ଭୁବନେଶ୍ବର: ବର୍ତ୍ତମାନ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଓଡିଶାର ସ୍ଥିତି ଯେପରି ଭୟଙ୍କର ଥିଲା ବର୍ତ୍ତମାନ ସେହି ଆଡକୁ କରୋନା ଗତି କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ଆସନ୍ତା ଫେବୃୟାରୀ ମାର୍ଚ୍ଚରେ ସ୍ଥିତି ଅସମ୍ଭାଳ ହେବ। ତେବେ ଏପରି ପରିସ୍ଥିତିରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବ କି ? ଏହିପରି ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେବାରେ ଲାଗିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଶନିବାର ଦିନ ଆୟୋଜିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଏବଂ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ରାଜ୍ୟରେ କୋଭିଡ ଟିକାକରଣ ସହିତ କରୋନା…
Author: Samikhsya Bureau
ନୂଆଦିଲ୍ଲୀ: ଯଦି ଜଣେ ବ୍ୟକ୍ତିଙ୍କ ଜୀବନରେ ଥିବା ସମସ୍ୟାଗୁଡ଼ିକ ସମାପ୍ତି ହେଉନାହିଁ, ତେବେ ଜଣେ ବିଶେଷଜ୍ଞଙ୍କ ଦ୍ଵାରା ନିଶ୍ଚିତ ଭାବରେ ତାଙ୍କର ରାଶିଫଳ ଯାଞ୍ଚ କରାଯିବା ଉଚିତ୍। ଅନେକ ଥର, ଜଣେ ବ୍ୟକ୍ତିଙ୍କ ଜୀବନରେ ଅସୁବିଧାର କାରଣ ମଧ୍ୟ ପିତୃଦୋଷ କାରଣରୁ ହୋଇପାରେ। ପିତୃ ଦୋଷ ଠାରୁ ମୁକ୍ତି ପାଇବା ପାଇଁ ସଙ୍କଟମୋଚନ୍ ହନୁମାନ ଜୀଙ୍କର ବିଶେଷ ଉପାସନା ଲାଭଦାୟକ ଅଟେ। ହନୁମାନ ବାବାଙ୍କୁ କାଳୀ ଯୁଗର ପ୍ରକୃତ ଭଗବାନ ଭାବରେ ବିବେଚନା କରାଯାଏ। ବିଶ୍ଵାସ କରାଯାଏ ଯେ, ଆଜି ମଧ୍ୟ ସଙ୍କଟମୋଚନ୍ ହନୁମାନ ପୃଥିବୀରେ ଅଛନ୍ତି। ଯଦି ଆପଣ ପିତୃ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ହନୁମାନ ଚାଳିଶା ନିୟମିତ ପଢନ୍ତୁ। ବିଶ୍ୱାସ କରାଯାଏ ଯେ, ହନୁମାନ ଚଲିସା ପଢିବା ଦ୍ୱାରା ଜଣେ ଅନେକ ସମସ୍ୟାରୁ ମୁକ୍ତି ପାଇଥାଏ। ପିତୃ ଦୋଷକୁ ସମାପ୍ତ କରିବାକୁ ହନୁମାନ ଜୀଙ୍କୁ ପ୍ରାର୍ଥନା କରିବା ପରେ, ନିୟମିତ ଭାବରେ ଚାଳିଶା ପାଠ କଲେ…
ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ। ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଯୋଗ ଏବଂ ଧ୍ୟାନ ସହିତ…
ଭୁବନେଶ୍ୱର : ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା, ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଏହି ଦାବୀ କରିଛନ୍ତି। ରାଜ୍ୟର ଜଣେ ମନ୍ତ୍ରୀ ଯେପରି ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବାର ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନୀରବତା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ମନ୍ତ୍ରୀ ଯିଏକି ପୂର୍ତ, ପଂଚାୟତରାଜ ଓ ଆଇନ ବିଭାଗ ପରି ଦାୟୀତ୍ୱରେ ରହିଛନ୍ତି । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍ରୁ ବାଦ ଦେବାପରେ କୋର୍ଟ ଦ୍ୱାରା…
ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ମନ୍ତ୍ରୀ ବେହେରା ଜିଲ୍ଲାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଘରକୁ ଘର ବୁଲି ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମନ୍ତ୍ରୀ ବେହେରା ହିତାଧିକାରୀଙ୍କୁ ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ବେହେରା ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିଥିଲେ। ଗରିବ କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ବେହେରା ଗାଁ କୁ ଗାଁ ବୁଲୁଥିବା…
ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ “ଜବାହର ବାଲମଂଚ” ଏବଂ “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ “ଜବାହର ବାଲମଂଚ” ର ରାଷ୍ଟ୍ରୀୟ ସଭାପତି ବି.ଭି.ହରି କହିଲେ ଯେ ଏହା ଏଆଇସିସିର ଏକ ନୂଆ ବିଭାଗ । ଏଥିରେ ୭ ରୁ ୧୮ ବର୍ଷ ଭିତରେ ଛାତ୍ରଛାତ୍ରୀମାନେ ଅନ୍ତର୍ଭୁକ୍ତ ହେବେ । ପିଲମାନଙ୍କ ମଧ୍ୟରେ ଅତି କୋମଳ ଅବସ୍ଥାରୁ ବିଷମଞ୍ଜି ବୁଣି ଦିଆଯାଉଛି । ତାହାକୁ ପ୍ରତିହତ କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ବିଭିନ୍ନତା ମଧ୍ୟରେ ଏକତା, ସମାନତା, ନ୍ୟାୟ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତାର ବାସ୍ତବ ମନ୍ତ୍ର ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା । ବିଶେଷ କରି ସମ୍ବିଧାନର ମୂଲ୍ୟକୁ ମଜବୁତ କରିବାପାଇଁ ସଂକଳ୍ପ ନେବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ବର୍ତମାନ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ବିକୃତ କରିବା…
ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ଗେଜେଟ ନୋଟିଫିକସନ ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ପଞ୍ଚାୟତ ସମିତି ଆକ୍ଟ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଏହି ସମ୍ମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧୀଙ୍କୁ ଡାକି ଆଲୋଚନା କରିଛନ୍ତି। ବର୍ତ୍ତମାନ କରୋନା ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ସମ୍ଭବ କି ନାହିଁ…
ସୀତାରାମ ଅଗ୍ରୱାଲ ଚିଲିକା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ଗଣନା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଆନୁଷ୍ଠାନିକ ଭାବେ ଡ଼ଲଫିନ ଗଣନା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ଡ଼ିଏଫଓ ଜ୍ୟୋତି କାଟାଲ ସୂଚନା ଦେଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଏ ନେଇ ଆଜି ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନ୍ କାର୍ଯ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସାତପଡ଼ା,…
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଅଞ୍ଚଳରେ ବାଇକ ଚୋରଙ୍କ ପାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ଉକ୍ତ ଅଞ୍ଚଳରୁ ଅନେକ ବାଇକ ଚୋରୀ ହୋଇଥିବା ଅଭିଯୋଗ ହେଉଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ନିରାକାରପୁର ପୋଲିସ ବାଇକ ଚୋରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ତେଣୁ ଆଜି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା। ଯାହା ଫଳରେ ୪ ଟି ବାଇକକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ଖଜୁରିଆ ଗ୍ରାମର ଶିରାଜୁଦ୍ଧିନ୍ ସାହା ଓ କୌଶର ଅଲ୍ଲି ସାହା ବୋଲି ଜଣାପଡିଛି। ତେବେ ଉଭୟଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ଏନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ଭୁବନେଶ୍ୱର କ୍ଲବ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇନ୍ଦିରା