD ର ସୁଧ ହାର ତୀବ୍ର ହ୍ରାସ ପାଇଛି। ଏଥିରେ ବିନିଯୋଗ ନିରାପଦ ଥିଲା କିନ୍ତୁ, ରିଟର୍ଣ୍ଣ ବର୍ତ୍ତମାନ ଭଲ ହେଉନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଉଭୟ ନିରାପଦ ଏବଂ ଉନ୍ନତ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି। ତେବେ ଆପଣ ଡାକଘର ଯୋଜନାରେ ବିନିଯୋଗ କରିପାରିବେ। ଏଥିରେ ବଜାର ଅର୍ଥ ବିନିଯୋଗରୁ ଭଲ ରିଟର୍ଣ୍ଣ ଦେବାରେ ସାହାଯ୍ୟ କରୁଥିବାରୁ ଏଥିରେ ଟଙ୍କା ହରାଇବାର କୌଣସି ବିପଦ ନାହିଁ। ତେବେ ଆସନ୍ତୁ ଆଜି ବ୍ୟାଙ୍କ FD ଅପେକ୍ଷା ଡାକଘରର ନିବେଶ ବିକଳ୍ପ ବିଷୟରେ ଆଲୋଚନା କରିବା। ନିବେଶ ପାଇଁ ଡାକ ବିଭାଗର ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସର୍ବୋତ୍ତମ ବିକଳ୍ପ।…
ସ୍ୱାସ୍ଥ୍ୟ ଟିପ୍ସ: ଛେନା, ମହୁ ଏବଂ ଖାଇବା ତେଲ ପରି ଜିନିଷରେ ଏବ ଅପମିଶ୍ରଣ ହେଉଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଆଜିକାଲି ରୋଟି ତିଆରିରେ ବ୍ୟବହୃତ ହେଉଥିବା ଅଟାରେ ମଧ୍ୟ ଅପମିଶ୍ରଣ ହେଉଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଗହମ ଅଟାରେ ମଧ୍ୟ ଏବେ ଚକ ପାଉଡର ଏବଂ ମଇଦା ମିଶ୍ରିତ ହେଉଛି। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆପଣ କିଛି ଟିପ୍ସ ଅନୁସରଣ କରି ଏହି ଅପମିଶ୍ରଣକୁ ସହଜରେ ଚିହ୍ନଟ କରିପାରିବେ। ଏହି ଉପାୟରେ ଅପମିଶ୍ରିତ ଅଟାକୁ ଚିହ୍ନଟ କରନ୍ତୁ: ଏକ ଗ୍ଲାସ୍ ପାଣି- ଅପମିଶ୍ରିତ ଅଟାକୁ ଚିହ୍ନିବା ପାଇଁ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ବର୍ତ୍ତମାନ ଏହି ପାଣିରେ ଅଧା ଚାମଚ ଅଟା ମିଶାନ୍ତୁ। ଏହା ପରେ, ଯଦି ଆପଣ ପାଣିରେ କିଛି ଭାସୁଥିବା ଦେଖନ୍ତି, ତେବେ…
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ମେନପୁରୀର କରହଲ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ ରେକର୍ଡ ସଂଖ୍ୟକ ଭୋଟରେ ଜିତିବେ ବୋଲି ମଧ୍ୟ ଦାବି କରାଯାଇଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅଖିଲେଶ କହିଛନ୍ତି ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ, ତେବେ ୨୨ ଲକ୍ଷ ଯୁବକ ଆଗାମୀ ସମୟରେ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇବେ।
ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ନିକଟସ୍ଥ ସମ୍ପର୍କୀୟ ଏହି ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କର କୌଣସି ଲକ୍ଷଣ ନାହିଁ। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବେ ଗୌଡାଙ୍କୁ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବୋମ୍ମାଇ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କରୋନା ଭାଇରସ ସଂକ୍ରମଣରୁ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି।
