ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପରିସରରେ ଆଜି ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ‘ଆମ ପୋଲିସ ମିଟିଂ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା। ସେହିପରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଡ଼ିଏସପି ଅତନୁ ରାଉତ, ଡ଼ିଏସପି ରବି ନାରାୟଣ ପାଢ଼ୀ ଏବଂ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ନିରାକାରପୁର ଅଂଚଳର ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଏସପି ଶ୍ରୀ ଦୋରା ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଂଚଳର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ସେହିପରି ଭାବେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବାଲୁଗାଁ ଏସଡ଼ିପିଓ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏସଡ଼ିପିଓଙ୍କୁ ବିନାଦ୍ଵିଧାରେ ଯୋଗାଯୋଗ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ୧୫ରୁ ୧୮ ବର୍ଷୀୟ କିଶୋରମାନଙ୍କୁ ଟୀକକାରଣ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଉକ୍ତ ଟୀକାକରଣ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ମଧ୍ୟ ଅନୁଷ୍ଠିତ ହେବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ରୁ ୧୮ ବର୍ଷୀୟ କିଶୋରମାନଙ୍କୁ କୋଭାକ୍ସିନ ଟୀକା ଦିଆଯିବ। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୯ ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଉକ୍ତ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏନଏସି ଅଡ଼ିଟୋରିଅମ ହଲରେ ସକାଳ ୮ ରୁ ଅପରାହ୍ନ ୧ ଘଟିକା ଯାଏଁ ଉକ୍ତ ଟୀକା ଦିଆଯିବ। ତେବେ ଟୀକା ନେବା ନିମନ୍ତେ କିଶୋରମାନଙ୍କୁ ସେମାନଙ୍କ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ବିଷୟରେ ଟୀକାକେନ୍ଦ୍ରରେ ସୂଚନା ଦେବାକୁ ପଡ଼ିବ ବୋଲି ଜଣାପଡିଛି। ସେହିପରି ଭାବେ ଟୀକା ନେବା ପାଇଁ ଗତ…
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଲୱେ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ହେଲେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ନିରାକାରପୁର ଥାନା ଅନ୍ତର୍ଗତ ଗଡିଶାଗୋଦା ଥାନା ରୋଷଣା ଗ୍ରାମର ପ୍ରକାଶ ଜେନାଙ୍କ ଟ୍ରେନ ଧକ୍କାରେ ମୃତ୍ୟୁବରଣ ହୋଇଛି। ହେଲେ ପ୍ରକାଶଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜିଆରପି ପୋଲିସ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ବର୍ତ୍ତମାନ ଭୟ କଲେଣି। କାରଣ ଏହି ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଠକିବାରେ ଲାଗିଛନ୍ତି। ଫଳରେ ନା ଗ୍ରାହକ ନା ସାଇବର ଆର୍ମି ତାହାର ଖୋଜ ଖବର ପାଇପାରୁଛନ୍ତି। ବର୍ତ୍ତମାନ ହିସାବ ଅନୁସାରେ ଏଇ ୨୦୨୧ ମସିହାରେ ସାଇବର ଠକଙ୍କ ଦୋରାତ୍ମା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏମାନେ ଭୁବନେଶ୍ବରରୁ ପ୍ରାୟ ୬୭୧୯ ଜଣଙ୍କୁ ଚୁନ ଲଗାଇଥିବାର ଜଣାପଡିଛି। ପୋଲିସ ରେକର୍ଡ ଅନୁସାରେ ୨୦୨୧ ମସିହାରେ ଏହି ସାଇବର ଠକମାନେ ମୋଟ ୮ କୋଟି ୬ ଲକ୍ଷ ୬୮ ହଜାର ୮୪୯ ଟଙ୍କା ଠକିଛନ୍ତି। ହିସାବ ଅନୁସାରେ ଏହି ଠକମାନେ ମାର୍ଚ୍ଚ ମାସରେ ସର୍ବାଧିକ ଠକେଇ କରିଥିବାର ଜଣାପଡିଛି। ଏହି ମାସରେ ସେମାନେ ପ୍ରାୟ ୮୪ ଲକ୍ଷ ଟଙ୍କା ଠକିଛନ୍ତି। ସେହିପରି ଗତ ଜୁନ ମାସରେ ଏମାନେ ପ୍ରାୟ…