ମଇଦାନ, ନୟାପଲ୍ଲୀଠାରେ ଫେବୃୟାରୀ ୬ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବ। ଏଥିପାଇଁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ୍, ସ୍ପୋର୍ଟସ୍ ହଷ୍ଟେଲ, ବିଜୁ ପଟ୍ଟନାୟକ ଫୁଟବଲ ଏକାଡ଼େମୀ, ବିଡ଼ାନାସୀ କ୍ଲବ କଟକ, ରାଉରକେଲା, ରାଇରଙ୍ଗପୁର, ବାରିପଦା ଦଳଗୁଡ଼ିକ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏକ କମିଟି ଗଠନ କରାଯାଇଅଛି। ଏଥିରେ ପୂର୍ବତନ ମହିଳା ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ବ୍ରାଣ୍ଡ ଆମ୍ବାସାଡ଼ର ଥିବାବେଳେ ଆୟୋଜକ କମିଟିର ଅଧ୍ୟକ୍ଷ…
ଭୁବନେଶ୍ବର: ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ବ ତଥା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତାହା ହେଲା… ୧. ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ । ୨. ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ୩. ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। ୪. ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ । ୫. ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ୬. ଟେଲିଫୋନ ଭତ୍ତା…
ଭୁବନେଶ୍ବର: ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅଙ୍ଗନବାଡୀ ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକାମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି। ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି। ୧. ଅଙ୍ଗନବାଡୀ କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ୨. ମିନି ଅଙ୍ଗନବାଡୀ କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ୩. ଅଙ୍ଗନବାଡୀ ସହାୟିକା ମାନଙ୍କର ପ୍ରୋତ୍ସାହନ…
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ, ଥଣ୍ଡା ଏବଂ କାଶ ସହିତ ଅନେକ ପ୍ରକାରର ରୋଗ ମଧ୍ୟ ବ୍ୟଥିତ କରେ। ଥଣ୍ଡା ସମୟରେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ ଦୁର୍ବଳ ହୋଇଯାଏ। ଯେଉଁ କାରଣରୁ କାଶ ଏବଂ ଥଣ୍ଡା ଭଳି ଅନେକ ଥର ସମସ୍ୟା ମଧ୍ୟ ଦେଖାଯାଏ। ଛାତିରେ କଫ ଜମା ହେଲେ ସମସ୍ୟା ଅଧିକ ଖରାପ ହୋଇଯାଏ। ଏଭଳି ପରିସ୍ଥିତିରେ ଅନେକ ଥର କଠିନତା ଆରମ୍ଭ ହୁଏ। ଯଦି ଆପଣ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ କାଢା ପିଇପାରିବେ। କାଢା ପିଇବା ଶରୀରକୁ ଅନେକ ଲାଭ ଦେଇଥାଏ। କାଢା ପିଇବା ଦ୍ୱାରା କରୋନା ହେବାର ଆଶଙ୍କା ମଧ୍ୟ ହ୍ରାସ କରାଯାଇପାରେ। ଆଜି ଆମେ ଆପଣଙ୍କୁ ୩ ଟି ଏପରି କାଢା କହୁଛୁ, ଯାହା ଆପଣଙ୍କ ଥଣ୍ଡା ଏବଂ କାଶକୁ ଭଲ କରିବ। ଆସନ୍ତୁ ଜାଣିବା… ୧- ଡାଲଚିନୀ କାଢା- ଡାଲଚିନୀ ଏପରି ଏକ ମସଲା ଯାହା…
ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାଥିବାବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ନିର୍ବାଚନ ରାଜ୍ୟରେ ଆଚରଣ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି। ଉତ୍ତରପ୍ରଦେଶର ୪୦୩ ଟି ଆସନ ପାଇଁ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ପଞ୍ଜାବର ୧୧୭ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗୋଆରେ ୪୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମଣିପୁରରେ ୬୦ ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।…
ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ପିଲାମାନେ ନିଜେ ବିଦ୍ୟାଳୟରେ ମଧ୍ୟ ତିଆରି କରିଥାନ୍ତି। ଏହା ଆଜିକାଲି ଟୀକାକରଣ କିମ୍ବା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଇତ୍ୟାଦି ଦାଖଲ ପାଇଁ ମଧ୍ୟ ବ୍ୟବହୃତ ହୁଏ। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ ବ୍ୟବହାର କରାଯାଉଛି। ଆଧାର ହେଉଛି 2009 ରେ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ଅନନ୍ୟ ପରିଚୟ ନମ୍ବର। ଏହା କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସିଛି। କିନ୍ତୁ, ଆଜିକାଲି ନକଲି ପ୍ୟାନ କାର୍ଡର ମାମଲା ବୃଦ୍ଧି ହେତୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଅନେକ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ଯାହା ଦ୍ଵାରା ନକଲି ପ୍ୟାନ୍ କାର୍ଡର ମାମଲା ଚିହ୍ନଟ ହୋଇପାରିବ। ଯେହେତୁ ଆଧାର କାର୍ଡର ବ୍ୟବହାର ବଢୁଛି, ଏହାର ଠକେଇ ମଧ୍ୟ ବଢୁଛି।…
ନୂଆଦିଲ୍ଲୀ: ମୋବାଇଲ୍ ନେଟୱାର୍କ କମ୍ପାନୀଗୁଡିକ ସେମାନଙ୍କ ଉପଭୋକ୍ତାମାନଙ୍କ ପାଇଁ ବିଭିନ୍ନ ସୁବିଧା ସହିତ କିଛି ନୂଆ ଅଫର ଆଣିବା ଜାରି ରଖନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ OTT ପ୍ଲାଟଫର୍ମ ଡିଜନି + ହଟଷ୍ଟାର ସହିତ ଆସୁଥିବା ଯୋଜନା ବିଷୟରେ କହୁଛୁ। କେଉଁ କମ୍ପାନୀର କେଉଁ ଯୋଜନାରେ ଆପଣ ଏହି ଲାଭ ପାଉଛନ୍ତି ତାହା ଏଠାରେ ଆପଣ ଜାଣିବେ ଜିଓ ଏହାର 499 ଟଙ୍କା ପ୍ରିପେଡ୍ ଯୋଜନା ପୁନଃ ଆରମ୍ଭ କରିଛି। ଗୋଟିଏ ବର୍ଷର ବୈଧତା ସହିତ ଏହି ଯୋଜନା ସହିତ ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ଉପଲବ୍ଧ ହେବ। ଏହା ସହିତ, ଏହି ଯୋଜନାରେ ଅସୀମିତ କଲିଂ ସହିତ 2 GB ଡାଟା ଉପଲବ୍ଧ ହେଉଛି। ଏହି ଯୋଜନାର ବୈଧତା 28 ଦିନ ଅଟେ। ଏହି ଯୋଜନା ସହିତ, ନୂତନ ଉପଭୋକ୍ତାମାନେ ମଧ୍ୟ ଜିଓ ପ୍ରାଇମ୍ ସଦସ୍ୟତା ପାଇବେ। ଏହି ଯୋଜନାରେ ଜିଓ ସିନେମା, ଜିଓ ଟିଭି ପରି ଆପ୍ସର ସବସ୍କ୍ରିପସନ୍…
ଚଣ୍ଡିଗଡ: ସମସ୍ତ ଉତ୍ତେଜନା ଓ ହଙ୍ଗମା ମଧ୍ୟରେ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ମେୟର ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ବିଜେପିର ସରବଜିତ୍ କୌର ଚଣ୍ଡିଗଡ଼ର ନୂତନ ମେୟର ହେବେ। ସରବଜିତ କୌର ୧୪ଟି ଭୋଟ ପାଇଥିବାବେଳେ ଆମ୍ ଆଦମୀ ପାର୍ଟି (AAP) ୧୩ ଟି ଭୋଟ ପାଇଛି। ଚିରିଯାଇଥିବା ବାଲାଟ୍ ପେପର କାରଣରୁ ଆମ୍ ଆଦମୀ ପାର୍ଟିର ଏକ ଭୋଟ୍ ବାତିଲ୍ ହେଲା, ଯାହା ପରେ ପାର୍ଟି କର୍ମୀମାନେ ଏକ ସୃଷ୍ଟି ସୃଷ୍ଟି କରିଥିଲେ। ଭୋଟ୍ରେ କଂଗ୍ରେସ ଏବଂ ଅକାଳୀ ଦଳ ଅଂଶଗ୍ରହଣ କରିନଥିଲେ। ମେୟର ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ମେୟରଙ୍କ ଚେୟାରରେ ଏବଂ ଆଖପାଖରେ ଏକ ହଙ୍ଗମା ସୃଷ୍ଟି କରିଥିଲା। ଏହି ସମୟରେ ଅନେକ ସ୍ଲୋଗାନ ମଧ୍ୟ କରାଯାଇଥିଲା। ଉତ୍ତେଜନା ଏତେ ବଢିଯାଇଥିଲା ଯେ ପୋଲିସକୁ ମଧ୍ୟ ଡାକିବାକୁ ପଡ଼ିଥିଲା। ଏହି ସମୟରେ ଆମ୍ ଆଦମୀ ପାର୍ଟିର କାଉନସିଲର ମଧ୍ୟ ମେୟରଙ୍କ ଚେୟାର ନିକଟରେ ଏକ ଧାରଣାରେ…