ନୂଆଦିଲ୍ଲୀ: ଆସନ୍ତାକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ କାଲି ଇଣ୍ଡିଆଗେଟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ହେଲୋଗ୍ରାମ ପ୍ରତିମୂର୍ତ୍ତି ଉନମୋଚିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପଦ ବନ୍ଧୁ ପୁରସ୍କରଙ୍କୁ ମଧ୍ୟ ପ୍ରଦାନ କରିବେ। ସମାରୋହରେ ମୋଟ ସାତଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇ ଥିବା ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ତଥା ସମ୍ମାନିତ କରିବାକୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରାବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି। ପ୍ରତିବର୍ଷ 23 ଜାନୁଆରୀରେ ଏହି ପୁରସ୍କାର ଘୋଷଣା କରାଯାଏ। ଅନୁଷ୍ଠାନ ହେଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ପ୍ରମାଣପତ୍ର ପ୍ରଦାନ…
ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୂଚନା ଦେଇଛନ୍ତି। ଏହି ପ୍ରତିମୂର୍ତ୍ତି ଗ୍ରାନାଇଟ ପଥରରେ ନିର୍ମିତ ହେବ। ଏହି ପ୍ରତିମୂର୍ତ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଶ୍ରେଷ୍ଠ ସମ୍ମାନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ଜାନୁୟାରୀ ସଂଧ୍ୟା 6 ଟା ସମୟରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ହେଉଛି ଏପରି…
ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଦିଲ୍ଲୀ-ମଥୁରା ରେଳ ବିଭାଗରେ ଗତକାଲି ରାତିରେ ଭୂତେଶ୍ୱର ଏବଂ ବୃନ୍ଦାବନ ରୋଡ ଷ୍ଟେସନ ମଧ୍ୟରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଆଗ୍ରା ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ (PRO) ଏସ.କେ ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ମାଲବାହୀ ଟ୍ରେନ୍ ଚିତ୍ତୋର ନିମ୍ବା ଷ୍ଟେସନରୁ ଗାଜିଆବାଦକୁ ସିମେଣ୍ଟ ଲୋଡ୍ କୋଚ୍ ସହିତ ମଥୁରା ଦେଇ ଯାଉଥିଲା। ରାତି ପ୍ରାୟ ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ହେତୁ ମଥୁରା ଠାରୁ ପାଲୱଲ ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ ମଧ୍ୟ ବ୍ୟାହତ ହୋଇଛି। ସେ କହିଛନ୍ତି ଯେ, ସିମେଣ୍ଟ କ୍ୟାନଗୁଡିକ ହଟାଇବା ପାଇଁ ୩୦୦ରୁ ଅଧିକ ଶ୍ରମିକ ଯୁଦ୍ଧକାଳୀନ ଭିତ୍ତିରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଟ୍ରେନର ୧୫ ଟି କୋଚ୍ ଖସିଯିବା ପରେ ସମସ୍ତ ତିନୋଟି ରେଳ ଲାଇନ ବ୍ୟାହତ ହୋଇଛି। ଯାହାକୁ ଶୀଘ୍ର…
ଜ୍ୟୋତି ରଞ୍ଜନ ମହାପାତ୍ର ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ । ସେହି ଡାକରା ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ…
ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ପୁନମା ଓଭର ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ କାରଟି ଓଭର ବ୍ରିଜ ତଳକୁ ଖସି ଚୁରମାର ହୋଇପଡିଛି। ହେଲେ ଆଶ୍ଚର୍ଯ୍ୟର କଥା ଯେ ଚାଳକଙ୍କର କୌଣସି କ୍ଷତି ହୋଇ ନାହିଁ। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ i10 କାରଟି ଦ୍ରୁତଗତିରେ ନବୀନ ନିବାସଆଡୁ ଭୀମଟାଙ୍ଗୀ ଯାଉଥିଲା। ସେ ପୁନମା ଓଭର ବ୍ରିଜ ଉପରେ ଚଢିବା ବେଳେ ଭାରସାମ୍ୟ ହରାଇ ବସିଥିଲା। ଫଳରେ ଗାଡିଟି ଓଭର ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋରରେ ଲାଗିଥିଲା ଯେ ସେହି ବ୍ୟାରିକେଡ ଭାଙ୍ଗି କାରଟି 30 ଫୁଟ ତଳକୁ ଖସିପଡିଥିଲା। ବିଳମ୍ବିତ ରାତି ହୋଇଥିବାରୁ ଲୋକ ଗହଳି ନ ଥିଲା। ହେଲେ ଜଣେ ଦେଖଣାହାରୀଙ୍କ ଅନୁସାରେ କାରଟି ପୁରା ଓଲଟିପଡିଲା। ସେ ଭିତରେ ଚାଳକ ଗୋଡରେ କବାଟ ଭାଙ୍ଗି ବାହାରିଥିଲା। ତାପରେ ସେ ସେଠାରେ କିଛି ସମୟ…
ମୁମ୍ବାଇ: ମୁମ୍ବାଇର ତାଡଦେବ ଅଞ୍ଚଳରେ ଥିବା ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି କୋଠାଟି ତାଡଦେବ ଅଞ୍ଚଳର ଭାଟିଆ ହସ୍ପିଟାଲ ସମ୍ମୁଖରେ। ଏହି ସମୟରେ ନିଆଁ ଲିଭାଇବା ପାଇଁ ୨୧ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଭୟଙ୍କର ଅଗ୍ନିକାଣ୍ଡ ଦେଖି ଭିଡ଼ ଜମିବା ପରେ ଟ୍ରାଫିକ ପୋଲିସ ଏବଂ ସ୍ଥାନୀୟ ପୋଲିସର ସାହାଯ୍ୟ ନିଆଯାଇଛି। ବର୍ତ୍ତମାନ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସମସ୍ତ ୭ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୫ ଜଣଙ୍କର ନାୟାର ହସ୍ପିଟାଲରେ, ଜଣେ କସ୍ତୁରବା ହସ୍ପିଟାଲରେ ଏବଂ ଆଉ ଜଣେ ଭାଟିଆ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୭.୩୦ ରୁ ଆରମ୍ଭ ହୋଇଥିଲା। ଅନୁମାନ କରାଯାଏ ଯେ ପ୍ରଥମେ ଅଗ୍ନିକାଣ୍ଡ କୋଠାର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏନଏସି ର ସଫେଇ କର୍ମଚାରୀ ମାନେ ଆନ୍ଦୋଳନରେ ବସିବା ସହ ବାଣପୁର ମେଡିକାଲ ରାସ୍ତାକୁ ଅବରୋଧ କରିଛନ୍ତି। ସଫେଇ କର୍ମଚାରୀଙ୍କ ଦରମାରୁ ଇପିଏଫ ପଇସା ହରିଲୁଟ ହେଉଥିବାର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୪ ମାସ ହେଲା ସେମାନଙ୍କ ମାସିକ ଦରମାରୁ ଇପିଏଫ ଏବଂ ଏସଆଇ ଅଂଶ ପାଖାପାଖି ୧୨୦୦ ଟଙ୍କା କଟାଯାଉଥିବା ବେଳେ ତାହାର ପ୍ରମାଣ ସେମାନଙ୍କ ପାଖେ ନାହିଁ। ତେବେ ଆଜିକୁ ଚାରି ଦିନ ହେଲା ଇପିଏଫ ପଇସା କାଟର ରସିଦ ଏବଂ ଅନ୍ୟାନ କାଗଜପତ୍ର ଦେଖେଇବା ଦାବିରେ କର୍ମଚାରୀମାନେ ସଫେଇ ବନ୍ଦ ରଖିଛନ୍ତି। କିନ୍ତୁ ଆଜି ତହସିଲଦାର ଏବଂ ପୋଲିସର ଉପସ୍ଥିତିରେ ଏନଏସି ପ୍ରଶାସନ ଅନ୍ୟ ସଫେଇ କର୍ମଚାରୀଙ୍କୁ ଆଣି ସହରରେ ସଫେଇ କାର୍ଯ୍ୟ ଆରମ୍ଭ କରାଇଥିଲା। ତେବେ ଏହାକୁ ବିରୋଧ…
ନୂଆଦିଲ୍ଲୀ: ଗତକାଲି ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩ ଲକ୍ଷ ୩୭ ହଜାର ୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୪୮୮ ଜଣଙ୍କ ପ୍ରାଣହାନୀ ଘଟିଛି। ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୪୨ ହଜାର ୬୬୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୯୩ ଲକ୍ଷ ୩୨ ହଜାର ୪୫୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୮ ହଜାର ୮୮୪ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୩ କୋଟି ୬୩ ଲକ୍ଷ ୧ ହଜାର ୪୮୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୧ ଲକ୍ଷ ୧୩…