ଭୁବନେଶ୍ୱର: ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା। ଏଣିକି ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ୍। ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’। ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ। ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ.ଟେକ ବିକ୍ରମ ରାୟ। ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡା. ଆଲୋକ କାନୁନଗୋ। ବିଶେଷକରି ଏହି ଆପ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁତ ସହାୟକ ହେବ। ବ୍ୟସ୍ତବହୁଳ ଜୀବନ ଏବଂ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ପାଇଁ ଅନେକ ଔଷଧ ଖାଇବା ନିମନ୍ତେ ଭୁଲି ଯାଆନ୍ତି। ସେହିପରି ଅନେକ ଜଟିଳ ରୋଗ ଯୋଗୁଁ କେଉଁ ଔଷଧ କେଉଁ ସମୟରେ ଖାଇବେ ତାହାକୁ ମଧ୍ୟ ମନେରଖି ପାରନ୍ତି ନାହିଁ। ଏହି କ୍ଷେତ୍ରରେ ଏହି…
ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ନୂଆ ଦାୟିତ୍ବ ମିଳିଛି। ସେହିପରି ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଆସିଛନ୍ତି ନୂଆ ସଚିବ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ 1- ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ 2-ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ବରେ ରହିବେ। 3-ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ 4-ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ 5-ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ବ ପ୍ରଦାନ 6-…
ନୂଆଦିଲ୍ଲୀ: ମୁଗକୁ ଅନେକ ଉପାୟରେ ଖିଆଯାଏ। ଡାଲି ବ୍ୟତୀତ ଏହାକୁ ଖିଚିଡି, ହାଲୱା କିମ୍ବା ନାମକିନ୍ ଆକାରରେ ବ୍ୟବହାର କରାଯାଇପାରେ। କିନ୍ତୁ ଆପଣ ଜାଣନ୍ତି କି ମୁଗ ଡାଲି ସୁପ୍ ମଧ୍ୟ ତିଆରି କରାଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ସହିତ ଏହାର ସ୍ୱାଦ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏପରି ପରିସ୍ଥିତିରେ, ଯଦି ଆପଣ ବଢୁଥିବା ମେଦବହୁଳତା ଦ୍ୱାରା ଅସୁବିଧାରେ ପଡ଼ୁଛନ୍ତି ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଡାଏଟରେ ମୁଗ ଡାଲି ସୁପ୍ ଅନ୍ତର୍ଭୁକ୍ତ କରିପାରିବ। ଆସନ୍ତୁ ଆପଣଙ୍କୁ ଏଠାରେ ମୁଗ ଡାଲି ସୁପ୍ ଖାଇବାର ଉପକାରିତା ବିଷୟରେ କହିବା। ମୁଗ ଡାଲି ସୁପ୍ କିପରି ପ୍ରସ୍ତୁତ କରିବେ: ଯଦି ଆପଣ ହାଲୁକା ଏବଂ ସୁସ୍ଥ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ମୁଗ ଡାଲି ସୁପ୍ ହେଉଛି ସର୍ବୋତ୍ତମ ବିକଳ୍ପ। ଆପଣ ଏହାକୁ ଅପରାହ୍ନରେ କିମ୍ବା ରାତ୍ରୀ ଭୋଜନ ସମୟରେ ନେଇପାରିବେ ଯାହା ହଜମ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଐତିହାସିକ ବିଜୟ ପଞ୍ଜିକୃତ କରିଥିବା ଭାରତୀୟ ଦଳ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛି। ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯିବ। କ୍ୟାପଟେନ ବିରାଟଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ସିରିଜ ବିଜୟ ଉପରେ ଭାରତୀୟ ଦଳର ନଜର ରହିଛି। ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଏଠାରେ ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇନାହିଁ। କରୋନାର ଓମିକ୍ରନ୍ ଭାରିଆଣ୍ଟର ଭୟ ମଧ୍ୟରେ ଏହି ସିରିଜ୍ ଆରମ୍ଭ ହେଉଛି। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକମାନେ ଏହି ସିରିଜ୍ ଅନଲାଇନରେ ଏବଂ କେବଳ ପ୍ରସାରଣ ଚ୍ୟାନେଲରେ ଦେଖିପାରିବେ। ତେବେ ଏହି ମ୍ୟାଚ କେବେ ଏବଂ କେଉଁଠାରେ ଦେଖିପାରିବେ? ପଢନ୍ତୁ… ୧- ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କେଉଁଠାରେ ଖେଳାଯିବ?: ତିନି ମ୍ୟାଚ୍…
ଭୁବନେଶ୍ବର: ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବପୁର ଗ୍ରାମର ଏକ ଭଡା ଘରୁ ପୋଲିସ ଚଢ଼ାଉ କରି ୧୩ଲକ୍ଷ ୧୭ହଜାର ୫୦୦ଶହ ଟଙ୍କାର ଜାଲ ନୋଟ ଜବତ କରିଛି। ଏତେ ପରିମାଣର ଜାଲ ନୋଟ ଜବତ ହେବା ନେଇ ପୋଲିସର ଚିନ୍ତା ବଢିଯାଇଛି। ଏହା ସହିତ ସମ୍ପୃକ ଥିବା ଅଭିଯୋଗରେ ପୋଲିସ ସ୍ଥାନୀୟ ମଙ୍ଗଳ ପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ଚନ୍ଦ୍ରମଣି ବଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି। ଜାଲ ନୋଟ ସହ ଘଟଣା ସ୍ଥଳରୁ ପୋଲିସ ତିନୋଟି ପ୍ରିଣ୍ଟର ମେସିନ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।
ଦେହରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରୁ ଭୟାନକ ଖବର ଆସିଛି। ନୈନିତାଲ ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ୮୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ପିଲାଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ପରେ ୪୮୮ ପିଲାଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ୮୨ ଜଣ ପିଲା କରୋନା ପଜିଟିଭ୍ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ଓମିକ୍ରୋନର ଚାରୋଟି ନୂତନ ମାମଲା ରିପୋର୍ଟ ହୋଇଥିଲା। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିଲା। ଅତୀତରେ ଓମିକ୍ରନ୍ ଦ୍ଵାରା ସଂକ୍ରମିତ ଚାରି ଜଣଙ୍କୁ ଆରୋଗ୍ୟ କରାଯାଇଛି। ଡିସେମ୍ବର ୧୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ଆସିଥିବାବେଳେ ଡିସେମ୍ବର ୨୭ ତାରିଖରେ ଆଉ ତିନୋଟି ମାମଲା ରିପୋର୍ଟ ହୋଇଥିଲା।
ମୁମ୍ବାଇ: ମହାରାଷ୍ଟ୍ରର ବିଏମସି କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆଶ୍ରୟ ଯୋଜନା’କୁ ନେଇ ରାଜ୍ୟ ସରକାର ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶିବସେନାକୁ ଏକ ବଡ ଝଟକା ଦେଇ ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରି ବିଏମସିର “ଆଶ୍ରୟ ଯୋଜନା” ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟପାଳ ମହାରାଷ୍ଟ୍ରର ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମସିର ଆଶ୍ରୟ ଯୋଜନାରେ ୧ ହଜାର ୮୦୦ କୋଟି ଟଙ୍କା ଠକେଇ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଏମସିର “ଆଶ୍ରୟ ଯୋଜନା” ସମ୍ପର୍କରେ ବିଜେପିର ଅଭିଯୋଗ ଅନୁଯାୟୀ ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିଶନ) ନିୟମର ଉଲ୍ଲଂଘନ କରାଯାଇଛି। ନିୟମ ଅନୁଯାୟୀ, ଯଦି କେବଳ ଜଣେ ଅଂଶଗ୍ରହଣକାରୀ ଟେଣ୍ଡରରେ ଅଂଶଗ୍ରହଣ କରନ୍ତି, ତେବେ ଟେଣ୍ଡରକୁ ପୁନର୍ବାର ଡାକିବା ଉଚିତ। କିନ୍ତୁ ତାହା ହୋଇ ନାହିଁ। ‘ଆଶ୍ରୟ ଯୋଜନା’ ଅନୁଯାୟୀ ବିଏମସି କର୍ମଚାରୀଙ୍କ ପାଇଁ ଘର ନିର୍ମାଣ କରୁଥିଲା। ବିଜେପି ଅଭିଯୋଗ…
ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପାଇଁ ସ୍ଥାପିତ କୋର୍ଟ ଅଫ୍ ଇନକ୍ୱାରୀ ରିପୋର୍ଟରୁ ଏକ ବଡ ଖୁଲାସା ହୋଇଛି। ଖରାପ ପାଣିପାଗ ସିଡିଏସ୍ ହେଲିକପ୍ଟର ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଉଛି। ସୂଚନାନୁସାରେ, ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ଲିଗାଲ ୱିଙ୍ଗକୁ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ପଠାଇଛି। ଖୁବ୍ ଶୀଘ୍ର ଏହି ରିପୋର୍ଟ ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ। ଯଦିଓ ଏହି ରିପୋର୍ଟ ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। କିନ୍ତୁ ସୂତ୍ର ଅନୁଯାୟୀ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା କମିଟି ଜାଣିବାକୁ ପାଇଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ବିବ୍ରତ ହୋଇଥାଇପାରନ୍ତି, ଯାହାଫଳରେ ଦୁର୍ଘଟଣା ହୋଇଯାଇଥିଲା। ବୈଷୟିକ ଭାଷାରେ ଏହାକୁ ସିଏଫଆଇଟି ଅର୍ଥାତ୍ ‘କଣ୍ଟ୍ରୋଲଡ ଫ୍ଲାଇଟ୍ ଇନ୍ ଟୁ ଟେରେନ୍’ କୁହାଯାଏ। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଏୟାର ମାର୍ଶଲ…
ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ ଆରମ୍ଭ ହେଲାଣି। ଆଜିର ଖବର ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 424 ରେ ପହଞ୍ଚିଲାଣି। ଗତକାଲି ଏହି ସଂଖ୍ୟା ଥିଲା 298। ଅର୍ଥାତ ଗୋଟିଏ ଦିନରେ 124 ଜଣ ନୂଆ ଆକ୍ରାନ୍ତ ବୃଦ୍ଧି ପାଇଛି। ଏହା ନିଶ୍ଚିତ ଭାବେ ଏକ ଝଟକା ବୋଲି କହିବାକୁ ପଡିବ। ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ବଢିବା ଆରମ୍ଭ ହୋଇଛି। ପୂର୍ବରୁ ଏହି ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗତ ନଭେମ୍ବର ମାସ ପର୍ଯ୍ୟନ୍ତ କରୋନା ଗ୍ରାଫ ଠିକ ନିୟନ୍ତ୍ରିତ ହୋଇ ଆସୁଥିଲା। ହେଲେ ଏହା ନଭେମ୍ବର 24 ବେଳକୁ ଝଟକା ଦେବା ଆରମ୍ଭ କରିଥିଲା। ପରେ ଡିସେମ୍ବର ମାସରେ ଏହି ଗ୍ରାଫ ଉପର ମୁହାଁ ହୋଇଥିଲା। ସେହିପରି ବିଭିନ୍ନ ଜିଲ୍ଲାର ସ୍ଥିତି ମଧ୍ୟ ନିୟନ୍ତ୍ରିତ ହୋଇ ରହିଥିଲା। ବିଭିନ୍ନ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଖସି…
ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଗତ ଦୁଇଦିନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ସାମୟିକ ଭାବେ ସ୍କୁଲକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ରାଜ୍ୟ ସରକାର ଏସଓପି ଜାରି କରିବା ସହ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ସଂକ୍ରମଣ ଭୟ ଥିବାରୁ ସ୍କୁଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୨୨ ହଜାର ୭୭୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୨୭ ହଜାର ୫୫୩ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୮୪ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୮୯ ହଜାର ୯୨ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮୪ ହଜାର ୫୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୨୨ ହଜାର ୮୦୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୪୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୮ ବଲାଙ୍ଗୀରି ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୪୫ ଢେଙ୍କାନାଳ ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୮ ଯାଜପୁର ଜିଲ୍ଲାରୁ- ୯ ଝାରସୁଗୁଡା ଜିଲ୍ଲାରୁ- ୧୫ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧୪ ଖୋର୍ଦ୍ଧା ଜିଲ୍ଲାରୁ- ୧୭୭ ମୟୂରଭଞ୍ଜ ଜିଲ୍ଲାରୁ- ୮ ନବରଙ୍ଗପୁର ଜିଲ୍ଲାରୁ- ୭ ପୁରୀ ଜିଲ୍ଲାରୁ- ୧୪ ରାୟଗଡା ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧୫ ସୁନ୍ଦରଗଡ ଜିଲ୍ଲାରୁ- ୩୮ ଷ୍ଟେଟ ପୁଲରୁ- ୪୦ ତେବେ ରାଜ୍ୟରେ…
ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ। ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ। ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି…
ଭୁବନେଶ୍ବର: ଆଜି ହେଉଛି ବକୁଳ ଅମବାସ୍ୟା। ପୌଷମାସର ଅମବାସ୍ୟା ତିଥିକୁ ବକୁଳ ଅମବାସ୍ୟା ଭାବେ ପାଳିତ ହୋଇଥାଏ। ମୁଖ୍ୟତଃ ଏହି ସମୟରେ ଆମ୍ବଗଛରେ ବଉଳ ଧରେ। ସେଥିପାଇଁ ଆମ୍ବ ବଗିଚାରେ ଏହି ପୂଜା ବିଧି ରହିଛି। ଏଥିରେ ପହଁରା କାଠିରେ ଗଇଁଠା ଲଗାଇ ପୂଜା କରାଯାଇଥାଏ। ଗଇଁଠା ହେଉଛି ଚାଉଳ ଚୂନାରେ ପ୍ରସ୍ତୁତି ଏକ ପ୍ରକାରର ଗୋଟାଳି ପରି ଖାଦ୍ୟ ପଦାର୍ଥ। ଯାହା ରସଗୋଲା ପରି ଗୋଲଗୋଲ ଦେଖାଯାଇଥାଏ। ଏହାକୁ ପକାଇ ଗଇଁଠା ଖିରୀ ମଧ୍ୟ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥାଏ। ତେବେ ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ବିଶେଷ ନୀତି ପାଳିତ ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ନିକଟରେ ଗଇଁଠା ପ୍ରସ୍ତୁତ ହୋଇ ପୂଜା କରାଯାଇଥାଏ। ଏହି ପୂଜା ପରେ ଶ୍ରୀନାରାୟଣଙ୍କ ନିକଟକୁ ଆଜ୍ଞାମାଳ ଅସେ। ଏହି ଆଜ୍ଞାମାଳ ପାଇ ଶ୍ରୀନାରାୟଣ ପାଲିଙ୍କିରେ ବିଜେକରି ସାଗର ବିଜେ କରନ୍ତି। ସେ ସିଂହ ଦ୍ୱାର ଦେଇ ସମୁଦ୍ରକୂଳ ସ୍ୱର୍ଗଦ୍ୱାରକୁ ବିଜେ କଲା…
ମେଷ:– ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ। ଯଦି ଆପଣ ଏକ ବିବାଦରେ ଜଡିତ ହୁଅନ୍ତି, ତେବେ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଏବଂ ଆପଣଙ୍କ ସାଥୀ କିଛି ଖୁସି ଖବର ପାଇପାରନ୍ତି। ବୃଷ:– ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ। ଆପଣ ଅନୁଭବ କରିବେ ଯେ ପ୍ରେମରେ ଏତେ ଗଭୀରତା ଅଛି ଏବଂ ଆପଣଙ୍କର ପ୍ରିୟଙ୍କା ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବ। ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି, ଚିନ୍ତା କରି ପାଦ ବଢାଇବାର…
ଭୁବନେଶ୍ୱର : ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ପାରାମାଉଣ୍ଟ କ୍ଲବ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ପ୍ରମିଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମିଶନଶକ୍ତିର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଦେବୀ ଯୋଗ ଦେଇ ମିଶନଶକ୍ତି ମା’ମାନଙ୍କର ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ତେଜସ୍ୱିନୀ ମିଶନଶକ୍ତି ମହାସଂଘର ସଭାପତି ଶ୍ରୀମତୀ ମହାମାୟା ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନେ ମିଶନଶକ୍ତି…