ଖୋର୍ଦ୍ଧା: ଆଜି ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଟ୍ରମା କେୟାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଯୋଗଦେଇ ଏହି ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ। ଏଡିଏମଓ (ପିଏଚ) ଡା.ରଘୁନାଥ ନାୟକ, ଡିପିଏଚଓ ପ୍ରଦ୍ୟୁମ୍ନ ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ଶିକ୍ଷାବିତ କିଶୋର ଚନ୍ଦ୍ର ବରାଳ, ଉଦ୍ୟୋଗପତି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ସାହୁ କହିଥିଲେ ଯେ, ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଏହି ଆମ୍ବୁଲାନ୍ସ ସେବା ତ୍ବରିତ ପ୍ରାଥମିକ ସେବା ଯୋଗାଇବା ସହ ନିକଟସ୍ଥ ମେଡିକାଲ ପହଞ୍ଚାଇବା କାର୍ଯ୍ୟ କରିବ। ଏହି ସେବା ସମ୍ପର୍ଣ୍ଣ ଭାବେ ନିଃଶୁଳ୍କ ରହିବ। ତେବେ ଉକ୍ତ ସେବା ପାଇଁ ଆମ୍ବୁଲାନ୍ସରେ ଦିଆଯାଇଥିବା ନମ୍ବର ୭୦୦୮୦୯୨୮୭୮, ୬୩୭୧୦୮୬୯୧୬ ରେ ଯୋଗାଯୋଗ କରିପାରିବେ। ଯୋଗାଯୋଗ ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବ।…
ନୂଆଦିଲ୍ଲୀ: କୋଭିଡ-୧୯ ଟୀକାକରଣର ସତର୍କତା ଅବଲମ୍ବନ କରିବା ପାଇଁ ପୁନଃ ପଞ୍ଜିକରଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଜାନୁଆରୀ ୧୦ ତାରିଖରୁ ବିଭିନ୍ନ ରୋଗରେ ପୀଡିତ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ମାତ୍ରା ପ୍ରୟୋଗ ହେବ। ଯେଉଁମାନେ ପୂର୍ବରୁ ଟୀକାକରଣର ଉଭୟ ମାତ୍ରା ଗ୍ରହଣ କରିଛନ୍ତି, ସେମାନେ ସିଧାସଳଖ ଏକ ନିଯୁକ୍ତି କରିପାରିବେ କିମ୍ବା ଏହି ଡୋଜ ନେବାକୁ ଟୀକାକରଣ କେନ୍ଦ୍ରକୁ ଯାଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ‘ଏହି ଡୋଜର କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇବ। ଅନଲାଇନ୍ ନିଯୁକ୍ତିର ସୁବିଧା ମଧ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ପରିଦର୍ଶନ କରି, ଏକ ନିଯୁକ୍ତି ପରେ, ଆପଣ ଜାନୁଆରୀ ୧୦ରୁ ଏହାର ମାତ୍ରା ନେଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗଣମାଧ୍ୟମ ସଂକ୍ଷିପ୍ତ ବୈଠକରେ ନୀତି ଆୟୋଗ ସଦସ୍ୟ ଡ. ଭି.କେ…
ଭୁବନେଶ୍ବର: ଶେଷରେ ପ୍ରକାଶିତ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା। ନେଇ ରାଜ୍ୟ ସରକାର ପୂର୍ବରୁ ସଂରକ୍ଷଣର ଚିଠି ତାଲିକା ପ୍ରକାଶ କରିଥିଲେ। ସେସବୁର ଅଭିଯୋଗ ପାଇଁ ଆହ୍ବାନ କରାଯାଇଥିଲା। ସେସବୁକୁ ବିଚାରକୁ ନେଇ ବର୍ତ୍ତମାନ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ତାଲିକା ଅନୁସାରେ ବର୍ତ୍ତମାନ ଜିଲ୍ଲା ପରିଷଦର ଏହି ଚୁଡାନ୍ତ ସଂରକ୍ଷଣ ତାଲିକା ଅନୁସାରେ ନିର୍ବାଚନ ହେବ।
ନୂଆଦିଲ୍ଲୀ: ଆଜି ଅପରାହ୍ନ ୩.୩୦ ରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିବେ। ଚଳିତ ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଉଛି, ଯେଉଁ ସମୟରେ ଦେଶରେ କରୋନା ନିଜର ଭୟଙ୍କର ରୂପ ଦେଖାଉଛନ୍ତି। ଉତ୍ତରପ୍ରଦେଶରେ ଯେଉଁଠାରେ ୪୦୩ ଟି ଆସନରେ ମତଦାନ ହେବ। ଏଥି ସହିତ ଗୋଆରେ ୪୦ ଟି ବିଧାନସଭା ଆସନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଞ୍ଜାବରେ ୧୧୭ ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡରେ ୭୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ମଣିପୁରରେ ୬୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ।

